Categories
ଆଞ୍ଚଳିକ

ହାବସପୁର ଗ୍ରାମପଞ୍ଚାୟତ ତରଫରୁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଜୁନାଗଡ ବ୍ଲକ ଅନ୍ତର୍ଗତ ହାବସପୁର ଗ୍ରାମ ପଂଚାୟତ ତରଫରୁ ଆଜାଦି କି ଅମୃତ ମହୋତ୍ସବ ଅବସରରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହବସପୁର ସରପଞ୍ଚ ବିକାଶ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ସ୍ବାସ୍ଥ୍ୟ ସେବା ପଦାଧିକାରୀ, ସ୍ଥାନୀୟ ବୁଦ୍ଧିଜୀବି, କର୍ମଚାରୀ, ସମାଜସେବୀ, ନିର୍ବାଚିତ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ନିଜ ନିଜ ପରିବେଶ ର ସ୍ବଚ୍ଛତା ରକ୍ଷା କରିବା ପାଇଁ ଶପଥ ପାଠ କରାଯାଇଥିଲା।

ଏହାପରେ ସ୍ଥାନୀୟ ଛାତ୍ର ଛାତ୍ରୀ, ସ୍ବାସ୍ଥ୍ୟ ସେବା ପଦାଧିକାରୀ, ସ୍ଥାନୀୟ ବୁଦ୍ଧିଜୀବି, କର୍ମଚାରୀ, ସମାଜସେବୀ, ନିର୍ବାଚିତ ପ୍ରତିନିଧି ମାନଙ୍କ ଦ୍ବାରା ଶୋଭାଯାତ୍ରା ସମସ୍ତ ଗ୍ରାମ ପରିକ୍ରମା କରାଯାଇ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଥିଲା। ଏଭଳି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ଦିନରେ ପରିବେଶ ସୁରକ୍ଷା ରକ୍ଷା କରାଯାଇପାରିବ ବୋଲି ମତ ପ୍ରକାଶ ପାଇଛି। ସ୍ଥାନୀୟ ସ୍ବାସ୍ଥ୍ୟ ସେବା ପଦାଧିକାରୀ ସାଧୁରାମ କୈବର୍ତ୍ତ, ଆଶାରାଣୀ ଦାଶ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।