Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜିଓ ପକ୍ଷରୁ ନୂଆ ସୁବିଧା ଓ ଅଫର ସହ ସ୍ୱାଧୀନତାର ୭୫ତମ ବର୍ଷ ପାଳନ

ଭୁବନେଶ୍ୱର: ଦେଶ ସ୍ୱାଧୀନତାର ୭୫ତମ ବର୍ଷ ପାଳନ କରିବା ପାଇଁ ତିନି ସ୍ୱତନ୍ତ୍ର ଅଭିଯାନ ସହ ଜିଓ ପକ୍ଷରୁ ଜିଓ ସ୍ୱାଧୀନତା ଦିବସ ଅଫର ଘୋଷଣା କରାଯାଇଛି ଯାହା ଭାରତୀୟଙ୍କୁ ଜିଓ ଡିଜିଟାଲ୍ ଜୀବନର ନୂତନ ଲାଭ ପ୍ରଦାନ କରିବ। ଏହି ଅଭିଯାନଗୁଡ଼ିକରେ ସାମିଲ ରହିଛି ଏକ “ହର ଘର ତ୍ରିରଙ୍ଗା, ହର ଘର ଜିଓଫାଇବର’ ଅଭିଯାନ ଯାହା ସହ ପୋଷ୍ଟପେଡ୍ ମନୋରଂଜନ ବୋନାଞ୍ଜା ପ୍ଲାନ୍‌ରେ ମାଗଣାରେ ୧୫ ଦିନର ଅତିରିକ୍ତ ଲାଭ, ୨୯୯୯ ଟଙ୍କା ରିଚାର୍ଜ ପ୍ଲାନ୍‌ରେ ୩୦୦୦ ଟଙ୍କା ମୂଲ୍ୟର ଲାଭ ସହ ଜିଓ ସ୍ୱାଧୀନତା ଦିବସ ଅଫର ଏବଂ ୭୫୦ ଟଙ୍କାରେ ଏକ ସ୍ୱତନ୍ତ୍ର ୯୦ ଦିନିଆ ଅସୀମିତ ପ୍ଲାନ୍ ମଧ୍ୟ ସାମିଲ ରହିଛି।

୨୦୨୨ ଅଗଷ୍ଟ ୧୨ରୁ ୧୬ ତାରିଖ ମଧ୍ୟରେ ଜିଓଫାଇବର୍ ପୋଷ୍ଟପେଡ୍ ମନୋରଂଜନ ବୋନାଞ୍ଜା ପ୍ଲାନ୍ ସହ ଯେଉଁମାନେ ଏକ ନୂଆ ଜିଓଫାଇବର ସଂଯୋଗ କିଣିବେ ସେହି ସମସ୍ତ ନୂଆ ଗ୍ରାହକଙ୍କ ପାଇଁ ଜିଓଫାଇବର ସ୍ୱାଧୀନତା ଦିବସ ଅଫର “ହର ଘର ତ୍ରିରଙ୍ଗା, ହର ଘର ଜିଓ ଫାଇବର’ ଉପଲବ୍ଧ ହେବ। ନୂତନ ସଂଯୋଗକୁ ସକ୍ରିୟ କରିବା ସମୟରେ ଯେଉଁ ପ୍ଲାନ୍ ଚୟନ କରାଯାଇଥିବ ଅତିରିକ୍ତ ୧୫ ଦିନ ପାଇଁ ନୂଆ ଗ୍ରାହକଙ୍କ ପାଇଁ ସେହି ଲାଭ ମାଗଣାରେ ଉପଲବ୍ଧ ହେବ। ୪୯୯ ଟଙ୍କା, ୫୯୯ ଟଙ୍କା, ୭୯୯ ଟଙ୍କା ଓ ୮୯୯ ଟଙ୍କାର ପ୍ଲାନ୍ ସହ ୬ ମାସ କିମ୍ବା ୧୨ ମାସ ଅବଧିର ପ୍ଲାନ୍‌ର ପୋଷ୍ଟପେଡ୍ ମନୋରଂଜନ ବୋନାଞ୍ଜା ଅଫର ଚୟନ କରୁଥିବା ନୂଆ ଜିଓଫାଇବର ଗ୍ରାହକଙ୍କ ପାଇଁ ଏହି ଅଫର ପ୍ରଯୁଜ୍ୟ ଅଟେ।

ମୋବାଇଲ୍ ବ୍ୟବହାରକାରୀମାନଙ୍କ ଲାଗି ଜିଓ ପକ୍ଷରୁ ୨୯୯୯ ଟଙ୍କାର ବାର୍ଷିକ ରିଚାର୍ଜ ପ୍ଲାନ୍‌ରେ “ଜିଓ ସ୍ୱାଧୀନତା ଦିବସ ଅଫର’ ଘୋଷଣା କରାଯାଇଛି ଯାହା ସହିତ ରହିଛି ଅତିରିକ୍ତ ୭୫ ଜିବିର ହାଇ ସ୍ପିଡ୍ ଡାଟା, ଆଇକ୍ସିଗୋ, ନେଟ୍‌ମେଡ୍‌ସ ଓ ଆଜିଓର ରିହାତି କୁପନ୍ ଭାବେ ୩୦୦୦ ଟଙ୍କା ମୂଲ୍ୟର ଅତିରିକ୍ତ ଲାଭ। ୨୯୯୯ ଟଙ୍କିଆ ପ୍ଲାନ୍‌ରେ ମିଳୁଥିବା ଦୈନିକ ୨.୫ ଜିବି ହାଇ ସ୍ପିଡ୍ ଡାଟା, ଡିଜ୍‌ନି+ହଟ୍‌ଷ୍ଟାର୍‌ର ମାଗଣା ଏକ ବର୍ଷିଆ ମୋବାଇଲ୍ ସବ୍‌ସ୍କ୍ରିପ୍‌ସନ୍‌, ମାଗଣା ଅସୀମିତ ଭଏସ୍ କଲ୍‌, ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ଓ ଜିଓ ଆପ୍‌ର ମାଗଣା ସବ୍‌ସ୍କ୍ରିପନ୍ ବାଦ ଏହି ଲାଭ ମିଳିବ।

ସେହିପରି, ନୂଆ “୭୫୦ ଟଙ୍କିଆ ଅସୀମିତ’ ପ୍ଲାନ୍‌ରେ ୯୦ ଦିନର ବୈଧତା ରହିଛି ଓ ଅସୀମିତ ଡାଟା-ଦୈନିକ ୨ ଜିବିର ହାଇସ୍ପିଡ୍ ଡାଟା ପରେ ୬୪ କେବିପିଏସ୍‌ର ଅସୀମିତ ଡାଟା, ଅସୀମିତ ଭଏସ୍ କଲ୍‌, ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌, ଜିଓ ଆପ୍‌ର ମାଗଣା ସବ୍‌ସ୍କ୍ରିପ୍‌ସନ୍ ଏବଂ ଅତିରିକ୍ତ ୧୦୦ ଏମ୍‌ବି ହାଇସ୍ପିଡ୍ ଡାଟା ସମେତ ଏକ ସାମଗ୍ରିକ ଲାଭର ପ୍ୟାକେଜ୍ ଏହା ପ୍ରଦାନ କରୁଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର

ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ: ୭୫ଜଣ ସୃଜନଶୀଳ ପ୍ରତିଭାଙ୍କୁ ମିଳିବ କଳା ପ୍ରଦର୍ଶନର ବିଶେଷ ସୁଯୋଗ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ତମ ବର୍ଷ ଉପଲକ୍ଷେ ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅମୃତ କାଳରେ ଆସନ୍ତା ନଭେମ୍ବର ୨୦ରୁ ୨୮ ତାରିଖ ପର‌୍ୟ୍ୟନ୍ତ ଗୋଆଠାରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ର ୫୨ତମ ସଂସ୍କରଣ ଆୟୋଜନ କରାଯିବ।

ଏହି ପରିପ୍ରେକ୍ଷୀରେ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଦେଶର ୭୫ ଜଣ ସୃଜନଶୀଳ ପ୍ରତିଭାମାନଙ୍କୁ ମଞ୍ଚ ପ୍ରଦାନ କରିବା ଉଦ୍ଦେଶ୍ୟରେ ‘୭୫ କ୍ରିଏଟିଭ୍ ମାଇଣ୍ଡସ୍ ଅଫ୍ ଟୁମୋରୋ’ ପ୍ରତିଯୋଗିତା ଆୟୋଜନ କରାଯିବ। ଆଇଏଫଏଫଆଇ ଏସିଆ ମହାଦେଶର ସବୁଠୁ ପୁରୁଣା ଏବଂ ସର୍ବବୃହତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ। ତେଣୁ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ପ୍ରତିଯୋଗିତା ମାଧ୍ୟମରେ ସାରା ଦେଶର ୭୫ ଜଣ ଯୁବ ପ୍ରତିଭାଶାଳୀ ଚଳଚ୍ଚିତ୍ର ନିର୍ମାତା ସେମାନଙ୍କର କଳା ଓ ସୃଜନଶୀଳତା ପ୍ରଦର୍ଶନ ନିମନ୍ତେ ଆବଶ୍ୟକ ସୁଯୋଗ ପାଇପାରିବେ। ପ୍ରତିଯୋଗିତା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ୭୫ ଜଣ ସୃଜନଶୀଳ ପ୍ରତିଭାମାନଙ୍କୁ ଚୟନ କରାଯିବ। ସେମାନଙ୍କୁ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ୫୨ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଅଂଶଗ୍ରହଣ କରିବା ଲାଗି ଆମନ୍ତ୍ରଣ କରାଯିବ।

ଅତିକମରେ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ର/ଅଡିଓ (ଫିଚର/ଅଣଫିଚର) ମାଧ୍ୟମରେ ଏହି ପ୍ରତିଭାମାନେ ସେମାନଙ୍କର କଳାକୌଶଳ ପ୍ରଦର୍ଶନ କରିବେ। ଚଳଚ୍ଚିତ୍ର ନିର୍ଦ୍ଦେଶନା, ଏଡିଟିଂ, ସିନେମାଟୋଗ୍ରାଫୀ, ସାଉଣ୍ଡ ରେକର୍ଡିଂ, ଅଭିନୟ, ପ୍ରଚ୍ଛଦ ପଟ୍ଟ ଗାୟନ, ପ୍ରଡକ୍ସନ ଡିଜାଇନ କିମ୍ବା ଚିତ୍ରନାଟ୍ୟ ରଚନା କ୍ଷେତ୍ରରେ ସେମାନଙ୍କୁ ନିଜର ପ୍ରତିଭା ଓ କୌଶଳ ପ୍ରଦର୍ଶନ କରିବା ଲାଗି ସୁଯୋଗ ଦିଆଯିବ। ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିବା ପ୍ରତିଯୋଗୀମାନେ ଶେଷ ତାରିଖ ଅର୍ଥାତ୍ ଅକ୍ଟୋବର ୩୦ ତାରିଖ ସୁଦ୍ଧା ସେମାନଙ୍କର ଆବେଦନପତ୍ର ପଠାଇପାରିବେ।

ଏଥିରେ ଭାଗ ନେବା ଲାଗି ସର୍ବାଧିକ ବୟସ ସୀମା ୩୫ ବର୍ଷ ରଖାଯାଇଛି। ବିଶିଷ୍ଟ ବିଚାରକମାନେ ଆବେଦନକାରୀମାନଙ୍କ ଆବେଦନର ବିଚାର କରି ପ୍ରତିଯୋଗିତା ନିମନ୍ତେ ଚୟନ କରିବେ। ଏ ସମ୍ପର୍କରେ ଅଧିକ ବିସ୍ତୃତ ବିବରଣୀ ଏବଂ ଆବେଦନପତ୍ର https://dff.gov.in/images/News/[email protected]  ରେ ଉପଲବ୍ଧ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶା ମାଟିର ୬ ଜଣ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ଉନ୍ମୋଚନ ହେବ ସ୍ୱତନ୍ତ୍ର ଲଫାପା

ଭୁବନେଶ୍ବର: ଦେଶ ସ୍ୱାଧୀନତାର ୭୫ତମ ବର୍ଷ ଉପଲକ୍ଷେ ଦେଶବ୍ୟାପୀ ପାଳନ କରାଯାଉଛି ଆଜାଦୀ କା ଅମୃତ ମହୋତ୍ସବ। ଏହି ପରିପ୍ରେକ୍ଷୀରେ ଡାକ ବିଭାଗ ପକ୍ଷରୁ ଓଡ଼ିଶାର ୬ ଜଣ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ସ୍ୱାଧୀନତା ସଂଗ୍ରାମର ଅପରିଚିତ ନାୟକମାନଙ୍କ ସ୍ମୃତିରେ ସ୍ୱତନ୍ତ୍ର ଲଫାପା ଉନ୍ମୋଚନ କରାଯିବ। ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଓଡ଼ିଶା ଡାକ ପରିମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ବିଶେଷ କାର୍ଯ୍ୟକ୍ରମରେ ମହାନ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ, ସହିଦ ବାଜି ରାଉତ, ସହିଦ ଜୟୀ ରାଜଗୁରୁ, ଚାଖି ଖୁଂଟିଆ, ଚକରା ବିଷୋୟୀ ଏବଂ ପାର୍ବତୀ ଗିରିଙ୍କ ଉପରେ ଏହି ଲଫାପା ଉନ୍ମୋଚନ କରାଯିବ।

ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। କେନ୍ଦ୍ର ସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କାର୍ଯ୍ୟକ୍ରମରେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ଉଭୟ କେନ୍ଦ୍ର ମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପରିବାର ସଦସ୍ୟଙ୍କ ସହିତ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀମାନଙ୍କ ଦ୍ୱାରା ୬ଟି ସ୍ୱତନ୍ତ୍ର ଲଫାପା ଉନ୍ମୋଚନ ହେବା ପରେ ପ୍ରଥମ ଆଲବମ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେବେ।

ଭାରତ ସରକାରଙ୍କ ସଂଚାର ମନ୍ତ୍ରଣାଳୟ ଅଧୀନ ଡାକ ବିଭାଗର ସଚିବ ବିନୀତ ପାଣ୍ଡେ ସ୍ୱାଗତ ଭାଷଣ ପ୍ରଦାନ କରିବେ। ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଶୁଭେନ୍ଦୁ ସ୍ୱାଇଁ ଉଦଘାଟନୀ ଅଭିଭାଷଣ ପ୍ରଦାନ କରିବେ। ଡାକ ବିଭାଗ ମହାନିର୍ଦ୍ଦେଶକ ଆଲୋକ ଶର୍ମା ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିବେ।

ଏହି କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଦ୍ୱିତୀୟ ପିଢ଼ିର ଦାୟାଦ ଭରତ କୁମାର ଗିରି, ଚକରା ବିଷୋଇଙ୍କର କେହି ବଂଶଜ ନଥିବାରୁ ଚକରା ବିଷୋଇ ସାଂସ୍କୃତିକ ଏକାଡେମୀର ସଭାପତି ଜଗବନ୍ଧୁ ଜେନା, ସହିଦ ବକ୍ସି ଜଗବନ୍ଧୁଙ୍କ ଷଷ୍ଠ ପିଢ଼ିର ବଂଶଜ ତଥା ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଚାଖି ଖୁଂଟିଆଙ୍କ ବଂଶର ଚତୁର୍ଥ ପିଢ଼ି ହଜୁରି ଭୀମସେନ ଖୁଂଟିଆ, ସହିଦ ବାଜି ରାଉତଙ୍କ ପୁତୁରା କୁଳମଣି ରାଉତ, ଜୟୀ ରାଜଗୁରୁଙ୍କ ବଂଶର ଷଷ୍ଠ ପିଢ଼ି ଦୟାନନ୍ଦ ମହାପାତ୍ର ଓ ତ୍ରିଦେବ ନନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।