Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଦୁଇ ଭାରତୀୟଙ୍କ ମୃତ୍ୟୁର ପ୍ରତିଶୋଧ, ହୁତି ବିଦ୍ରୋହୀମାନଙ୍କ ୨ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଧ୍ୱଂସ କଲା ୟୁଏଇ

ଆବୁଧାବି: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗଲ୍ଫ ଦେଶକୁ ଟାର୍ଗେଟ କରୁଥିବା ବେଳେ ୟେମେନ ବିଦ୍ରୋହୀ ହୁତିର ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଛି। ଏହି କାର୍ଯ୍ୟାନୁଷ୍ଠାନରେ କୌଣସି ମୃତ୍ୟୁ ଖବର ନାହିଁ। ୟୁଏଇର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଦୁଇ ଭାରତୀୟଙ୍କ ମୃତ୍ୟୁ ହେବାର ଦୁଇ ସପ୍ତାହ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

୬ ବର୍ଷରୁ ଅଧିକ ସମୟ ଧରି ହୁତି ବିଦ୍ରୋହୀମାନେ ସାଉଦି ଆରବ ନେତୃତ୍ୱାଧୀନ ଏକ ମିଳିତ ମେଣ୍ଟ ସହ ସଂଗ୍ରାମ କରୁଛନ୍ତି। ଯେଉଁଥିରେ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟ ରହିଛି। ସୀମାନ୍ତରୁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସାହାଯ୍ୟରେ ହୁତି ବିଦ୍ରୋହୀମାନେ ବାରମ୍ବାର ସାଉଦି ଆରବ ଉପରେ ଆକ୍ରମଣ କରୁଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ଉପରେ ହୁତିଙ୍କ ଦ୍ଵାରା ମଧ୍ୟ ସମାନ ଆକ୍ରମଣ ଜାନୁୟାରୀ ୧୭ ତାରିଖ ୨୦୨୨ରେ ହୋଇଥିଲା। ଯେତେବେଳେ ଆବୁଧାବି ନିକଟରେ ଏକ ଶିଳ୍ପାଞ୍ଚଳକୁ ଟାର୍ଗେଟ କରାଯାଇଥିଲା। ଏହି ଅପ୍ରତ୍ୟାଶିତ ଆକ୍ରମଣରେ ତେଲ ଟ୍ରକଗୁଡ଼ିକରେ ନିଆଁ ଲାଗିଯାଇଥିଲା। ଏହି ଆକ୍ରମଣରେ ଦୁଇ ଭାରତୀୟଙ୍କ ସମେତ ତିନିଜଣ ବିଦେଶୀ ନାଗରିକ ନିହତ ହୋଇଥିଲେ।

ୟୁଏଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ଆକାଶରେ ଧ୍ଵଂସ କରାଯାଇଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଅବଶିଷ୍ଟାଂଶ ଆବୁଧାବିର ବିଭିନ୍ନ ଅଞ୍ଚଳରେ ପଡିଛି। ଗତ ସପ୍ତାହର ଆକ୍ରମଣ ପରେ ୟୁଏଇ ମାଟିରେ ଏହା ଦ୍ୱିତୀୟ ଆକ୍ରମଣ ଥିଲା, ଯାହାକୁ ବିଫଳ କରାଯାଇଥିଲା।