Categories
ଆଜିର ଖବର ରାଜ୍ୟ ଖବର

ଗାଡି ଧକ୍କାରେ ଯୁବକ ମୃତ!, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ଥାନା ହିଂଜାମୁରା ନିକଟସ୍ଥ ସିରଗିଡା ନାଳ ବୁଲାଣିରେ ଏକ କାର୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଯୁବକ ଜଣଙ୍କ ବାଟଗାଁ ଗ୍ରାମର ବାବୁଲି ଦେହୁରୀ (୪୪)ବୋଲି ଜଣାପଡିଛି।

ସୂଚନା ଅନୁସାରେ ବାବୁଲି ଗତକାଲି ସଂନ୍ଧ୍ୟା ୮ଟା ବେଳେ ବାଟଗାଁ ରୁ ବାଇକ ଯୋଗେ ନାକଟିଦେଉଳ ପଟକୁ ଆସୁଥିବା ବେଳେ ଏକ କାର୍ ଧକ୍କା ଦେଇ ଫେରାର ହୋଇଯାଇଥିଲା। ତେବେ ବାବୁଲାଙ୍କୁ ଗୁରୁତର ଆହତ ଅବସ୍ଥାରେ ଆମ୍ବୁଲାନ୍ସରେ ରେଢ଼ାଖୋଲ ଆଣୁଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ ନାକଟିଦେଉଳ ପୋଲିସ ପହଂଚି ଅନୁସନ୍ଧାନ ଜାରି ରଖିଥିବା ଜଣାପଡିଛି। ଆଜି ଦୁର୍ଘଟଣା ଘଟାଇଥିବା କାର୍ କୁ ରେଢାଖୋଲ ନିକଟସ୍ଥ ଏକ ଢାବା ନିକଟରୁ ଜବତ କରାଯାଇଛି। ହେଲେ ଗାଡି ଚାଳକ ଫେରାର୍ ଥିବା ଜଣା ପଡିଛି।

ମୃତକଙ୍କ ସାନ ଭାଇଙ୍କ ଅଭିଯୋଗ ସାହେବୀ ଗ୍ରାମର ସରପଞ୍ଚ ରାମଚନ୍ଦ୍ର ସାହୁ ମୋ ଭାଇଙ୍କୁ ଗାଡି ଚପାଇ ହତ୍ୟା କରିଛି। ଦୁର୍ଘଟଣା କରି ସେ ରେଢାଖୋଲ =କୁ ଫେରାର୍ ମାରିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଗତକାଲି ସେଇ ରାସ୍ତାରେ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ବବୁଲୁ ସାହୁ 
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅଧିନସ୍ଥ ନୂଆଗାଁ ପଂଚାୟତ ପଦ୍ମପୁର ଗ୍ରାମର ପୂର୍ଣ୍ଣ ଶବରର ମୃତଦେହ ସେହି ଗ୍ରାମର ଜଗବନ୍ଧୁ ଶବରଙ୍କ କୂଅରେ ଭାସୁଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି । କୂଅରେ ଏକ ଶବ ଭାସୁଥିବାର ଦେଖି ଜଗବନ୍ଧୁ ପାଖ ପଡୋଶୀ ଏବଂ ପୋଲିସକୁ ଖବର ଦେଇଥିଲେ । ସଂଧ୍ୟା ସମୟରେ ପୋଲିସ ଶବ ଉଦ୍ଧାର କରିନପାରି ଆରଦିନ ସକାଳୁ ଅଗ୍ନିଶମ ବିଭାଗ ସହାୟତାରେ କୂଅ ଭିତରୁ ଶବକୁ ଉଦ୍ଧାର କରି ଚିହ୍ନଟ ହେବାପରେ ଡାକ୍ତରୀ ମାଇନା ପାଇଁ ଧର୍ମଗଡ ପଠାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।

୩୮ ବର୍ଷୀୟ ପୂର୍ଣ୍ଣ ଶବର କେଗାଁ ଆସି ବ୍ୟାଙ୍କରୁ ଟଙ୍କା ଉଠାଣ କରିବା ପରେ ଘରକୁ ଫେରିନଥିବା ବେଳେ ଘର ଲୋକେ ଖୋଜାଖୋଜି କରୁଥିଲେ । ନିଜ ଗ୍ରାମର ଜଗବନ୍ଧୁ ଶବରଙ୍କ କୂଅରେ ଶବ ପଡିଥିବା ବେଳେ ମୃତ ଶରୀରରେ କ୍ଷତଚିହ୍ନ ଓ ଆଖିପତାରେ ରକ୍ତବର୍ଣ୍ଣ ଥିବାର ପ୍ରତ୍ୟକ୍ଷଦର୍ଶୀ ମାନଙ୍କ ସୂତ୍ରରୁ ପ୍ରକାଶ । ପରିବାର ପକ୍ଷରୁ ଏହା ଏକ ସୁଚିନ୍ତିତ ହତ୍ୟା କାଣ୍ଡ ହୋଇଥାଇ ପାରେ ବୋଲି ପରିବାର ଲୋକେ ଏବଂ ଗ୍ରାମବାସୀ ସନ୍ଦେହ ପ୍ରକାଶ କରୁଥିବାର ଜଣାପଡିଛି ।