Categories
ଆଜିର ଖବର ଜାତୀୟ ଖବର

ସ୍ୱତନ୍ତ୍ର ଅଭିଯାନ ୩.୦ ଅଧୀନରେ ବିଭିନ୍ନ ପଦକ୍ଷେପ ନେଉଛି ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ 

ନୂଆଦିଲ୍ଲୀ: ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ୩.୦ ଆୟୋଜନ କରାଯାଉଛି। ଏହି ଅଭିଯାନର ମୁଖ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଗୁଡ଼ିକ ମଧ୍ୟରେ ଜନସାଧାରଣଙ୍କ ଅଭିଯୋଗର ପ୍ରଭାବଶାଳୀ ସମାଧାନ, ସଂସଦ ସଦସ୍ୟଙ୍କ ସୂଚନା, ସଂସଦର ପ୍ରତିଶ୍ରୁତି, କାର୍ଯ୍ୟସ୍ଥଳ ଏବଂ ପରିସର ରେ ସ୍ୱଚ୍ଛତା ଅଭିଯାନ, ସ୍କ୍ରାପ୍ ର ନିଷ୍କାସନ ଏବଂ ଫାଇଲ୍ ଗୁଡ଼ିକୁ ବାହାର କରିବା ଅନ୍ତର୍ଭୁକ୍ତ ଅଟେ।

ବର୍ତ୍ତମାନ ସୁଦ୍ଧା ୨୪,୨୧୫ ଫିଜିକାଲ ଫାଇଲ ମଧ୍ୟରୁ ୨୪,୦୨୩ ଫାଇଲର ସମୀକ୍ଷା କରାଯାଇଛି। ୬,୮୪୭ ଟି ଫାଇଲକୁ ନିରାକରଣ ପାଇଁ ଚିହ୍ନଟ କରାଯାଇଥିବା ବେଳେ ସେଥିମଧ୍ୟରୁ ୧,୮୫୭ ଟି ଫାଇଲକୁ ଉଚ୍ଛେଦ କରାଯାଇଛି। ସମୁଦାୟ ୧୩,୮୪୮ଟି ଇ-ଫାଇଲ୍ ସମୀକ୍ଷା ପାଇଁ ରଖାଯାଇଥିବା ବେଳେ ସେଥିମଧ୍ୟରୁ ୧,୦୧୨ଟି ସମୀକ୍ଷା କରାଯାଇଛି ଏବଂ ୭,୫୩୮ଟି ବନ୍ଦ କରିଦିଆଯାଇଛି। ଅଭିଯାନ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟ ଏବଂ ଏହାର ସ୍ୱୟଂଶାସିତ ସଂସ୍ଥାଗୁଡ଼ିକର ଅଫିସିଆଲ୍ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ଦ୍ୱାରା ଏକ୍ସ (ପୂର୍ବରୁ ଟ୍ୱିଟର ନାମରେ ପରିଚିତ), ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ୫୦ରୁ ଅଧିକ ଟ୍ୱିଟ୍ କରାଯାଇଛି।

ସ୍ୱଚ୍ଛତା ଅଭିଯାନ ଜୋରସୋରରେ ଚାଲିଛି ଏବଂ ୯୭ଟି ସ୍ଥାନ ମଧ୍ୟରୁ ୯୪ଟି ସ୍ଥାନରେ ଚାଲିଛି । ବର୍ତ୍ତମାନ ସୁଦ୍ଧା ୧୪୨୧ ବର୍ଗଫୁଟ ଅଞ୍ଚଳକୁ ମୁକ୍ତ କରାଯାଇଛି। ସ୍କ୍ରାପ୍ ନିଷ୍କାସନ ଦ୍ୱାରା ମନ୍ତ୍ରଣାଳୟ ୧,୧୭,୦୯,୦୯୫ ଟଙ୍କା ରାଜସ୍ୱ ଆୟ କରିଛି। ୯୧ଟି ଜନ ଅଭିଯୋଗ ଲକ୍ଷ୍ୟ ମଧ୍ୟରୁ ୯୦ଟି ର ସମାଧାନ କରାଯାଇଛି; ପିଏମଓ ସନ୍ଦର୍ଭ ୯ରୁ ୬ ହାସଲ; ସାଂସଦଙ୍କ ଲକ୍ଷ୍ୟ ୫୯ରୁ ମିଳିଥିବା ସୂଚନା ଅନୁଯାୟୀ, ସେଥିମଧ୍ୟରୁ ୪୭ଟି ହାସଲ ହୋଇଛି। ସଂସଦୀୟ ଆଶ୍ୱାସନା ଲକ୍ଷ୍ୟ ଥିଲା ୪୨ଟି ଯେଉଁଥିରୁ ୩୭ଟି ହାସଲ ହୋଇଛି; ସମସ୍ତ ୪ଟି ଆଇଏମ୍ ସି ସନ୍ଦର୍ଭ (କ୍ୟାବିନେଟ୍ ପ୍ରସ୍ତାବ) ଲକ୍ଷ୍ୟ ଏବଂ ସମସ୍ତ ୭ଟି ରାଜ୍ୟ ସରକାରଙ୍କ ସନ୍ଦର୍ଭ ଲକ୍ଷ୍ୟ ହାସଲ ହୋଇଛି।

୨୦୨୩ ଅକ୍ଟୋବର ୨ରୁ ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନର ମୁଖ୍ୟ ପର୍ଯ୍ୟାୟ ପାଇଁ ସଫେଇ ପାଇଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଚିହ୍ନଟ କରିବା ଉଦ୍ଦେଶ୍ୟରେ ୧୫ ସେପ୍ଟେମ୍ବର ୨୦୨୩ରେ ଏକ ପ୍ରସ୍ତୁତି ପର୍ଯ୍ୟାୟରେ ଏହି ପଦକ୍ଷେପ ଆରମ୍ଭ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ସ୍ୱଚ୍ଛତା ଅଭିଯାନ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନ ସମଗ୍ର ଦେଶରେ ଉତ୍ସାହର ସହ ସ୍ୱଚ୍ଛତା ପଖୱାଡା ପାଳନ କରିବା ପାଇଁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହିତ ବିଭିନ୍ନ ସରକାରୀ ସଂସ୍ଥା ଅଂଶଗ୍ରହଣ କରିଛନ୍ତି। ଗତ ସେପ୍ଟେମ୍ବର 2023 ରେ ମାନ୍ୟବର ପ୍ରଧାନମନ୍ତ୍ରୀ ମଧ୍ୟ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନ କରିବା ପାଇଁ ବ୍ୟାପକ ସଫାଈ ଅଭିଯାନ ଆୟୋଜନ କରିବାକୁ ଘୋଷଣା କରିଥିଲେ, ଯେଉଁଥିରେ ବିଭିନ୍ନ ବର୍ଗର ଲୋକମାନେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସ୍ୱଚ୍ଛତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବେ।

ଏହି ଉତ୍ସବକୁ ପାଳନ କରିବା ପାଇଁ ଭାରତୀୟ ରେଳବାଇ ଏହାର ନେଟୱାର୍କରେ ବ୍ୟାପକ ଅଭିଯାନ ମଧ୍ୟ କରାଇଅଛି ଯେଉଁଠାରେ ରେଳବାଇ କର୍ମଚାରୀ, ଅଧିକାରୀ, ସେମାନଙ୍କ ପରିବାର ସଦସ୍ୟ, ଯାତ୍ରୀ, ରେଳ ବ୍ୟବହାରକାରୀ ଅଂଶଗ୍ରହଣ କରିଥିଲେ।

ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ଏହାର ତିନୋଟି ରେଳ ରେଳ ମଣ୍ଡଳ ଯଥା ୱାଲଟିୟର, ଖୋର୍ଦ୍ଧା ରୋଡ୍ ଏବଂ ସମ୍ବଲପୁର ସହିତ ଏହାର ଉତ୍ପାଦନ ୟୁନିଟ୍ ଏବଂ ଅନ୍ୟାନ୍ୟ ରେଳ ପ୍ରତିଷ୍ଠାନ ମାନଙ୍କୁ ଜଡିତ କରି ଏହାର ପରିସରରେ ବିଶାଳ ସ୍ୱଚ୍ଛତା ଅଭିଯାନ କରାଇଥିଲା।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଭୁବନେଶ୍ୱର ରେଳ ଷ୍ଟେସନରେ କର୍ମଚାରୀ ଓ ଅଧିକାରୀ ମାନଙ୍କ ନେତୃତ୍ୱ ନେଇ ରେଳ ଷ୍ଟେସନର ବିଭିନ୍ନ ସ୍ଥାନ ଗୁଡିକ ଯଥା ରେଳ ଟ୍ରାକ, ପ୍ଲାଟଫର୍ମ, ଯାତ୍ରୀ ମାନଙ୍କ ଚଳପ୍ରଚଳ ସ୍ଥାନ ଇତ୍ୟାଦି ମାନଙ୍କରେ ସ୍ୱଚ୍ଛତା ଅଭିଯାନ ପାଇଁ ଶ୍ରମ ଦାନ କରି ରେଳ ପରିସରକୁ ସ୍ୱଚ୍ଛତା ଆଣିବାରେ ବିଶେଷ ଭୂମିକା ଗ୍ରହଣ କରିଥିଵାଲେ। ରେଳ ଯାତ୍ରୀମାନଙ୍କୁ ସ୍ୱଚ୍ଛତା ସମ୍ବନ୍ଧରେ ସଚେତନ କରାଇବା ପାଇଁ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ଦ୍ୱାରା ପରିଷ୍କାର ପରିଚ୍ଛନ୍ନତା ବିଷୟରେ ଏକ ପଥ ପ୍ରାନ୍ତ ନାଟକ ମଧ୍ୟ ଆୟୋଜନ କରାଯାଇଥିଲା।

ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ମଧ୍ୟ କଟକ ରେଳ ଷ୍ଟେସନ ଠାରେ ସ୍ୱଚ୍ଛତା ଅଭିଯାନର ନେତୃତ୍ୱ ନେଇଥିଲେ। ସମସ୍ତ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ଷ୍ଟେସନ ଠାରେ ସ୍ୱଚ୍ଛତା ଅଭିଯାନର ନେତୃତ୍ୱ ନେଇଥିବାବେଳେ ରେଳପଥର ପ୍ରମୁଖ ଅଧିକାରୀମାନେ ମଧ୍ୟ ମନୋନୀତ ଷ୍ଟେସନ ମାନଙ୍କରେ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଗୁଡିକର ନେତୃତ୍ୱ ନେଇଥିଲେ।

ଉପରୋକ୍ତ ସ୍ୱଚ୍ଛତା କାର୍ଯ୍ୟକ୍ରମ ବ୍ୟତୀତ ବିଭିନ୍ନ ମନୋନୀତ ଷ୍ଟେସନ ମାନଙ୍କରେ ସମଗ୍ର ଦେଶରେ ସମସ୍ତ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ସଫା କରିବା ପାଇଁ 14 ମିନିଟର ଚମତ୍କାର ସ୍ୱଚ୍ଛତା ଡ୍ରାଇଭ୍ ମଧ୍ୟ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହାଓଡ଼ା-ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ମନୋନୀତ ହୋଇଥିଲା ଏବଂ ଏହାକୁ ପରବର୍ତ୍ତୀ ଯାତ୍ରା ପାଇଁ ମାତ୍ର 13 ମିନିଟ ମଧ୍ୟରେ ପ୍ରସ୍ତୁତ କରାଯାଇପାରିଥିଲା। ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏଚ ଏସ ବାଜୱା ପୁରୀ ରେଳ ଷ୍ଟେସନରେ 14 ମିନିଟର ଚମତ୍କାର ପରିଷ୍କାର ପରିଚ୍ଛନ୍ନତା ପାଇଁ ସ୍ୱଚ୍ଛତା ଅଭିଯାନର ନେତୃତ୍ୱ ନେଇଥିଲେ।

ସ୍ଵଚ୍ଛ ଭାରତ ମିଶନ 02 ଅକ୍ଟୋବର 2014 ରେ ଗାନ୍ଧୀ ଜୟନ୍ତୀ ଅବସରରେ ଆରମ୍ଭ କରାଯାଇଥିଲା ଯାହା ମହାତ୍ମା, ବାପୁ କିମ୍ବା ଜାତିର ପିତା ଭାବରେ ମଧ୍ୟ ଜଣାଶୁଣା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣୀୟ କରି ଶ୍ରଦ୍ଧାଞ୍ଜଳି ଦେବା ଉଦେଶ୍ୟରେ ଆୟୋଜନ କରାଯାଇଥିଲା। 2021 ମସିହାରେ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଭାରତୀୟ ସହରକୁ ‘ଆବର୍ଜନା ମୁକ୍ତ’ ଏବଂ ‘ଜଳ ନିରାପତ୍ତା’ କରିବା ଉଦ୍ଦେଶ୍ୟରେ 2021 ମସିହାରେ ଅକ୍ଟୋବର 1 ରେ ସ୍ୱଚ୍ଛ ଭାରତ ମିଶନ 2.0 ଆରମ୍ଭ କରିଥିଲେ। ଏହା ପରେ ସ୍ୱଚ୍ଛତା ପଖୱାଡା ପାଳନ କରିବା ପାଇଁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ 2023 ଅଭିଯାନର ଏକ ଅଗ୍ରଦୂତ ଭାବରେ କାର୍ଯ୍ୟ କରିଛି।

Categories
ଆଜିର ଖବର ଜାତୀୟ ଖବର

ସ୍ୱଚ୍ଛତା ଅଭିଯାନରେ ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହେଲେ ଅଙ୍କିତ ବାୟନପୁରିଆ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆଜି ସାରା ଦେଶ ସ୍ୱଚ୍ଛତା ଅଭିଯାନ ପାଳନ କରିଛି। ସମସ୍ତେ ସ୍ୱଚ୍ଛତା ପାଇଁ ଗୋଟିଏ ଘଣ୍ଟା ଉତ୍ସର୍ଗ କରିଛନ୍ତି ଯାହା ଦେଶର ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣରେ ସହାୟକ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅଙ୍କିତ ବାୟନପୁରିଆ ମଧ୍ୟ ଏହି ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଥିଲେ। ଅଙ୍କିତ ଜଣେ ଫିଟନେସ୍ ଗୁରୁ।

ପ୍ରଧାନମନ୍ତ୍ରୀ ତାଙ୍କ ଏକ୍ସ ପୋଷ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଆମ ଦୈନନ୍ଦିନ ଜୀବନରେ ସ୍ୱଚ୍ଛତା ଏବଂ ଫିଟନେସର ଗୁରୁତ୍ୱ ବିଷୟରେ କଥା ହେଉଥିବା ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ଦୈନନ୍ଦିନ ଜୀବନର ରୁଟିନ୍ ବିଷୟରେ କହିଥିଲେ ଏବଂ ଅଙ୍କିତଙ୍କ ଫିଟନେସ୍ ଫଣ୍ଡା ବିଷୟରେ ପଚାରିଥିଲେ।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,  ‘‘ଆଜି ଯେତେବେଳେ ଦେଶ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଉଛି, ଅଙ୍କିତ ବାୟନପୁରିଆ ଏବଂ ମୁଁ ମଧ୍ୟ ତାହା କରିଥିଲୁ। କେବଳ ସ୍ୱଚ୍ଛତା ବ୍ୟତୀତ ଫିଟନେସ୍ ଏବଂ ସୁସ୍ଥତାକୁ ମଧ୍ୟ ସମିଶ୍ରଣ କରିଥିଲୁ। ଏହା ହେଉଛି ସେହି ସ୍ୱଚ୍ଛ ଏବଂ ସୁସ୍ଥ ଭାରତ ଭାବନା ବିଷୟରେ! @baiyanpuria”

Categories
ଆଞ୍ଚଳିକ

ବାଲୁଗାଁରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଚିଲିକା ରୋଟାରୀ କ୍ଲବର ମିଳିତ ସହଯୋଗରେ ଏକ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡା ସଂଗ୍ରାମ କେଶରୀ ସାହୁଙ୍କ ନେତୃତ୍ୱରେ ଆୟୁଷ ଡାକ୍ତର, ଆଶା କର୍ମୀ, ସ୍ୱଚ୍ଛ ପରିମଳ କର୍ମୀ, ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳିକା ଓ ଚିଲିକା ରୋଟାରୀ କ୍ଲବର ଏକାଧିକ ସଦସ୍ୟମାନେ ଯୋଗଦେଇଥିଲେ।

ସମସ୍ତ ଉପସ୍ଥିତ ବ୍ୟକ୍ତିମାନେ ବାଲୁଗାଁ ଡାକ୍ତରଖାନା ପରିସର ପରିଷ୍କାର କରିବାସହ ପରିବେଶ ପ୍ରଦୂଷଣ ରୋକିବା ଦିଗରେ ଏକ ରାଲି କରି ସଚେତନତାର ବାର୍ତ୍ତା ବାଣ୍ଟିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏନଆଇଟି ରାଉରକେଲା ପକ୍ଷରୁ ସବୁଜ ଇନ୍ଧନ ପ୍ରଦର୍ଶନୀ ଓ ସ୍ୱଚ୍ଛତା ଅଭିଯାନ ଆୟୋଜିତ

ଭୁବନେଶ୍ୱର/ରାଉରକେଲା: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏନଆଇଟି ରାଉରକେଲା ପକ୍ଷରୁ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି କ୍ରମରେ ଆଜି ଏନଆଇଟି ପକ୍ଷରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ‘ଦୀର୍ଘସ୍ଥାୟିତ୍ୱ ପ୍ରଦର୍ଶନୀ (ସଷ୍ଟେନବଲିଟୀ ଏକ୍ସପୋ)’ ଆୟୋଜନ କରାଯାଇଥିଲା। ଏହି ପ୍ରଦର୍ଶନରେ ଶସ୍ତା ସ୍ୱଚ୍ଛ ଇନ୍ଧନ, ଆଧୁନିକ କୃଷି ପ୍ରଯୁକ୍ତି, ସ୍ମାର୍ଟ ଫ୍ଲୋର କ୍ଲିନର ଆଦି ପ୍ରକଳ୍ପ ସ୍କୁଲ ଛାତ୍ରଛାତ୍ରୀମାନେ ପ୍ରଦର୍ଶିତ କରିଥିଲେ। ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଲାଗି ଭାରତର ଅଧ୍ୟକ୍ଷତା ଅଧୀନରେ ସବୁଜ ବିକାଶ ପ୍ରତି ପ୍ରାଥମିକତା ଦିଆଯାଉଛି । ଏ ସମ୍ପର୍କରେ ବାର୍ତ୍ତା ପ୍ରସାର ଉଦ୍ଦେଶ୍ୟରେ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।

ସେହିପରି ଏନଆଇଟି ରାଉରକେଲା ପରିସରରେ ଓଡ଼ିଶା-ସିକ୍କିମ ଯୁବସଙ୍ଗମର ଏକ ଜନଭାଗିଦାରୀ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଯୁକ୍ତି, ପର୍ଯ୍ୟଟନ, ବିକାଶ, ପରମ୍ପରା ଓ ଲୋକସମ୍ପର୍କ କ୍ଷେତ୍ରରେ ବହୁମୁଖି ଦିଗ ସମ୍ପର୍କରେ ଯୁବପିଢ଼ିଙ୍କୁ ସଚେତନ କରାଯାଇଥିଲା।

ଅନ୍ୟପକ୍ଷରେ ଏନଆଇଟି ଛାତ୍ରଛାତ୍ରୀଙ୍କ ଦ୍ୱାରା ଆଜି ସ୍ଥାନୀୟ ଅଞ୍ଚଳରେ ଏକ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଓ ଗବେଷକମାନେ ସ୍ୱଚ୍ଛତା ଓ ସୁସ୍ଥତା ସମ୍ପର୍କରେ ବାର୍ତ୍ତା ପ୍ରସାର କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଜନଭାଗିଦାରୀ: ଆଇସିଏଆର-ଏନଆଇଏଫଏମଡି ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର)- ନେସନାଲ ଇନଷ୍ଟିଚ୍ୟୁଟ୍‌ ଅନ୍‌ ଫୁଟ୍‌ ଏଣ୍ଡ ମାଉଥ୍‌ ଡିଜିଜ୍‌ (ଏନଆଇଏଫଏମଡି) ପକ୍ଷରୁ ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ଅନୁଷ୍ଠାନ ପକ୍ଷରୁ ଏକ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା। ପ୍ରତିଷ୍ଠାନର ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇ ଏନଆଇଏଫଏମଡି ପରିସରକୁ ସଫେଇ କରିଥିଲେ।