Categories
ଆଞ୍ଚଳିକ

ଆଜି ଚିଲିକାରେ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅଗଷ୍ଟ ୩୧ ତାରିଖରେ ସାରା ରାଜ୍ୟରେ ପୋୖରାଞ୍ଚଳ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଅଛି। ଏହି ଅବସରରେ ଖୋର୍ଦ୍ଧାଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଓ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ପତାକା ଉତ୍ତୋଳନ ପରେ ବିଧାୟକ ମହୋଦୟ ଉପସ୍ଥିତ ଥିବା କର୍ମଚାରୀ ଏବଂ ବିଜ୍ଞାପିତ ଅଂଚଳ ବାସିନ୍ଦାଙ୍କୁ ଉଦବୋଧନ ଦେଇ ଅଞ୍ଚଳକୁ ସରସସୁନ୍ଦର କରିବାକୁ ହେଲେ କର୍ମଚାରୀ ମାନଙ୍କୁ ନିଷ୍ଠାପର କାର୍ଯ୍ୟ କରିବାକୁ ପଡିବ ବୋଲି କହିଥିଲେ। ଏନଏସି ର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା କରିବା ସମେତ ଜନ ହିତକର କାର୍ଯ୍ୟକ୍ରମ ପାଇଁ ପରାମର୍ଶ ଦେଇଥିଲେ।

ପ୍ରକାଶ ଥାଉକି ସ୍ୱାୟତ୍ତଶାସନ ଉପଲକ୍ଷେ ବିଧାୟକ ଶ୍ରୀ ଜଗଦ୍ଦେବ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୂକ୍ତ ଥିବା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ବିଜେପି ପକ୍ଷରୁ ଏହାକୁ ଦୃଢ଼ବିରୋଧ କରାଯିବାରୁ ଉକ୍ତ କର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଆବାସଯୋଜନାର ହିତାଧିକାରୀ ମାନଙ୍କର କାର୍ଯ୍ୟାଦେଶକୁ ପ୍ରଶାସନ ତରଫରୁ ସେମାନଙ୍କ ଘରେ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିବାକୁ ବିଜେପି ଦାବି କରିଛି।

Categories
ଆଞ୍ଚଳିକ

ବାଣପୁର ଏବଂ ବାଲୁଗାଁ ଏନ.ଏ.ସି ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ସୀତାରାମ ଅଗ୍ରୱାଲ 

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଏନ.ଏ.ସି ଅଞ୍ଚଳରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଅଛି। ଉକ୍ତ ଦୁଇଟି ସହରର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇଥିଲେ। ବିଧାୟକ ସର୍ବପ୍ରଥମେ ବାଲୁଗାଁ ଏନ.ଏ.ସି କାର୍ଯ୍ୟାଳୟରେ ପହଁଚି କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ଏହାପରେ ଗାନ୍ଧୀଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ନିଜର ଅଭିଭାଷଣରେ ବିଧାୟକ ଆଗାମୀ ଦିନରେ ବାଲୁଗାଁ ସହରର ସର୍ବାଙ୍ଗୀନ ଉନ୍ନତି ସହ ସହରର ଡ୍ରେନେଜ ଏବଂ ଆଲୋକୀକରଣ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କାଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ସ୍ଵେଚ୍ଛାସାଥି ମାନେ ଉପସ୍ଥିତ ଥିଲେ।

ବାଲୁଗାଁ ଗସ୍ତ ପରେ ବିଧାୟକ ବାଣପୁର ଏନ.ଏ.ସି କାର୍ଯ୍ୟାଳୟରେ ପହଁଚି ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ଏହାପରେ ସହିଦ କୃତିବାସ ପାଟଶାଣୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବାଣପୁର ଏନ.ଏ.ସି କାର୍ଯ୍ୟାଳୟ ପରିସରରେ ବିଧାୟକ ନିଜର ଅଭିଭାଷଣରେ ଆଗାମୀ ଦିନରେ ବାଣପୁର ସହରରେ କେତେ ଗୋଟି ଉନ୍ନୟନ ଯୋଜନା ମାନ ନିଶ୍ଚିତ ରୂପେ କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶୃତି ଦେଇଥିଲେ। ସେଗୁଡିକ ହେଲା ଏନ.ଏ.ସି ରେ ଜଳ ନିଷ୍କାସନ ପାଇଁ ଡ୍ରେନେଜ ନିର୍ମାଣ, ସ୍ମାର୍ଟ ସ୍ମଶାନ ନିର୍ମାଣ, ସ୍ମାର୍ଟ ପାର୍କ ନିର୍ମାଣ ଏବଂ ଅଲଗା ଅଲଗା ଭେଣ୍ଡିଙ୍ଗ ଜୋନ ପ୍ରତିଷ୍ଠା(ଉଭୟ ପରିବା ଏବଂ ମାଛ, ମାଂସ ବିକ୍ରେତାଙ୍କ)। ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।