Categories
ଅପରାଧ ଆଜିର ଖବର ଜାତୀୟ ଖବର

ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଲେ ଯବାନ: ୩.୫ କିଲୋ ହେରୋଇନ ଜବତ, ଜଣେ ଗିରଫ

ନୂଆଦିଲ୍ଲୀ: ପଞ୍ଜାବର ଅମୃତସରରେ ସୀମା ସୁରକ୍ଷା ବାହିନୀ ପାକିସ୍ତାନୀ ଚୋରା ଚାଲାଣକାରୀଙ୍କ ଦୁଇଟି ଉଦ୍ୟମକୁ ପଣ୍ଡ କରିଛି। ବିଏସ୍ଏଫ୍ ଯବାନମାନେ ଅମୃତସର ସେକ୍ଟରର ଦୁଇଟି ସ୍ଥାନରୁ ପାକିସ୍ତାନରୁ ଡ୍ରୋନ୍ ମାଧ୍ୟମରେ ପଠାଯାଇଥିବା ହେରୋଇନ୍ ସାମଗ୍ରୀ ଜବତ କରିଛନ୍ତି। ଅନ୍ୟପକ୍ଷରେ ଡ୍ରୋନ୍‌କୁ ଖସାଇବା ଏବଂ ଜଣେ ଭାରତୀୟ ଚୋରା ଚାଲାଣକାରୀଙ୍କୁ ବିଏସଏଫ ଯବାନମାନେ ଧରିବାରେ ମଧ୍ୟ ସଫଳତା ହାସଲ କରିଛନ୍ତି।

ବିଏସଏଫ ଅନୁଯାୟୀ, ବାଟାଲିୟନ ୨୨ ର ଯବାନମାନେ ଅଟ୍ଟାରୀ ସୀମା ନିକଟ ପୁଲ ମୋରାରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ, ପ୍ରାୟ ରାତି ୯.୩୫ ସମୟରେ ଡ୍ରୋନର ଆଗମନର ଶବ୍ଦ ଶୁଣାଗଲା। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯବାନମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। କିଛି ମିନିଟ ମଧ୍ୟରେ ଡ୍ରୋନର ଶବ୍ଦ ବନ୍ଦ ହୋଇଗଲା। ସମୟ ନଷ୍ଟ ନକରି ଯବାନମାନେ ସେହି ଅଞ୍ଚଳକୁ ସିଲ୍ କରି ଖୋଜାଖୋଜି ଆରମ୍ଭ କଲେ। କ୍ଷେତରେ ଏକ ଡିଜେଆଇଇ ମ୍ୟାଟ୍ରିସ୍ RTK ୩୦୦ ଡ୍ରୋନ୍ ଜବତ କରାଯାଇଥିଲା। କିନ୍ତୁ ସେଥିରୁ କୌଣସି ହେରୋଇନ୍ ସାମଗ୍ରୀ ବନ୍ଧା ହୋଇନଥିଲା। ଯବାନମାନେ ନିଜେ ରାତିରେ ଆଖପାଖ ଅଞ୍ଚଳରେ ଖୋଜିବାକୁ ଲାଗିଲେ।

ସେମାନଙ୍କ ଆଖି ଜଣେ ବ୍ୟକ୍ତିଙ୍କ ଉପରେ ପଡିଥିଲା। ଯବାନମାନେ ତାଙ୍କୁ ଗୋଡ଼ାଇ ତୁରନ୍ତ ଧରିଥିଲେ। ତାଙ୍କ ହାତରେ ହେରୋଇନ୍ ର ଏକ ସାମଗ୍ରୀ ଥିଲା, ଯାହା ଡ୍ରୋନ୍ ସହିତ ଆସିଥିଲା। ଅଭିଯୁକ୍ତ ଚୋରା ଚାଲାଣକାରୀ ତୁରନ୍ତ ଧରାପଡିଥିଲେ। ଯେତେବେଳେ ସାମଗ୍ରୀ ଯାଞ୍ଚ କରାଯାଇଥିଲା, ଏହାର ମୋଟ ଓଜନ ୩.୫ କିଲୋଗ୍ରାମ ଥିଲା। ବିଏସଏଫ ଅଧିକାରୀମାନେ ଚୋରା ଚାଲାଣକାରୀଙ୍କୁ ପଚରାଉଚରା ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆସାମରେ ୭ କୋଟି ମୂଲ୍ୟର ହେରୋଇନ ଜବତ, ୩ ଗିରଫ

କାର୍ବି ଆଙ୍ଗ୍ଲୋଙ୍ଗ: ଆସାମର କାର୍ବି ଆଙ୍ଗ୍ଲୋଙ୍ଗ ଜିଲ୍ଲାରେ ୭ କୋଟି ଟଙ୍କା ମୂଲ୍ୟର ହେରୋଇନ ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି। ଦୁଇଟି ପୃଥକ ଚଢାଉରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଲିସର ସୂଚନା ଅନୁଯାୟୀ, ଆଜି ପୋଲିସ ୬-୭ କୋଟି ଟଙ୍କା ମୂଲ୍ୟର ୧.୩୦୪ କିଲୋଗ୍ରାମ ହେରୋଇନ ଜବତ କରିଛି ଏବଂ କାର୍ବି ଆଙ୍ଗ୍ଲୋଙ୍ଗ ଜିଲ୍ଲାରେ ଦୁଇଟି ପୃଥକ ଚଢାଉରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପାକିସ୍ତାନୀ ଡଙ୍ଗାରୁ ଜବତ ହେଲା ୪୦୦ କୋଟି ମୂଲ୍ୟର ହିରୋଇନ, ୬ ଚାଲାଣକାରୀ ଗିରଫ

ନୂଆଦିଲ୍ଲୀ: ଆଜି ଗୁଜୁରାଟରେ ଏଟିଏସ୍ ଏବଂ କୋଷ୍ଟଗାର୍ଡର ମିଳିତ ମିଳିତ ଅପରେସନ୍ ରେ ୭୭ କିଲୋଗ୍ରାମ ହେରୋଇନ ଜବତ କରାଯାଇଛି। ଏହି ମାମଲାରେ ୬ ଜଣ କ୍ରୁ ସଦସ୍ୟଙ୍କୁ ଗିରଫ କରାଯାଇଛି। କ୍ରୁ ସଦସ୍ୟମାନେ ପାକିସ୍ତାନୀ ଡଙ୍ଗା ଅଲ ହୁସେନିରେ ଥିଲେ ଏବଂ ସେମାନେ କରାଚିର ବାସିନ୍ଦା ବୋଲି ଜଣାପଡିଛି। ଗୁଜୁରାଟର ଡିଜିପି ଆଶିଷ ଭାଟିଆ ଏନେଇ ସୂଚନା ଦେଇଛନ୍ତି।

ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି କହିଛନ୍ତି। ଏହି ହିରୋଇନ୍ ବିକ୍ରୟ କରିବାକୁ ସେମାନେ ଯୋଜନା କରୁଥିଲେ।