Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀ ଏବଂ ଖୋର୍ଦ୍ଧା ରୋଡ଼ ଷ୍ଟେସନ ଠାରେ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ସମୟ ସାରଣୀ ପରିବର୍ତ୍ତିତ

ଭୁବନେଶ୍ବର: ପୁରୀ ଏବଂ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ପୁରୀ-ନୂଆଦିଲ୍ଲୀ ସ୍ୱତନ୍ତ୍ର ପୁରୁଷୋତ୍ତମ ଏକ୍ସପ୍ରେସର ସମୟ ସାରଣୀକୁ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ୦୨୮୦୧ ପୁରୀ-ନୂଆଦିଲ୍ଲୀ ସ୍ୱତନ୍ତ୍ର ପୁରୁଷୋତ୍ତମ ଏକ୍ସପ୍ରେସ୍ ୧୦ ଏପ୍ରିଲ, ୨୦୧୧ ଠାରୁ ପୁରୀରୁ ରାତ୍ରି ୯ଘ.୪୫ମି. ପରିବର୍ତ୍ତେ ରାତ୍ରି ୯ଘ.୫୫ମି.ରେ ଛାଡିବ।

ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ଼ ଷ୍ଟେସନ ଠାରେ ରାତ୍ରି ୧୦ଘ.୩୦ମି. ପରିବର୍ତ୍ତେ ରାତ୍ରି ୧୦ଘ.୩୫ମି.ରେ ପହଞ୍ଚି ରାତ୍ରି ୧୦ଘ.୩୫ମି ପରିବର୍ତ୍ତେ ରାତ୍ରି ୧୦ଘ.୪୦ମି.ରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ଅନ୍ୟାନ୍ୟ ନିର୍ଦ୍ଧାରିତ ଷ୍ଟେସନରେ ଏହି ଟ୍ରେନର ସମୟ ସାରଣୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ୦୨୮୦୨ ନୂଆଦିଲ୍ଲୀ-ପୁରୀ ସ୍ୱତନ୍ତ୍ର ପୁରୁଷୋତ୍ତମ ଏକ୍ସପ୍ରେସ ପ୍ରାରମ୍ଭିକ ଷ୍ଟେସନ ଠାରୁ ଗନ୍ତବ୍ୟ ଷ୍ଟେସନ ମଧ୍ୟରେ ସମୟ ସାରଣୀ ଅପରିବର୍ତ୍ତିତ ରହିବ।