Categories
ଆଜିର ଖବର ଜାତୀୟ ଖବର

‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ଡିପି ପରିବର୍ତ୍ତନ କରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟର ଡିପି ବଦଳାଇ ତ୍ରିରଙ୍ଗା ରଖିଛନ୍ତି। ହର ଘର ତ୍ରିରଙ୍ଗା ଭାବନାରେ ସଭିଏଁ ଏପରି କରିବାକୁ ସେ କହିଛନ୍ତି।

୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, ‘ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ଆସନ୍ତୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟର ଡିପି ବଦଳାଇବା ଏବଂ ଏହି ନିଆରା ପ୍ରୟାସକୁ ସମର୍ଥନ ଦେବା ଯାହା କି ଆମ ଦେଶପ୍ରେମ ଭାବନା ଏବଂ ଆମ ଭିତରେ ଥିବା ସମ୍ପର୍କକୁ ଅଧିକ ଗଭୀର କରିବ’।

Categories
ଆଜିର ଖବର ରାଜ୍ୟ ଖବର

ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେଲେ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର : ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଦେଶ ଆଜି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ସ୍ୱାଧୀନତାର ଅମୃତ ମହୋତ୍ସବ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ଅବସରରେ ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ଠାରେ ଆୟୋଜିତ ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଯୋଗ ଦେଇଛନ୍ତି।

ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ସମେତ ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତା ଓ ଜନସାଧାରଣ ତ୍ରିରଙ୍ଗା ପତାକାକୁ ହାତରେ ଧରି ଏହି ଯାତ୍ରାରେ ସାମିଲ ହୋଇଥିଲେ।
ଆଗାମୀ ୨୫ ବର୍ଷର ଅମୃତ କାଳଖଣ୍ଡ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ବିଶେଷ ଭାବେ ଯୁବପିଢୀଙ୍କ ପାଇଁ ସ୍ୱତନ୍ତ୍ର ଆହ୍ୱାନ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

ଯୁବପିଢୀଙ୍କୁ ସ୍ୱାଧୀନତା ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ସଂଗ୍ରାମ ଏବଂ ବଳିଦାନ ସଂପର୍କରେ ଭଲଭାବେ ଅବଗତ କରାଇବା ଏହି ଯାତ୍ରାର ମୂଳ ଲକ୍ଷ୍ୟ। ସ୍ୱାଧୀନତା ସଂଗ୍ରାମରୁ ଶକ୍ତି ଏବଂ ସ୍ୱାଧୀନତା ସେନାନୀଙ୍କ ବିଚାର ଓ ସଂକଳ୍ପକୁ ପାଥେୟ କରି ଆସନ୍ତା ଅମୃତ କାଳଖଣ୍ଡରେ ଭାରତବର୍ଷକୁ ଆତ୍ମନିର୍ଭର, ବିଶ୍ୱର ଶ୍ରେଷ୍ଠ ଦେଶ ଏବଂ ବିଶ୍ୱଗୁରୁ ଭାବେ ଗଢି ତୋଳିବା ପାଇଁ ଯୁବପୀଢିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଆଜିର ଏହି ଅମୃତ ବେଳାରେ ଯୁବପିଢୀ ସଂକଳ୍ପ ନେବା ଆବଶ୍ୟକ ବୋଲି ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି।

ଏହି ଅମୃତ ମହୋତ୍ସବ କାଳଖଣ୍ଡରେ ମୋଦୀ ସରକାରଙ୍କ ୮ବର୍ଷ ଶାସନ ମଧ୍ୟରେ ଓଡ଼ିଆ ଅସ୍ମିତା ପାଇଁ ତାଙ୍କ ଭୂମିକା ଅତୁଳନୀୟ। ସମସ୍ତ କ୍ଷେତ୍ରରେ ମୋଦି ସରକାର ଆଜି ଓଡ଼ିଆଙ୍କୁ ସମ୍ମାନୀତ କରିଛନ୍ତି। ନିଜ ମନ୍ତ୍ରୀମଣ୍ଡଳରେ ୩ ଓଡ଼ିଆଙ୍କୁ ମନ୍ତ୍ରୀ କରିବା ସହ ସମସ୍ତ ପ୍ରଶାସନିକ କ୍ଷେତ୍ରରେ ଓଡ଼ିଆଙ୍କୁ ପ୍ରାଥମିକତା ଦେଇଛନ୍ତି। ସେହିଭଳି ସର୍ବୋପରି ଦେଶର ପ୍ରଥମ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ପଦରେ ଅଳଂକୃତ ହୋଇଥିବା ଶ୍ରୀମତୀ ଦ୍ରୌପଦୀ ମୁୁର୍ମୁ ଆମ ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ସମଗ୍ର ଭାରତ ବର୍ଷରେ ଘରେ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଭାରତୀୟ ଜନତା ପାଟି ଅଗଷ୍ଟ ୯ କ୍ରାନ୍ତିଦିବସଠାରୁ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇ ସ୍ୱାଧୀନତା ଦିବସରେ ଶେଷ ହୋଇଛି। ତ୍ରିରଙ୍ଗା ମାଧ୍ୟମରେ ଜାତୀୟତାବାଦ, ରାଷ୍ଟ୍ରବାଦ ପ୍ରଚାର କରିବା ସହ ଦେଶପ୍ରେମ ଜାଗ୍ରତ କରିବା ଭାରତୀୟ ଜନତା ପାର୍ଟିର ଉଦ୍ଦେଶ୍ୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହି ପଦଯାତ୍ରାରେରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜିଲ୍ଲା ପ୍ରଭାରୀ ଶ୍ରୀ ଶାରଦା ଶତପଥୀ, ଜିଲ୍ଲା ସଭାପତି ଶ୍ରୀ ଗୌତମ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମତୀ ସ୍ମୃତିରେଖା ପହି, ଅନୁସୂଚିତ ଜାତି ମୋର୍ଚ୍ଚାରାଜ୍ୟ ସଂଯୋଜକ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଵୀର ସୁରେନ୍ଦ୍ର ସାଏ ଯୁବକ ସଂଘ ତରଫରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

କନ୍ଦର୍ପ ବେହେରା

ରେଢ଼ାଖୋଲ: ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ସରାପାଲି ଗ୍ରାମର ଵୀର ସୁରେନ୍ଦ୍ର ସାଏ ଯୁଵକ ସଂଘ ଆନୁକୁଲ୍ୟରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତର ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କି ଆମୃତ୍ ଉତ୍ସବ ଉପଲକ୍ଷେ ଯୁଵକ ସଂଘର ଉପସଭାପତି ସହଦେଵ ଚନ୍ଦନଙ୍କ ପରିଚାଳନାରେ ଅନୁଷ୍ଠିତ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଚନ୍ଦ୍ରମଣି ସାହୁ, ପ୍ରଦୀପ ଵିଶ୍ଵାଳ, ରାଜ କିଶୋର ବିଶ୍ଵାଳ, ଭୋଳାନାଥ ସାହୁ,ଷଡାନନ୍ଦ କର୍ମୀ, ସୋନାଲି ସାହୁ, ଜୟଦେଵ ପ୍ରଧାନ ଓ ପିପୁଲ୍ ସାହୁ ପ୍ରମୁଖ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇ ସମସ୍ତ ପରିଵାରକୁ ସଚେତନ କରିବାକୁ ଆଗେଇ ଆସିବାକୁ କହିଥିଲେ।

ସତ୍ୟ,ଶାନ୍ତି, ମୈତ୍ରୀ, ଏକତା, ଧୈର୍ଯ୍ୟ ଓ ଭାଇଚାରା ର ପ୍ରତୀକ ତ୍ରିରଙ୍ଗା ପତାକାକୁ ପ୍ରତି ଘରେ ଉଡାଇବା ସହିତ ସମ୍ମାନ ପ୍ରଦର୍ଶନ ପୂର୍ବକ ସ୍ଵାଧୀନ ଦେଶ ର ନାଗରିକ ଭାବେ ନିଜକୁ ଉତ୍ସାହିତ କରିବାକୁ ଅନୁରୋଧ କରାଯାଇଥିଲା।