Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଗୋ ପୂଜନ କରି ନିଆରା ଢଙ୍ଗର ପାଳନ ହେଲା ଦୋଳ ଓ ହୋଲି ଉତ୍ସବ

ଭୁବନେଶ୍ୱର: ପ୍ରେମ, ଭାଇଚାରା ଓ ସଦ୍‌ଭାବନାର ପର୍ବ ହୋଲି । ହୋଲିରେ ବିଶେଷ କରି ହର୍ବାଲ ରଙ୍ଗ ପ୍ରତି ଅଧିକ ଚାହିଦା ରହିଥାଏ । ରଙ୍ଗରେ ରଙ୍ଗେଇ ହୋଇ ଗାଁ ଠାରୁ ସହର ପର୍ଯ୍ୟନ୍ତ ସାଙ୍ଗସାଥୀମାନେ ମିଶି ପରସ୍ପର ଅବିର ବୋଳି ହୋଲି ଉତ୍ସବକୁ ଧୁମ୍‌ଧାମରେ ପାଳନ କରୁଥିବା ବେଳେ ତୁଷାର ଚାରିଟେବୁଲ ଟ୍ରଷ୍ଟ ଓ ମା’ ସୁନାଦେଇ ପ୍ରଡ଼କ୍ସନର ମିଳିତ ଆନୁକୂଲ୍ୟରେ ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ।

ତୁଷାର ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକଙ୍କ ପରିଚାଳନାରେ ଭୁବନେଶ୍ୱରର ସହିଦ ନଗରସ୍ଥିତ ସୁନ୍ଦରୀ ଗୋଶାଳାରେ ଥିବା ଗୋମାତାଙ୍କୁ ପୂଜା କରି ଫୁଲମାଳ ପିନ୍ଧାଇ, ଖାଦ୍ୟ ଖୁଆଇ, ଦେହରେ ଅବିର ବୋଳି ହୋଲି ଉତ୍ସବ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଭାତୀ ବାରିକ, ରାକେଶ ସେଠୀ, ସଂଗ୍ରାମ ଜେନା, ଅରବିନ୍ଦ ବାରିକ ପ୍ରମୁଖ ଯୋଗ ଦେଇ ଗୋମାତାଙ୍କ ସହ ହୋଲି ଖେଳିଥିଲେ । ଏଭଳି ନିଆରା ପ୍ରୟାସକୁ ରଜଧାନୀବାସୀ ଭୂୟସୀ ପ୍ରଶଂସା କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଶାନ୍ତି ଓ ସଦ୍ଭାବନା ସହ ପାଳନ ପାଇଁ କଲେ ନିବେଦନ

କୋଲକାତା: ପଶ୍ଚିମବଙ୍ଗ ସରକାର ଚଳିତ ହୋଲି ପର୍ବକୁ ଏକତା ଏବଂ ସଦ୍ଭାବର ସହିତ ପାଳନ କରିବାକୁ ସମସ୍ତ ଧର୍ମର ଲୋକଙ୍କୁ ଆହ୍ୱାନ କରିଛନ୍ତି। ପ୍ରଥମ ଥର ପାଇଁ ଗତକାଲି କୋଲକାତାରେ ଦୋଳ ଏବଂ ହୋଲି ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଭିନ୍ନ ଧର୍ମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବୈଠକରେ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ହୋଲି ପାଳନ କରିବାକୁ ଅନୁରୋଧ କରିଥିଲେ। ଏଥିସହିତ ସେ ଘୋଷଣା କରିଥିଲେ ଯେ ଆସନ୍ତା ବର୍ଷ ଆହୁରି ବଡ଼ ସମାବେଶ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ସମୟରେ ସେ ଦାଣ୍ଡିଆ ଏବଂ ଭାଙ୍ଗଡ଼ା ନୃତ୍ୟରେ ମଧ୍ୟ ଅଂଶଗ୍ରହଣ କରିଥିଲେ।

Categories
ଆଞ୍ଚଳିକ

ସତ୍ୟ ନିକେତନ ଜାରା ଆଶ୍ରମରେ ହୋଲି ଉତ୍ସବ ପାଳିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ନିକଟସ୍ଥ ରାମଚନ୍ଦ୍ର ପୁର ଠାରେ ଅବସ୍ଥିତ ସତ୍ୟ ନିକେତନ ଜାରା ଆଶ୍ରମ ରେ ହୋଲି ଉତ୍ସବ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ଉଦ୍ୟକ୍ତା ତଥା ମହାନ୍ ସଙ୍ଘ ସଭାପତି ସୁଶାନ୍ତ କୁମାର ସାବତ ଯୋଗ ଦେଇ ସମାଜ ତଥା ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କ ନିରଙ୍କୁଶ ସେବା କରିବା ପାଇଁ ଆହ୍ୱାନ ଦେଇଥିଲେ।

ଏତଦବ୍ୟତୀତ ଏହି ଉତ୍ସବରେ ନାରାୟଣ ମହାଙ୍କୁଡ, ବଳରାମ ପଣ୍ଡା, ଶ୍ରୀକାନ୍ତ ସାବତ, ନିବେଦିତା ପାଢୀ,ଭୀଷ୍ମାଚାର୍ୟ୍ଯ ଚୌଧୁରୀ, ସତ୍ୟ ପାତ୍ର ସିମାଞ୍ଚଳ ପାଣିଗ୍ରାହୀ, ଶ୍ୟାମ ଦତ୍ତ ଦାସ ଙ୍କ ସମେତ ବହୁ ବରିଷ୍ଠ ନାଗରିକ,ବୁଧୀଜିବୀ ଓ ଗଣମାଧ୍ୟମ ବ୍ୟକ୍ତି ବିଶେଷ ପ୍ରମୁଖ ଯୋଗଦେଇ ଅନୁଷ୍ଠାନ ର ଅନ୍ତେବାସୀଙ୍କୁ ଉତ୍ସାହିତ କରିଥିଲେ।

Categories
ଆଞ୍ଚଳିକ

ଚ଼ିଲିକା ବିଜେପି ପାଳିଲା ହୋଲି ଉତ୍ସବ

ଚ଼ିଲିକା (ସୀତାରାମ ଅଗ୍ରୱାଲ): ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ଭାଜପା ପକ୍ଷରୁ ନାଚୁଣୀ ସ୍ଥିତ କାର୍ଯ୍ୟାଳୟ ଠାରେ ଆନନ୍ଦ ଓ ଉଲ୍ଲାସର ପର୍ବ ପବିତ୍ର ହୋଲି ଉତ୍ସବ ପାଳନ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ, ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ଲୋକପ୍ରିୟ ତଥା ରାଜ୍ୟ ବିଜେପି ର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚ଼ନ୍ଦନ ଉପସ୍ଥିତ ରହି ଦଳୀୟ ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା, ସାମ୍ବାଦିକ, ସମାଜସେବୀ ତଥା ବୁଦ୍ଧିଜୀବି ବନ୍ଧୁ ମାନଙ୍କ ସହ ଆନନ୍ଦ ଉଲ୍ଲାସରେ ହୋଲି ଉତ୍ସବ ଖୁବ ଧୁମଧାମରେ ପାଳନ କରିଛନ୍ତି।

ଏହି ଅବସରରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ‌ ତଥା ଚ଼ିଲିକା ବିଧାନସଭା କ୍ଷେତ୍ରର ସଂଯୋଜକ ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରାଙ୍କ ସମେତ ନିର୍ବାଚ଼ନ ମଣ୍ଡଳୀର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ। ଏହି ପର୍ବ ସମସ୍ତଙ୍କ ଜୀବନରେ ଖୁସି ଓ ଆନନ୍ଦର ରଙ୍ଗ ଭରିଦେଉ ବୋଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

Categories
ଆଞ୍ଚଳିକ

ଅଙ୍କୁର ତରଫରୁ ବସ୍ତିପିଲାଙ୍କ ସହ ହୋଲି ଉତ୍ସବ

ଭୁବନେଶ୍ବର: ଅଙ୍କୁର ଫାଉଣ୍ଡେସନ ତରଫରୁ ଗତ ମାର୍ଚ୍ଚ ୧୮ ତାରିଖ ରେ ହୋଲି ଉତ୍ସବ ପାଳିତ ହୋଇଛି। ଏକ ନିଆରା ଆୟୋଜନରେ ଫାଉଣ୍ଡେସନ ତରଫରୁ ବସ୍ତିରେ ରହୁଥିବା ପିଲାଙ୍କ ସହିତ ରଙ୍ଗ ଖେଳ କରା ଯାଇଥିଲା। ପିଲାଙ୍କୁ ହୋଲି ଖେଳିବା ପାଇଁ ରଙ୍ଗ ଓ ପିଚକାରୀ ଉପହାର ଦେବାସହ ସୁରକ୍ଷିତ ଓ ସୁନ୍ଦର ହୋଲି ପାଳନ ର ଏକ କର୍ମଶାଳାର ମଧ୍ୟ ଆୟୋଜନ କରାଯାଇଥିଲା।

ଆଇଆରସି ଭିଲେଜ ପାଖ ବସ୍ତି ର ପିଲାମାନେ ଏହି ସମାରୋହ ଏବଂ କର୍ମଶାଳାରେ ଯୋଗ ଦେଇଥିଲେ। ପ୍ରତି ବର୍ଷ ପିଲାମାନଙ୍କ ବୌଦ୍ଧିକ ଶକ୍ତିର ବିକାଶ ପାଇଁ ଅଙ୍କୁର ତରଫରୁ ଏମିତି ଅନେକ ସୃଜନଶୀଳ କାର୍ଯ୍ୟକ୍ରମ କରା ଯାଇଥାଏ। ହୋଲି ଉତ୍ସବ ମାଧ୍ୟମରେ ଏକ ସୁସ୍ଥ ଏବଂ ସୁନ୍ଦର ଶିଶୁ ସମାଜ ଗଠନ ଆମ ଲକ୍ଷ୍ୟ ବୋଲି ଅଙ୍କୁର ର ସମ୍ପାଦିକା ଚିନ୍ମୟୀ ପଣ୍ଡା କହିଛନ୍ତି। ଏହି ଉତ୍ସବ ମାଧ୍ୟମରେ ସବୁ ବର୍ଗର ଶିଶୁ ଙ୍କ ମଧ୍ୟରେ ସମାନତାର ବାର୍ତ୍ତା ପହଞ୍ଚାଇବା ଆମର ଉଦ୍ଦେଶ୍ୟ ବୋଲି ଅଙ୍କୁର ତରଫରୁ କୁହାଯାଇଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଓଟିଟି ପ୍ଲାଟ୍‌ଫର୍ମର କଞ୍ଚାଲଙ୍କାରେ ହୋଲିକୁ ଆସୁଛି ‘ରଙ୍ଗିଲା’

ଭୁବନେଶ୍ବର: ଓଟିଟି ପ୍ଲାଟ୍‌ଫର୍ମର କଞ୍ଚାଲଙ୍କାରେ ନୂତନ ସୋ’ରେ ହୋଲି ଉତ୍ସବର ଆୟୋଜନ ଦର୍ଶନୀୟ ହେବ। ଏକ ଆପାର୍ଟମେଣ୍ଟ ପରିସରେ ଏହି କାହାଣୀରେ ହୋଲିର ରଙ୍ଗ ଭିତରେ ବିଭିନ୍ନ ପ୍ରକାରର ରଙ୍ଗର ଭାବପ୍ରବଣତା ଓ ଅଭିନୟ ଦେଖିବାକୁ ମିଳିବ। ଏହାର ପ୍ରମୁଖ ନାରୀ ଚରିତ୍ର ମୀରା ଯାହାଙ୍କର ସ୍ୱାମୀ ବାହାରେ ରହନ୍ତି। ଏସବୁ ଭିତରେ ଆପାର୍ଟମେଣ୍ଟର ସେକ୍ରେଟାରୀ ଶ୍ରୀଯୁକ୍ତ ନାୟକ ହୋଲି ଉତ୍ସବର ସରଞ୍ଜାମ ଯୋଗାଡ଼ କରିବାରେ ବ୍ୟସ୍ତ ଅଛନ୍ତି। ହୋଲି ଉତ୍ସବ ଆରମ୍ଭ ହେଉଛି। ଆପାର୍ଟମେଣ୍ଟର ସବୁ ଲୋକ ମଉଜ ମଜଲିସ୍‌ରେ ମାତିଯାଉଛନ୍ତି। ରକ୍ଷିତ୍ ବାବୁ ମଦ ପରେ ମଦ ବୋତଲ ଟେକୁଛନ୍ତି। ସଙ୍ଗେ ସଙ୍ଗେ ସନି ଆଉ ରନୀ ମଧ୍ୟ ବସି ତାଙ୍କ ପିଇବାର ମଜା ନେଉଛନ୍ତି। ରକ୍ଷିତ ବାବୁଙ୍କ ସ୍ତ୍ରୀଙ୍କ ସହିତ ଦାସ ବାବୁ କମ୍ୟୁନିଟି ହଲ୍‌ ଭିତରେ ଟିକେ ପ୍ରେମ କରିବା ଆରମ୍ଭ କରିଦେଉଛନ୍ତି। ଏହା ଭିତରେ ମୀରା ଆସି ପହଞ୍ଚିଯାଉଛି ତାକୁ ଦେଖି ସନି ଆଉ ରନୀ ତା’ ପ୍ରତି ଆକୃଷ୍ଟ ହେଇଛନ୍ତି। ଏତିକିବେଳେ ସନି ଓ ରନୀ ତା’ସହିତ ଜୋର ଜବରଦସ୍ତ କିଛି ଅଘଟଣ ଘଟେଇବାକୁ ଚେଷ୍ଟା କରୁଛନ୍ତି। ମୀରା କିନ୍ତୁ ତାଙ୍କ କବଳରୁ ନିଜକୁ ରକ୍ଷା କରି ନିଜ ଫ୍ଲାଟ୍‌କୁ ଫେରିଯାଉଛି।

ଏହିପରି ହୋଲିର ରଙ୍ଗ ଉତ୍ସବ ଭିତରେ ଭାବନାର ରଙ୍ଗ ମଧ୍ୟ ଚାଲିଯାଉଛି। ଏହି ସୋ’ର ରଚନା କରିଛନ୍ତି ଶୁଦ୍ଧରାଜ ବାନାର୍ଜୀ, ସଂଳାପ ଲେଖିଛନ୍ତି ନିଶାନ୍ତ, ପ୍ରଯୋଜନା ଏବଂ ନିର୍ଦ୍ଦେଶନା ରମେଶ ରାଉତ ଥିବାବେଳେ କ୍ରିଏଟିଭ୍ ମୁଖ୍ୟ ଅଛନ୍ତି ଭାଗ୍ୟଧରପାଣି ଏହି ସୋ’ଟି ମାର୍ଚ୍ଚ ୧୮ ତାରିଖରୁ ଓଟିଟି ପ୍ଲାଟ‌ଫର୍ମ କଞ୍ଚାଲଙ୍କାରେ ପ୍ରସାରଣ ହେବ। ପ୍ରଥମ ରୁ ଭାରତୀୟମାନେ କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ର ସମସ୍ତ କାର୍ଯ୍ୟକ୍ରମକୁ ଦେଖିପାରୁଥିବା ବେଳେ ଏବେ ଏହାକୁ ଆମେରିକା, କାନାଡ଼ା, ସିଙ୍ଗାପୁର, ମାଲେସିୟା, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ସାଉଥ ଆଫ୍ରିକା ଆଦି ଦେଶର ଦର୍ଶକ ଦେଖିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଦୋଳ ମେଳଣ ପାଇଁ କଟକଣା ହେଲା କଡାକଡ଼ି

ଭୁବନେଶ୍ବର: ଦୋଳ ବିମାନ ଯାତ୍ରାରେ ସର୍ବାଧିକ ୬ ଜଣଙ୍କୁ ଅନୁମତି ମିଳିଛି। ଦୋଳ ବିମାନ ଯାତ୍ରା ସମୟରେ ଶୋଭାଯାତ୍ରା, ସାଉଣ୍ଡ ସିଷ୍ଟମ ଉପରେ ବାରଣ କରାଯାଇଛି। ବିମାନ କାନ୍ଧେଇଥିବା ଲୋକ ଠିକ ଭାବେ ମାସ୍କ ପିନ୍ଧିବା ଜରୁରୀ। ଦୋଳ ମେଳଣରେ ସର୍ବାଧିକ ୫୦/୬୦ ଲୋକ ରହିପାରିବ। ସେଥିପାଇଁ ଆୟୋଜକ ନିଶ୍ଚିତ କରିବ। ସମସ୍ତେ ସାମାଜିକ ଦୂରତ୍ଵ ବଜାୟ ରଖିବା ସହ ମାସ୍କ ପିନ୍ଧିବ ଜରୁରୀ ଅଟେ।

ମେଳଣରେ ଯାତ୍ରା, ମେଲୋଡି, ମୀନାବଜାର ସଂପୂର୍ଣ୍ଣ ବାରଣ କରାଯାଇଛି। ମେଳଣ ପାଇଁ ଆୟୋଜକଙ୍କୁ ବିଏମସି ଠାରୁ ଅନୁମତି ନେବାକୁ ପଡ଼ିବ। ଦୋଳ ନୀତି ମନ୍ଦିର ଭିତରେ ହେବ। କୌଣସି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଛି।