Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ସୁନା ପରେ ଏବେ ହୀରା ଖଚିତ ମାସ୍କ, ଦାମ୍ 2 ଲକ୍ଷ, ଜାଣନ୍ତୁ କିଏ ସେ କିଣିଲା ହୀରା ମାସ୍କ

ସୁରଟ, କୋଭିଡ ସାରା ବିଶ୍ବବାସୀଙ୍କ ନିଦ ହଜାଇ ଦେଇଥିବା ବେଳେ କିଛି ଲୋକ ନିଜ ନିଜ ସଉକ ପାଇଁ ଏଥିରୁ ବେଶ ମଜା ଉଠାଉଛନ୍ତି। ମଜା ବି ଏମିତି ସେମିତି ନୁହେଁ। ଏ ବାବଦରେ ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଆମେ କହୁଛୁ କରୋନା ଭୂତାଣୁ ରୋକିବା ପାଇଁ ଲୋକେ ପିନ୍ଧୁଥିବା ମାସ୍କ କଥା। କେହି କେବେ ଭାବି ନଥିଲେ ଯେ ଲୋକଙ୍କ ଆଲମିରାରେ ସ୍ଥାନ ପାଇବ ସୁନା ଅଳଙ୍କାର ପରି ସୁନାରୂପା ଓ ହୀରରେ ତିଆରି ମାସ୍କ।

ଆପଣ ବଜାରରେ କେତେ ଟଙ୍କା ଦେଇ ମାସ୍କ କିଣି ପାରିବେ। ଅତି ବେଶୀ ହେଲେ ଶହେ କିମ୍ବା ଦୁଇଶହ ଟଙ୍କା ହେଲେ ଅଧିକ ହୋଇଯିବ । କିନ୍ତୁ ଳୋକ ଏମିତି ବି ଅଛି ତାହା ଜାଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। କିଛି ଦିନ ତଳେ ଜଣେ ପୁଣେର ଜଣେ ଲୋକ ସୁନା ମାସ୍କ ପିନ୍ଧି ବେଶ୍ ଚର୍ଚ୍ଚାକୁ ଆସିଥିଲେ। ଏବେ ପୁଣେ ପରେ ସୁରଟ।

କରୋନା ମହାମାରୀ ସମସ୍ତଙ୍କୁ ବିଚଳିତ କରି ରଖିଥିବା ବେଳେ ସୁରଟର ଜଣେ ହୀରା ବ୍ୟବସାୟୀଙ୍କ ନିକଟକୁ ଆସିଥିଲେ ବିବାହ କରିବାକୁ ଯାଉଥିବା ଦମ୍ପତି। ବରାଦ ଦେଇଥିଲେ ହୀରାରେ ତିଆରି ମାସ୍କ ପାଇଁ। ପରେ ଆସି ତାଙ୍କଠାରୁ କିଣିଥିଲେ ହୀରା ଖଚିତ ମାସ୍କ । ଯାହାର ଦାମ ରହିଛି ପ୍ରାୟ ଏକ ଲକ୍ଷ ୪୦ ହଜାରରୁ ୨ ଲକ୍ଷ ଟଙ୍କା । ଦମ୍ପତିଙ୍କ ଚାହିଦା ଅନୁସାରେ ସୁରଟର ହୀରା ବ୍ୟବସାୟୀ ତିଆରି କରିଛନ୍ତି ହୀରା ଖଚିତ ମାସ୍କ । ଏହା ଦେଖିବାକୁ ଠିକ୍ ମାସ୍କ ଭଳି । କିନ୍ତୁ ତା’ ଉପରେ ସଜେଇ ହୋଇଛି ହୀରା ।

ତେବେ ଏହା ଆଗରୁ ପୁନେର ଜଣେ ବ୍ୟକ୍ତି ସୁନାର ଏକ ମାସ୍କ ତିଆରି କରି ପିନ୍ଧିଥିଳେ, ଯାହାର ଦାମ୍ ଏହି ହୀରା ଖଚିତ ମାସ୍କ ଠାରୁ ଅଧିକ ରହିଥିଲା । ସୁନା ମାସ୍କର ଦାମ୍ ଥିଲା ୨ ଲକ୍ଷ ୮୯ ହଜାର ଟଙ୍କା । ଦିନକୁ ଦିନ କରୋନା ମହାମାରୀ ବ୍ୟାପିଥିବା ବେଳେ ସମସ୍ତଙ୍କ ମଧ୍ୟରେ ମାସ୍କ ବ୍ୟବହାର ନେଇ ସଚେତନତା ମଧ୍ୟ ବଢୁଛି । ଏହାରି ମଧ୍ୟରେ ଦିନକୁ ଦିନ ବିଭିନ୍ନ ଡିଜାଇନର ଦାମୀ ମାସ୍କ ସବୁ ବଜାରକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ଫାସନ୍ ଡିଜାଇନରମ‌ାନେ ଆକର୍ଷଣୀୟ ଡିଜାଇନର ମ‌ାସ୍କ ପିନ୍ଧିବାରେ ଲାଗି ପଡ଼ିଛନ୍ତି।