ସୀତାରାମ ଅଗ୍ରୱାଲ
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଉଳାବନ୍ଧ ପଂଚାୟତରେ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କ କାର୍ଯ୍ୟକ୍ରମ ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀରୁ ତିନି ଜଣିଆ ଟିମ ଆଜି ପୂର୍ବାହ୍ନରେ ପହଞ୍ଚିଛନ୍ତି। ଏସଏଚଜି ମହିଳାମାନଙ୍କୁ ଭେଟି ବିଭିନ୍ନ କାର୍ଯ୍ୟ ସମ୍ବନ୍ଧରେ ସମୀକ୍ଷା କରିବା ସହ ସ୍ୱାବଲମ୍ଭି ଦିଗରେ ଆଲୋଚନା କରିଛନ୍ତି।
ସୂଚନା ମୁତାବକ ବଉଳାବନ୍ଧ ପଂଚାୟତରେ ୧୨୦ ଏସଏଚଜି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରହିଥିବା ବେଳେ କେଉଁ କେଉଁ ଗ୍ରୁପ କଣ କଣ କାର୍ଯ୍ୟ କରୁଛନ୍ତି ଓ ସରକାରଙ୍କ ପକ୍ଷରୁ ଆସୁଥିବା ଋଣକୁ କିଭଳି ବିନିଯୋଗ କରାଯାଉଛି, ତାହା ବୁଝିବା ସହ ବିଭିନ୍ନ ଆଲୋଚନା କରାଯାଇଥିଲା। ଯାହାକି ଏସଏଚଜି ମହିଳାମାନେ ନିଜ ଉଦ୍ୟମରେ ଫିନାଇଲି, ଅଗରବତୀ, ମହମବତୀ ଆଦି ପ୍ରସ୍ତୁତ କରି ସ୍ଥାନୀୟ ବଜାରରେ ବିକ୍ରି କରି ସ୍ୱାବଲମ୍ଭି ହେଉଛନ୍ତି।
ଅନୁଷ୍ଠିତ ସମୀକ୍ଷା ବୈଠକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡ଼ାଇରେକ୍ଟର ରାଘବେନ୍ଦ୍ର ପ୍ରତାପ ସିଂ, ଆର ଏଲ ଅନିଲି କୁମାର ସିଂ,ଏମ୍ ଏମ୍ ସୋମନାଥ ଚୌଧୁରୀ, ଓଏଲମ ଡିପାର୍ଟମେଣ୍ଟରୁ ବିଭୁ ସନ୍ତୋଷ ବେହେରା, ଦେବସ୍ମିତା ମହାନ୍ତି, ଭାନୁ ପ୍ରତାପ ସ୍ବାଇଁ, ପଦ୍ମଲୋଚନ ରାଉତରାୟ, ଖୋର୍ଦ୍ଧା ଡ଼ିପିଏମ ବିବେକ ବେହୁରିଆ, ଚିଲିକା ବ୍ଲକ ବିପିଏମ ଦାୟିତ୍ୱରେ ଥିବା ବିଜୟ କୁମାର ସାହୁ, ବିଏଲସି ସ୍ମିତା ଜାହ୍ନବୀ ନନ୍ଧ, ବ୍ଲକ ପ୍ରୋଜେକ୍ଟ କୋଡ଼ିନେଟର ମିଶନ ଶକ୍ତି ବିପ୍ଳବ ମଲ୍ଲିକ, ଏମବିକେ ମନିସା ଜେନା, ବଉଳାବନ୍ଧ ସରପଞ୍ଚ ରଶ୍ମିତା ବେହେରା, ନାଏବ ସରପଞ୍ଚ ନରେନ୍ଦ୍ର କୁମାର ପଲାଇ ଓ ସିଆରପିଙ୍କ ସମେତ ଏସଏଚଜି ମହିଳାମାନେ ଉପସ୍ଥିତ ଥିଲେ।