Categories
ଅପରାଧ ଆଜିର ଖବର ଜାତୀୟ ଖବର

ଭାରତରେ ଦଙ୍ଗା ସୃଷ୍ଟି କରିବା ପାଇଁ ଶହେ କୋଟି ବିଦେଶୀ ଟଙ୍କା, ଜଣେ ସାମ୍ବାଦିକ ସହ ଚାରି ଗିରଫ

ନୂଆଦିଲ୍ଲୀ, ଦେଶରେ ବିଶେଷ କରି ଉତ୍ତର ପ୍ରଦେଶରେ ଦଙ୍ଗା ସୃଷ୍ଟି କରିବା ପାଇଁ ବର୍ତ୍ତମାନ ବିଦେଶୀ ସଂସ୍ଥା ପାଣ୍ଠି ପଠାଉଛନ୍ତି। ଭାରତରେ ଥିବା ବିଭିନ୍ନ ସଂସ୍ଥା ମାଧ୍ୟମରେ ଏହି ପାଣ୍ଠି ଆସୁଥିବାର ଜଣାପଡିଛି। ଏହା କହିଛି ଭାରତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଏହି ସଂସ୍ଥା ଅନୁସନ୍ଧାନ କରି ଜାଣିପାରିଛି ଯେ ଉତ୍ତର ପ୍ରଦେଶରେ ଦଙ୍ଗା ସୃଷ୍ଟି ପାଇଁ କେତେକ ବିଦେଶ ସଂସ୍ଥା ଲାଗିପଡିଛନ୍ତି। ବର୍ତ୍ତମାନ ଉତ୍ତର ପ୍ରଦେଶରେ ଦଙ୍ଗା ସୃଷ୍ଟି ପାଇଁ ଭାରତରେ ଥିବା ‘ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ’ ସଂସ୍ଥା ଏହି ଟଙ୍କା ଆଣିଛି ବୋଲି ସ୍ପଷ୍ଟ ହୋଇଛି।

ତଦନ୍ତରୁ ଜଣାପଡିଛି ଏହି ଶହେ କୋଟି ଟଙ୍କା ମଧ୍ୟରୁ କେବଳ ମରିସସରୁ ପଚାଶ କୋଟି ଆସିଛି। ଏନେଇ ଇଡି କେରଳର ଜଣେ ସାମ୍ବାଦକଙ୍କୁ ମିରଟ ପୋଲିସ ଗିରଫ କରିଛି। ସେ ଏହି ସଂସ୍ଥା ସହିତ ଜଡିତ ଥିବା ସହ ପଇସା କାରବାରରେ ମଧ୍ୟ ସଂପୃକ୍ତ ଅଛନ୍ତି। ଏହି ସାମ୍ବାଦିକଙ୍କ ସହିତ ଆଉ 4 ଜଣଙ୍କୁ ମଧ୍ୟ ମିରଟ ପୋଲିସ ଗିରଫ କରିଛି।

Categories
ଆଜିର ଖବର ଜାତୀୟ ଖବର

ଯେ କୌଣସି ପରିସ୍ଥିତିରେ ଆମେ ହାଥରସ ଯିବୁ, ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ, ହାଥର ଗଣଦୁଷ୍କର୍ମ ଘଟଣା ବର୍ତ୍ତମାନ ନୂଆ ମୋଡି ନେଇଛି। ଆଜି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଯେ କୌଣସି ପରିସ୍ଥିତିରେ ଆମେ ହାଥରସ୍ ଯିବୁ। ସେଠାରେ ମୃତ ନାବାଳିକା ପରିବାରଙ୍କୁ ଭେଟିବୁ। ଏହା କହି ଭାଇ ରାହୁଳ ଗାନ୍ଧୀଙ୍କୁ ପାଖ ସିଟରେ ବସାଇ ଏକ ଇନୋଭା ଗାଡି ଡ୍ରାଇଭ କରି ଆଗକୁ ଚାଲିଲେ ପ୍ରିୟଙ୍କା ଗାନ୍ଧୀ। ତାଙ୍କ ପଛରେ କଂଗ୍ରେସର ଶଶି ଥରୁରଙ୍କ ପରି ବହୁ ସାଂସଦ, ବିଧାୟକ ଏବଂ କର୍ମି ଗାଡିରେ ପଛେ ପଛେ ଚାଲିଛନ୍ତି।

ସେପଟେ ଉତ୍ତର ପ୍ରଦେଶ ପୋଲିସ ଦିଲ୍ଲୀ ନୋଇଡା ଡାଇରେକ୍ଟ ୱେ ରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ବର୍ଡର ସିକ୍ୟୁରିଟ ଫୋର୍ସ ପରି ପୋଲିସ ରାସ୍ତା ସାରା ଛାଉଣି ହୋଇ ରହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ହାଥରସ ପଦଯାତ୍ରା, ଧସ୍ତାଧସ୍ତିରେ ରାସ୍ତା ଉପରେ ପଡିଗଲେ ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ, ଆଜି ହାଥରସ ଦୁଷ୍କର୍ମ ଘଟଣାରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ପଦଯାତ୍ରା କରୁଥିବା ବେଳେ ତାଙ୍କୁ ଜମୁନା ଏକ୍ସପ୍ରେସ ୱେ ରେ ପୋଲିସ ଅଟକାଇଥିଲା। ତେବେ ପୋଲିସ ସହିତ କଂଗ୍ରେସ କର୍ମିଙ୍କ ଧସ୍ତାଧସ୍ତି ମଧ୍ୟରେ ରାହୁଳ ଗାନ୍ଧୀ ରୋଡ ଉପରେ ପଡିଗଲେ।

ଯାହାକୁ ନେଇ ଉତକ୍ଷିପ୍ତ ହୋଇଛି କଂଗ୍ରେସ। ଆଜି ରାହୁଳ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ହାଥରସ ଦୁଷ୍କର୍ମ ଘଟଣାରେ ଏକ ରାଲି କରି ଉତ୍ତର ପ୍ରଦେଶ ଯାଉଥିଲେ। ହେଲେ ବାଟରେ ପୋଲିସ ଜମୁନା ଏକ୍ସପ୍ରେସ ୱେରେ ଅଟକାଇଥିଲା। ବର୍ତ୍ତମାନ ରାହୁଲ ଓ ପ୍ରିୟଙ୍କାଙ୍କୁ ପୋଲିସ ସେହିଠାରେ ଅଟକ ରଖିଛି।