Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ଭାରତ ଠାରୁ ସାହାଯ୍ୟ ଲୋଡିଲେ ୟୁକ୍ରେନର ରାଷ୍ଟ୍ରପତି

ନୂଆଦିଲ୍ଲୀ: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ମାନବିକତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହାୟତା ଲୋଡିଛନ୍ତି। ଭାରତ ଗସ୍ତରେ ଥିବା ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ଏମିନ୍ ଝାପରୋଭା ମଙ୍ଗଳବାର ଦିନ ରାଜ୍ୟ ବୈଦେଶିକ ମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କୁ ଏହି ଚିଠି ପ୍ରଦାନ କରିଛନ୍ତି।

ୟୁକ୍ରେନର ରାଷ୍ଟ୍ରପତି ତାଙ୍କ ପତ୍ରରେ ଅତିରିକ୍ତ ଔଷଧ ଏବଂ ଚିକିତ୍ସା ଉପକରଣ ପଠାଇ ଭାରତକୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ଏଥି ସହିତ ୟୁକ୍ରେନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଯୁଦ୍ଧ ସମୟରେ ନିଜ ଦେଶରେ ପଢୁଥିବା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଯୋଗ୍ୟତା ପାଇଁ ପରୀକ୍ଷା ଦେବାକୁ ଅନୁମତି ଦେବେ, ଯାହା ଭାରତର ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତି ମିଳିବ।

ଉପ ବୈଦେଶିକ ମନ୍ତ୍ରୀ ଏମିନ ଜାପାରୋଭା ଭାରତରେ ଏକ ଥିଙ୍କ ଟ୍ୟାଙ୍କକୁ ସମ୍ବୋଧିତ କରି କହିଛନ୍ତି ଯେ ଋଷ ସହିତ ଛିଡା ହେବା ଅର୍ଥ ଇତିହାସର ଭୁଲ ଦିଗରେ ରହିବା ଏବଂ ତାଙ୍କ ଦେଶ ଭାରତ ସହ ନିବିଡ ସମ୍ପର୍କ ଚାହୁଁଛି। ଏହି ସମୟରେ ଜାପାରୋଭା ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ସହିତ ତାଙ୍କ ଦେଶର ସାମରିକ ସମ୍ପର୍କ ପ୍ରାୟ ତିନି ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିଲା, କିନ୍ତୁ ଏହାର ଅର୍ଥ ନୁହେଁ ଯେ ପାକିସ୍ତାନ ସହିତ ତାଙ୍କର ସହଯୋଗ ଭାରତ ବିରୁଦ୍ଧରେ ଅଛି।

ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ଏମିନ ଭାରତୀୟ ଅଧିକାରୀଙ୍କୁ ନିବେଦନ କରିଛନ୍ତି ଏବଂ କହିଛନ୍ତି ଯେ, ବିଶ୍ୱ ପ୍ରତିଷ୍ଠାତା ତଥା ଜି-୨୦ର ବର୍ତ୍ତମାନର ଅଧ୍ୟକ୍ଷ ଶାନ୍ତି ପ୍ରତିଷ୍ଠା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି। ଏଥିପାଇଁ ଭାରତୀୟ ଅଧିକାରୀମାନେ ୟୁକ୍ରେନ ପରିଦର୍ଶନ କରିବା ଉଚିତ୍।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନରେ କଥା ହେଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୟୁକ୍ରେନର ରାଷ୍ଟ୍ରପତି ଭଲୋଡିମିର ଜେଲେନସ୍କି ଫୋନରେ କଥା ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ୟୁକ୍ରେନର ରାଷ୍ଟ୍ରପତି ଟୁଇଟ୍ କରି କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହୋଇ ଜି-୨୦ ର ସଫଳ ଅଧ୍ୟକ୍ଷତା କାମନା ପାଇଁ କରିଛି। ଏହି ପ୍ଲାଟଫର୍ମରେ ମୁଁ ଶାନ୍ତି ଫର୍ମୁଲା ଘୋଷଣା କରିଥିଲି ଏବଂ ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରିବାରେ ଭାରତର ଅଂଶଗ୍ରହଣ ଉପରେ ମୁଁ ଭରସା କରୁଛି। ମାନବିକ ସହାୟତା ଏବଂ ସମର୍ଥନ ପାଇଁ ମୁଁ ମିଳିତ ଜାତିସଂଘକୁ ମଧ୍ୟ ଧନ୍ୟବାଦ ଜଣାଉଛି।