Categories
ଆଞ୍ଚଳିକ

ଚିଲିକା: କରୋନାରେ ପ୍ରାଣ ହରାଇଲେ ହୋମ ଆଇସୋଲେସନରେ ଥିବା ୭୦ ବର୍ଷୀୟ ବୃଦ୍ଧ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଆଙ୍କୁଲା ପଞ୍ଚାୟତର କରୋନାରେ ଆକ୍ରାନ୍ତ ହୋଇ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେ ମୃତ୍ୟୁ ବରଣ କରିଛନ୍ତି।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସୂଚନା ଅନୁସାରେ ସମ୍ପୃକ୍ତ ବ୍ୟକ୍ତି କରୋନା ପଜିଟିଭ ହୋଇଥିବା ହେତୁ ଗତ ଦୁଇ ଦିନ ତଳେ ହୋମ ଆଇସୋଲେସନରେ ଥିଲେ। ପ୍ରତିଦିନ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମେଡିକାଲ ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟବସ୍ଥା ସମ୍ଭନ୍ଧରେ ତଦାରଖ କରାଯାଉଥିବା ବେଳେ ଆଜି ସକାଳୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୋଇପଡିଥିଲା। ଫଳରେ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଶ୍ୱାସ ଜନିତ ସମସ୍ୟା ଗୁରୁତର ହୋଇଥିବା ହେତୁ ମୃତ୍ୟୁ ଘଟିଥିଲା।

ତେବେ ମୃତକଙ୍କ ଅନ୍ତେଷ୍ଟି କ୍ରିୟା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇ ଶବକୁ ଖୋର୍ଦ୍ଧା ସ୍ମଶାନକୁ ପଠାଯିବା ସହ ପରିବାରର ସଦସ୍ୟଙ୍କ ସମେତ ପ୍ରଶାସନିକ ଅଧିକାରୀ ମଧ୍ୟ ଅନ୍ତେଷ୍ଟି କାର୍ଯ୍ୟରେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ପୁଣି ଫେରିଲା ହୋମ ଆଇସୋଲେସନ, ଏହି ୧୨ଟି ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ହେବ ଲାଗୁ

ଭୁବନେଶ୍ବର : ବର୍ତ୍ତମାନ ପୁଣି ଥରେ କୋଭିଡ୍ ସଂକ୍ରମଣ ଓଡିଶାକୁ ଡରାଇଲାଣି। ସେଥିପାଇଁ ଆଗୁଆ ପଦକ୍ଷେପ ସ୍ବରୂପ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ଗ୍ରହଣ କରିଛି। ଜାରୀ କରାଗଲା ନୂଆ ଗାଇଡ ଲାଇନ । ଏହି ଗାଇଡ ଲାଇନ ଅନୁସାରେ ଦେଶର ୧୨ଟି ରାଜ୍ୟରୁ ଓଡିଶା ଆସୁଥିବା ବ୍ୟକ୍ତିଙ୍କ ପାଇଁ ଲାଗୁ ହେବ। ଏହି ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନେ ଏକ ସପ୍ତାହ ପାଇଁ ହୋମ୍ ଆଇସୋଲେସନରେ ରହିବାକୁ ବାଧ୍ୟ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏହି ୧୨ଟି ରାଜ୍ୟ ହେଲା ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ପଞ୍ଜାବ, ଚଣ୍ଡିଗଡ଼, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ। ଏହି ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କୁ ବିମାନ ବନ୍ଦର ଓ ରେଳ ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କର ସ୍କ୍ରିନିଂ କରାଯିବ।

ସେଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଭୁବନେଶ୍ବର ବିମାନ ବନ୍ଦର, ଝାରସୁଗୁଡ଼ା ବିମାନ ବନ୍ଦରର ନିର୍ଦ୍ଦେଶକ, ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜରଙ୍କୁ ସତର୍କତା ପଦକ୍ଷେପ ନେବାକୁ ଚିଠି ଲେଖିଛନ୍ତି।

ଅନ୍ୟ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଓଡ଼ିଶାରେ ସତର୍କତାମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପ୍ରଦୀପ୍ତ ମହାପାତ୍ର । ଯେଉଁ ଯାତ୍ରୀମାନଙ୍କର କିଛି ଲକ୍ଷଣ ଦେଖାଯିବ ସେମାନଙ୍କୁ ବିମାନବନ୍ଦର କିମ୍ବା ରେଳ ଷ୍ଟେସନରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯିବ ।

ହୋମ୍ ଆଇସୋଲେସନରେ ଅବଧି ମଧ୍ୟରେ ଯଦି କୌଣସି ଲକ୍ଷଣ ଦେଖାଦିଏ ତା’ହେଲେ ସେମାନଙ୍କର ଆରଟି-ପିସିଆର ଟେଷ୍ଟ କରାଯିବ । କୋଭିଡ୍ ସଂକ୍ରମିତ ଥିବା ଜଣାପଡ଼ିଲେ ଗାଇଡଲାଇନ୍ ଅନୁସାରେ ଚିକିତ୍ସା କରାଯିବ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।