Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟିମ୍ ଇଣ୍ଡିଆ ପାଇଁ ‘କର ବା ମର’ ପରିସ୍ଥିତି, ଜାଣନ୍ତୁ ପ୍ଲେଇଂ-୧୧ ଏବଂ ପାଣିପାଗ ସ୍ଥିତି

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ହାମିଲଟନର ସିଡନ୍ ପାର୍କରେ ଅନୁଷ୍ଠିତ ହେବ। ସିରିଜର ପ୍ରଥମ ମ୍ୟାଚ୍ ହାରିଯିବା ପରେ ଏହା ଭାରତୀୟ ଦଳ ପାଇଁ ଏକ ‘କର ବା ମର’ ମ୍ୟାଚ୍ ହେବ।

ଗତ ମ୍ୟାଚ୍‌ରେ ବ୍ୟାଟିଂରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଥିଲା ​​କିନ୍ତୁ ବୋଲିଂ ଏକ ସମ୍ପୂର୍ଣ୍ଣ ଫ୍ଲପ୍ ଥିଲା। ଉମ୍ରାନ ମଲିକଙ୍କ ବ୍ୟତୀତ ଟିମ୍ ଇଣ୍ଡିଆର ବାକି ବୋଲରମାନେ ପ୍ରବାହହିନ ଦେଖାଯାଉଥିଲେ। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ସେମାନଙ୍କ ବୋଲିଂ ଏବଂ ରଣନୀତି ଉପରେ ବିଶେଷ କାର୍ଯ୍ୟ କରିବାକୁ ପଡ଼ିବ।

ହାମିଲଟନରେ ଭାରତର ଖରାପ ରେକର୍ଡ:

ଏହି ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆର ରେକର୍ଡ ଭଲ ନାହିଁ। ଏଠାରେ ଭାରତୀୟ ଦଳ ୧୧ ଟି ଦିନିକିଆ ଖେଳିଛି, ଯେଉଁଥିରେ ୩ ଟିରେ ଜିତିଥିବା ବେଳେ ୮ ଟି ମ୍ୟାଚ ହାରିଛି। ଅପରପକ୍ଷେ, ନ୍ୟୁଜିଲ୍ୟାଣ୍ଡ ଏହି ଗ୍ରାଉଣ୍ଡରେ ୩୨ ଟି ଦିନିକିଆ ମଧ୍ୟରୁ ୨୩ ଟି ମ୍ୟାଚ ଜିତିଛି। ଉଲ୍ଲେଖଥାଉ କି, ମୋଟ ଦିନିକିଆ ରେକର୍ଡରେ ଭାରତୀୟ ଦଳ ଆଗୁଆ ରହିଛି। ଉଭୟଙ୍କ ମଧ୍ୟରେ ୧୧୧ ମ୍ୟାଚରେ ଭାରତ ୫୫ ଏବଂ ନ୍ୟୁଜିଲ୍ୟାଣ୍ଡ ୫୦ ଟି ମ୍ୟାଚ ଜିତିଛି। ଗୋଟିଏ ମ୍ୟାଚ୍ ଟାଇ ହୋଇଛି ଏବଂ ୫ ଟି ମ୍ୟାଚ୍ ଅମୀମାଂସିତ ରହିଛି।

ପିଚ୍ ରିପୋର୍ଟ: ଏହି ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ମଧ୍ୟ ୩୬୩ ରନ୍ ସଂଗ୍ରହ କରିଛି ଏବଂ ୯୨ ରନ୍ ରେ ମଧ୍ୟ ଆଉଟ୍ ହୋଇଛି। ଉଲ୍ଲେଖଥାଉ କି, ଏଠାରେ ଶେଷ ତିନୋଟି ମ୍ୟାଚରେ ପ୍ରତ୍ୟେକ ଥର ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୩୦୦+ ରନ୍ ସ୍କୋର କରିଛି। ଏଠାରେ ୩୦୦+ ରନ୍ ର ଟାର୍ଗେଟ୍ ପୂରଣ କରିବା ମଧ୍ୟ କଷ୍ଟସାଧ୍ୟ ନୁହେଁ। ଫେବୃଆରୀ ୨୦୨୦ ରେ, ନ୍ୟୁଜିଲାଣ୍ଡ ଏଠାରେ ୩୪୮ ରନର ଲକ୍ଷ୍ୟକୁ ସହଜରେ ହାସଲ କରିଥିଲା।

ପାଣିପାଗ ସ୍ଥିତି: ରବିବାର ଦିନ ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଅଛି। ଅର୍ଥାତ୍ ବର୍ଷା ଦ୍ୱାରା ମ୍ୟାଚ୍ ବାଧାପ୍ରାପ୍ତ ହେବାର ସମସ୍ତ ସମ୍ଭାବନା ଅଛି।

ଟିମ୍ ଇଣ୍ଡିଆ ସମ୍ଭାବ୍ୟ ଖେଳାଳି ଏକାଦଶ: ଶିଖର ଧାୱନ (ଅଧିନାୟକ), ଶୁଭମାନ ଗିଲ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଭ ପନ୍ତ, ସଞ୍ଜୁ ସାମସନ, ୱାଶିଂଟନ୍ ସୁନ୍ଦର, ଦୀପକ ଚହର, ଉମରନ ମଲିକ, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ।

ନ୍ୟୁଜିଲ୍ୟାଣ୍ଡର ସମ୍ଭାବ୍ୟ ଖେଳାଳି ଏକାଦଶ: ଫିନ୍ ଆଲେନ୍, ଡିଭାନ୍ କନୱେ, କେନ୍ ୱିଲିୟମ୍ସନ୍ (ଅଧିନାୟକ), ଟମ୍ ଲାଥାମ୍, ଡାରିଲ୍ ମିଚେଲ, ଗ୍ଲେନ୍ ଫିଲିପ୍ସ, ଜେମ୍ସ ନିଶାମ, ମିଚେଲ ସାଣ୍ଟନର୍, ଟିମ୍ ସାଉଦି, ମ୍ୟାଟ ହେନେରୀ, ଲକି ଫର୍ଗୁସନ୍।