Categories
ଆଜିର ଖବର ବ୍ୟବସାୟ

ନୀତା ଅମ୍ବାନିଙ୍କ ପକ୍ଷରୁ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ଲାଟଫର୍ମ “ହର-ସର୍କଲ୍‌’ର ହିନ୍ଦୀରେ ଶୁଭାରମ୍ଭ

ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ (ଅଧ୍ୟକ୍ଷା) ନୀତା ଅମ୍ବାନି “ହର-ସର୍କଲ୍‌’ର ହିନ୍ଦୀ ଆପ୍‌କୁ ଉନ୍ମୋଚନ କରିଛନ୍ତି। ହର-ସର୍କଲ୍ ହେଉଛି ମହିଳାମାନଙ୍କ ଲାଗି ଏକ ବିଶିଷ୍ଟ ପ୍ଲାଟଫର୍ମ ଯାହା ମହିଳାମାନଙ୍କ ସଶକ୍ତୀକରଣ ଲାଗି କାର୍ଯ୍ୟ କରୁଛି। ବର୍ଷକ ପୂର୍ବରୁ ଉନ୍ମୋଚନ କରାଯାଇଥିବା ଏହି ପ୍ଲାଟଫର୍ମ ଏହାର ପ୍ରଥମ ବର୍ଷରେ ୪ କୋଟି ୨୦ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଂଚିପାରିଛି। ଏହା ହେଉଛି ଭାରତରେ ମହିଳାମାନଙ୍କ ମଧ୍ୟରେ ସବୁଠୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏକ ପ୍ଲାଟଫର୍ମ।

“ହର-ସର୍କଲ’ ହିନ୍ଦୀ ଆପ୍‌ର ଉନ୍ମୋଚନ ଅବସରରେ ନୀତା ଅମ୍ବାନି, ଅଧ୍ୟକ୍ଷା, ରିଲାଏନ୍ସ ଫାଉଣ୍ଡେସନ କହିଛନ୍ତି ଯେ, “ଯେକୌଣସି କ୍ଷେତ୍ର ଓ ଭାଷାର ମହିଳାମାନଙ୍କ ଲାଗି ହର-ସର୍କଲ୍ ହେଉଛି ଏକ ଉଦୀୟମାନ ପ୍ଲାଟଫର୍ମ। ମୁଁ ଚାହୁଛି ଆମର ଉପସ୍ଥିତି ଓ ସମର୍ଥନ ବିନା କୌଣସି ପ୍ରତିବନ୍ଧକରେ ଆଗକୁ ବଢ଼ିବା ଜାରି ରହୁ। ଅଧିକରୁ ଅଧିକ ମହିଳାମାନଙ୍କ ନିକଟରେ ସେମାନଙ୍କ ଭାଷାକୁ ପହଂଚାଇବା ଲାଗି ଆମେ ହର-ସର୍କଲ୍‌କୁ ହିନ୍ଦୀ ଭାଷାରେ ଉନ୍ମୋଚନ କରିଛୁ। ମୁଁ ଆଶା କରୁଛି ଯେ ବର୍ତମାନ ସୁଦ୍ଧା ଇଂରାଜୀ ପ୍ଲାଟଫର୍ମରେ ଯେତିକି ଭଲ ପାଇବା ଏହାକୁ ମିଳିଛି ହିନ୍ଦୀ ପ୍ଲାଟଫର୍ମରେ ମଧ୍ୟ ତାହା ମିଳିବ।’’

ହର-ସର୍କଲ୍ ଡିଜିଟାଲ୍ ନେଟ୍‌ୱର୍କକୁ ବ୍ୟବହାର କରି ହଜାର ହଜାର ମହିଳାମାନଙ୍କ ଲାଗି ସଠିକ୍ କ୍ୟାରିୟର ଓ ସୁଯୋଗ ସୁଯୋଗ ସୃଷ୍ଟି କରିଛି। ପେସାଦାର ମେକଅପ୍ ଆର୍ଟିଷ୍ଟ, ଫୁଡ ଷ୍ଟାଇଲିଷ୍ଟ, ଫିଟନେସ୍ ଟ୍ରେନର, ଡଗ୍‌୍ ଟ୍ରେନର, ରେଡିଓ ଜକି ଭଳି କ୍ୟାରିୟର ବିଷୟରେ ଏଥିରେ ବହୁତ ବଢ଼ିଆ ବିବରଣୀ ଉପଲବ୍ଧ ରହିଛି। ହର-ସର୍କଲ୍ ନେଟୱର୍କକୁ ୩୦,୦୦୦ ପଂଜୀକୃତ ଉଦ୍ୟୋଗୀଙ୍କ ସମର୍ଥନ ମଧ୍ୟ ମିଳିଛି।

ମହିଳାମାନଙ୍କ ସମ୍ପର୍କିତ ସାମଗ୍ରୀ ପ୍ରଦାନ କରିବା ଲାଗି ହର-ସର୍କଲ୍‌କୁ ଏକ ୱାନ୍‌-ଷ୍ଟପ୍ ଡେଷ୍ଟିନେସନ୍ ଭାବେ ପ୍ରସ୍ତୁତ କରାଯାଇଛି। ନେଟୱର୍କରେ ଯୋଡ଼ି ହୋଇଥିବା ମହିଳାମାନେ ସାର ଏଚ୍‌ଏନ୍ ରିଲାଏନ୍ସ ହସ୍ପିଟାଲ୍‌ର ଚିକିତ୍ସା ଓ ବିଶେଷଜ୍ଞ ନେଟ୍‌ୱର୍କ ଠାରୁ ମାନସିକ ସ୍ୱାସ୍ଥ୍ୟ, ଶାରିରୀକ ଫିଟନେସ୍ ଓ ଚର୍ମର ଦେଖାଶୁଣା ଓ ସ୍ତ୍ରୀ ରୋଗ ସମ୍ପର୍କିତ ପରାମର୍ଶ ନେଇପାରିବେ। ଏହି ସେବା ଦ୍ୱାରା ହଜାର ହଜାର ମହିଳା ଉପକୃତ ହୋଇଛନ୍ତି। ଫିଟନେସ୍ ଓ ପୁଷ୍ଟି, ପ୍ରଜନନ କ୍ଷମତା, ଗର୍ଭାବସ୍ଥାର ସହିତ ବିତିୟ ଆବଶ୍ୟକତା ପାଇଁ ପର୍ସନଲାଇଜଡ୍ ଆପ୍‌କୁ ୧.୫୦ ଲକ୍ଷ ଲୋକ ବ୍ୟବହାର କରିଛନ୍ତି।

ଯଦିଓ ଭିଡିଓ ଓ ଲେଖା ବିଷୟବସ୍ତୁ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିଛି କିନ୍ତୁ ପ୍ଲାଟଫର୍ମର ନେଟୱର୍କର ଅଂଶ କେବଳ ମହିଳାମାନଙ୍କ ପାଇଁ ରହିଛି। ତେଣୁ ବିନା କୌଣସି ସଙ୍କୋଚରେ ସେମାନେ ବାନ୍ଧବୀ ଓ ବିଶେଷଜ୍ଞଙ୍କୁ ପ୍ରଶ୍ନ କରିପାରୁଛନ୍ତି। ହର-ସର୍କଲ୍‌ରେ ମହିଳାମାନଙ୍କ ପାଇଁ ଏକ ଗୋପନୀୟ ଚାଟ୍ ରୁମ୍ ରହିଛି ଯେଉଁଥିରେ ସେମାନେ ଅତ୍ୟନ୍ତ ବ୍ୟକ୍ତିଗତ ପ୍ରଶ୍ନ କରିପାରିବେ ଓ ଉତର ପାଇପାରିବେ। ଏହି ପ୍ଲାଟଫର୍ମରେ ରିଲାଏନ୍ସର ସ୍ୱାସ୍ଥ୍ୟ, ୱେଲ୍‌ନେସ୍‌, ଶିକ୍ଷା, ଉଦ୍ୟମିତା, ଫାଇନାନ୍ସ ଓ ନେତୃତ୍ୱ ବିଶେଷଜ୍ଞମାନେ ଉତର ଦେଉଛନ୍ତି। ଅପ୍‌ସ୍କିଲିଂ ଓ ନିଯୁକ୍ତି ସେକ୍ସନ ମହିଳାମାନଙ୍କ ଲାଗି ପେସାଦାର ଦକ୍ଷତା ଖୋଜିବାରେ ସହାୟକ ହେଉଛି। ଏହି ପ୍ଲାଟଫର୍ମରେ ବିଭିନ୍ନ ଡିଜିଟାଲ୍ ପାଠ୍ୟକ୍ରମକୁ ମଧ୍ୟ ହାସଲ କରାଯାଇପାରୁଛି।