Categories
ଅପରାଧ ଆଜିର ଖବର ଜାତୀୟ ଖବର

ନିଜ ଘରୁ ସୁନା ସହିତ 19 ଲକ୍ଷଟଙ୍କାର କ୍ୟାସ୍ ନେଇ ପ୍ରେମିକ ସହିତ ଫେରାର୍‌ ହେଲେ ଯୁବତୀ, ଧରାପଡ଼ିଲା ପରେ କ’ଣ ହେଲା ଜାଣନ୍ତୁ

ମୁମ୍ବାଇ : ମୁମ୍ବାଇର ଓଶିଓ୍ବାରା ଅଞ୍ଚଳରେ ପୋଲିସ୍‌ ଜଣେ ଝିଅକୁ ନିଜ ଘରୁ 19 ଲକ୍ଷ ଟଙ୍କା ସହିତ ଗହଣା ଚୋରି କରିବା ଅଭିଯୋଗରେ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ 21 ବର୍ଷୀୟ ଉଜ୍‌ମା କୁରୈଶୀ ନିଜ ବୟଫ୍ରେଣ୍ଡ ସହିତ ମିଶି କରି ଏପରି ଏକ କାଣ୍ଡ ଘଟାଇଥିଲେ । ଉଜ୍‌ମାର ବୟଫ୍ରେଣ୍ଡ୍‌ 31 ବର୍ଷୀୟ ଚରନଦୀପ୍‌ ସିଂହ ଅରୋରା ଜଣେ ପିଟି ଟିଚର୍‌ ।

ଜୁଲାଇ 30 ତାରିଖରେ ଉଜ୍‌ମା ଅଚାନକ ଗାୟବ ହୋଇଯାଇଥିଲେ । ଏହାପରେ ଉଜ୍‌ମା ନିଖୋଜ ହୋଇଥିବା ନେଇ ରିପୋର୍ଟ ଦେଇଥିଲେ ତାଙ୍କ ପିତା ।  ତେବେ ତାଙ୍କ ଝିଅ ନିଖୋଜ ନ ହୋଇ ବରଂ ତାଙ୍କ ପ୍ରେମୀ ସହିତ ଫେରାର୍‌ ହୋଇଥିବାର ସନ୍ଦେହ କରିଥିଲେ ।ଉଜ୍‌ମାଙ୍କ ବିରୋଧରେ ତାଙ୍କ ପିତା ପୋଲିସ୍‌ରେ ଏତଲା ଦେଇଥିଲା। ପୋଲିସ୍‌ ଆଇପିସିର ଧାରା 379, 406. 411 ଓ 34 ଧାରା ଅନ୍ତର୍ଗତ ମାମଲା ରୁଜୁ କରିଥିଲା ।

ଘରୁ ସୁନା ଓ ଟଙ୍କା ଚୋରି କରି ଉଜ୍‌ମା ଓ ତାଙ୍କ ସାଥୀ ଅମୃତସର ଗୋଲ୍ଡେନ୍‌ ଟେମ୍ପଲ୍‌ ନିକଟରେ ଲୁଚି ଥିଲେ । ଟେକ୍‌ନିକ୍‌ ଜରିଆରେ ପୋଲିସ୍‌ ତାଙ୍କ ପାଖରେ ପହଞ୍ଚି ଗିରଫ କରିଥିଲା । ପୋଲିସ୍‌ ଉଜ୍‌ମାଙ୍କଠାରୁ ପାଇଥିବା 65 ତୋଳା ସୁନା ଓ 10 ଲକ୍ଷ ଟଙ୍କା ପିତାଙ୍କୁ ଫେରାଇଛନ୍ତି । ଦୁହିଁଙ୍କୁ ମାଜିଷ୍ଟ୍ରେଟ୍‌ କୋର୍ଟରେ ହାଜର କରାଯାଇଥିବାବେଳେ ଏବେ ଦୁହିଁଙ୍କୁ ପୋଲିସ୍‌ ହେପାଜତରେ ରଖାଯାଇଛି । (ଏଜେନ୍ସି)