Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଓଡିଶା ପୋଲିସର ସ୍ୱତନ୍ତ୍ର ଡ୍ରାଇଭ: ୫୯ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କଲା ଖୋର୍ଦ୍ଧା ଜିଲ୍ଲା ପୋଲିସ

ଖୋର୍ଦ୍ଧା: ଓଡିଶା ପୋଲିସର ସ୍ୱତନ୍ତ୍ର ଡ୍ରାଇଭ। ୧୦ ଦିନରେ ୨୨୩୧ ନିଖୋଜ ବ୍ୟକ୍ତି/ଶିଶୁ ଙ୍କୁ ଖୋଜି ସେମାନଙ୍କ ପରିବାର ସହ ମିଶାଇଛି ଓଡିଶା ପୋଲିସ। ଡ଼ିଜିପିଙ୍କ ନିର୍ଦ୍ଦେଶକ୍ରମେ ନିଖୋଜ ଲୋକଙ୍କୁ ଠାବ କରିବା ପାଇଁ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଡ୍ରାଇଭ ପ୍ରତି ଜିଲ୍ଲାରେ ଜାରି ରହିଥିଲା। ସେପ୍ଟେମ୍ବର ୧ ରୁ ୧୦ ତାରିଖ ପର୍ଯ୍ୟନ୍ତ ଉକ୍ତ ଡ୍ରାଇଭ ଜାରି ରହିଥିଲା।

ତେବେ ଉକ୍ତ ୧୦ ଦିନରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ସମୁଦାୟ ୫୯ ଜଣ ନିଖୋଜ ବ୍ୟକ୍ତି/ଶିଶୁଙ୍କୁ ଠାବ କରିବାରେ ସଫଳ ହୋଇଥିବାର ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି। ଏସପି ଙ୍କ ତତ୍ୱାବଧାନର ଜିଲ୍ଲାର ସମସ୍ତ ଥାନାରେ ଉକ୍ତ ଡ୍ରାଇଭ ଜାରି ରହିଥିବାବେଳେ ୧୦ ଦିନରେ ୫୯ ଜଣ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ଖୋର୍ଦ୍ଧା ଜିଲ୍ଲା ପୋଲିସ। ତନ୍ମଧ୍ୟରୁ ସଦର ଥାନାର ସର୍ବାଧିକ ୩୨ ବ୍ୟକ୍ତି ଥିବା ବେଳେ, ଟାଉନ ଥାନାର ୧୩, ବୋଲଗଡ଼ ଥାନାର ୧୧, ଟାଙ୍ଗୀ ଥାନାର ୨ ଏବଂ ବାଲୁଗାଁ ଥାନାର ଜଣେ ନିଖୋଜ ବ୍ୟକ୍ତି ଉଦ୍ଧାର ହୋଇଥିବାର ଏସପି ସୂଚନା ଦେଇଛନ୍ତି।