Categories
ଆଜିର ଖବର ଜାତୀୟ ଖବର

ଶପଥ ଗ୍ରହଣ ବେଳେ ଜୟ ପାଲେଷ୍ଟାଇନର ସ୍ଲୋଗାନ ଦେଲେ ଓୱାଇସି: ଏହି ପଦକ୍ଷେପ ନେଲେ ପ୍ରୋଟେମ୍ ସ୍ପିକର

ନୂଆଦିଲ୍ଲୀ: AIMIM ସଭାପତି ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱାଇସି ଏକ ନୂତନ ବିବାଦ ସୃଷ୍ଟି କରିଛନ୍ତି। ଆଜି ଯେତେବେଳେ ସେ ଶପଥ ଗ୍ରହଣ କରିବାକୁ ଲୋକସଭାରେ ପହଞ୍ଚିଥିଲେ, ଶପଥ ଗ୍ରହଣ କରିବା ପରେ ସେ ଜୟ ପାଲେଷ୍ଟାଇନର ସ୍ଲୋଗାନ ଦେଇଥିଲେ, ଏହା ପରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ, ପ୍ରୋଟେମ୍ ସ୍ପିକର ସଂସଦର ପ୍ରକ୍ରିୟାରୁ ଏହି ଶବ୍ଦକୁ ହଟାଇ ଦେଇଛନ୍ତି।

ସେହି ସମୟରେ ଲୋକସଭାର ବାଚସ୍ପତି ଦାୟିତ୍ୱରେ ଥିବା ରାଧା ମୋହନ ସିଂ ସଦସ୍ୟମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ଶପଥ ବ୍ୟତୀତ ଅନ୍ୟ କୌଣସି ରେକର୍ଡ ହେବ ନାହିଁ। ଏହି ହଟ୍ଟଗୋଳ କିଛି ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା, ଏହା ପରେ ପୁଣିଥରେ ଶପଥ ଗ୍ରହଣ ସମାରୋହ ଆରମ୍ଭ ହୋଇଥିଲା। ପ୍ରୋଟେମ୍ ବାଚସ୍ପତି ଭର୍ତ୍ତୁହରି ମହତାବ ଖୁବ୍ ଶୀଘ୍ର ବାଚସ୍ପତି ଆସନକୁ ଫେରି କହିଥିଲେ ଯେ, କେବଳ ଶପଥର ରେକର୍ଡ କରାଯାଉଛି।

ସେ କହିଥିଲେ ଯେ, “ଶପଥ ବ୍ୟତୀତ ଅନ୍ୟ କୌଣସି କଥା ଉଲ୍ଲେଖ ନକରିବାକୁ ମୁଁ ଏହା ପୂର୍ବରୁ ମଧ୍ୟ ଅନୁରୋଧ କରିଥିଲି। ଏହାକୁ ପାଳନ କରାଯିବା ଉଚିତ।”

ଅସଦୁଦ୍ଦିନ ଓୱାଇସି କ’ଣ କହିଥିଲେ?:

ଏହି ପ୍ରସଙ୍ଗରେ AIMIM ମୁଖ୍ୟଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଗଣମାଧ୍ୟମକୁ ସେ କହିଛନ୍ତି ଯେ, “ସମସ୍ତେ ଅନେକ କଥା କହୁଛନ୍ତି। ମୁଁ କେବଳ କହିଲି “ଜୟ ଭୀମ, ଜୟ ମିମ, ଜୟ ତେଲେଙ୍ଗାନା, ଜୟ ପାଲେଷ୍ଟାଇନ।” ଏହା କିପରି ବିରୋଧୀ, ସମ୍ବିଧାନର ବ୍ୟବସ୍ଥାକୁ ଦେଖାନ୍ତୁ। ମହାତ୍ମା ଗାନ୍ଧୀ ମଧ୍ୟ ପାଲେଷ୍ଟାଇନ ବିଷୟରେ ଯାହା କହିଥିଲେ, ତାହା ପଢିବା ଉଚିତ୍।

ସେ କାହିଁକି ପାଲେଷ୍ଟାଇନ ବିଷୟରେ ଉଲ୍ଲେଖ କରିଛନ୍ତି ବୋଲି ପଚରାଯିବାରୁ ସେ କହିଛନ୍ତି ଯେ ସେମାନେ ପୀଡିତ। ଏହାପୂର୍ବରୁ ୨୦୧୯ ମସିହାରେ ଯେତେବେଳେ ସେ ଶପଥ ଗ୍ରହଣ କରିଥିଲେ, ଓୱାଇସି “ଜୟ ଭୀମ, ଆଲ୍ଲା-ଓ-ଆକବର ଏବଂ ଜୟ ହିନ୍ଦ” ଶବ୍ଦ ସହିତ ଶପଥ ଗ୍ରହଣ କରିଥିଲେ।

ସେପଟେ ଅସଦୁଦ୍ଦିନ ଓୱାଇସି ଶପଥ ଗ୍ରହଣ କରିବା ମାତ୍ରେ ବିଜେପି ସାଂସଦମାନେ ‘ଜୟ ଶ୍ରୀ ରାମ’ର ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହି ସ୍ଲୋଗାନରେ ଅସନ୍ତୁଷ୍ଟ ହୋଇ ଓୱାଇ ଉର୍ଦ୍ଦୁରେ ଶପଥ ଗ୍ରହଣ କରି “ଜୟ ଭୀମ, ଜୟ ମିମ, ଜୟ ତେଲେଙ୍ଗାନା, ଜୟ ପାଲେଷ୍ଟାଇନ” କହି ଶେଷ କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଭାରତ-ପାକିସ୍ଥାନ ଟି-୨୦ ବିଶ୍ୱକପ ମ୍ୟାଚ ଉପରେ ପ୍ରଶ୍ନ ଉଠାଇଲେ ଓୱାଇସି, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଟି-୨୦ ବିଶ୍ୱକପ ମ୍ୟାଚକୁ ନେଇ ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ବିସିସିଆଇକୁ ପ୍ରଶ୍ନ କରିଛନ୍ତି। ଓୱାଇସି କହିଛନ୍ତି ଯେ, ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପାକିସ୍ତାନ ସହ କ୍ରିକେଟ୍ ମ୍ୟାଚ୍ ଖେଳୁଛି କାହିଁକି? ସେଠାରେ ଭାରତୀୟ ଦଳକୁ ଖେଳିବାର ନଥିଲା। ଭାରତ ଅପେକ୍ଷା ପାକିସ୍ତାନ ସହିତ କ୍ରିକେଟ୍ ମ୍ୟାଚ୍ ଅଧିକ ଗୁରୁତ୍ୱପୂର୍ଣ୍ଣ କି? ଏସିଆ କପ୍ ଖେଳିବାକୁ ପାକିସ୍ତାନ ଯିବେ ନାହିଁ, ବରଂ ତାଙ୍କ ସହ ଅଷ୍ଟ୍ରେଲିଆରେ ଖେଳିବେ। ଇଏ କି ପ୍ରେମ। ଯଦି ତୁମେ ପାକିସ୍ତାନ ସହିତ ଖେଳୁ ନାହଁ? ତେବେ ଏହା ଟେଲିଭିଜନ ପାଇଁ ୨ ହଜାର କୋଟି କ୍ଷତି ତ ହେବ, ହେଲେ ଏହା ଭାରତଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କି?

ଓୱାଇସି ଏକ କାର୍ଯ୍ୟକ୍ରମରେ ଜୟ ଶାହାଙ୍କ ବିବୃତ୍ତି ବିଷୟରେ ଏକ ପ୍ରଶ୍ନର ଉତ୍ତର ଦେଉଥିଲେ ଯେଉଁଥିରେ ବିସିସିଆଇ ସଚିବ କହିଥିଲେ ଯେ, ଏସିଆ କପ୍ ଏକ ନିରପେକ୍ଷ ସ୍ଥାନରେ ଖେଳାଯିବ। କାରଣ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ। ଉଲ୍ଲେଖ ଯୋଗ୍ୟ ଯେ, ଜୟ ଶାହା ମଧ୍ୟ ଏସୀୟ କ୍ରିକେଟ୍ ପରିଷଦର ମୁଖ୍ୟ ଅଟନ୍ତି। ଓୱାଇସିଙ୍କୁ ପଚରାଯାଇଥିଲା କି ଟି-୨୦ ବିଶ୍ୱକପ ମ୍ୟାଚ, ଭାରତ କିମ୍ବା ପାକିସ୍ତାନ କିଏ ଜିତିବ? ଏହା ଉପରେ ସେ କହିଥିଲେ ଯେ, ‘ମୁଁ ଜାଣେ ନାହିଁ ଏହି ମ୍ୟାଚ୍ କିଏ ଜିତିବ, କିନ୍ତୁ ମୁଁ ଚାହୁଁଛି ଭାରତ ଜିତୁ ଏବଂ ଶାମି ଓ ସିରାଜଙ୍କ ଭଳି ଆମ ପିଲାମାନେ ପାକିସ୍ତାନକୁ ପରାସ୍ତ କରନ୍ତୁ।’ ଏହି ସମୟ ମଧ୍ୟରେ ସେ ମୁସଲିମ ଖେଳାଳିଙ୍କ ଟ୍ରୋଲ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ।