Categories
ଆଜିର ଖବର ଖେଳ ଜାତୀୟ ଖବର

ଇନ୍ଦୋରର ପିଚକୁ ଖରାପ ବୋଲି ଘୋଷଣା କଲା ଆଇସିସି, ହୋଇପାରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ତୃତୀୟ ଟେଷ୍ଟ ଇନ୍ଦୋରରେ ଖେଳାଯାଇଥିଲା। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ୨ ଦିନ ଏବଂ ଗୋଟିଏ ସେଶନରେ ଶେଷ ହୋଇଥିଲା। ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଇନ୍ଦୋରର ହୋଲକର ଷ୍ଟାଡିୟମକୁ ‘ଖରାପ’ ପିଚ୍ ଶ୍ରେଣୀରେ ସ୍ଥାନିତ କରିଛି। ବାସ୍ତବରେ ହୋଲକର ଷ୍ଟାଡିୟମ ପାଇଁ ଏହା ଏକ ପ୍ରକାର ଆଇସିସିର ଚେତାବନୀ। ଆଇସିସିର ଏହି ନିଷ୍ପତ୍ତି ପରେ ହୋଲକର ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ ଉପରେ ପ୍ରତିବନ୍ଧକ ଲଗାଯାଇପାରେ।

ଇନ୍ଦୋର ପିଚରେ ଆଇସିସି ପିଚ୍ ଏବଂ ଆଉଟଫିଲ୍ଡ ମନିଟରିଂ ପ୍ରକ୍ରିୟା ଅଧୀନରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଇନ୍ଦୋରର ପିଚ୍ ଖରାପ ପିଚ୍ ବର୍ଗରେ ରଖାଯାଇଛି। ବାସ୍ତବରେ ଏହି ଟେଷ୍ଟର ପ୍ରଥମ ଦିନର ଆରମ୍ଭରୁ, ସ୍ପିନ୍ ବଲକୁ ବହୁତ ସାହାଯ୍ୟ ମିଳିଥିଲା। ପ୍ରଥମ ଦିନରେ ୧୪ ଟି ୱିକେଟ୍ ର ପତନ ଘଟିଥିଲା, ଯେଉଁଥିରେ ସ୍ପିନରମାନେ ୧୩ ଟି’ ୱିକେଟ୍ ନେଇଥିଲେ। ଏଥି ସହିତ ଏହି ମ୍ୟାଚରେ ମୋଟ ୩୧ ୱିକେଟ୍ ମଧ୍ୟରୁ ୨୬ ଟି ୱିକେଟ୍ ସ୍ପିନରଙ୍କ ଖାତାକୁ ଯାଇଥିଲା। ଅର୍ଥାତ୍ ଏହି ମ୍ୟାଚରେ ଦ୍ରୁତ ବୋଲରଙ୍କ ଦ୍ୱାରା କେବଳ ୪ ଟି ୱିକେଟ୍ ଅକ୍ତିଆର କରିଥିଲେ।

ପ୍ରକାଶ ଯେ, ଆଇସିସି ହୋଲକର ଷ୍ଟାଡିୟମକୁ ତିନୋଟି ଡେରିମିଟ୍ ପଏଣ୍ଟ ଦେଇଛି। ରେଫରି କ୍ରିସ୍ ବ୍ରଡ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା, ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ସହ ଆଲୋଚନା ପରେ ପରିଷଦ ଏହି ନିଷ୍ପତ୍ତି ନେଇଛି। ଏଥି ସହିତ, ବିସିସିଆଇର ବର୍ତ୍ତମାନ ୧୪ ଦିନ ସମୟ ଅଛି। ଏହି ପିଚରେ ମ୍ୟାଚ୍ ରେଫରି କ୍ରିସ୍ ବ୍ରଡ୍ ତାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ପିଚ୍ ପିଚ୍ ବହୁତ ଶୁଖିଲା ଥିଲା। ସେଠାରେ ବ୍ୟାଟ୍ ଏବଂ ବଲ୍ ମଧ୍ୟରେ ସମନ୍ୱୟ ରକ୍ଷା କରିପାରିନଥିଲେ।