Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାର ଶିକାର ହେଲେ କିରନ୍ ଖେର, ସେୟାର କଲେ ସ୍ୱାସ୍ଥ୍ୟ ଅପଡେଟ୍

ନୂଆଦିଲ୍ଲୀ: ଅଭିନେତ୍ରୀ-ରାଜନେତା କିରନ୍ ଖେର୍ କୋଭିଡ୍ ପଜିଟିଭ୍ ହୋଇଥିବା ଜଣାପଡିଛି। ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ କରୋନା ପଜିଟିଭ୍ ବୋଲି କିରନ୍ ସୂଚନା ଦେଇଛନ୍ତି। ଏହା ସହିତ ସେ ତାଙ୍କର ସ୍ୱାସ୍ଥ୍ୟ ଅପଡେଟ୍ ମଧ୍ୟ ସେୟାର କରିଛନ୍ତି ଏବଂ ଯିଏ ତାଙ୍କ ସଂସ୍ପର୍ଶରେ ଆସିଛି, ସେମାନେ କରୋନା ପରୀକ୍ଷା କରିବାକୁ ସେ ନିବେଦନ କରିଛନ୍ତି।

ପ୍ରକାଶ ଥାଉ କି କିରନ୍ ଖେର ୨୦୨୧ରେ ଏକ ପ୍ରକାର ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ବହୁ ଚିକିତ୍ସା ପରେ କିରନ୍ ଖେର ଆରୋଗ୍ୟ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ତାଙ୍କ ସ୍ୱାମୀ ତଥା ଅଭିନେତା ଅନୁପମ ଖେର ଏବଂ ପୁଅ ସିକନ୍ଦର ଖେର ଏହି ଅଦ୍ୟତନକୁ ସେୟାର କରିଛନ୍ତି ଯେ, ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି। କର୍କଟ ରୋଗ ସହ ଯୁଦ୍ଧରେ ଜିତିବା ପରେ କିରନ୍ ଖେର ରିଆଲିଟି ସୋ ‘ଇଣ୍ଡିଆସ ଗଟ୍ ଟ୍ୟାଲେଣ୍ଟ୍’ରେ ବିଚାରପତି ଭାବରେ ନଜର ଆସିଥିଲେ। ପ୍ରକାଶ ଯେ, ୧୯୮୫ ରେ ଅନୁପମ ଖେର ଏବଂ କିରନ୍ ଖେର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଅନୁପମଙ୍କ ପୂର୍ବରୁ କିରଣ ବ୍ୟବସାୟୀ ଗୌତମ ବେରୀଙ୍କୁ ବିବାହ କରିଥିଲେ।