Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀରୁ ୧୦ ଲକ୍ଷ ଟଙ୍କାର ଧଳା ଜହର ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୨ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି। କ୍ରାଇମବ୍ରାଞ୍ଚ ଏସଟିଏଫ ଏହି ବ୍ରାଉନ ସୁଗାର ଜବତ କରିଛି। ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ହେବ ବୋଲି ଜଣାପଡ଼ିଛି। ଏହା ସହିତ ଜଣେ ମହିଳାଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ ଅଟକ ରଖିଛି। ଭୁବନେଶ୍ବରର ୟୁନିଟ-୮ ନାରାୟଣ ବସ୍ତିରୁ ଏହି ମହିଳା ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ଏସଟିଏଫ।