Categories
ଅପରାଧ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଖୋଲିଲା ଡନ ଅତିକ ଅହମ୍ମଦ ଗ୍ୟାଙ୍ଗର ଓଡିଶା ଲିଙ୍କ, ବରଗଡରେ ଛାନଭିନ କଲା ୟୁପି ପୋଲିସ

ଭୁବନେଶ୍ବର: ଉତ୍ତର ପ୍ରଦେଶର କୁଖ୍ୟାତ ଅପରାଧୀ ମାଫିଆ ଅତିକ ଅହମ୍ମଦର ଲିଙ୍କ ଓଡିଶାରେ ରହିଛି। ଏ ନେଇ ଉତ୍ତର ପ୍ରଦେଶ ପୋଲିସକୁ ସୁରାକ ମିଳିଛି। ଫଳରେ ଉତ୍ତର ପ୍ରଦେଶରୁ ଏକ ଟିମ ଓଡିଶା ଆସି ବରଗଡରରେ ଖାନତଲାସ କରିଛନ୍ତି। ଏ ନେଇ ଆଜି ଓଡିଶା ଡିଜିପି ସୁନୀଲ ବଂଶଲ ସୂଚନା ପ୍ରଦାନ କରିଛନ୍ତି।

ସେ କହିଛନ୍ତି ଯେ, ଦୁଇଦିନ ତଳେ ଉତ୍ତର ପ୍ରଦେଶ ପୋଲିସର ଏକ ଟିମ ଓଡିଶା ଆସି ବରଗଡ ଯାଇଥିଲେ। ସେମାନେ ଏକ ବଡ ଘଟଣାର ତଦନ୍ତ କରୁଥିବାର କହିଥିଲେ। ହେଲେ ତାହା କଣ ସେମାନେ ଜଣାଇ ନ ଥିଲେ। ହେଲେ ଆନ୍ତଃରାଜ୍ୟ ନିୟମ ଅନୁସାରେ ଆମେ ସେମାନଙ୍କୁ ତଦନ୍ତ କରିବା ପାଇଁ ଅନୁମତି ଦେଇଥିଲୁ। ହେଲେ ସେମାନେ କଣ କଲେ ସେ ନେଇ ଆମକୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

ତେବେ ବିଶେଷ ସୁତ୍ର ଅନୁସାରେ ଉତ୍ତର ପ୍ରଦେଶର ଜଣେ ଡିଏସପି ରାଙ୍କ ଅଧିକାରୀଙ୍କ ନେତୃତ୍ବରେ ପାଞ୍ଚ ଜଣିଆ ଟିମ ଓଡିଶା ଆସିଥିଲେ। ସେମାନେ ବରଗଡ ଯାଇ ସେଠାରେ ଥିବା ରାଜା ଖାନ ନାମକ ଜଣେ ବ୍ୟକ୍ତିଙ୍କୁ ପଚାରା ଉଚୁରା କରିଛନ୍ତି। ରାଜା ଖାନ ଅତିକର ପାଖ ଲୋକ ଗୁଡ୍ଡୁ ମୁସୁଲିମର କୁଆଡେ ପରିଚିତ ଲୋକ। ଫୋନ ଟ୍ରାକିଂ କରି ପୋଲିସ ବରଗଡରେ ପହଁଚିଛି।

ତେବେ ରାଜା ଖାନଙ୍କର ବରଗଡ ସୋହେଲାରେ ବ୍ୟବସାୟ ରହିଛି। ସେ ଛତିଶଗଡର ହୋଇଥିବା ବେଳେ ବରଗଡରେ ରହୁଛନ୍ତି। ରାଜା କୁଆଡେ ଗୁଡ୍ଡୁ ମୁସୁଲିମର ଡ୍ରାଇଭର ଥିଲା ବୋଲି କୁହାଯାଉଛି। ବର୍ତ୍ତମାନ ପୋଲିସ ଗୁଡ୍ଡୁକୁ ଖୋଜୁଥିବାରୁ ସେହି ଆଧାରରେ ସେମାନେ ବରଗଡରେ ରାଜା ଖାନଙ୍କୁ ପଚାରାଉଚୁରା କରିଛନ୍ତି।

ତେବେ ଉତ୍ତର ପ୍ରଦେଶ ପୋଲିସ ଆସିବା ପରେ ଓଡିଶା ପୋଲିସର ନିଦ ହଜିଯାଇଛି। ଆଜି ଭୁବନେଶ୍ବରରେ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ତେବେ ଏହି ବୈଠକରେ କଣ ନିଷ୍ପତି ହେଲା ସେ ନେଇ କେହି କିଛି କହି ନାହାଁନ୍ତି। ହେଲେ ଓଡିଶା ପୋଲିସ ପାଇଁ ବର୍ତ୍ତମାନ ଏହି ଘଟଣା ବେଶ ଗୁରୁତ୍ବ ବହନ କରିଛି ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କେମିତି ଥିଲା ବିକାଶ ଦୁବେ ସହ ପୋଲିସର ଏନକାଉଣ୍ଟର,ପଢନ୍ତୁ ପୋଲିସର ରିପୋର୍ଚ

କାନପୁର, କାନପୁର ସୁଟ୍ ଆଉଟ୍ ଘଟଣାର ମାଷ୍ଟରମାଇଣ୍ଡ ସହ ଏନକାଉଣ୍ଟର ପରେ ଘଟଣା କିପରି ଥିଲା ତାହାର ବିସ୍ତୃତ ସୂଚନା ଦେଇଛନ୍ତି ଉତ୍ତର ପ୍ରଦେଶ ଅତିରିକ୍ତ ପୋଲିସ ମହା ନିର୍ଦେଶକ ଏଡିଜେ (ଆଇନ ଏବଂ ଶୃଙ୍ଖଳା) ପ୍ରଶାନ୍ତ କୁମାର। ଆଜି ସକାଳୁ ଘଟଣା ଘଟିବା ପରଠାରୁ ବିଭିନ୍ନ ପୋଲିସ ଅଧିକାରୀ ଯାହା କହି ଆସୁଥିଲେ, ପ୍ରଶାନ୍ତ କୁମାର ତାହାକୁ ହିଁ ଦୋହରାଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କିଛି ବି ନୂଆ ତଥ୍ୟ ଦେଇନାହାନ୍ତି।

ସଡ଼କ ଦୁର୍ଘଟଣା ପରେ ବିକାଶ ଦୁବେ କିପରି ଖସିବାକୁ ଉଦ୍ୟମ କରିଥିଲା ଏବଂ ସେ କିପରି ପୋଲିସ ଗୁଳିର ଶିକାର ହୋଇଥିଲା ତାହା ହିଁ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ଏଡିଜେ ପ୍ରଶାନ୍ତ କୁମାର। ଏଥିସହିତ ବିକେରୁ ସୁଟ୍ ଆଉଟ୍ ଘଟଣାରେ ଏବେ ବି ଆଉ କେତେଜଣ ଫେରାର ଅଛନ୍ତି ଏବଂ କେତେ ଜଣ ଜେଲରେ ଅଛନ୍ତି ସେ ନେଇ ସୂଚନା ଦେଇଥିଲେ।

ଆଜି ସକାଳୁ ହିଁ ସମସ୍ତଙ୍କର ଅପେକ୍ଷା ଥିଲା ଉତ୍ତର ପ୍ରଦେଶ ପୋଲିସର ସାମ୍ବାଦିକ ସମ୍ମିଳନୀ। ହେଲେ ଏଡିଜେ ପ୍ରଶାନ୍ତ କୁମାରଙ୍କ ପିସିରେ କିଛି ନୂଆ କଥା ନଥିଲା। କାନପୁର ପୋଲିସ ପୂର୍ବରୁ ଯାହା କହିଥିଲା, ତାକୁ ଦୋହରାଇଥିଲେ ପ୍ରଶାନ୍ତ କୁମାର। ବିକାଶ ଦୁବେକୁ ଗତକାଲି ଉଜ୍ଜୟନୀରୁ ଗିରଫ କରିବା ପରେ ଉତ୍ତର ପ୍ରଦେଶ ଏସଟିଏଫ ଶୁକ୍ରବାର ସକାଳେ କାନପୁରକୁ ଆଣୁଥିବା ବେଳେ କାନପୁର ନଗର ଭାଉନ୍ତି ନିକଟରେ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ସୁଯୋଗରେ ଗ୍ୟାଙ୍ଗଷ୍ଟର ବିକାଶ ପୋଲିସଠାରୁ ରାଇଫଲ ଛଡ଼ାଇ ସେଠାରୁ ଦୌଡି ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲା। ଆତ୍ମସମର୍ପଣ କରିବାକୁ ପୋଲିସର ଅନୁରୋଧ ନ ଶୁଣିବାରୁ ପୋଲିସ ଆତ୍ମରକ୍ଷା ପାଇଁ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା। ଏଥିରେ ଆହତ ବିକାଶକୁ ହସ୍ପିଟାଲ ନିଆଯାଇଥିଲା। ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ଆଜିର ଏହି ଏନକାଉଣ୍ଟରରେ 3 ଜଣ ପୋଲିସ ଏସ.ଆଇ ଓ ଜଣେ କନେଷ୍ଟବଳ ଆହତ ହୋଇଛନ୍ତି। ଏସଟିଏଫର 2 ଜଣ କମାଣ୍ଡୋ ମଧ୍ୟ ଆହତ ହୋଇଛନ୍ତି। ବିକେରୁ ସୁଟ୍ ଆଉଟ୍ ଘଟଣାରେ ବିକାଶ ଦୁବେ ସମେତ ମୋଟ 21 ଜଣଙ୍କ ନାଁରେ ମାମଲା ରହିଥିଲା। ଏଥିସହିତ ଆହୁରି 60ରୁ 70 ଜଣ ଅଜଣା ଲୋକ ବି ଅଭିଯୁକ୍ତ ଅଛନ୍ତି। ଏମାନଙ୍କ ମଧ୍ୟରୁ ବିକାଶର 6 ସହଯୋଗୀ ଏନକାଉଣ୍ଟରରେ ନିହତ ହୋଇଥିବା ବେଳେ 3 ଜଣ ଗିରଫ ହୋଇଛନ୍ତି। ଆହୁରି 12 ଜଣଙ୍କୁ ପୋଲିସ ଖୋଜୁଛି।

ଏହା ପୂର୍ବରୁ ବିକାଶ ଦୁବେର ଦୁଇ ସହଯୋଗୀ ପ୍ରଭାତ ମିଶ୍ର ଫରିଦାବାଦରେ ଏବଂ ବଉଆ ଦୁବେର ଏଚୱାରେ ପୋଲିସ ଏନକାଉଣ୍ଚରରେ ମୃତ୍ୟୁ ହୋଇଥିଲା। (ଏଜେନସି)