Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ଭାବେ ସ୍ୱଚ୍ଛତା ପକ୍ଷ୍ୟ ପାଳନ

ଭୁବନେଶ୍ଵର: ଭାରତୀୟ ରେଳବାଇ ପକ୍ଷରୁ ୧୬ ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ୍ୟ ଦେଶସାରା ପାଳନ କରାଯାଉଅଛି। ଏଥିପାଇଁ ପୂର୍ବତଟ ରେଳପଥ ବ୍ୟାପକ ଭାବେ ସ୍ୱଚ୍ଛତା ପକ୍ଷ୍ୟ ପାଳନ କରି ରେଳ ଷ୍ଟେସନ ପରିସର, ଟ୍ରେନ, କାର୍ଯ୍ୟାଳୟ, ୱIର୍କଶପ, ମରାମତି ଡିପୋ, ରେଳବାଇ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବାସସ୍ଥଳୀ ଅଞ୍ଚଳମାନଙ୍କରେ ପରିଚ୍ଛନ୍ନତା ପ୍ରତି ବ୍ୟାପକଭାବେ ସ୍ୱତନ୍ତ୍ର ଧ୍ୟାନ ଦେଉଅଛି।

ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଆଜି ପୂର୍ବାହ୍ନରେ ରେଳପଥର ମୁଖ୍ୟାଳୟ ଭୁବନେଶ୍ୱର ଠାରେ ରେଳପଥ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ଅବସରରେ ଶପଥ ପାଠ କରାଇ ସ୍ୱଚ୍ଛତା ପ୍ରତି ଶ୍ରମଦାନ କରିବା ସହିତ ନିଜେ ଅଳିଆ ନଫିଙ୍ଗିବା କିମ୍ବା କାହାକୁ ଏହା ନକରିବା ପାଇଁ ପ୍ରବର୍ତ୍ତାଇବା; ନିଜଠାରୁ, ନିଜ ପରିବାରରୁ, ନିଜ ଅଞ୍ଚଳରୁ ଏବଂ କାର୍ଯ୍ୟସ୍ଥଳରୁ ପରିଚ୍ଛନ୍ନତା ଆରମ୍ଭ କରିବା ସହିତ ଅନ୍ୟମାନଙ୍କୁ ଏଥିପ୍ରତି ପ୍ରବର୍ତ୍ତାଇବାକୁ ଶପଥ ପାଠ କରାଇଥିଲେ।

ଏହି ଅବସରରେ ୱାଲଟିୟର, ଖୋର୍ଦ୍ଧା ରୋଡ଼ ଓ ସମ୍ବଲପୁର ରେଳ ମଣ୍ଡଳ ମାନଙ୍କରେ ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନେ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ଅବସରରେ ଶପଥ ପାଠ କରାଇଥିଲେ। ଏହା ବ୍ୟତୀତ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ଷ୍ଟେସନ ମାନଙ୍କରେ କର୍ମଚାରୀମାନେ ମଧ୍ୟ ସ୍ୱଚ୍ଛତା ପକ୍ଷ୍ୟ ଅବସରରେ ଶପଥ ଗ୍ରହଣ କରିଥିଲେ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ରେଳ ଷ୍ଟେସନ ଏବଂ ଆବାସିକ ଅଞ୍ଚଳକୁ ପରିଷ୍କାର, ସ୍ୱାସ୍ଥ୍ୟପ୍ରଦ ରଖିବା ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ପୂର୍ବତଟ ରେଳପଥ ପକ୍ଷରୁ ସ୍ୱଚ୍ଛତା ପକ୍ଷ୍ୟର ବ୍ୟାପକ କାର୍ଯ୍ୟକ୍ରମରେ ରେଳଯାତ୍ରୀ, ରେଳବ୍ୟବହାରକାରୀ, ସହଭାଗୀ ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରୁଥିବାବେଳେ ସ୍ୱଚ୍ଛତା ସମ୍ବନ୍ଧରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି।

ରେଳବାଇ ପରିସରରେ ଏଣେତେଣେ ଅଳିଆ ନଫୋପାଡିବା, ଯାତ୍ରା ସମୟରେ ସ୍ୱଚ୍ଛତା, ରେଳବାଇ ୟାର୍ଡ଼ ଓ ସଫେଇ ସ୍ଥାନ, ରେଳଧାରଣା ଏବଂ କାର୍ଯ୍ୟସ୍ଥଳ ମାନଙ୍କରେ ସ୍ୱଚ୍ଛତା ଓ ପରିଚ୍ଛନ୍ନତା ଆଣିବା ସହିତ ଯାତ୍ରୀମାନଙ୍କ ଠାରୁ ସ୍ୱଚ୍ଛତା ସମ୍ବନ୍ଧରେ ପଚାରି ବୁଝିବା ସହିତ ସେମାନଙ୍କର ମତାମତ ଗ୍ରହଣ କରିବା, ଜଳ ଯୋଗାଣ ସ୍ଥଳ, ପାଣି ଟ୍ୟାପ, ପାନୀୟ ଜଳ ଇତ୍ୟାଦିର ତଦାରଖ କରିବା ଏବଂ କୋଚିଂ ଡିପୋ, ଟ୍ରେନ, ଷ୍ଟେସନ ଠାରେ ଟଏଲେଟ ମାନଙ୍କରେ ପାଣି ନିଷ୍କାସନ ପଥ ଠିକ କରିବା ଇତ୍ୟାଦି ପ୍ରତି ଧ୍ୟାନଦେବାକୁ ଏହି ସ୍ୱଚ୍ଛତା ପକ୍ଷରେ ପଦକ୍ଷେପ ନିଆଯାଇଅଛି।

Categories
ଆଜିର ଖବର

ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ଭାବେ ପାଳନ କରାଯିବ ସ୍ୱଚ୍ଛତା ପକ୍ଷ୍ୟ

ଭୁବନେଶ୍ବର: ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ରେଳ ଷ୍ଟେସନ ପରିସର, ଟ୍ରେନ୍, ଅଫିସ୍, କର୍ମଶାଳା, ରକ୍ଷଣାବେକ୍ଷଣ ଡିପୋ, ରେଳବାଇ ଡାକ୍ତରଖାନା ଏବଂ ରେଳବାଇ ଆବାସିକ ଅଞ୍ଚଳରେ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆଯାଇ ସ୍ୱଚ୍ଛତା ପକ୍ଷକୁ ବ୍ୟାପକ ଭାବେ ପ୍ରାରମ୍ଭ କରାଯାଇଅଛି।

ଏହି ପ୍ରାରମ୍ଭିକ ଦିବସରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ରେଳପଥର ମୁଖ୍ୟାଳୟ ରେଳସଦନ ଠାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ମୁଖ୍ୟାଳୟର କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ସ୍ୱଚ୍ଛତା ସମ୍ବନ୍ଧରେ ଶପଥ ପାଠ କରାଇବା ସହିତ ସେମାନଙ୍କ ପରିବେଶକୁ ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ଵଛ ରଖିବାକୁ କହିଛନ୍ତି।

ସର୍ବନିମ୍ନ ସ୍ତରରୁ ସର୍ବୋଚ୍ଚ ପର୍ଯ୍ୟନ୍ତ ରେଳ କର୍ମଚାରୀମାନେ ସ୍ୱଚ୍ଛତା ପକ୍ଷ୍ୟରେ ଅଂଶଗ୍ରହଣ କରୁଛନ୍ତି। ଏହି ସମୟ ଅବଧି ତଥା ୧୫ ଦିନ ମଧ୍ୟରେ ସାଧାରଣ ଲୋକଙ୍କୁ ବିଶେଷ କରି ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ସଚେତନ କରିବା ପାଇଁ ପ୍ରଭାତ ଫେରି, ସେମିନାର ଏବଂ ପଥପ୍ରାନ୍ତ ନାଟକ (ଷ୍ଟ୍ରିଟ୍ ପ୍ଲେ) ପରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି।

ଯାତ୍ରୀ, ରେଳ ବ୍ୟବହାରକାରୀ ଏବଂ ହିତାଧିକାରୀ ଇତ୍ୟାଦି ମାନଙ୍କ ସହିତ ଜଡିତ ହୋଇ ପୂର୍ବ ତଟ ରେଳପଥ ସ୍ୱଚ୍ଛତା ପକ୍ଷ୍ୟ ସମୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଅଛି। ପରିଷ୍କାର ପରିଚ୍ଛନ୍ନତା, ଚଳପ୍ରଚଳ ଅଞ୍ଚଳରେ ଆବର୍ଜନା ନକରିବାକୁ ସଚେତନତା, ଅନ୍-ବୋର୍ଡ ପରିଷ୍କାର ପରିଚ୍ଛନ୍ନତା, ଟ୍ରେନ ରକ୍ଷଣାବେକ୍ଷଣ ଲାଇନରେ ପରିଷ୍କାର ପରିଚ୍ଛନ୍ନତା, ରେଲୱେ ୟାର୍ଡ, ଟ୍ରାକ୍ ଉପରେ ପେଣ୍ଟିଂ କାର୍ଯ୍ୟକଳାପ ସହିତ ଚିତ୍ରାଙ୍କନ ପ୍ରତିଯୋଗିତା; କାର୍ଯ୍ୟକ୍ଷେତ୍ରରେ ପରିଷ୍କାର ପରିଚ୍ଛନ୍ନତା, ଜଳ ଯୋଗାଣ ଉତ୍ସ ସହିତ ଜଳ ସ୍ଥାପନରେ ସ୍ୱଚ୍ଛତା, ଷ୍ଟେସନରେ ପାନୀୟ ଜଳ ପାଇଁ ଜଳ ଟ୍ୟାପ୍ ଏବଂ ଜଳର ଉପଲବ୍ଧତା; ରେଳ ଷ୍ଟେସନ, କୋଚିଂ ଡିପୋ, ଟ୍ରେନ୍ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶୌଚାଳୟ ମାନଙ୍କରେ ସ୍ୱଚ୍ଛତା ଆଣିବା ମଧ୍ୟ ସ୍ୱଚ୍ଛତା ପକ୍ଷ୍ୟ ସମୟରେ କରାଯିବ।

ଆଜି ପୂର୍ବାହ୍ନରେ ରେଳ ସଦନ ଠାରେ ଆୟୋଜିତ ହୋଇଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରେଳପଥର କର୍ମଚାରୀ ଓ ଅଧିକାରୀମାନେ ଅପରିଷ୍କାର ନକରିବା କିମ୍ବା ଅନ୍ୟମାନଙ୍କୁ ଅପରିଷ୍କାର କରାଇନଦେବା ପାଇଁ ଶପଥ ନେଇଥିଲେ। ସେମାନେ ନିଜ କାର୍ଯ୍ୟସ୍ଥଳ ମାନଙ୍କରେ ସ୍ୱଚ୍ଛତା ବଜାୟ ରଖିବା ସହିତ ନିଜ ପରିବାର, ସ୍ଥାନୀୟ ଅଞ୍ଚଳ, ଗ୍ରାମ ଏବଂ ସେମାନଙ୍କର କାର୍ଯ୍ୟ ସ୍ଥାନ ମାନଙ୍କରେ ସ୍ୱଚ୍ଛତା ପ୍ରତି କାର୍ଯ୍ୟକରିବାକୁ ମଧ୍ୟ ଶପଥ ନେଇଛନ୍ତି।  କର୍ମଚାରୀମାନେ ମଧ୍ୟ ପ୍ରତିଶୃତି ଦେଇ କହିଛନ୍ତି ଯେ ସେମାନେ ବିଶ୍ୱାସ କରନ୍ତି ଯେ ବିଶ୍ୱରେ ପରିସ୍କାର ପରିଚ୍ଛନ୍ନତା ଦେଖା ଯାଉଥିବା ଦେଶ ଗୁଡିକ ସେମାନଙ୍କର ନାଗରିକ ମାନଙ୍କର ସ୍ୱଚ୍ଛତା ପ୍ରତି କର୍ତ୍ତବ୍ୟନିଷ୍ଠା ଯୋଗୁଁ ସମ୍ଭବ ହୋଇପାରିଛି। ଶପଥ ଗ୍ରହଣ ସମାରୋହକୁ ରେଳପଥର ମୁଖ୍ୟ ଚିଫ୍ ମେକାନିକାଲ୍ ଇଞ୍ଜିନିୟର ମାନସ କୁମାର ପୋଦ୍ଦାର ପରିଚାଳନା କରିଥିଲେ।

ଏହି ଅବସରରେ ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ ମାନଙ୍କ ସହିତ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ।