Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟ ସରକାରଙ୍କ ବଡ ଘୋଷଣା: ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକଙ୍କୁ ମିଳିବ ଟୀକା

ଭୁବନେଶ୍ବର: ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକଙ୍କୁ ଟୀକା ଦେବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଡାକ୍ତର, ନର୍ସ, ପାରାମେଡିକ ଷ୍ଟାଫଙ୍କ ପରିବାର ଲୋକଙ୍କୁ ଟୀକା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଏନେଇ ସ୍ୱାସ୍ଥ୍ୟ ଏସିଏସ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସୂଚନା ଦେଇଛନ୍ତି। ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଏବଂ ସିଡିଏମଓଙ୍କୁ ଚିଠି ଲେଖି ଏସିଏସ ନିର୍ଦ୍ଦେଶ ଦେଇଛନ୍ତି। ନିଜ ନିଜ ଜିଲ୍ଲାରେ ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକଙ୍କୁ ଟୀକା ଦେବାକୁ ଏସିଏସ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ କର୍ମୀଙ୍କ ସଂସ୍ପର୍ଶରେ ପରିବାର ଲୋକ ଆସୁଥିବାରୁ ସେମାନଙ୍କୁ ସଂକ୍ରମଣ ଭୟ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନୂଆପଡା ଜିଲ୍ଲାର ୨୭ ବର୍ଷୀୟ ସ୍ୱାସ୍ଥ୍ୟ କର୍ମୀ ମୃତ: ତିନି ଦିନ ପୂର୍ବରୁ ନେଇଥିଲେ କରୋନା ଟିକା

ଭୁବନେଶ୍ବର: କରୋନା ଟିକା ନେବାର ତିନି ଦିନ ପରେ ରାଜ୍ୟର ଜଣେ ୨୭ ବର୍ଷୀୟ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ହୋଇଛି। ମୃତ ସ୍ଵାସ୍ଥ୍ୟକର୍ମୀଙ୍କ ଘର ନୂଆପଡା ଜିଲ୍ଲାର ବୋଲି ଜଣାପଡିଛି। ସେ ୨୩ ଜାନୁୟାରୀରେ କରୋନା ଟିକା ନେଇଥିଲେ। ତାଙ୍କର ଆଜି ସକାଳେ ସମ୍ବଲପୁରର ଭୀମସାର ହସ୍ପିଟାଲରେ ମୃତ୍ୟୁ ହୋଇଛି। କିନ୍ତୁ ଟିକା ଯୋଗୁଁ ତାଙ୍କର ମୃତ୍ୟୁ ହୋଇନଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ  କୁହାଯାଇଛି। ଏହାସହିତ କରୋନା ଟିକା ନେଇଥିବା ଆଉ ଦୁଇଜଣ ସ୍ଵାସ୍ଥ୍ୟ କର୍ମୀ ଅସୁସ୍ଥ ହୋଇପଡିଥିବା ଖବର ମିଳୁଛି।

ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ନୂଆପଡା ଜିଲ୍ଲାର ଜଣେ ୨୪ ବର୍ଷିୟା ମହିଳା ଏବଂ ଝାରସୁଗୁଡା ଜିଲ୍ଲାର ଜଣେ ୨୩ ବର୍ଷୀୟ ପୁରୁଷ ଟିକା ନେବା ପରେ ଅସୁସ୍ଥ ହୋଇପଡିଥିଲେ। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି।

Categories
ଆଞ୍ଚଳିକ

ପ୍ରଥମ ପର୍ଯ୍ୟାୟ ଟିକାକାରଣ: ବାଲୁଗାଁ ହସ୍ପିଟାଲରେ ଟିକା ନେଲେ ସ୍ୱାସ୍ଥ୍ୟ କର୍ମୀ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଭାରତ ଇତିହାସ ପାଇଁ ଏକ ଐତିହାସିକ ଦିନ। ବିଶ୍ବରେ କରୋନା ମହାମାରୀ ତାଣ୍ଡବ ରଚି କୋଟି କୋଟି ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଥିଲା। ବିଶ୍ବରେ ଏହି ଭୂତାଣୁ ଯୋଗୁଁ ୨୦ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ଭାରତରେ ମଧ୍ୟ ୧ ଲକ୍ଷ ୫୨ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି।

ତେବେ ଏହି ମହାମାରୀକୁ ରୋକିବା ପାଇଁ ବିଶ୍ଵର ଅନ୍ୟ ଦେଶ ଅପେକ୍ଷା ଭାରତ ଆଗରେ ରହିଛି। ଭାରତ ଏକା ସଙ୍ଗେ ଦୁଇ ଦୁଇଟି କରୋନା ଟିକା ପ୍ରସ୍ତୁତ କରି ସବୁ ଦେଶକୁ ଚକିତ କରିଛି। ଭାରତ ପରି ଏକ ଜନ ବହୁଳ ରାଷ୍ଟ୍ରରେ କରୋନାକୁ ରୋକିବାର ଏକ ଚିନ୍ତାର ବିଷୟ ହୋଇପଡିଥିଲା। କିନ୍ତୁ ଆଜି ତାହାର ଅନ୍ତ ଘଟିଛି। ଆଜି ଠାରୁ ଭାରତରେ ଟିକାକାରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଏହି ଟିକାକାରଣ ପ୍ରକ୍ରିୟାକୁ ଶୁଭଉଦଘାଟନ କରିଛନ୍ତି।

ଏହି ଆଧାରରେ ଖୋର୍ଦ୍ଧା ଜିଲ୍ଲାର ବିମସି କୁ ବାଦଦେଇ ବାଲୁଗାଁ, ଖୋର୍ଦ୍ଧା, ଜଟଣୀ ମେଣ୍ଢାଶାଳ ଓ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୬୧୫ଟି ଭାଇଲ ପହଁଚିଛି। ମୋଟ ୬୧୫୦ଜଣଙ୍କୁ ଏହି କରନା ଟୀକା ଦିଆଯିବା ପାଇଁ ଆଜି ଟୀକା ଦାନ କାର୍ଯ୍ୟକ୍ରମ ଚାଲିଛି। ଭି.ଓ-୧-ଆଜି ପ୍ରଥମ ପର୍ଯ୍ୟାୟ ଟିକାଦାନ ବାଲୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡକ୍ଟର, ନର୍ସ, ସଫେଇ କର୍ମଚାରୀ ଓ ସମସ୍ତ କର୍ମଚାରୀଙ୍କୁ ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଖୋର୍ଦ୍ଧା ଜିଲ୍ଲା ଡିପିସିଏଚଓ ପ୍ରସନ୍ନ କୁମାର ମହାପାତ୍ର ଯୋଗ ଦେଇ ଆନୁଷ୍ଠାନିକ ଟୀକା କରଣ ଆରମ୍ଭ କରିଥିଲେ। ସମ୍ପୁର୍ଣ୍ଣ ଟୀକା ପ୍ରଦାନ କାର୍ଯ୍ୟକୁ ପରିଚାଳନା ଦାଇତ୍ୱରେ ଅଛନ୍ତି ବାଲୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦିବ୍ୟଶକ୍ତି ଚାନ୍ଦ। ଡାକ୍ତର ଚାନ୍ଦଙ୍କ ସୂଚନା ଅନୁସାରେ ପ୍ରଥମେ ଆଜି ୧୦୦ଜଣଙ୍କୁ ଟୀକା ଦିଆଯିବ। ଏଠାରେ  ମୋଟ ୫୧୫ ଜଣଙ୍କୁ ୩ଟି ପର୍ଯ୍ୟାୟରେ ଟୀକା ଦିଆଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆସନ୍ତା ୧୬ ରୁ ଆରମ୍ଭ ହେବ କରୋନା ଟିକାକାରଣ

ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖରୁ କରୋନା ଟିକାକାରଣ ଆରମ୍ଭ ହେବ। ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ କର୍ମୀଙ୍କୁ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ୨୭ କୋଟି ଲୋକଙ୍କୁ ଟିକାକାରଣରେ ସାମିଲ କରାଯିବ। ଏହି ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ବୟସ୍କ ଏବଂ ରୋଗାକ୍ରାନ୍ତ ଲୋକଙ୍କୁ ଟିକା ଦିଆଯିବ। ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଟିକାକାରଣ ନେଇ ନିଷ୍ପତ୍ତି ହୋଇଛି। ଏହି ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ସାମିଲ ଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଭବାନୀପାଟଣା: ଅସ୍ଥାୟୀ କୋଭିଡ ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସିଲେ କୋଭିଡ ଯୋଦ୍ଧା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସମଗ୍ର ଦେଶରେ ମହାମାରୀର ରୂପ ନେଇ ଥିବା କୋଭିଡ-୧୯ ର ମୁକାବିଲା ପାଇଁ ସରକାର ଯୁଦ୍ଧ କାଳୀନ ଭିତ୍ତିରେ କୋଭିଡ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଅସ୍ଥାୟୀ ଡାକ୍ତର ଖାନା ଓ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି କରିଥିଲେ। କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ନିଯୁକ୍ତ ସ୍ୱାସ୍ଥ୍ୟକର୍ମୀ ମାନେ ନିଜ ଜୀବନକୁ ବିପନ୍ନ କରି ଦିନରାତି ସଂକ୍ରମିତ ରୋଗୀ ମାନଙ୍କ ସେବା ପ୍ରଦାନ କରିଥିଲେ। ରାଜ୍ୟ ସରକାର ଏହି କୋଭିଡ ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସମ୍ମାନିତ କରିବା ପରିବର୍ତ୍ତେ କୋଭିଡ ସଂକ୍ରମଣ କମିବା ପରେ ରାଜ୍ୟ ସରକାର ନିଯୁକ୍ତି ପାଇଥିବା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଚାକିରିରୁ ବାହାର କରି ଦେଇଛନ୍ତି ଫଳରେ ଏହି କୋଭିଡ ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀ ମାନେ ଭବାନୀପାଟଣା ସ୍ଥିତ ଅସ୍ଥାୟୀ କୋଭିଡ ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସି ରହିଛନ୍ତି। ଜିଲ୍ଲାରେ ନିଯୁକ୍ତ ୭୨ ଜଣ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି। ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି କୋଭିଡ ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଠାରୁ ପ୍ରକାଶ।