Categories
ବିଶେଷ ଖବର

ବୀରଭୂମ ହିଂସାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ଏପ୍ରିଲ ୭ ସୁଦ୍ଧା ରିପୋର୍ଟ ହେବ ଦାଖଲ

କଲିକତା: କଲିକତା ହାଇକୋର୍ଟ ଶୁକ୍ରବାର ଦିନ ବୀରଭୂମ ହିଂସା ଉପରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମମତା ବାନାର୍ଜୀ ସରକାରଙ୍କ କେନ୍ଦ୍ରୀୟ ଏଜେନ୍ସିକୁ ହସ୍ତାନ୍ତର ନକରିବା ଲଗି ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରି କଲିକତା ହାଇକୋର୍ଟ ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଦାଲତ କହିଛନ୍ତି ଯେ, ପରିସ୍ଥିତିର ପ୍ରମାଣ ଏବଂ ଘଟଣାର ପ୍ରଭାବ ସୂଚାଇ ଦେଉଛି ଯେ, ରାଜ୍ୟ ପୋଲିସ ଏହି ଘଟଣାର ଅନୁସନ୍ଧାନ କରିପାରିବ ନାହିଁ। ଏଭଳି ପରିସ୍ଥିତିରେ କଲିକତା ହାଇକୋର୍ଟ ଏହାର ତଦନ୍ତ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ରାଜ୍ୟ ପୋଲିସର ଏସଆଇଟି ମାମଲା ସିବିଆଇକୁ ହସ୍ତାନ୍ତର କରିବ। ସିବିଆଇ ତଦନ୍ତ ଉପରେ ହାଇକୋର୍ଟ ତଦାରଖ କରିବେ। ଏପ୍ରିଲ ୭ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ଦିନ ସକାଳେ ବୀରଭୂମ ଜିଲ୍ଲାର ରାମପୁରହାଟ ସହର ନିକଟ ବୋଗାଟୁଇ ଗାଁରେ କିଛି ଘରେ ନିଆଁ ଲାଗିଯିବା ପରେ ଦୁଇ ଶିଶୁଙ୍କ ସମେତ ଆଠ ଜଣଙ୍କ ମୃତ୍ୟୁ ଘଟିଥିଲା। ଶାସକ ତୃଣମୂଳ କଂଗ୍ରେସର ଜଣେ ପଞ୍ଚାୟତ ଅଧିକାରୀଙ୍କ ହତ୍ୟା ଘଟଣାର ପ୍ରତିଶୋଧ ନେବାକୁ ଏହି ଘଟଣା ଘଟିଥିବା କୁହାଯାଉଛି।