Categories
ଆଜିର ଖବର ଖେଳ ରାଜ୍ୟ ଖବର

ଭୁବନେଶ୍ୱର ଠାରେ 29 ତମ ଆନ୍ତଃ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଭୁବନେଶ୍ଵର: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ରେଳବାଇ ସୁରକ୍ଷା ବଳ ଆନୁକୂଲ୍ୟରେ 27 ରୁ 30 ସେପ୍ଟେମ୍ବର 2023 ମଧ୍ୟରେ ଆୟୋଜିତ ଚାରି ଦିନିଆ 29 ତମ ଆନ୍ତଃ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ କିଟ ଷ୍ଟାଡିୟମ ଠାରେ ଉଦଯାପିତ ହୋଇଯାଇଅଛି।

ଉତ୍ତର ରେଳପଥ ଆରପିଏଫ୍ ହକି ଟିମ୍ ଦକ୍ଷିଣ ପୂର୍ବ ରେଳପଥ ଆରପିଏଫ୍ ହକି ଦଳକୁ 2-0 ଗୋଲରେ ପରାସ୍ତ କରି ଚାମ୍ପିଅନସିପ୍ ଟ୍ରଫି ହାସଲ କରିଛି। ଦକ୍ଷିଣ ରେଳପଥର ବିନୋଦ କୁମାର ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଏବଂ ଉତ୍ତର ରେଳପଥର ସୁଖବିନ୍ଦର ସିଂ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବରେ ବିବେଚିତ ହୋଇଛନ୍ତି।

ଉଦଯାପନ ଦିବସରେ ଆୟୋଜିତ ଫାଇନାଲ ମ୍ୟାଚରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ରେଳପଥର ପ୍ରମୁଖ ସୁରକ୍ଷା ଆୟୁକ୍ତ ଏବଂ ଆଇଜି / ଆରପିଏଫ୍ ଆଲୋକ ବୋହରାଙ୍କ ଉପସ୍ଥିତିରେ ସମ୍ପୃକ୍ତ ଆରପିଏଫ୍ ହକି ଦଳକୁ ଚାମ୍ପିୟନ ଟ୍ରଫି ଏବଂ ରନର୍ସ ଅପ୍ ଟ୍ରଫି ପ୍ରଦାନ କରିଛନ୍ତି।

ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ବହୁ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଦୀର୍ଘ ଚାରିଦିନ ବ୍ୟାପି ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ରେଳବାଇର ଆଠ ଗୋଟି ରେଳବାଇ ସୁରକ୍ଷାବଳ ହକି ଟିମ ଯଥା ଉତ୍ତର ରେଳପଥ (ନୂଆ ଦିଲ୍ଲୀ), ଦକ୍ଷିଣ ପୂର୍ବ ରେଳପଥ (କୋଲକାତା), ପଶ୍ଚିମ ରେଳପଥ (ମୁମ୍ବାଇ), ଉତ୍ତର ପୂର୍ବ ରେଳପଥ (ଗୋରଖପୁର), ଦକ୍ଷିଣ ରେଳପଥ (ଚେନ୍ନାଇ), ପଶ୍ଚିମ କେନ୍ଦ୍ରୀୟ ରେଳପଥ (ଜବଲପୁର), କେନ୍ଦ୍ରୀୟ ରେଳପଥ (ମୁମ୍ବାଇ) ଓ ରେଳବାଇ ସୁରକ୍ଷା ବଳ ସ୍ୱତନ୍ତ୍ର ବାହିନୀ (ନୂଆ ଦିଲ୍ଲୀ) ପ୍ରମୁଖ ଭାଗ ନେଇଥିଲେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଭୁବନେଶ୍ୱର ଠାରେ ୨୯ ତମ ଆନ୍ତଃ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଭୁବନେଶ୍ଵର: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ରେଳବାଇ ସୁରକ୍ଷା ବଳ ଆନୁକୂଲ୍ୟରେ ୨୯ ତମ ଆନ୍ତଃ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ କିଟ ଷ୍ଟାଡିୟମ ଠାରେ ଉଦ୍ଘାଟିତ ହୋଇଯାଇଅଛି।

ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ.ଏସ. ବାଜୱା ଗତକାଲି ସନ୍ଧ୍ୟାରେ ରେଳବାଇ ସୁରକ୍ଷାବଳ ମହାନିରୀକ୍ଷକ ତଥା ମୁଖ୍ୟ ସୁରକ୍ଷା ଆୟୁକ୍ତ ଶ୍ରୀ ପିବିଏମ ସାନ୍ତାରାମ ଓ ଅନ୍ୟାନ ବରିଷ୍ଠ ରେଳବାଇ ଅଧିକାରୀ ମାନଙ୍କ ଉପସ୍ଥିତିରେ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିବା ସହିତ ଆୟୋଜିତ ମାର୍ଚ୍ଚଫାଷ୍ଟରେ ଅଭିବାଦନ ଗ୍ରହଣ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ।

ଚଳିତ ମାସ ୨୭ ତାରିଖରୁ ୩୦ ତାରିଖ ମଧ୍ୟରେ ଦୀର୍ଘ ଚାରିଦିନ ବ୍ୟାପି ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ରେଳବାଇର ଆଠ ଗୋଟି ରେଳବାଇ ସୁରକ୍ଷାବଳ ହକି ଟିମ ଯଥା ଉତ୍ତର ରେଳପଥ (ନୂଆ ଦିଲ୍ଲୀ), ଦକ୍ଷିଣ ପୂର୍ବ ରେଳପଥ (କୋଲକାତା), ପଶ୍ଚିମ ରେଳପଥ (ମୁମ୍ବାଇ), ଉତ୍ତର ପୂର୍ବ ରେଳପଥ (ଗୋରଖପୁର), ଦକ୍ଷିଣ ରେଳପଥ (ଚେନ୍ନାଇ), ପଶ୍ଚିମ କେନ୍ଦ୍ରୀୟ ରେଳପଥ (ଜବଲପୁର), କେନ୍ଦ୍ରୀୟ ରେଳପଥ (ମୁମ୍ବାଇ) ଓ ରେଳବାଇ ସୁରକ୍ଷା ବଳ ସ୍ୱତନ୍ତ୍ର ବାହିନୀ (ନୂଆ ଦିଲ୍ଲୀ) ପ୍ରମୁଖ ଭାଗ ନେଇଛନ୍ତି।

୨୯ ତମ ଆନ୍ତଃ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଏବଂ ଉଦଯାପନୀ ଉତ୍ସବ ଆସନ୍ତା ୩୦ ତାରିଖ (ଶନିବାର) ଦିନ ଅନୁଷ୍ଠିତ ହେବ।