ଭୁବନେଶ୍ବର: ପ୍ରକାଶ ପାଇଛି ୧୨୫ଟି ହୋମଗାର୍ଡ ପାଇଁ ନିଯୁକ୍ତି। କୋରାପୁଟ ଜିଲ୍ଲା ପାଇଁ ଏହି ନିଯୁକ୍ତି ପ୍ରଦାନ କରାଯିବ। ସେଥିପାଇଁ କୋରାପୁଟ ପୋଲିସ ତରଫରୁ ଏହି ନିଯୁକ୍ତି ପ୍ରକାଶ କରାଯାଇଛି। ଆଜିଠାରୁ ଅର୍ଥାତ ୧୦ ତାରିଖରୁ ପ୍ରାର୍ଥୀମାନେ କୋରାପୁଟ କମାଣ୍ଡାଣ୍ଟ ହୋମଗାର୍ଡସ ଅଫିସରେ ଆବେଦନ ଦାଖଲ କରିପାରିବେ। ଏହି ଦାଖଲ ଆସନ୍ତା ୨୫ ତାରିଖ ପର୍ୟ୍ୟନ୍ତ ଚାଲିବ।
ଏଥିରେ ପ୍ରାର୍ଥୀଙ୍କ ବୟସ ସୀମା ୨୦ ବର୍ଷରୁ କମ ହୋଇ ନ ଥିବା ୬୦ ବର୍ଷରୁ ଅଧିକ ହୋଇ ନ ଥିବ। ହେଲେ ପ୍ରାର୍ଥୀ କୋରାପୁଟର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ। ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ୫ମ ପାଶ କରିଥିବା ଆବଶ୍ୟକ। ଏଥିସହିତ ଯେଉଁମାନେ ଟେଲରିଂ, ବିନ୍ଧାଣୀ, ଇଲଟ୍ରିକସିଆନ, ପାଇପ ମିସ୍ତ୍ରୀ, ଏସି କାରୀଗର ପ୍ରଭୃତି ଦକ୍ଷତା ଥିବ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ। ବିସ୍ତୁତ ବିବରଣୀ ପାଇଁ ତଳ ଲିଙ୍କକୁ କ୍ଲିକ କରନ୍ତୁ।