Categories
ଆଜିର ଖବର ରାଜ୍ୟ ଖବର

ହଂସତୁଳିରେ ଅଗ୍ନିକାଣ୍ଡ, ଛଅ ଜଣଙ୍କ ଘର ପୋଡି ନଷ୍ଟ

ବେଗୁନିଆପଡା ( ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ର ହଂସତୁଳି ଗ୍ରାମରେ ଗତକାଲି ରାତିରେ କୌଣସି କାରଣରୁ ଭୟାଭୟ ଅଗ୍ନିକାଣ୍ଡ ଘଟି ଛକ ସାହିର ଛବିତା ଡାକୁଆ, ରଙ୍କ ଡାକୁଆ, ନାରାୟଣ ଡାକୁଆ, ଅଜୟ ନାୟକ, ପ୍ରଭାକର ନାୟକଙ୍କ ଘର ସଂପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇଥିବା ବେଳେ ନିଆଁ ଲିଭାଇବା ବେଳେ ଏବଂ ଅଗ୍ନିକାଣ୍ଡର ପ୍ରଭାବରେ ତ୍ରିନାଥ ପାତ୍ରଙ୍କ ଆଜବେଷ୍ଟ ଘର ଟି ମଧ୍ୟ ନଷ୍ଟ ହୋଇ ଯାଇଅଛି। ଏହି ସବୁ ପରିବାର ଗୁଡିକ ଦିନ ମଜୁରିଆ ଶ୍ରେଣୀର ହୋଇ ଥିବା ବେଳେ ସେମାନଙ୍କୁ ସରକାରୀ ସ୍ତରରୁ ହେଉ କିମ୍ବା ଯେ କୌଣସି ବଦାନ୍ୟ ବ୍ୟକ୍ତିବିଶେଷ ମାନେ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି।

ଅଗ୍ନିକାଣ୍ଡ ର କାରଣ ଜଣାପଡିନଥିବା ବେଳେ ଅଗ୍ନିକାଣ୍ଡ ଫଳରେ ବହୁ ମୂଲ୍ୟବାନ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। କୋଦଳା ଅଗ୍ନିଶମ ବାହିନୀ ସମେତ ଗ୍ରାମବାସୀ ମାନେ ମିଶି ନିଆଁ କୁ ଆୟତ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ବେଗୁନିଆପଡା ବ୍ଲକର ହଂସତୁଳି ଗ୍ରାମ କଣ୍ଟେନମେଣ୍ଟ ସହ ବିଭିନ୍ନ ପଞ୍ଚାୟତକୁ ବଫର ଜୋନ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ

ପିଣ୍ଟୁ ବିଶୋୟୀ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ କରୋନା ସଂକ୍ରମଣ ସାମ୍ନାକୁ ଆସିବାରେ ଲାଗିଛି। ଏଥିଲାଗି ବିଭିନ୍ନ ପଞ୍ଚାୟତ ଗୁଡିକୁ ସରପଞ୍ଚମାନେ ସଟଡାଉନ ଘୋଷଣା କରିଛନ୍ତି। ତେବେ ତାଳସର ପଞ୍ଚାୟତର ହଂସତୁଳି ଗ୍ରାମରେ ସାତ କରୋନା ପଜେଟିଭ ଚି଼ହ୍ନଟ ହେବା ପରେ ଏହି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ।

ଏଥିସହ ତାଳସର ପଞ୍ଚାୟତର ଗୋପାଳପୁର, ଭାବିନୀପୁର, ତାଳସର ଓ ସଣ୍ଡମୂଳ ପଞ୍ଚାୟତର ରାହାଡା ଏବଂ ଅଙ୍ଗାରଗାଁ ପଞ୍ଚାୟତର ନୂଆଗଡ଼, ଫାରକାପଲି ଓ କୁମ୍ଭାରଗାଁ ପଞ୍ଚାୟତର ତାଳଗାଁକୁ ବଫର ଜୋନ ଭାବେ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ। ସଂକ୍ରମଣ ଅଧିକ ନ ବ୍ୟାପିବା ପାଇଁ ଏ ଅଂଚଳରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରଯାଇଛି। ଏଥି ସହ ଆଜି ହଂସତୁଳି ଗ୍ରାମକୁ କୋଦଳା ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଛି।