Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ହିତସରା ସ୍କୁଲରୁ କମ୍ପ୍ୟୁଟର ଓ ଅନ୍ୟ ସାମଗ୍ରୀ ଚୋରୀ ଘଟଣା: ୪ ବର୍ଷ ପରେ ଅଭିଯୁକ୍ତ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ପୋଲିସ୍ ଆଜି ଗୋଧିଢିପ ଠାରେ ହିତସରା ଗ୍ରାମର ଜନୈକ ପୁରୁଣା ଅପରାଧିକୁ ଧରିବାରେ ସଫଳ ହୋଇଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ଥାନା ହିତସରା ଗ୍ରାମର ରାକେଶ ପ୍ରଧାନ ୪ ବର୍ଷ ତଳେ ହିତସରା ସ୍କୁଲରୁ କମ୍ପ୍ୟୁଟର ତଥା ଅନ୍ୟ ସାମଗ୍ରୀ ଚୋରୀ କରି ନେଇଥିଲା। ପୋଲିସ୍ ତା ନାମରେ ଏକ ମାମଲା ରୁଜୁ କରିଥିଲା। ହେଲେ ସେ ସେଇ ଦିନ ଠାରୁ ଫେରାର୍ ଥିଲା ବୋଲି ନାକଟିଦେଉଳ ପୋଲିସ୍ ପ୍ରକାଶ କରିଛି।

ଆଜି ତାକୁ ଗୋଧିଢିପ ଠାରୁ ଦୁର୍ଗା ବସ୍ ରୁ ଗିରଫ କରିଛି। ସେ ଦୁର୍ଗା ବସ୍ ରେ ହେଲପର ଭାବରେ କାମ କରୁଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ନାକଟିଦେଉଳ ଥାନାଧିକାରୀ ବିଭୂତିଭୂଷଣ ଦଳାଇ ପ୍ରକାଶ କରିଛନ୍ତି।