Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ସାଧାରଣ ଜନତାଙ୍କୁ ବଡ ଆଶ୍ଵସ୍ତି: ପେଟ୍ରୋଲ ଦର ୮ ଟଙ୍କାଙ୍କୁ ହ୍ରାସ କଲା ଏହି ରାଜ୍ୟ

ନୂଆଦିଲ୍ଲୀ: ପେଟ୍ରୋଲ ଦର ବୃଦ୍ଧିରୁ ସାଧାରଣ ଜନତାଙ୍କୁ ଦିଲ୍ଲୀ ସରକାର ବଡ ଆଶ୍ଵସ୍ତି ଦେଇଛନ୍ତି। ଆଜିଠାରୁ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଉପରେ ରାଜ୍ୟ ସରକାର ଭ୍ୟାଟ୍ ହ୍ରାସ କରିଛନ୍ତି। କେଜ୍ରିୱାଲ ସରକାରଙ୍କ ଏହି ନିଷ୍ପତ୍ତି ପରେ ଦିଲ୍ଲୀରେ ପେଟ୍ରୋଲ ପ୍ରାୟ ୮ ଟଙ୍କା ଶସ୍ତା ହେବ। ଆଜି ମଧ୍ୟରାତ୍ରିରୁ ପେଟ୍ରୋଲର ନୂତନ ହାର ପ୍ରଯୁଜ୍ୟ ହେବ।

ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ କେଜ୍ରିୱାଲ ପେଟ୍ରୋଲ ଉପରେ ଭାଟ୍ ୩୦ ପ୍ରତିଶତ ହ୍ରାସ କରି ୧୯.୪୦ ପ୍ରତିଶତକୁ ହ୍ରାସ କରିଛନ୍ତି। ତେଣୁ ଯେଉଁମାନେ ଆଜି ରାତିରୁ ନିଜ ଗାଡିରେ ପେଟ୍ରୋଲ ଭରନ୍ତି ସେମାନେ ୮ ଟଙ୍କା ଶସ୍ତା ପେଟ୍ରୋଲ ପାଇବେ।