Categories
ଆଜିର ଖବର ଜାତୀୟ ଖବର ବଜେଟ ୨୦୨୪

ହାଲୱା ଉତ୍ସବ ସହ ଆରମ୍ଭ ହେଲା ଅନ୍ତରୀଣ କେନ୍ଦ୍ର ବଜେଟ ୨୦୨୪ ପାଇଁ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡ. ଭାଗବତ କିଷାନରାଓ କରାଡ଼ଙ୍କ ଉପସ୍ଥିତିରେ ଆଜି ନର୍ଥ ବ୍ଲକରେ ଅନ୍ତରୀଣ ବଜେଟ୍ ୨୦୨୪ ପାଇଁ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟରେ ହାଲୱା ଉତ୍ସବ ଅନୁଷ୍ଠିତ ହୋଇଛି।

ବଜେଟ ପ୍ରସ୍ତୁତିର “ଲକ୍-ଇନ୍” ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ପ୍ରତିବର୍ଷ ଏକ ପାରମ୍ପରିକ ହାଲୱା ଉତ୍ସବ ପାଳିତ ହୁଏ ।

ପୂର୍ବ ତିନୋଟି ପୂର୍ଣ୍ଣାଙ୍ଗ ବଜେଟ୍ ପରି ଅନ୍ତରୀଣ କେନ୍ଦ୍ର ବଜେଟ୍ ୨୦୨୪ ମଧ୍ୟ କାଗଜବିହୀନ ଆକାରରେ ପ୍ରଦାନ କରାଯିବ। ୨୦୨୪ ଫେବ୍ରୁଆରି ପହିଲାରେ ଅନ୍ତରୀଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରାଯିବ।

 

ବାର୍ଷିକ ଆର୍ଥିକ ବିବରଣୀ (ସାଧାରଣତଃ ବଜେଟ୍ ନାମରେ ପରିଚିତ), ଅନୁଦାନ ଦାବି (ଡିଜି), ଅର୍ଥ ବିଲ୍ ଇତ୍ୟାଦି ସମେତ ସମସ୍ତ କେନ୍ଦ୍ର ବଜେଟ୍ ଦସ୍ତାବିଜ “କେନ୍ଦ୍ର ବଜେଟ୍ ମୋବାଇଲ୍ ଆପ୍” ରେ ଉପଲବ୍ଧ ହେବ, ଯାହା କି ଡିଜିଟାଲ ସୁବିଧାର ସରଳ ରୂପ ବ୍ୟବହାର କରି ସଂସଦ ସଦସ୍ୟ (ସାଂସଦ) ଏବଂ ସାଧାରଣ ଜନତା ଙ୍କ ଦ୍ୱାରା ବଜେଟ୍ ଦସ୍ତାବିଜକୁ ସହଜରେ ଭାବରେ ଉପଲବ୍ଧ କରାଇବ । ଏହା ଦ୍ୱିଭାଷିକ (ଇଂରାଜୀ ଏବଂ ହିନ୍ଦୀ) ଏବଂ ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଆପ୍ କେନ୍ଦ୍ର ବଜେଟ୍ ୱେବ୍ ପୋର୍ଟାଲ୍ (www.indiabudget.gov.in) ରୁ ମଧ୍ୟ ଡାଉନଲୋଡ୍ କରାଯାଇପାରିବ।

ଫେବ୍ରୁଆରି ୧ , ୨୦୨୪ରେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣ ଶେଷ ହେବା ପରେ ବଜେଟ୍ ଦସ୍ତାବିଜ ମୋବାଇଲ୍ ଆପରେ ଉପଲବ୍ଧ ହେବ।

ହଲୱା ଉତ୍ସବରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଅର୍ଥ ସଚିବ ତଥା ବ୍ୟୟ ସଚିବ ଡ. ଟି.ଭି. ସୋମନାଥନ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଅର୍ଥନୈତିକ ବ୍ୟାପାର ସଚିବ ଶ୍ରୀ ଅଜୟ ସେଠ; ଡିଆଇପିଏଏମ୍ ସମ୍ପାଦକ ତୁହିନ କାନ୍ତ ପାଣ୍ଡେ; ରାଜସ୍ୱ ସଚିବ ଶ୍ରୀ ସଞ୍ଜୟ ମାଲହୋତ୍ରା; କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ଶ୍ରୀ ନିତିନ ଗୁପ୍ତା; କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି)ର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଅଗ୍ରୱାଲ; ଅତିରିକ୍ତ ସଚିବ (ବଜେଟ୍) ଆଶିଷ ବଚ୍ଚାନିଙ୍କ ସମେତ ବଜେଟ୍ ପ୍ରସ୍ତୁତି ଓ ସଂକଳନ ପ୍ରକ୍ରିୟାରେ ନିୟୋଜିତ ଅର୍ଥ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ୍ ପ୍ରେସ୍ ବୁଲି ପ୍ରସ୍ତୁତି ର ସମୀକ୍ଷା କରିବା ସହ ସମ୍ପୃକ୍ତ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ବଜେଟ୍ ୨୦୨୩-୨୪ର ଚୂଡ଼ାନ୍ତ ପର୍ଯ୍ୟାୟ ହାଲୱା ଉତ୍ସବ ସହ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ ୨୦୨୩-୨୪ର ଚୂଡ଼ାନ୍ତ ପ୍ରସ୍ତୁତି ପର୍ଯ୍ୟାୟ ଆଜି (୨୬-୦୧-୨୦୨୩) ନର୍ଥ ବ୍ଲକର ହାଲୱା ଉତ୍ସବ ସହ ଆରମ୍ଭ ହୋଇଯାଇଛି। ଏହି ଉତ୍ସବ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ଓ ଡକ୍ଟର ଭଗବତ କିଶନ ରାଓ କରଡ଼ଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି।

ପ୍ରତିବର୍ଷ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇ ତାଲା ପଡ଼ିବା ବେଳକୁ ଏକ ପାରମ୍ପରିକ ହାଲୱା ଉତ୍ସବ ସହିତ ହୋଇଥାଏ।

ପୂର୍ବ ଦୁଇବର୍ଷ ଭଳି କେନ୍ଦ୍ର ବଜେଟ ୨୦୨୩-୨୪ ଏଥର ବିନା କାଗଜରେ ଉପସ୍ଥାପିତ ହେବ। କେନ୍ଦ୍ର ବଜେଟ ୨୦୨୩-୨୪ ଫେବ୍ରୁଆରୀ ପହିଲା, ୨୦୨୩ ଦିନ ଉପସ୍ଥାପିତ ହେବ।

ସମସ୍ତ ୧୪ଟି ଯାକ କେନ୍ଦ୍ରୀୟ ବଜେଟ ଦସ୍ତାବିଜ ବାର୍ଷିକ ଆର୍ଥିକ ହସାବ କିତାବ (ସାଧାରଣ ବଜେଟ ଭାବେ ପରିଚିତ) ଖର୍ଚ୍ଚ ଦାବି (ଡିଜି), ଅଥ ବିଲ ଇତ୍ୟାଦି ଯାହା ସମ୍ବିଧାନ ବ୍ୟବସ୍ଥା ପରିସରରେ ରହିଛି, ୟୁନିଅନ ବଜେଟ ମୋବାଇଲ ଆପରେ ଉପଲବ୍ଧ ହେବ। ଏହି ହଇରାଣରୁ ମୁକ୍ତ ବଜେଟ ଦସ୍ତାବିଜକୁ ସଂସଦ ସଦସ୍ୟ ଓ ସାଧାରଣ ଜନତା ଡିଜିଟାଲ ସୁବିଧା ଦୃଷ୍ଟିରୁ ଖୁବ ସରଳ ଉପାୟରେ ଜାଣିପାରିବେ। ଏହା ଦ୍ୱିଭାଷୀ (ଇଂରାଜୀ ଓ ହିନ୍ଦୀ)ରେ ଉଭୟ ଆଣ୍ଡ୍ରଏଡ ଓ ଆଇଓଏସ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଏହି ଆପକୁ କେନ୍ଦ୍ର ବଜେଟ ୱେବ ପୋର୍ଟାଲ (www.indiabudget.gov.in) ମଧ୍ୟ ଡାଉନଲୋଡ଼ କରିହେବ।

ତେବେ ଫେବ୍ରୁଆରୀ ପହିଲା, ୨୦୨୩ ଦିନ ସଂସଦରେ ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣ ଶେଷ ହେଲା ପରେ ଯାଇ ବଜେଟ ଦସ୍ତାବିଜ ମୋବାଇଲ ଆପରେ ଉପଲବ୍ଧ ହେବ।

ହାଲୱା ଉତ୍ସବରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଅର୍ଥ ଓ ଖର୍ଚ୍ଚ ସଚିବ ଡକ୍ଟର ଟି.ଭି. ସୋମନାଥନ, ଆର୍ଥିକ ବ୍ୟାପାର ସଚିବ ଅଜୟ ସେଠ, ଡିଆଇପିଏଏମ ସଚିବ ତୁହିନକାନ୍ତ ପାଣ୍ଡେ, ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା, ମୁଖ୍ୟ ଆର୍ଥିକ ପରାମର୍ଶଦାତା ଡକ୍ଟର ଅନନ୍ତ ଭି. ନାଗେଶ୍ୱରନ, କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଅଧ୍ୟକ୍ଷ ନିତୀନ ଗୁପ୍ତା, କେନ୍ଦ୍ରୀୟ ଅପ୍ରତ୍ୟକ୍ଷ ଟିକସ ଓ ଶୁଳ୍କ (ସିବିଆଇସି) ଅଧ୍ୟକ୍ଷ ବିବେକ ଜୋହାରୀ, ବଜେଟ (ଅତିରିକ୍ତ ସଚିବ) ଆଶିଷ ବାଛାନୀ ଓ ବଜେଟ ପ୍ରସ୍ତୁତି ସହ ସଂଶ୍ଳିଷ୍ଟ ଅର୍ଥ ମନ୍ତ୍ରଣାଳୟର ଅନ୍ୟାନ୍ୟ ଅଧିକାରୀଗଣ ଏଥିରେ ଉପସ୍ଥିତ ଥିଲେ।

ଉତ୍ସବରେ ଅଂଶ ସ୍ୱରୂପ ଅର୍ଥ ମନ୍ତ୍ରୀ ବଜେଟ ଛାପାଖାନା ମଧ୍ୟ ଗସ୍ତ କରି ବଜେଟ ପ୍ରସ୍ତୁତିର ସମୀକ୍ଷା କରିବା ସହ ଏଥିରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ।