Categories
ଆଞ୍ଚଳିକ

ଓୟୁଜେର ନବ ନିଯୁକ୍ତ ରାଜ୍ୟ କଲ୍ୟାଣ ବୋର୍ଡ ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରଣପୁର: ଓୟୁଜେର ନୟାଗଡ ଜିଲ୍ଲା ସଭାପତି ତଥା ରଣପୁରର ବରିଷ୍ଠ ସାମ୍ବାଦିକ ଆଚାର୍ଯ୍ୟ ବିଶ୍ୱରଂଜନଙ୍କୁ ଓୟୁଜେ ରାଜ୍ୟ ଶାଖା ତରଫରୁ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ସେ ଦୀର୍ଘ ଦିନ ଧରି ନିଷ୍ଠାପର ଭାବେ ଓୟୁଜେର କାର୍ଯ୍ୟ ତୁଲାଉ ଥିବା ହେତୁ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ଓ ରାଜ୍ୟ କର୍ମକର୍ତ୍ତା ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ରଣପୁର ଓୟୁଜେ ତରଫରୁ ଶ୍ରୀଯୁକ୍ତ ମହାନ୍ତିଙ୍କୁ କୃତଜ୍ଞତା ଜଣାଇବା ସହ ନବ ନିଯୁକ୍ତ ରାଜ୍ୟ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଆଚାର୍ଯ୍ୟ ବିଶ୍ୱରଂଜନଙ୍କୁ ରଣପୁର ଓୟୁଜେ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ଏଥି ନେଇ ସାମ୍ବାଦିକମାନଙ୍କୁ ନେଇ ଏକ ବନ୍ଧୁ ମିଳନର କାର୍ଯ୍ୟ ଅନୁଷ୍ଠିତ ହେବା ସହ ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଓ ଟାଙ୍ଗି ବ୍ଲକରେ ବୁଲିଲା ଅହିଂସା ରଥ

ଖୋର୍ଦ୍ଧା: ଚିଲିକା ଓ ଟାଙ୍ଗି ବ୍ଲକରେ ଆଜି ବୁଲିଛି ଅହିଂସା ରଥ। ପ୍ରଥମେ ବାଣପୁର ବ୍ଲକ ପ୍ରଶାସନ ପକ୍ଷରୁ ଚିଲିକା ବ୍ଲକକୁ ଅହିଂସା ରଥ ହସ୍ତାନ୍ତର କରାଯିବା ପରେ ବ୍ଲକ ପରିସର ମଧ୍ୟରେ ଏହାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଅହିଂସା ରଥ ହରିପୁରସ୍ଥିତ ଲକ୍ଷ୍ମୀଧର ସରକାରୀ ଉଚ୍ଚ ବିଦ୍ୟାଳୟକୁ ନିଆଯାଇଥିଲା। ଏଠାରେ ସ୍ବାଗତ କରାଯିବା ସହ ଭିଡ଼ିଓ ମାଧ୍ୟମରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କୁ ସହିଦ ଲକ୍ଷଣ ନାୟକଙ୍କ ଉପରେ ଆଧାରିତ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା। ପରେ ଚିଲିକା ବ୍ଲକର ହାଟବରଡି, ସୋରଣ ଗ୍ରାମପଞ୍ଚାୟତ ଓ କାଳୁପଡାଘାଟ ଠାରେ ମଧ୍ୟ ସ୍ବାଗତ କରାଯାଇଥିଲା।
ଏହାପରେ ରଥକୁ ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ପରିସର ଓ ବଳରାମଦେବ ବିଦ୍ୟାପୀଠରେ ମଧ୍ୟ ବିପୁଳ ସମ୍ବର୍ଦ୍ଧନା କାରଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ବିଡିଓ ଶ୍ରୀ ଜଗଦୀଶ ଷଢଙ୍ଗୀ, ତହସିଲଦାର ଶ୍ରୀ ପ୍ରଦୀପ କୁମାର ସାହୁ, ଟାଙ୍ଗି ବିଡିଓ ସୁଶ୍ରୀ ଐଶ୍ବର୍ଯ୍ୟା ସାମନ୍ତରାୟ, ଟାଙ୍ଗି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିସ୍ମା ମାନଧ୍ୟାତା, ଜିଲ୍ଲା ପରିଷଦ ସଦସ୍ୟ, ଜନ ପ୍ରତିନିଧି, ସାଂସଦ ଓ ବିଧାୟକଙ୍କ ପ୍ରତିନିଧି, ସିଡିପିଓ, ସଂପୃକ୍ତ ଫାଣ୍ତି ଓ ଥାନାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରତ୍ୟେକ ସ୍ଥାନରେ ହାତରେ ତ୍ରୀରଙ୍ଗା ପତାକା ଧରି ଛାତ୍ର ଛାତ୍ରୀ ମାନେ ଉତ୍ସାହର ସହ ଦେଶାତ୍ମବୋଧକ ସଂଗୀତ ତାଳରେ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ବୁଦ୍ଧିଜିବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ,ଆଶା, ଅଙ୍ଗନୱାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା କାଲି ଏହି ରଥ ବୋଲଗଡ ଓ ବେଗୁନିଆ ଗସ୍ତ କରିବ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା

ବାଲୁଗାଁ: ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଦ୍ୱାରା ସୂଚିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ବାଲୁଗାଁ ମହାବିଦ୍ୟାଳୟରେ ନବାଗତ ଏକାଦଶ ଶ୍ରେଣୀର କଳା ଓ ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରାରମ୍ଭରେ ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତ ସ୍ୱାଗତ ଜଣାଇବା ସହିତ ମହାବିଦ୍ୟାଳୟର ବିଭିନ୍ନ ଶୃଙ୍ଖଳା ଓ ସୁବିଧା ସୁଯୋଗ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ଡକ୍ଟର ଜୟନ୍ତୀ ସାମଲ, ଅକ୍ଷୟ ମହାପାତ୍ର, ମୃଦାନୀ ଶଙ୍କର ପ୍ରସାଦ ମିଶ୍ର, ପ୍ରବୀଣ ଜେନା, ସୁବ୍ରତ ତ୍ରିପାଠୀ, ସୁବାସ ଶ୍ରୀଚନ୍ଦନ, ବିଦ୍ୟାଧର ଜୁଝାଇ ସିଂ, ରୋଜାଲିନ ମିଶ୍ର, ତପସ୍ୱିନୀ ନନ୍ଦ, କ୍ରିଷ୍ଣା ସେଠୀ ପ୍ରମୁଖ ଯୋଗ ଦେଇ ସ୍ୱାଗତ କରିବା ସହିତ ନିଜ ବିଷୟର ପ୍ରlସଙ୍ଗିକତା ସମ୍ପର୍କରେ ଅବଗତ କରାଇବା ସହ ମହାବିଦ୍ୟାଳୟର ବିଭିନ୍ନ ଶୈକ୍ଷିକ ଉତ୍କର୍ଷତା ଓ ଗାରିମା ଉପସ୍ଥାପିତ କରିଥିଲେ। ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଏହାକୁ ସଂଯୋଜନା କରିଥିଲେ।

Categories
ଆଞ୍ଚଳିକ

ଚିଲିକାରେ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ଅଗଷ୍ଟ ୧୫ ତାରିଖରୁ ରାଜ୍ୟରେ ଅହିଂସା ରଥ ପରିକ୍ରମାର ଶୁଭାରମ୍ଭ ହୋଇସାରିଛି। ଆସନ୍ତା ୨୮ ତାରିଖରେ ଗଞ୍ଜାମ ଜିଲ୍ଲାରୁ ଖୋର୍ଦ୍ଧା ଜିଲ୍ଲା ଅଭିମୁଖେ ଅହିଂସା ରଥ ଆସିବାର କାର୍ଯ୍ୟକ୍ରମ ରହିଛି। ଯାହାକି ଉକ୍ତ ରଥ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ପୌରାଞ୍ଚଳରେ ଭ୍ରମଣ କରିବ। ଏହି ରଥର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପଦ ଚିହ୍ନ ପଡିଥିବା ବିଭିନ୍ନ ଐତିହସ୍ଥାନଗୁଡ଼ିକ ଭ୍ରମଣ କରିବାକୁ ଥିବାବେଳେ ଉକ୍ତ ରଥକୁ ଭବ୍ୟ ସ୍ୱାଗତ ଜଣାଇବାକୁ ଆଜି ଚିଲିକା ବ୍ଲକ ସଭାଗୃହରେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଗଞ୍ଜାମ ଜିଲ୍ଲାରୁ ଖୋର୍ଦ୍ଧା ଜିଲ୍ଲା ଅଭିମୁଖେ ଆସୁଥିବା ଉକ୍ତ ରଥଟି ଗଞ୍ଜାମ-ଖୋର୍ଦ୍ଧା ସୀମା ତଥା ବାଲୁଗାଁରେ ପହଁଚିବା କ୍ଷଣି ଏହାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବାକୁ ବ୍ଲକ ଅଧିକାରୀ, ଏନଏସି ଅଧ୍ୟକ୍ଷା, କାଉନସିଲର, ସ୍ବେଚ୍ଛାସେବୀ, ସାମ୍ବାଦିକ, ବୁଦ୍ଧିଜୀବୀ, ମେଡିକାଲ କର୍ତ୍ତୁପକ୍ଷ, ଆଶା ଓ ଅଙ୍ଗନବାଡି କର୍ମୀ, ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ସାମିଲ ହେବା ପାଇଁ ବୈଠକରେ ସ୍ଥିର ହୋଇଥିବାର ଜଣାପଡିଛି।

ଅନୁଷ୍ଠିତ ବୈଠକରେ ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା, ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀ କାନ୍ତ ମହାନ୍ତି, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ୱପ୍ନା ରାଣୀ ପାଢ଼ୀ, ସିଡିପିଓ ଅନୁସୁୟା ମିଶ୍ର ଆଦି ଯୋଗଦେଇଥିଲେ। ବୈଠକ ସରିବା ପରେ ସମସ୍ତ ଅଧିକାରି ମାନେ ବାଲୁଗାଁ ମହାବିଦ୍ୟାଳୟ ସମ୍ମୁଖରେ ପହଞ୍ଚି ରଥ ନିମନ୍ତେ ସମ୍ବର୍ଦ୍ଧନା ସ୍ଥଳ ନିରୂପଣ କରିଥିଲେ। ଏହି ସମୟରେ ବାଲୁଗାଁ ଏନଏସି ଅଧ୍ୟକ୍ଷାଙ୍କ ପ୍ରତିନିଧି ସନ୍ତୋଷ ପାଇକରାୟ, ଏନଏସି ବିଜେଡି ସଭାପତି ଜୟ କୃଷ୍ଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Categories
EngExam ଆଜିର ଖବର ସ୍ବାସ୍ଥ୍ୟ

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ନୂତନ ଡାକ୍ତରୀ ଶିକ୍ଷାର୍ଥୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍  ସାଇନ୍‌ସେସ୍ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ନୂତନ ଭାବେ ନାମ ଲେଖାଇଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ମଙ୍ଗଳବାର ଏକ ସ୍ୱତନ୍ତ୍ର ଉତ୍ସବରେ ସାଗତ କରାଯାଇଥିବା ବେଳେ ବିଶ୍ୱବିଦ୍ୟାଳୟର ଚାନ୍‌ସେଲର୍ ପ୍ରଫେସର ଡି.ପି. ରାୟ ସେମାନଙ୍କର ସଫଳତା କାମନା କରିଛନ୍ତି।

ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରି ମାନବିକତା ଓ ନୈତିକତାର ସହ ଉତମ ଡାକ୍ତର ଭାବେ ସମାଜର ସେବା କରିବା ପାଇଁ ପ୍ରଫେସର ରାୟ ଆହ୍ୱାନ ଦେଇଛନ୍ତି। ସ୍ୱାସ୍ଥ୍ୟସେବାକୁ ଏକ ମହାନ ପେସା ଭାବେ ଉଲ୍ଲେଖ କରି ସେ କହିଥିଲେ ଯେ ଏହି ପେସା ଦ୍ୱାରା ସମାଜର କଲ୍ୟାଣ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଅନେକ ସୁଯୋଗ ମିଳିପାରିବ। ଡାକ୍ତରୀ ଶିକ୍ଷା ଗ୍ରହଣ କରିବା ନିମନ୍ତେ ସେମାନେ ଖୁବ୍ ଉଚ୍ଚକୋଟୀର ଶିକ୍ଷାନୁଷ୍ଠାନକୁ ବାଛିଛନ୍ତି। ତେଣୁ ସେମାନଙ୍କୁ କେବେ ବି ଏ ନେଇ ପଶ୍ଚାତାପ କରିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।

ଏହି ଅବସରରେ ଚାନ୍‌ସେଲର କହିଥିଲେ ଯେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୧ରେ ସୋଆ ଦେଶରେ ବିଶ୍ୱବିଦ୍ୟାଳୟ ମାନଙ୍କ ମଧ୍ୟରେ ୨୦ ତମ ସ୍ଥାନରେ ରହିଥିବା ବେଳେ ଓଡ଼ିଶାରେ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ପରିଗଣିତ ହୋଇଛି।

ସେହିପରି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ମଧ୍ୟ ମେଡିକାଲ୍ କଲେଜ କ୍ଷେତ୍ରରେ ଏହି ର‌୍ୟାଙ୍କିଙ୍ଗରେ ଦେଶରେ ୨୧ ତମ ସ୍ଥାନ ହାସଲ କରିଛି। ପ୍ରଫେସର ରାୟ କହିଥିଲେ ଯେ ଶିକ୍ଷା ହେଉଛି ପ୍ରତ୍ୟେକ ନାଗରିକର ମୌଳିକ ଅଧିକାର ଏବଂ ଏହା ନେତୃତ୍ୱ ଗଠନ ଓ ପେସା ନିର୍ଣ୍ଣୟରେ ସହାୟକ ହୋଇଥିବା ବେଳେ ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଉପକୁଳପତି ତଥା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ଏସ୍‌ଏଚ୍‌ଏମ୍ ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍‌ନାଲ୍ ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ଡାକ୍ତର ରାଜେଶ ଲେଙ୍କା, ଆଡିସ୍‌ନାଲ୍ ଡିନ୍ ପ୍ରଫେସର ଅଜୟ କୁମାର ଜେନା ଏବଂ ଆଡିସ୍‌ନାଲ୍ ଡିନ୍ (ପରୀକ୍ଷା) ଡାକ୍ତର ରଚିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସ୍ୱର୍ଣ୍ଣିମ ବିଜୟ ବର୍ଷ ପୂର୍ତ୍ତି: ଚିଲିକାର ବିଭିନ୍ନ ସ୍ଥାନରେ ସ୍ୱର୍ଣ୍ଣିମ ବିଜୟ ମଶାଲକୁ ସ୍ୱାଗତ ସମ୍ବର୍ଦ୍ଧନା

ସୀତାରାମ ଅଗ୍ରୱାଲ

ଚିଲିକା: ୧୯୭୧ ମସିହାର ଭାରତ ଓ ପାକିସ୍ତାନ ଯୁଦ୍ଧ ହେଉଛି ଏକ ସ୍ବର୍ଣ୍ଣିମ ଇତିହାସ। ଯେଉଁ ଯୁଦ୍ଧଦ୍ୱାରା ବାଂଲାଦେଶ ପାଇଥିଲା ନୂତନ ଜୀବନ। ଉକ୍ତ ଯୁଦ୍ଧ ୧୯୭୧ ମସିହା ଡିସେମ୍ବର ୩ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୬ ତାରିଖରେ ସମାପ୍ତ ହୋଇଥିଲା। ଚୁରମାର ହୋଇଯାଇଥିଲା ପାକିସ୍ତାନର ଗର୍ବ ଓ ଅହଂକାର।

ଯୁଦ୍ଧର ଇତିହାସକୁ ଭାରତ ବାସୀଙ୍କ ମନରେ ଉଜ୍ଜୀବିତ ରଖିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୧୬ ତାରିଖ ୨୦୨୦ ମସିହାରେ ଦିଲ୍ଲୀର ଜାତୀୟ ଯୁଦ୍ଧ ମେମୋରିଆଲ ହଲ ଠାରେ ବିଜୟ ମଶାଲ ରେ ପ୍ରଥମେ ଅଗ୍ନି ସଂଯୋଗ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଯାହାକି ଭାରତର କୋଣ ଅନୁକୋଣରେ ଭାରତ ବିଜୟର ଗାଥା ଲୋକମାନଙ୍କ ମନରେ ଉଜ୍ଜୀବିତ କରିବା ସହ ଭାରତବାସୀ ଗର୍ବ ଅନୁଭବ କରିବେ।

ମଶାଲ ଶୋଭାଯାତ୍ରା ୨୦୨୧ ମସିହା ଡିସେମ୍ବର ୧୬ ତାରିଖରେ ଶେଷ ହେବାକୁ ଥିବାବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକାଠାରେ ଥିବା ଆଇଏନଏସ ଚିଲିକାର କମାଣ୍ଡିଙ୍ଗ ଅଫିସର, କମୋରେଡ଼ ଏନ ପି ପ୍ରଦୀପଙ୍କ ନିର୍ଦ୍ଦେଶକ୍ରମେ ଆଇଏନଏସ ଚିଲିକାର ପ୍ରିନସିପାଲ ମେଡିକାଲ ଅଫିସର ସର୍ଜନ କମାଣ୍ଡର ସ୍ମିତାରାଣୀ ନାୟକଙ୍କ ନେତୃତ୍ୱରେ ବଡ଼କୂଳ ପାନ୍ଥନିବାସ ଠାରେ ପହଞ୍ଚିଥିଲା ସ୍ୱର୍ଣ୍ଣିମ ବିଜୟ ମଶାଲ। ସେଠାରେ ମତ୍ସ୍ୟଜୀବୀ ସଂଘ ଉକ୍ତ ମଶାଲକୁ ସ୍ବାଗତ କରିଥିଲେ।

ଏହା ପରେ ଅପରାହ୍ନରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ପହଞ୍ଚିଥିଲା ସ୍ବର୍ଣ୍ଣିମ ବିଜୟ ମଶାଲ। ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକାଙ୍କ ସହ ଏନସିସି ର ଛାତ୍ର ଛାତ୍ରୀମାନେ ମଶାଲକୁ ସ୍ୱାଗତ କରିବା ସହ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ ମଧ୍ୟ କରିଥିଲେ। ସଭାରେ ସର୍ଜନ କମାଣ୍ଡର ସ୍ମିତା ନାୟକ ୧୯୭୧ ମସିହା ଯୁଦ୍ଧର ସେହି ସ୍ବର୍ଣ୍ଣିମ ବିଜୟ ଇତିହାସକୁ ସମସ୍ତଙ୍କ ଆଗରେ ଉପସ୍ଥାପନା କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ଆଗରେ ସହିଦ ହୋଇଥିବା ବୀର ଜବାନ ମାନଙ୍କର ବଳିଦାନକୁ ମନେପକାଇଥିଲେ ଏବଂ ଏହି ବିଜୟ ମଶାଲ ପୁଣି ବାଣପୁରର ଆଦିବାସୀ ବହୁଳ ଅଞ୍ଚଳ ନୀଳାଦ୍ରି ପ୍ରସାଦକୁ ଯାତ୍ରା କରିବା ସହ ପରିଶେଷରେ ସଂନ୍ଧ୍ୟାରେ ବାଣପୁର ପୋଲିସ ଥାନା ପହଞ୍ଚିଥିଲା।

ସ୍ଥାନୀୟ ବିଇଓ କାର୍ଯ୍ୟାଳୟ ନିକଟରୁ ବାଣପୁର ଥାନା ପର୍ଯ୍ୟନ୍ତ ବିଜୟ ମଶାଲକୁ ଗର୍ବର ସହ ପାଛୋଟିନେଇଥିଲେ ସ୍ଥାନୀୟ ବୁଦ୍ଧିଜୀବୀମାନେ। କୋଭିଡ଼ କଟକଣାକୁ ଅନୁପାଳନ କରି ବାଲୁଗାଁ ଏସଡ଼ିପିଓଙ୍କ ତତ୍ୱାବଧାନରେ ବାଣପୁର ଥାନା ପରିସରରେ ଏକ କ୍ଷୁଦ୍ର ସାଧାରଣ ସଭାର ଆୟୋଜନ କରାଯାଇଥିବା ବେଳେ ଏହାକୁ ବାଣପୁର ଆଇଆଇସି ପରିଚାଳନା କରିଥିଲେ।

ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମକବୋଧ ସଂଗୀତ ଗାନ କରାଯିବା ସହ ସ୍ୱର୍ଣ୍ଣିମ ବିଜୟ ଇତିହାସକୁ ଜନସାଧାରଣଙ୍କ ସମ୍ମୁଖରେ ଅବଗତ କରାଯାଇଥିଲା। ତେବେ ଉକ୍ତ ମଶାଲ ଆସନ୍ତାକାଲି ଓଡ଼ିଶାର ରାଜଭବନ ପହଞ୍ଚିବ ବୋଲି ଆଇଏନଏସ ଚିଲିକା ପକ୍ଷରୁ ସୂଚନା ମିଳିଛି।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଆଜି ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଉତ୍ସବରେ ମହାବିଦ୍ୟାଳୟର ଶୈକ୍ଷିକ ପରମ୍ପରା ସହ ଛାତ୍ର ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ତଥା ବୃତ୍ତି ସମ୍ପର୍କରେ ଅବଗତ କରାଯାଇଛି। ଏଥିପାଇଁ ଉଦ୍ଦିଷ୍ଟ ପ୍ରବେଶ ଉତ୍ସବରେ ପ୍ରଥମେ ଯୁକ୍ତ ତିନି ଛାତ୍ର ଛାତ୍ରୀମାନେ ଚନ୍ଦନ ପୁଷ୍ପ ଅର୍ପଣ କରି ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ, ପ୍ରାଧ୍ୟାପକ ଅକ୍ଷୟ କୁମାର ମହାପାତ୍ର, ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ବିଦ୍ୟାଧର ଜୁଝାରସିଂହ, ପତିତପାବନ ପଣ୍ଡା, ବିଜୟ କୁମାର ରାଉତ ପ୍ରମୁଖ ଯୋଗଦେଇ ମହାବିଦ୍ୟାଳୟର ଇତିହାସ, ବିକାଶ, ବୃତ୍ତିଗତ ସୁବିଧା, କ୍ରୀଡା ପ୍ରତିଯୋଗିତା, ବୌଦ୍ଧିକ କାର୍ଯ୍ୟକ୍ରମ, ପରୀକ୍ଷା ବ୍ୟବସ୍ଥା, ସର୍ଜନତ୍ମକ କାର୍ଯ୍ୟକ୍ରମ, ସହ-ପାଠ୍ୟକ୍ରମ, କୋଭିଡ୍ କଟକଣା, ଦୈନନ୍ଦିନ ନିୟମାବଳୀ ଆଦି ଅନେକ ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରାଇଛନ୍ତି।

ଛାତ୍ରୀ ମନସ୍ମିନି ପଣ୍ଡା ଓ ସସ୍ମିତା ଦାଶ ସେମାନଙ୍କର ପ୍ରଥମ ଦିନର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମକୁ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଯୋଜନା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ।