Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଗାଡ଼ିରେ ହାଇ ସିକ୍ୟୁରିଟ ନମ୍ବର ପ୍ଲେଟ ଲଗାଇବାର ସମୟ ବଢିଲା

ଭୁବନେଶ୍ବର: ଆଜି ରାଜ୍ୟ ପରିବହନ ବିଭାଗ ଗାଡିରେ ହାଇ ସିକ୍ୟୁରିଟ ନମ୍ବର ପ୍ଲେଟ ଲଗାଇବା ସମୟ ସୀମା ବୃଦ୍ଧି କରିଛନ୍ତି। କାରଣ ଆଜି ଅର୍ଥାତ ସେପ୍ଟେମ୍ବର 30 ତାରିଖ ଥିଲା ଶେଷ ତାରିଖ। ଏହାପରେ ଯେଉଁମାନେ ସ୍ଲଟ ବୁକିଂ କରିବା ତାହା ଆଉ ହେବ ନାହିଁ।

ହେଲେ ରାଜ୍ୟରେ ଏହି ନମ୍ବର ପ୍ଲେଟ ଲଗାଇବାରେ ବିଭିନ୍ନ ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ଏହାର ଅବଧୀ ଆଉ ଏକ ମାସ ପାଇଁ ବୃଦ୍ଧି କରିଛନ୍ତି। ଫଳରେ ଯେଉଁ ଗାଡିର ନମ୍ବର ଶେଷ ନମ୍ବର ୧,୨,୩,୪ ପାଇଁ ଆଜି ଡେଡଲାଇନ୍ ଥିଲା ତାହା ଏକମାସ ପାଇଁ ବଢିଛି। ବର୍ତ୍ତମାନ ୩୧ ଅକ୍ଟୋବର ସୁଦ୍ଧା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇ ପାରିବେ ।

ସେହିପରି ୫,୬ ଶେଷ ନମ୍ବର ପାଇଁ ନଭେମ୍ବର ୩୦ ହେଉଛି ଡେଡଲାଇନ୍। ୭ କିମ୍ବା ୮ ଥିଲେ ୩୧ ଡିସେମ୍ବର ଓ ୯ କିମ୍ବା ୦ ଥିଲେ ୩୧ ଜାନୁଆରୀ ସୁଦ୍ଧା ପଞ୍ଜୀକରଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି।