Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ହେଲେ ଦେଶର ୧ ନମ୍ବର

ଭୁବନେଶ୍ବର: ପୁଣିଥରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି। ଇଣ୍ଡିଆ ଟୁଡେ ଦ୍ଵାରା କରାଯାଇଥିବା ଏକ ସର୍ଭେରେ ନବୀନ ପଟ୍ଟନାୟକଙ୍କୁ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଲୋକେ ପସନ୍ଦ କରିଛନ୍ତି। କୋଭିଡ ପରିଚାଳନାକୁ ନେଇ ହୋଇଥିବା ଏହି ସର୍ଭେରେ ନବୀନ ପଟ୍ଟନାୟକଙ୍କୁ ଦେଶର ଅଧିକାଂଶ ଲୋକେ ପସନ୍ଦ କରିଛନ୍ତି। ନବୀନ ପଟ୍ଟନାୟକଙ୍କ ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କୁ ଦ୍ଵିତୀୟ ସର୍ବାଧିକ ଲୋକ ପସନ୍ଦ କରିଛନ୍ତି। ତାଙ୍କ ପଛକୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଲୋକେ ପସନ୍ଦ କରିଛନ୍ତି। ହେମନ୍ତ ସୋରେନ ଦେଶର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଅଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆସାମର ଡିଗବୋଇ ଅଞ୍ଚଳରେ ବିସ୍ଫୋରଣ: ଦୁଇ ମୃତ, ଦୁଇ ଆହତ

ଗୌହାଟି: ଆସାମର ତିନସୁକିୟା ଜିଲ୍ଲା ଅନ୍ତର୍ଗତ ଡିଗବୋଇ ଅଞ୍ଚଳରେ ଆଜି ବିସ୍ଫୋରଣ ହୋଇଛି। ଏହି ଗ୍ରେନେଡ ବିସ୍ଫୋରଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହାତ ମଧ୍ୟ ହୋଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଏହି ଘଟଣାକୁ ନେଇ ଶୋକ ବ୍ୟକ୍ତ କରିବା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏ ବିଷୟରେ ଅବଗତ କରାଇଛନ୍ତି। ଏହାସହ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆସାମ ପୋଲିସକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ହିମନ୍ତ ବିଶ୍ଵଶର୍ମା ହେଲେ ଆସାମର ମୁଖ୍ୟମନ୍ତ୍ରୀ: ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ

ଗୌହାଟି: ଆସାମର ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ଵଶର୍ମା ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଜଗଦୀଶ ମୁଖୀ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ ହିମନ୍ତ ବିଶ୍ଵଶର୍ମା ଆସାମର ପଞ୍ଚଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ହିମନ୍ତଙ୍କ ସହ କିଛି ବିଧାୟକ ମଧ୍ୟ ଶପଥ ପାଠ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଆସମାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ବହୁ କଳ୍ପନା ଜଳ୍ପନା ଲାଗିରହିଥିଲା। ଏହାକୁ ନେଇ ନୂଆଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ଯାଳୟରେ ବରିଷ୍ଠ ନେତାମାନଙ୍କ ମଧ୍ୟରେ ବହୁ ଆଲୋଚନା ହୋଇଥିଲା। ଏବଂ ଗତକାଲି ଆସାମର ବିଜେପି ବିଧାୟକ ବୈଠକ ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଥିଲା। ହିମନ୍ତଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲା ନିଜେ ଏହି ବୈଠକରେ ପ୍ରସ୍ତାବ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ହିମନ୍ତ ବିଶ୍ଵଶର୍ମା ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ: ସର୍ବାନନ୍ଦ ସୋନୱାଲ ଦେଲେ ପ୍ରସ୍ତାବ

ଗୌହାଟି: ଆସାମରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଏକ ସପ୍ତାହ ଧରି ଚାଲିଥିବା ଦ୍ଵନ୍ଦ୍ଵ ଆଜି ଶେଷ ହୋଇଛି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ଵଶର୍ମାଙ୍କ ନାମକୁ ବିଜେପି ବିଧାୟକ ଦଳର ବୈଠକରେ ସର୍ବସମ୍ମତି କ୍ରମେ ଅନୁମୋଦନ ମିଳିଛି। ବୈଠକରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ପ୍ରଥମେ ହିମନ୍ତ ବିଶ୍ଵଶର୍ମାଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ। ପରେ ସମସ୍ତ ବିଧାୟକ ଏହା ଉପରେ ସହମତି ପ୍ରକାଶ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଆଜି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ଆସାମର ରାଜ୍ୟପାଳଙ୍କୁ ଇସ୍ତଫା ପ୍ରଦାନ କରିଥିଲେ। ତେବେ ସର୍ବାନନ୍ଦଙ୍କୁ କେନ୍ଦ୍ରରେ ମନ୍ତ୍ରୀ ପଦବୀ ମିଳିବା ନେଇ ଅନୁମାନ କରାଯାଉଛି।