Categories
ଅପରାଧ ଆଜିର ଖବର ଜାତୀୟ ଖବର

କୃଷକ ନେତାଙ୍କୁ ହତ୍ୟା ଉଦ୍ୟମ ଘଟଣା: ସନ୍ଦିଗ୍ଧ ଯୁବକ କହିଲେ ଜଣେ ପୋଲିସ ଅଧିକାରୀ ଦେଇଥିଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜାନୁୟାରୀ ୨୬ ରେ ଟ୍ରାକ୍ଟର ରାଲି କରିବା ଲାଗି ଚାଷୀ ଜିଦ ଧରି ବସିଛନ୍ତି। ସେପଟେ ସରକାର କୃଷି ଆଇନକୁ ରଦ୍ଦ କରିବା ଲାଗି ରାଜି ହେଉନାହିଁ। କିନ୍ତୁ ଏହା ଭିତରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କ ଧ୍ୟାନ କୃଷକ ଆନ୍ଦୋଳନ ଉପରେ ପଡ଼ିଛି। ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀ ମାନଙ୍କ ମଧ୍ୟରୁ ଏକ ସନ୍ଦିଗ୍ଧ ଯୁବକଙ୍କୁ ଧରାଯାଇଛି।

ଏହି ସନ୍ଦିଗ୍ଧ ଯୁବକଜଣଙ୍କ କହିଛନ୍ତି ଯେ, ୨୬ ଜାନୁୟାରୀ ଦିନ ଚାରି ଜଣ କୃଷକ ନେତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ସେ ଆସିଥିଲେ। ସେହି ଯୁବକଙ୍କ ନାମ ଯୋଗେଶ ଅଟେ। ସେ ହରିୟଣା ସୋନିପତ ଜିଲ୍ଲାର ବାସିନ୍ଦା ବୋଲି ଜଣା ପଡିଛି।

ଯୋଗେଶ କହିଛି କି, କୃଷକ ନେତାଙ୍କୁ ହତ୍ୟାକରିବା ଲାଗି ସୋନିପତ ଅନ୍ତର୍ଗତ ରାଈ ଥାନର ଏସଏଚଓ ପ୍ରଦୀପ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବର୍ତ୍ତମାନ ପ୍ରଦୀପ ନାମରେ କୌଣସି ଏସଏଚଓ ସେହି ଥାନାରେ କାର୍ଯ୍ୟରତ ନାହାନ୍ତି।