Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପ୍ରବଳ ବର୍ଷା ପାଇଁ ଘୁଞ୍ଚିଲା ୟୁଜି ଏବଂ ପିଜି ନାମଲେଖା ତାରିଖ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ ପାଣି ଘେରରେ ରହିଛି। ଏପରି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ନାମଲେଖା ତାରିଖକୁ ରାଜ୍ୟ ଶିକ୍ଷା ବିଭାଗ ଘୁଞ୍ଚାଇ ଦେଇଛି। ଏଥିରେ କେବଳ ୟୁଜି ଏବଂ ପିଜି ନାମଲେଖା ତାରିଖକୁ ବଢାଇ ଦିଆଯାଇଛି।

ପୂର୍ବରୁ ଯେଉଁ ଶେଷ ତାରିଖ ସେଥିରେ ପରିବର୍ତ୍ତନ କରାଯାଇ ଅଗଷ୍ଟ 5 ତାରିଖକୁ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ୟୁଜି ଦ୍ବିତୀୟ ପର୍ଯ୍ୟାୟ ଚୟନନନନ ଏବଂ ପିଜିର ପ୍ରଥମ ପର୍ଯ୍ୟାୟ ଚୟନ ବାକି ରହିଛି। ଯାହା ବର୍ତ୍ତମାନ ଅଗଷ୍ଟ ପାଞ୍ଚ ତାରିଖରେ ହେବ ବୋଲି ଘୋଷଣା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଫେବୃୟାରୀ ୧୦ ରୁ ଆରମ୍ଭ ହେବ ପିଜି ପାର୍ଟ-୧ କ୍ଳାସ: ଜାଣନ୍ତୁ କେବେ ହେବ ପରୀକ୍ଷା

ଭୁବନେଶ୍ବର: ଫେବୃୟାରୀ ୧୦ ତାରିଖରେ ପିଜି ପାର୍ଟ-୧ ର କ୍ଳାସ ଆରମ୍ଭ ହେବ। ଫେବୃୟାରୀ ୧୦ ତାରିଖରୁ ମଧ୍ୟ ପ୍ରି-ଫାଇନାଲ ଇୟର କ୍ଳାସ ଆରମ୍ଭ ହେବ। ତେବେ କ୍ଳାସ ଆରମ୍ଭ ହେବା ପୂର୍ବରୁ ହଷ୍ଟେଲ ଖୋଲିବ। ତେଣୁ ଫେବୃୟାରୀ ୮ ତାରିଖରେ ହଷ୍ଟେଲ ଖୋଲିବ। କୋଭିଡ଼ ଗାଇଡ ଲାଇନ ଅନୁଯାୟୀ କ୍ଳାସରେ ପାଠ ପଢା ହେବ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।

ଏପ୍ରିଲ ୧୯ ତାରିଖରୁ ୟୁଜି ତୃତୀୟ ଏବଂ ପଞ୍ଚମ ସେମିଷ୍ଟାର ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୩୦ ତାରିଖ ଯାଏଁ ଚାଲିବ। ମେ’ ୩୧ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ। ପିଜି ପ୍ରଥମ ସେମିଷ୍ଟାର ପରୀକ୍ଷା ଜୁନ ୭ ତାରିଖରୁ ଆରମ୍ଭ ହୋଇ ଜୁନ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାର ପରୀକ୍ଷା ଫଳ ଜୁଲାଇ ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରକାଶ କରିଛନ୍ତି।