Categories
ଅପରାଧ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଦିଲ୍ଲୀପ ରାୟଙ୍କୁ କୋଇଲା ଦୁର୍ନିତିରେ ଆଜୀବନ କାରାଦଣ୍ଡ ଦେବା ପାଇଁ କୋର୍ଟରେ ନିବେଦନ କଲା ସିବିଆଇ

ନୂଆଦିଲ୍ଲୀ, କୋଇଲା ଦୁର୍ନିତିରେ ପୂର୍ବତନ କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଉ। ତଦନ୍ତ ଏଜେନ୍ସି ସିବିଆଇ ଏହିପରି ଏକ ବଡ ଅପିଲ କୋର୍ଟରେ କରିଛି। ଆଜି ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଦିଲ୍ଲୀପ ରାୟଙ୍କ ଉପରେ ଦଣ୍ଡବିଧାନ ରାୟ ଆସିବାର ଥିଲା। ହେଲେ କୋର୍ଟ ଏହି ରାୟକୁ ଅକ୍ଟୋବର 26 ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ତେବେ ସିବିଆଇର ଏପରି ଅପିଲ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଦିଲ୍ଲୀପଙ୍କ ବିରୋଧରେ ଝା଼ଡଖଣ୍ଡର ଗିରିଡିହ ସ୍ଥିତ ବ୍ରହ୍ମଡିହ କୋଇଲା ବ୍ଲକ ଆବଣ୍ଟନରେ ବ୍ୟାପକ ଅନିମିୟତାର ଅଭିଯୋଗ ଆସିଛି। ଏହାର ଶୁଣାଣି କରି ଚଳିତ ମାସ 6 ତାରିଖରେ ସିବିଆଇର ସ୍ବତନ୍ତ୍ର କୋର୍ଟ ଦିଲ୍ଲୀପଙ୍କ ସମେତ ଆଉ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିରେ ଦିଲ୍ଲୀପ ରାୟଙ୍କୁ ଅପରାଧିକ ଷଡ଼ଯନ୍ତ୍ରର ଆଇପିସି ର ୧୨୦ ବି, ୪୦୯/୪୨୦ ଧାରା ଓ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୩(୧)(ସି), ୧୩(୧)(ବି) ଧାରାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଦିଲୀପଙ୍କ ସମେତ କୋଇଲା ମନ୍ତ୍ରଣାଳୟର ପୂର୍ବତନ ଅତିରିକ୍ତ ସଚିବ ପ୍ରଦୀପ ବାନାର୍ଜୀ, ଓଏମ୍‌ସି ଉପଦେଷ୍ଟା ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରାନ ଟେକନୋଲୋଜିର ନିର୍ଦ୍ଦେଶକ ମହେନ୍ଦ୍ର ଅଗ୍ରୱାଲଙ୍କୁ ଜଷ୍ଟିସ ଭରତ ପରାଶର ଦୋଷୀ ସାବ୍ୟସ୍ତ କରିଛନ୍ତି। ବର୍ତ୍ତମାନ ଏମାନଙ୍କ ଉପରେ କଣ ଦଣ୍ଡବିଧାନ ହେବ ତାହା ଅକ୍ଟୋବର 26 ତାରିଖରେ ଜଣାପଡିବ।

Categories
ଆଜିର ଖବର ଜାତୀୟ ଖବର

ବହୁ ଚର୍ଚ୍ଚିତ ବାବ୍ରୀ ମସଜିଦ ଭଙ୍ଗା ମାମଲାର ରାୟ ଶୁଣାଇଲେ ସ୍ଵତନ୍ତ୍ର ସିବିଆଇ କୋର୍ଟ

ଲକ୍ଷ୍ନୌ: ଆଜି ସ୍ଵତନ୍ତ୍ର ସିବିଆଇ କୋର୍ଟ ବହୁ ଚର୍ଚ୍ଚିତ ବାବ୍ରୀ ମସଜିଦ ଭଙ୍ଗା ମାମଲାର ରାୟ ଶୁଣାଇଛନ୍ତି। ସ୍ଵତନ୍ତ୍ର ସିବିଆଇ କୋର୍ଟର ବିଚାରପତି ସମସ୍ତ ୩୨ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରିଛନ୍ତି। ବାବ୍ରୀ ମସଜିଦ ଭାଙ୍ଗିବା ଯୋଜନା ବଦ୍ଧ ନଥିଲା, ଏହା ଅଚାନକ ହୋଇଥିଲା ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି। ଦୋଷୀ ସାବ୍ୟସ୍ତ ପାଇଁ କୌଣସି ପ୍ରମାଣ ନାହିଁ। ବାବ୍ରୀ ମସଜିଦ ଭଙ୍ଗା ମାମଲାରେ ଲାଲକୃଷ୍ଣ ଆଡଭାନୀ, କଲ୍ୟାଣ ସିଂହ, ମୁରଲୀ ମନୋହର ଯୋଶୀ, ଉମା ଭାରତୀ ପ୍ରମୁଖ ବହୁ ବଡ ବଡ ନେତା ଅଭିଯୁକ୍ତ ଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଧୋଷ ବୋଲି ରାୟ ଦେଇଛି ସ୍ଵତନ୍ତ୍ର ସିବିଆଇ କୋର୍ଟ।