Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ପାରା ଏସୀୟ ତୀରନ୍ଦାଜ ଚାମ୍ପିୟନଶିପରେ ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ବ୍ୟାଙ୍ଗକକ୍‌ରେ ଅନୁଷ୍ଠିତ ପାରା ଏସୀୟ ତୀରନ୍ଦାଜ ଚାମ୍ପିୟନଶିପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ପାରା ତୀରନ୍ଦାଜ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ବ୍ୟାଙ୍ଗକକ୍‌ରେ ପାରା ଏସୀୟ ତୀରନ୍ଦାଜ ଚାମ୍ପିୟନଶିପରେ ଐତିହାସିକ ବିଜୟ!

ଇତିହାସରେ ନିଜ ନାଁ ଲେଖିବା ସହ ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ ତୀରନ୍ଦାଜ ଦଳକୁ ଅଭିନନ୍ଦନ!

ଚାମ୍ପିୟନଶିପରେ ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୪ଟି ସ୍ୱର୍ଣ୍ଣ ପଦକ ସହ ମୋଟ ୯ଟି ପଦକ ଜିତିଛି।

ପ୍ରତ୍ୟେକ ଆଥଲେଟଙ୍କୁ ସେମାନଙ୍କ ଅବଦାନ ପାଇଁ ପ୍ରଶଂସା। ସେମାନେ ଆମକୁ ସର୍ବଦା ଗର୍ବିତ କରନ୍ତୁ।’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତିଥିବା ନିତେଶ ଓ ତରୁଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ ଏସଏଲ୩-ଏସଏଲ୪ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ନିତେଶ କୁମାର ଏବଂ ତରୁଣ ଧିଲୋନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେ ସେମାନଙ୍କ ଦଳଗତ କାର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି ଯେ ଏହା ଆଗାମୀ ଆଥଲେଟ୍ ମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛି।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:

ନିତେଶ କୁମାର ଏବଂ ତରୁଣ ଧିଲୋନଙ୍କୁ ବ୍ୟାଡମିଣ୍ଟନ – ପୁରୁଷ ଡବଲ୍ସ ଏସଏଲ୩-ଏସଏଲ୪ରେ ଚମତ୍କାର ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅଭିନନ୍ଦନ। ସେମାନଙ୍କ ଦଳଗତ କାର୍ଯ୍ୟ ଏବଂ ପ୍ରତିଭା ଆଗାମୀ ଆଥଲେଟମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛି। ସେମାନଙ୍କ ପାଇଁ ଭାରତ ଗର୍ବିତ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ତୀରନ୍ଦାଜିରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଶୀତଲ ଦେବୀ ଓ ରାକେଶ କୁମାରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ତୀରନ୍ଦାଜିରେ ସ୍ୱର୍ଣ୍ଣ ପଦକ ଜିତିଥିବା ଶୀତଲ ଦେବୀ ଏବଂ ରାକେଶ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି: ଏହା ଆମ ପାରା ତୀରନ୍ଦାଜି ମିଶ୍ରିତ ଦଳ ପାଇଁ ଗୌରବମୟ ସ୍ୱର୍ଣ୍ଣ ପଦକ। ଶୀତଲ ଦେବୀ ଏବଂ ରାକେଶ କୁମାରଙ୍କୁ ସେମାନଙ୍କ ଅସାଧାରଣ ପ୍ରଦର୍ଶନ ପାଇଁ ଅଭିନନ୍ଦନ। ଏହି ଗୌରବ ସେମାନଙ୍କର କଠିନ ପରିଶ୍ରମ, ସମର୍ପଣ ଏବଂ ଅସାଧାରଣ ଦକ୍ଷତାର ପ୍ରମାଣ।

Categories
ଆଜିର ଖବର ଜାତୀୟ ଖବର

ଏସୀୟ ପାରା ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ସିଦ୍ଧାର୍ଥ ବାବୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୁଆଦିଲ୍ଲୀ: ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ମିକ୍ସଡ ୫୦ ମିଟର ରାଇଫଲ୍ସ ପ୍ରୋନ୍ ଏସଏଚ-୧ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ସିଦ୍ଧାର୍ଥ ବାବୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରି କହିଛନ୍ତି ଯେ, ‘ମିକ୍ସଡ୍ ୫୦ ମିଟର ରାଇଫଲ୍ସ ପ୍ରୋନ୍ ଏସଏଚ-୧ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ପାଇଁ ଆମ ପାରା ଶୁଟର ସିଦ୍ଧାର୍ଥ ବାବୁଙ୍କୁ ଅଭିନନ୍ଦନ! ଏହି ସ୍ୱର୍ଣ୍ଣ ପଦକ ତାଙ୍କ ଠିକ୍ ଲକ୍ଷ୍ୟ, ଅତୁଳନୀୟ ପ୍ରତିଭା ଏବଂ ନିରନ୍ତର ନିଷ୍ଠାର ପ୍ରମାଣ। ଭାରତ ବେଶ୍ ଆନନ୍ଦିତ।’

Categories
ଆଜିର ଖବର ଖେଳ ଜାତୀୟ ଖବର

ଅମିତ ସାରୋହାଙ୍କ ଦ୍ୱାରା ସ୍ୱର୍ଣ୍ଣ ପଦକ ହାସଲ ପାଇଁ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ କ୍ଲବ ଥ୍ରୋ-ଏଫ୫୧ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଅମିତ ସାରୋହାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

‘ଏସୀୟ ପାରା ଗେମ୍ସ ୨୦୨୨ରେ କ୍ଲବ ଥ୍ରୋ-ଏଫ୫୧ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଅମିତ ସାରୋହାଙ୍କୁ ଅଭିନନ୍ଦନ। ତାଙ୍କ ନିଷ୍ଠା ଏବଂ ନିରନ୍ତର ପରିଶ୍ରମ ଦେଶକୁ ଗର୍ବିତ କରିଛି। ସେ ତାଙ୍କ ଅତୁଳନୀୟ କୌଶଳ ଏବଂ  ଭାବନାରେ ଲୋକଙ୍କୁ ପ୍ରେରିତ କରିଚାଲନ୍ତୁ।’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ବାଂଲାଦେଶକୁ ପରାସ୍ତ କରି ସ୍ୱର୍ଣ୍ଣ ପାଇଁ ମ୍ୟାଚ୍ ଖେଳିବ ଭାରତ, ଫାଇନାଲରେ ପାକିସ୍ତାନ ସହ ହୋଇପାରେ ଲଢେଇ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଏସିଆନ୍ ଗେମ୍ସ-୨୦୨୩ର ପ୍ରଥମ ସେମିଫାଇନାଲରେ ବାଂଲାଦେଶକୁ ଶୋଚନୀୟ ଭାବରେ ପରାସ୍ତ କରିଛି। ଆଜି ହାଙ୍ଗଝୋରେ ଖେଳାଯାଇଥିବା ମ୍ୟାଚକୁ ଟିମ୍ ଇଣ୍ଡିଆ ୯ ୱିକେଟରେ ଜିତିଛି। ଏବେ ଭାରତୀୟ ଦଳ ଶନିବାର ଦିନ ସ୍ୱର୍ଣ୍ଣ ପଦକ ପାଇଁ ଫାଇନାଲ ମ୍ୟାଚ୍ ଖେଳିବ। ଏଥିପାଇଁ ତିଲକ ବର୍ମା ଏବଂ ରିତୁରାଜ ଗାଇକ୍ଵାଡ ସେମିଫାଇନାଲରେ ଧୂଆଁଧାର ପ୍ରଦର୍ଶନ କରିଥିଲେ। ତିଲକ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ରିତୁରାଜ ଅପରାଜିତ ୪୦ ରନ୍ ସଂଗ୍ରହ କରିଥିଲେ। ଏହାପୂର୍ବରୁ ସାଇ କିଶୋର ଏବଂ ୱାଶିଂଟନ୍ ସୁନ୍ଦର ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ।

ବାଂଲାଦେଶ ଦେଇଥିବା ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ପାଇଁ ଯଶସ୍ୱୀ ଜୟସ୍ଵାଲ ଏବଂ ଅଧିନାୟକ ରିତୁରାଜ ବ୍ୟାଟିଂ ଆରମ୍ଭ କରିବାକୁ ଆସିଥିଲେ। ଯଶସ୍ୱୀ ଶୂନ୍ୟରେ ଆଉଟ୍ ହୋଇଥିଲେ। ଏହା ପରେ ତିଲକ ବର୍ମା ବ୍ୟାଟିଂ କରିବାକୁ ଆସିଥିଲେ। ତିଲକ ଏବଂ ରିତୁରାଜ ଦାୟିତ୍ଵଗ୍ରହଣ କରି ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ। ତିଲକ ଆସିବା ମାତ୍ରେ ସେ ଦ୍ୱିତୀୟ ଓଭରରେ ୨ ଟି ଛକା ମାରିଥିଲେ। ଏହାପରେ ରିତୁରାଜ ଆକ୍ରମଣ କରିଥିଲେ। ସେ ତୃତୀୟ ଓଭରରେ ଲଗାତାର ଦୁଇଟି ଛକା ମାରିଥିଲେ। ଏହା ପରେ ସେ ଲଗାତାର ଦୁଇଟି ଚୌକା ମାରିଥିଲେ।

ଏହିପରି ଭାବରେ ରିତୁରାଜ ଅପରାଜିତ ୪୦ ରନ୍ ସ୍କୋର କରିଥିଲେ। ୨୬ ବଲ୍ ର ସମ୍ମୁଖୀନ ହୋଇ ସେ ୩ ଛକା ଓ ୪ ଚୌକା ମାରିଥିଲେ। ଯେଉଁଠାରେ ତିଲକ ଅପରାଜିତ ୫୫ ରନ୍ ସଂଗ୍ରହ କରିଥିଲେ। ସେ ୬ ଟି ଛକା ଓ ୨ଟି ଚୌକା ମାରିଥିଲେ। ଏହିପରି ଭାରତ ୯.୨ ଓଭରରେ ଗୋଟିଏ ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା।

ଭାରତୀୟ ବୋଲରମାନେ ବାଂଲାଦେଶକୁ ୯୬ ରନରେ ସୀମିତ ରଖିଥିଲେ:

ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ସମୟ ମଧ୍ୟରେ ବାଂଲାଦେଶ ୯ ୱିକେଟ ହରାଇ ୨୦ ଓଭରରେ ୯୬ ରନ୍ ସଂଗ୍ରହ କରିଥିଲା। ଦଳର ଖରାପ ଆରମ୍ଭ ହୋଇଥିଲା। ଓପନର୍ ମହମୁଦୁଲ ମାତ୍ର ୫ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। କ୍ୟାପଟେନ ସୈଫ ହାସନ ୧ ରନ୍ ସ୍କୋର କରିବା ପରେ ବାହାରକୁ ଯାଇଥିଲେ। ଜାକିର ଅଲି ଦଳ ପାଇଁ ସର୍ବାଧିକ ୨୪ ରନ୍ ସ୍କୋର କରିଥିଲେ। ପରଭେଜ ୨୩ ରନ୍ କରିଥିଲେ। ଭାରତୀୟ ବୋଲରମାନେ ବାଂଲାଦେଶରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ। ସାଇ କିଶୋର ୪ ଓଭରରେ ୧୨ ରନ୍ ଦେଇ ୩ ଟି ୱିକେଟ୍ ନେଇଥିଲେ। ୱାଶିଂଟନ୍ ସୁନ୍ଦର ୨ ଟି ୱିକେଟ୍ ନେଇଥିଲେ। ଅର୍ଶଦୀପ ସିଂ, ତିଲକ ବର୍ମା, ରବି ବିଶ୍ନୋଇ ଏବଂ ଶାହବାଜ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ବର୍ତ୍ତମାନ ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଯୋଗିତା ହେବ:

ସେମିଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ଟିମ୍ ଇଣ୍ଡିଆ ଶନିବାର ସ୍ୱର୍ଣ୍ଣ ପଦକ ପାଇଁ ମ୍ୟାଚ୍ ଖେଳିବ। ଏସିଆନ୍ ଗେମ୍ସର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବ। ଏଥିରେ ଜିତୁଥିବା ଦଳ ଫାଇନାଲରେ ଭାରତ ସହିତ ପ୍ରତିଦ୍ୱନ୍ଦିତା କରିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏସିଆନ୍ ଗେମ୍ସ-୨୦୨୩: ତୀରନ୍ଦାଜରେ ଟିମ୍ ଇଣ୍ଡିଆକୁ ମିଳିଲା ଆଉ ଏକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ-୨୦୨୩ ରେ ଭାରତ ଏକବିଂଶ ସ୍ୱର୍ଣ୍ଣ ପଦକ ଜିତିଛି। ତୀରନ୍ଦାଜରେ ପୁରୁଷ କମ୍ପାଉଣ୍ଡ ଦଳ ଦକ୍ଷିଣ କୋରିଆକୁ ପରାସ୍ତ କରି ପଦକ ଜିତିଛି। ଭାରତ ୨୩୫-୨୩୦ ରେ ସ୍ଵର୍ଣ୍ଣ ପଦକ ଜିତିଛି। ଅଭିଷେକ, ଓଜସ ଏବଂ ପ୍ରଥମେଶ ଟିମ୍ ଇଣ୍ଡିଆ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଟିମ୍ ଇଣ୍ଡିଆ ଆଜି ତିନୋଟି ସ୍ୱର୍ଣ୍ଣ ପଦକ ଜିତିଛି। ମିଶ୍ରିତ ଡବଲ୍ସ ସ୍କ୍ୱାସରେ ଭାରତ ସ୍ୱର୍ଣ୍ଣ ଜିତିଛି। ତୀରନ୍ଦାଜର ମହିଳା ଦଳ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛି। ଏହା ପରେ ଭାରତ ପୁରୁଷ କମ୍ପାଉଣ୍ଡ ଦଳ ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ଜିତିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏସିଆନ୍ ଗେମ୍ସରେ ୧୯ ତମ ସ୍ୱର୍ଣ୍ଣ ପଦକ ହାସଲ କଲା ଭାରତ, ଫାଇନାଲରେ ଜିତିଲା ମହିଳା ତୀରନ୍ଦାଜୀ ଦଳ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଏସିଆନ୍ ଗେମ୍ସ-୨୦୨୩ ରେ ୧୯ ତମ ସ୍ୱର୍ଣ୍ଣ ପଦକ ଜିତିଛି। ମହିଳା କମ୍ପାଉଣ୍ଡ ଦଳ ଇଭେଣ୍ଟ ଫାଇନାଲରେ ଭାରତ ବିଜୟ ଲାଭ କରିଛି। ଚାଇନା ତାଇପେଇ ଦଳକୁ ୨୩୦-୨୮୮ ରେ ଭରତ ପରାସ୍ତ କରିଛି। ଭାରତର ଜ୍ୟୋତି, ଅଦିତି ଏବଂ ପ୍ରଣୀତ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭାରତ ଏପର୍ଯ୍ୟନ୍ତ ମୋଟ ୮୨ ତି ପଦକ ଜିତିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

୫୦ ମିଟର ରାଇଫଲ ୩ପିରେ ପୁରୁଷ ଟିମ ଦ୍ୱାରା ସ୍ୱର୍ଣ୍ଣ ପଦକ ବିଜୟ ପାଇଁ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୋଉରେ ଏସିଆନ ଗେମ୍ସ ୨୦୨୨ରେ ପୁରୁଷ ୫୦ ମିଟର ରାଇଫଲ ୩ପିଏସ ଟିମ ଇଭେଂଟରେ ବିଶ୍ୱ ରେକର୍ଡ ସ୍ଥାପନ ଏବଂ ସ୍ୱର୍ଣ୍ଣ ପଦକ ବିଜୟ ନିମନ୍ତେ ସ୍ୱପ୍ନିଳ କୁସାଲେ, ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର ଏବଂ ଅଖିଳ ଶିଓରାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ନିଜର ଏକ ପୋଷ୍ଟରେ ଲେଖିଛନ୍ତି ଯେ, ‘‘ଏକ ଚମକ୍ରାର ବିଜୟ, ପ୍ରତିଷ୍ଠିତ ସ୍ୱର୍ଣ୍ଣ ଏବଂ ଏକ ବିଶ୍ୱ ରେକର୍ଡ! ଏସିଆନ ଗେମ୍ସରେ ପୁରୁଷ ୫୦ ମିଟର ରାଇଫଲ ୩ପି ଟିମ ଇଭେଂଟରେ ବିଜୟ ପାଇଁ ସ୍ୱପ୍ନିଳ କୁସାଲେ, ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର ଏବଂ ଅଖିଳ ଶିଓରାନଙ୍କୁ ଶୁଭେଚ୍ଛା। ସେମାନେ ଅସାଧାରଣ ଦୃଢ଼ ସଂକଳ୍ପ ଏବଂ ଟିମୱର୍କ ପ୍ରଦର୍ଶନ କରିଛନ୍ତି।’’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏସୀୟ କ୍ରୀଡ଼ାରେ ଦଶନ୍ଧି ପରେ ଇକ୍ୱେଷ୍ଟେରିଆନ୍ ଡ୍ରେସେଜ୍ ଟିମ୍ ଦ୍ୱାରା ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୌରେ ଏସୀୟ କ୍ରୀଡ଼ା ୨୦୨୨ରେ ଇକ୍ୱେଷ୍ଟେରିଆନ୍ ଡ୍ରେସେଜ୍ ପ୍ରତିଯୋଗିତାରେ ଦୀର୍ଘ ୪୧ ବର୍ଷ ପରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଟିମ୍‌ର ହୃଦୟ ଛେଡା, ଅନୁଷ ଅଗ୍ରୱାଲା, ସୁଦୀପ୍ତି ହାଜେଲା ଏବଂ ଦିବ୍ୟକ୍ରିତ୍ ସିଂଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ‘ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଅନେକ ଦଶନ୍ଧି ପରେ ଆମର ଇକ୍ୱେଷ୍ଟେରିଆନ୍ ଡ୍ରେସେଜ୍ ଟିମ୍ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଛନ୍ତି!

ହୃଦୟ ଛେଡ଼ା, ଅନୁଷ ଅଗ୍ରୱାଲା, ସୁଦୀପ୍ତି ହାଜେଲା ଏବଂ ଦିବ୍ୟକ୍ରିତ ସିଂ ଅନନ୍ୟ କୌଶଳ,   ଟିମୱର୍କ ପ୍ରଦର୍ଶନ କରିଛନ୍ତି ଓ ଅନ୍ତର୍ଜାତୀୟ ସ୍ତରରେ ଆମ ଦେଶ ପାଇଁ ସମ୍ମାନ ଆଣିଛନ୍ତି।

ଏହି ଐତିହାସିକ ସଫଳତା ପାଇଁ ମୁଁ ଦଳକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।’

Categories
ଆଜିର ଖବର ଖେଳ ଜାତୀୟ ଖବର

ଏସିଆନ ଗେମ୍ସ ବିଜୟ ପାଇଁ ଭାରତୀୟ ମହିଳା କ୍ରିକେଟ ଟିମକୁ ଅଭିନନ୍ଦନ ଜଣାଇଲେ ନିତା ଅମ୍ବାନି

ଭୁବନେଶ୍ୱର: ଚୀନର ହ୍ୱାଙ୍ଗଝୋରେ ଚାଲିଥିବା ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ନିତା ଅମ୍ବାନି। ଶ୍ରୀଲଙ୍କାକୁ ଫାଇନାଲରେ ୧୯ ରନରେ ହରାଇ ଏସୀୟ କ୍ରୀଡା ବିଜେତା ହୋଇଛି ଭାରତୀୟ ମହିଳା କ୍ରିକେଟ ଦଳ।

ଏହି ଅବସରରେ ନିତା ଅମ୍ବାନି କହିଛନ୍ତି “ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବା ଟିମ ଇଣ୍ଡିଆକୁ ଅଭିନନ୍ଦନ! ଏହି ଐତିହାସିକ ବିଜୟକୁ ନେଇ ଦେଶ ଗର୍ବିତ ହୋଇଛି ଏବଂ ଏହା ଆଗାମୀ ପିଢିଙ୍କୁ ପ୍ରେରିତ କରିବା। ଆମ ମହିଳା ଦଳ ପୁଣି ଥରେ କରି ଦେଖାଇଛି ଯେ ସଠିକ ଭାବନା, ସମର୍ଥନ, ବିଶ୍ୱାସ ଓ ସାମୁହିକ ଭାବନା ବଳରେ ସେମାନେ ଅଜେୟ ଅଟନ୍ତି।

ଭାରତରେ ମହିଳା କ୍ରିକେଟ ପାଇଁ ଚଳିତ ବର୍ଷ ଏକ ଉଲ୍ଲେଖନୀୟ ବର୍ଷ ରହିଛି ଯାହାର ଆରମ୍ଭ ଟି୨୦ ବିଶ୍ୱକପରେ ଟିମ ର ଚମତ୍କାର ପ୍ରଦର୍ଶନ ସହିତ ହୋଇଥିଲା। ଏହାପରେ ଐତିହାସିକ ଡବ୍ଲୁପିଏଲ ଏବଂ ଏବେ ଏସୀୟ କ୍ରୀଡ଼ାରେ ମଧ୍ୟ ଦଳ ଚମତ୍କାର ପ୍ରଦର୍ଶନ କରିଛି। ଏସୀୟ କ୍ରୀଡ଼ାରେ ଦଳର ନେତୃତ୍ୱ ହର୍ମନପ୍ରୀତ କୌର କରୁଛନ୍ତି ଯିଏ ମହିଳା ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ର ଅଧିନାୟିକା ମଧ୍ୟ ରହିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ବର୍ଷ ମହିଳା ପ୍ରିମିୟର ଲିଗରେ ଚମ୍ପିୟାନ ହୋଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏସିଆନ୍ ଗେମ୍ସ: ଶ୍ରୀଲଙ୍କାକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା କ୍ରିକେଟ ଦଳ

ନୂଆଦିଲ୍ଲୀ: ଆଜି ଭାରତୀୟ ମହିଳା କ୍ରିକେଟ ଦଳକୁ ବଡ ସଫଳତା ମିଳିଛି। ଏସିଆନ୍ ଗେମ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗୌରାବାନ୍ଵିତ କରିଛନ୍ତି। ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୧୬ ରନ୍ ସଂଗ୍ରହ କରିଥିଲେ। ଶ୍ରୀଲଙ୍କା ୧୧୭ ରନ୍ ଲକ୍ଷ୍ୟକୁ ପିଛା କରି ୮ ୱିକେଟ ହରାଇ ୯୭ ରନ କରିବାରେ ସକ୍ଷମ ହୋଇପାରିଥିଲା। ଏହିପରି ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୧୯ ରନରେ ପରାସ୍ତ କରି ଏସିଆନ୍ ଗେମ୍ସରେ ସ୍ଵର୍ଣ୍ଣ ପଦକ ହାସଲ କରିଛି।

ଭାରତୀୟ ଦଳ ସେମିଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଯେତେବେଳେ କି ଶ୍ରୀଲଙ୍କା ମହିଳା ଦଳ ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଭାରତ ଜିତିଲା ସ୍ୱର୍ଣ୍ଣ ପଦକ, ୧୦ ମିଟର ଏୟାର ରାଇଫଲରେ ଭାଙ୍ଗିଲା ଚୀନ୍‌ର ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ଚାଇନାର ହାଙ୍ଗଝୋଉରେ ଏସିଆନ୍ ଗେମ୍ସ ୨୦୨୩ ଆୟୋଜିତ ହେଉଛି। ଆଜି ଦ୍ୱିତୀୟ ଦିନରେ ଭାରତ ଭଲ ଆରମ୍ଭ କରିଛି। ଶୁଟରମାନେ ଏଥର ଟିମ୍ ଇଣ୍ଡିଆକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛନ୍ତି। ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମର, ରୁଦ୍ରଙ୍କେଶ ପାଟିଲ ଏବଂ ଦିଂବ୍ୟାସ ସିଂଙ୍କ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତ ଏପର୍ଯ୍ୟନ୍ତ ୭ ଟି ପଦକ ଜିତିଛି। ପ୍ରଥମ ଦିନରେ ଭାରତ ମୋଟ ୫ ଟି ପଦକ ପାଇଥିଲା। ସ୍ୱର୍ଣ୍ଣ ପରେ ଭାରତ ମଧ୍ୟ ଦ୍ୱିତୀୟ ଦିନରେ ବ୍ରୋଞ୍ଜ ପଦକ ଜିତିଛି।

ଭାରତ ପାଇଁ ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ତିନିଜଣ ସୁଟର ଅଂଶଗ୍ରହଣ କରିଥିଲେ। ଏଥିରେ ଦିଂବ୍ୟାସ, ଐଶ୍ୱର୍ଯ୍ୟ ପ୍ରତାପ ଏବଂ ରୁଦ୍ରଙ୍କେଶ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ। ଏହି ତିନି ଖେଳାଳି ତୃତୀୟ ଏବଂ ଚତୁର୍ଥ ସିରିଜରେ ଅଗ୍ରଣୀ ବଜାୟ ରଖିଥିଲେ। ଚତୁର୍ଥ ସିରିଜରେ ଦିବ୍ୟଶ ୧୦୪.୭, ରୁଦ୍ରଙ୍କେଶ ୧୦୫.୫ ଏବଂ ତୋମର ୧୦୫.୭ ର ଅଗ୍ରଣୀ ସହ ଆଗରେ ଥିଲେ। ସେ ଏହାକୁ ପଞ୍ଚମ ଏବଂ ଷଷ୍ଠ ସିରିଜରେ ମଧ୍ୟ ବଜାୟ ରଖିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତୀୟ ସୁଟରମାନେ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି।

ଭାରତୀୟ ସୁଟରମାନେ ଚୀନର ରେକର୍ଡ ଭାଙ୍ଗିଛନ୍ତି:

ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଭାରତ ବିଶ୍ୱ ରେକର୍ଡ ଭାଙ୍ଗିଛି। ୧୮୯୩.୭ ପଏଣ୍ଟ ସହ ଭାରତ ଚୀନ୍ କୁ ପଛରେ ପକାଇଦେଇଛି। ଚାଇନାରେ ୧୮୯୩.୩ ପଏଣ୍ଟ ଥିଲା। ଯଦି ଆମେ ସାମ୍ପ୍ରତିକ ସ୍ଥିତିକୁ ଦେଖିବା, ୧୮୯୩.୭ ପଏଣ୍ଟ ସହ ଭାରତ ଶୀର୍ଷରେ ଅଛି। କୋରିଆ ଦ୍ୱିତୀୟ ସ୍ଥାନରେ ରହିଛି। ତାଙ୍କର ୧୮୯୦.୧ ପଏଣ୍ଟ ଅଛି। ଚାଇନା ତୃତୀୟ ସ୍ଥାନରେ ରହିଛି। ତାଙ୍କର ୧୮୮୮.୨ ପଏଣ୍ଟ ଅଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଦଳ ରଚିଲା ଇତିହାସ: ଅଷ୍ଟ୍ରେଲିଆକୁ ପରାସ୍ତ କରି ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଦଳ ଇତିହାସ ସୃଷ୍ଟି କରିଛି। ବାସ୍ତବରେ ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଦଳ ଆଇବିଏସ ବିଶ୍ୱ ଗେମ୍ସରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି। ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ୍ ଦଳ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ୯ ୱିକେଟରେ ପରାସ୍ତ କରିଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ୍ ବର୍ମିଂହାମରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତୀୟ ଦଳ କଙ୍ଗାରୁଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ଜିତିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ବିଶ୍ୱ ତୀରନ୍ଦାଜ ଚାମ୍ପିୟନସିପରେ ସର୍ବପ୍ରଥମ ସ୍ୱର୍ଣ୍ଣ ଜିତିଥିବା କମ୍ପାଉଣ୍ଡ ମହିଳା ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ବର୍ଲିନରେ ଅନୁଷ୍ଠିତ ବିଶ୍ୱ ତୀରନ୍ଦାଜ ଚାମ୍ପିୟନସିପରେ ଭାରତ ପାଇଁ ସର୍ବପ୍ରଥମ ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ମହିଳା କମ୍ପାଉଣ୍ଡ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ବର୍ଲିନରେ ଆୟୋଜିତ ବିଶ୍ୱ ତୀରନ୍ଦାଜ ଚାମ୍ପିୟନସିପରେ ଅଦ୍ଭୁତ ମହିଳା ଟିମ୍ ଭାରତର ସର୍ବପ୍ରଥମ ସ୍ୱର୍ଣ୍ଣପଦକ ଆଣିବା ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ। ଆମ ଚାମ୍ପିୟନମାନଙ୍କୁ ଅଭିନନ୍ଦନ! ସେମାନଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠା ଏହି ଉଲ୍ଲେଖନୀୟ ସଫଳତା ଆଣିଦେଇଛି।’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପ: ଭିଏତନାମର ବକ୍ସରଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ଜିତିଲେ ନିକହତ୍ ଜରିନ୍

ନୂଆଦିଲ୍ଲୀ: ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଭାରତୀୟ ବକ୍ସର ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତୀୟ ବକ୍ସର ନିକହତ୍ ଜରିନ୍ ତାଙ୍କର ଅନ୍ତିମ ମ୍ୟାଚ୍ ଜିତିଛନ୍ତି। ଏପର୍ଯ୍ୟନ୍ତ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ୩ ଜଣ ଭାରତୀୟ ବକ୍ସର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ନିକହତ୍ ଜରିନଙ୍କ ପୂର୍ବରୁ ନିତୁଟୁ ଘାଙ୍ଗାସ ଏବଂ ସ୍ଵେଟି ବିରା ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି। ଏହିପରି, ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଏହା ଭାରତର ତୃତୀୟ ସ୍ୱର୍ଣ୍ଣ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଇଂଲଣ୍ଡର ମ୍ୟାକଡୋନାଲ୍ଡଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଲେ ଭାରତୀୟ ବକ୍ସର ଅମିତ ପଙ୍ଘଲ

ନୂଆଦିଲ୍ଲୀ: କମନୱେଲଥ ଗେମ୍ସ ୨୦୨୨ ର ଦଶମ ଦିନର ଆରମ୍ଭ ଭାରତ ପାଇଁ ବହୁତ ଭଲ ରହିଛି। ବକ୍ସିଂରେ ଟିମ୍ ଇଣ୍ଡିଆ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛି। ହକିରେ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ମହିଳା ଫାଇନାଲ ମ୍ୟାଚ୍ ଜିତି ଭାରତର ନୀତୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଯେଉଁଠାରେ ଅମିତ ପଙ୍ଘଲ ପୁରୁଷ ଫାଇନାଲ ଜିତିଛନ୍ତି। ଫ୍ଲାଏୱେଟ୍ ବର୍ଗରେ ଇଂଲଣ୍ଡର ମ୍ୟାକଡୋନାଲ୍ଡଙ୍କୁ ପରାସ୍ତ କରି ଅମିତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ସେମିଫାଇନାଲରେ ଏକ ଶକ୍ତିଶାଳୀ ପ୍ରଦର୍ଶନ ସହିତ ଅମିତ ମ୍ୟାଚ୍ ଜିତିଥିଲେ। ଅମିତ ପ୍ରଥମ ରାଉଣ୍ଡରୁ ପଏଣ୍ଟ ହାସଲ କରିବା ଆରମ୍ଭ କରିଥିଲେ। ଏହା ପରେ ସେ ଦ୍ୱିତୀୟ ଏବଂ ତୃତୀୟ ରାଉଣ୍ଡରେ ମଧ୍ୟ ନିଜର ସର୍ବୋତ୍ତମ ପ୍ରୟାସ ଲଗାଇଥିଲେ। ତୃତୀୟ ରାଉଣ୍ଡ ଶେଷ ପର୍ଯ୍ୟନ୍ତ ଅମିତ ଆଗରେ ରହି ମ୍ୟାଚ ଜିତିଥିଲେ। ସେ ଇଂଲଣ୍ଡରେ ମ୍ୟାକଡୋନାଲ୍ଡଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ଜିତିଥିଲେ।

ସୂଚନାଯୋଗ୍ୟ ଯେ ନୀତୁ ମଧ୍ୟ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି। ସେ ଇଂଲଣ୍ଡର ବକ୍ସରଙ୍କୁ ଦୟନୀୟ ଭାବେ ପରାସ୍ତ କରିଥିଲେ। ଏହିପରି, କମନୱେଲଥ ଗେମ୍ସ ୨୦୨୨ର ଦଶମ ଦିନରେ ଖବର ଲେଖିବା ପର୍ଯ୍ୟନ୍ତ ଭାରତ ବକ୍ସିଂରୁ ଦୁଇଟି ସ୍ୱର୍ଣ୍ଣ ପଦକ ପାଇଛି। ଏଥିସହିତ ମହିଳା ହକିରୁ ବ୍ରୋଞ୍ଜ ପଦକ ହାସଲ କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କଲା ଟିମ୍ ଇଣ୍ଡିଆ: ଏବେ ସ୍ୱର୍ଣ୍ଣ ପଦକ ଆଡକୁ ଲକ୍ଷ୍ୟ

ନୂଆଦିଲ୍ଲୀ: କମନୱେଲଥ ଗେମ୍ସ ୨୦୨୨ର ସେମିଫାଇନାଲରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଇଂଲଣ୍ଡକୁ ୪ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଛି। ସ୍ମୃତି ମନ୍ଧନାଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡକୁ ଭାରତ ୧୬୫ ରନ୍‌ର ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଇଂଲଣ୍ଡ ଦଳ ମାତ୍ର ୧୬୦ ରନ୍ ସ୍କୋର କରିପାରିଥିଲା।

ଟିମ୍ ଇଣ୍ଡିଆ ଦେଇଥିବା ଟାର୍ଗେଟକୁ ପୂରଣ କରିବା ପାଇଁ ଇଂଲଣ୍ଡର ସୋଫିଆ ଡଙ୍କଲେ ଏବଂ ଡାନିଏଲ୍ ୱାଏଟ୍ ବ୍ୟାଟିଂ ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ ୱାଏଟ୍ ୨୭ ବଲରୁ ୩୫ ରନ ସ୍କୋର କରିଥିଲେ। ସେ ୬ ଟି ଚୌକା ମାରିଥିଲେ। ୱିକେଟ୍ କିପର ଆମି ଜୋନ୍ସ ୩୧ ରନ୍ ସଂଗ୍ରହ କରିଥିଲେ। ତାଙ୍କ ଇନିଂସରେ ୩ ଚୌକା ଅନ୍ତର୍ଭୁକ୍ତ ହୋଇଥିଲା। କ୍ୟାପଟେନ ନତାଲୀ ସେଭିୟର ୪୩ ବଲରେ ୪୧ ରନ୍ ସଂଗ୍ରହ କରିଥିଲେ। ତାଙ୍କ ଇନିଂସରେ ଦୁଇଟି ଚୌକା ଓ ଗୋଟିଏ ଛକା ଥିଲା। ଏହି ପରିପ୍ରେକ୍ଷୀରେ ଇଂଲଣ୍ଡ ଦଳ ୨୦ ଓଭରରେ ୧୬୦ରନ୍ ସଂଗ୍ରହ କରି ୬ ୱିକେଟ୍ ହରାଇଥିଲା। ତେଣୁ ଏକ ରୋମାଞ୍ଚକର ମ୍ୟାଚ୍‌ରେ ଇଂଲଣ୍ଡକୁ ୪ ରନ୍‌ରେ ପରାଜୟର ସାମ୍ନା କରିବାକୁ ପଡିଥିଲା।

ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୪ ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ସ୍ମୃତି ମନ୍ଧନା ୩୨ ବଲରେ ୬୧ ରନ୍ ସଂଗ୍ରହ କରିଥିଲେ। ସେ ୮ ଟି ଚୌକା ଓ ୩ ଟି ଛକା ମାରିଥିଲେ। ଶେଫାଳି ବର୍ମା ଦୁଇଟି ଚୌକା ସହାୟତାରେ ୧୪ ରନ୍ ସଂଗ୍ରହ କରିଥିଲେ। ଜେମିମା ରୋଡ୍ରିଗେଜ୍ ୪୪ ରନ୍ କରି ଅପରାଜିତ ଥିଲେ। ସେ ୩୧ ଟି ବଲରେ ୭ ଟି ଚୌକା ମାରିଥିଲେ। କ୍ୟାପଟେନ ହରମାନପ୍ରୀତ କୌର ୨୦ ରନ କରି ଆଉଟ ହୋଇଥିବା ବେଳେ ଦୀପ୍ତି ଶର୍ମା ୨୨ ରନ ସ୍କୋର କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ପାକିସ୍ତାନକୁ ଧରାଶାୟୀ କଲା ଭାରତ: କୁସ୍ତିରେ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଲେ ଦୀପକ ପୁନିଆ

ବର୍ମିଂହାମ: ବର୍ମିଂହାମରେ ଚାଲିଥିବା ୨୦୨୨ କମନୱେଲଥ ଗେମ୍ସରେ ଭାରତର ଦୀପକ ପୁନିଆ ଆଶ୍ଚର୍ଯ୍ୟଜନକ ଖେଳ ପ୍ରଦର୍ଶନ କରିଛନ୍ତି। ସେ ପୁରୁଷ ୮୬ କିଲୋଗ୍ରାମରେ ପାକିସ୍ତାନର ମହମ୍ମଦ ଇନାମଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। କୁସ୍ତିରେ ଏହା ହେଉଛି ଭାରତର ତୃତୀୟ ସ୍ୱର୍ଣ୍ଣ। ଦୀପକ ପୁନିଆଙ୍କ ପୂର୍ବରୁ ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ ସ୍ୱର୍ଣ୍ଣ ଜିତିଛନ୍ତି। ତେବେ ଦୀପକଙ୍କ ଏହି ସ୍ଵର୍ଣ୍ଣ ପଦକ ପରେ ଭାରତର ମୋଟ ସ୍ଵର୍ଣ୍ଣ ପଦକ ସଂଖ୍ୟା ୯ କୁ ବୃଦ୍ଧି ପାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

କୁସ୍ତିରେ ସ୍ୱର୍ଣ୍ଣ ପଦକ ଜିତିଲେ ବଜରଙ୍ଗ ପୁନିଆ, ରୌପ୍ୟ ଜିତିଲେ ଅଂଶୁ ମଲିକ

ବର୍ମିଂହାମ: ବର୍ମିଂହାମରେ ଚାଲିଥିବା ୨୦୨୨ କମନୱେଲଥ ଗେମ୍ସରେ ଭାରତର ବଜରଙ୍ଗ ପୁନିଆ ଚମତ୍କାର ପ୍ରଦର୍ଶନ କରିଛନ୍ତି। ୬୫ କିଲୋଗ୍ରାମ ଓଜନ ବର୍ଗରେ କାନାଡାର ରେସଲରଙ୍କୁ ପରାସ୍ତ କରି ବଜରଙ୍ଗ ପୁନିଆ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଭାରତର ବରିଷ୍ଠ ରେସଲର ବଜରଙ୍ଗ ପୁନିଆ କମନୱେଲଥ ଗେମ୍ସରେ କ୍ରମାଗତ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଫ୍ରିଷ୍ଟାଇଲ୍ ୬୫ କିଲୋଗ୍ରାମ ବର୍ଗରେ କାନାଡାର ଲାଚଲାନ୍ ମ୍ୟାକନିଲଙ୍କୁ ୯-୨ରେ ପରାସ୍ତ କରି ସ୍ୱର୍ଣ୍ଣ ଜିତିଛନ୍ତି। ବର୍ମିଂହାମରେ କୁସ୍ତିରେ ଏହା ହେଉଛି ଭାରତର ପ୍ରଥମ ତଥା ମୋଟ ସପ୍ତମ ସ୍ୱର୍ଣ୍ଣ ପଦକ।

ବଜରଙ୍ଗ ଏହା ପୂର୍ବରୁ ୨୦୧୮ କମନୱେଲଥ ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏଥି ସହିତ, ସେ ୨୦୧୪ କମନୱେଲଥ ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ। ଏଥର କୁସ୍ତିରେ ଏହା ହେଉଛି ଭାରତର ଦ୍ୱିତୀୟ ପଦକ। ବଜରଙ୍ଗ ପୂର୍ବରୁ ଅଂଶୁ ମଲିକ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ।

ଭାରତର ଅଂଶୁ ମଲିକ ୫୭ କିଲୋଗ୍ରାମ ଓଜନ ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ତେବେ ସେ ଫାଇନାଲ ମ୍ୟାଚରେ ସ୍ୱର୍ଣ୍ଣ ପଦକ ଜିତିବାରେ ବଞ୍ଚିତ ହୋଇଥିଲେ। ଏହି ଇଭେଣ୍ଟରେ ନାଇଜେରିଆର ଓଡୁନାୟୋ ଆଡେକୁରୋଏ ସ୍ୱର୍ଣ୍ଣ ପଦକ ଜିତିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

କମନୱେଲଥ ଗେମ୍ସରେ ଭାରତକୁ ପ୍ରଥମ ସ୍ଵର୍ଣ୍ଣ: ଭାରୋତ୍ତୋଳନରେ ମିରାବାଇ ଚାନୁଙ୍କୁ ମିଳିଲା ପଦକ

ବର୍ମିଂହାମ: ବର୍ମିଂହାମରେ ଚାଲିଥିବା ୨୦୨୨ କମନୱେଲଥ ଗେମ୍ସରେ ଭାରତର ମିରବାଇ ଚାନୁ ଦେଶ ପାଇଁ ବଡ ସଫଳତା ଆଣିଛନ୍ତି। ମହିଳା ଭାରୋତ୍ତୋଳନରେ ମିରାବାଇ ଚାନୁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଦେଶର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ବ୍ୟତୀତ ସେ ଗେମ ରେକର୍ଡ ମଧ୍ୟ କରିଛନ୍ତି।

ମିରବାଇ ଚାନୁ ମୋଟ ୨୦୧ କିଲୋଗ୍ରାମ ଉଠାଇଛନ୍ତି। ସେ ପ୍ରଥମ ରାଉଣ୍ଡରେ କଲିନ ଆଣ୍ଡ ଜର୍କରେ ୧୦୯ କିଲୋଗ୍ରାମ ଉଠାଇଛନ୍ତି। ବର୍ମିଂହାମ ୨୦୨୨ କମନୱେଲଥ ଗେମ୍ସରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ ଏବଂ ତୃତୀୟ ସାମଗ୍ରିକ ପଦକ। ଏହାପୂର୍ବରୁ ସଙ୍କେଟ ସରଗର ରୌପ୍ୟ ଏବଂ ଗୁରୁରାତ ପୂଜାରୀ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ।