Categories
ଆଜିର ଖବର ଜାତୀୟ ଖବର

ଇସ୍ତଫା ଦେଲେ ୟୁପି ସରକାରର ପଞ୍ଚାୟତିରାଜ ମନ୍ତ୍ରୀ ଭୁପେନ୍ଦ୍ର ଚୌଧୁରୀ

ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶ ସରକାରର ପଞ୍ଚାୟତିରାଜ ମନ୍ତ୍ରୀ ଭୁପେନ୍ଦ୍ର ଚୌଧୁରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଚୌଧୁରୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ନିକଟରେ ଭୁପେନ୍ଦ୍ର ଚୌଧୁରୀଙ୍କୁ ଭାରତୀୟ ଜନତା ପାର୍ଟିର ୟୁପି ୟୁନିଟର ନୂତନ ସଭାପତି କରାଯାଇଛି। ସୋମବାର ଦିନ ରାଜଧାନୀ ଲକ୍ଷ୍ନୌରେ ବିଜେପି କାର୍ଯ୍ୟାଳୟରେ ଚୌଧୁରୀ ଦାୟିତ୍ଵ ଗ୍ରହଣ କରିଥିଲେ।

ଫେସବୁକ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଭୁପେନ୍ଦ୍ର ଚୌଧୁରୀ ଲେଖିଛନ୍ତି ଯେ, “ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଦାୟିତ୍ଵ ତୁଲାଇବା ପାଇଁ ଆଜି କ୍ୟାବିନେଟରୁ ଇସ୍ତଫା ଦେଇଛି।

Categories
ଆଜିର ଖବର ଜାତୀୟ ଖବର

ୟୁପି ସରକାର ବିରୋଧରେ ଅଦାଲତ ଅବମାନନା ମାମଲା ଦାଖଲ କରିବେ ଏସପି ନେତା ଆଜାମ ଖାନ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତା ଆଜମ ଖାନ ଉତ୍ତରପ୍ରଦେଶ ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର କରିବେ। କୋର୍ଟଙ୍କ ରୋକ ସତ୍ତ୍ୱେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଆଜାମ ଖାନ ଅଭିଯୋଗ କରିଛନ୍ତି। ଆଜାମ ଖାନ କହିଛନ୍ତି ଯେ, ସୁପ୍ରିମକୋର୍ଟ ରୋକ ଲଗାଇଥିଲେ, କିନ୍ତୁ ଜୋହର ବିଶ୍ୱବିଦ୍ୟାଳୟ ନିକଟରେ ଜମି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟାନୁଷ୍ଠାନ ବେଳେ ତାର କଟା ଯାଇଥିଲା, ଯାହାଦ୍ୱାରା ବିଶ୍ୱବିଦ୍ୟାଳୟ କାମ ବନ୍ଦ ହୋଇଗଲା। ଆଜାମ ଖାନଙ୍କ ଓକିଲ କପିଲ ସିବଲ କହିଛନ୍ତି ଯେ, ଉଚ୍ଚ ନ୍ୟାୟଳୟଙ୍କ ମଧ୍ୟବର୍ତ୍ତୀକାଳୀନ ରୋକ ନିର୍ଦ୍ଦେଶ ପରେ ମଧ୍ୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାର ଏବଂ ଅନ୍ୟାନ୍ୟ ଜିନିଷ ହଟାଇ ଦେଇଛି।

ଆଡଭୋକେଟ କପିଲ ସିବଲ କହିଛନ୍ତି ଯେ, ସେ ଏହି ମାମଲାରେ କୋର୍ଟ ଆବେଦନକୁ ଅବମାନନା କରିବେ। ଜଷ୍ଟିସ୍ ଏମ୍ ଖାନୱିଲକର କହିଛନ୍ତି ଯେ ଅବମାନନା ଆବେଦନ କରିବାର ସ୍ଵାଧୀନତା ଦିଆଯାଇଛି। ଆଜମ ଖାନଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣିରେ ଉତ୍ତରପ୍ରଦେଶ ସରକାର ଏହାର ଜବାବ ଦେବାକୁ ସମୟ ମାଗିଛନ୍ତି। ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ଜୁଲାଇ ୧୯ ତାରିଖ ପୂର୍ବରୁ ଏହାର ଜବାବ ଦେବାକୁ କହିଛନ୍ତି। ସୁପ୍ରିମକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୨ ତାରିଖରେ ହେବ।