Categories
ବିଶେଷ ଖବର

ଅତ୍ୟାବଶ୍ୟକୀୟ ଔଷଧଗୁଡ଼ିକର ଜାତୀୟ ସ୍ତରୀୟ ତାଲିକା, ୨୦୨୨ ଉନ୍ମୋଚନ କଲେ ଡ. ମନସୁଖ ମାଣ୍ଡଭିୟ

ଦିଲ୍ଲୀ: “କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁସାରେ ବିଭିନ୍ନ ପଦକ୍ଷେପ ନେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ସମସ୍ତଙ୍କୁ ଔଷଧ, ଶସ୍ତାରେ ଔଷଧ ଯୋଗାଇବାର ଲକ୍ଷ୍ୟ ରଖିଛନ୍ତି। ଏହି ଦିଗରେ, ଆବଶ୍ୟକ ଔଷଧ ଗୁଡିକର ଜାତୀୟ ସ୍ତରୀୟ ତାଲିକା (ଏନ୍ଏଲ୍ଇଏମ୍) ସ୍ୱାସ୍ଥ୍ୟ ସେବାର ସମସ୍ତ ସ୍ତରରେ ଶସ୍ତା ଗୁଣବତା ସମ୍ପନ୍ନ ଔଷଧ ଗୁଡିକର ପହଂଚକୁ ସୁନିଶ୍ଚିତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହା କମ୍ ମୂଲ୍ୟର, ଗୁଣବତାପୂର୍ଣ୍ଣ ଔଷଧକୁ ପ୍ରୋତ୍ସାହିତ କରିବ ଏବଂ ନାଗରିକ ମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ହେବାକୁ ଥିବା ଖର୍ଚ୍ଚ କମ କରିବା କ୍ଷେତ୍ରରେ ଯୋଗଦାନ ଦେବ। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଆଜି ଏହି ଆବଶ୍ୟକ ଔଷଧ ଗୁଡିକର ଜାତୀୟ ସ୍ତରୀୟ ତାଲିକା (ଏନ୍ଏଲ୍ଇଏମ୍) ୨୦୨୨ର ଶୁଭାରମ୍ଭ କରି ଏହି କଥା କହିଥିଲେ। ଏହି ତାଲିକାରେ ୩୪ଟି ଔଷଧକୁ ମିଶାଇ ୩୮୪ଟି ଔଷଧକୁ ସାମିଲ୍ କରା ଯାଇଛି, ଯେତେବେଳେ କି ପୂର୍ବ ତାଲିକାରୁ ୨୬ଟି ଔଷଧକୁ ବାଦ୍ ଦିଆ ଯାଇଛି । ଏହି ଔଷଧ ଗୁଡିକୁ ୨୭ଟି ଶ୍ରେଣୀରେ ବର୍ଗୀକୃତ କରାଯାଇଛି।

ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, ଆବଶ୍ୟକ ଔଷଧ ଗୁଡ଼ିକ ହେଉଛି ତାହା, ଯାହା ଉପଚାରର ପ୍ରଭାବ, ସୁରକ୍ଷା, ଗୁଣବତା ଏବଂ ସମୁଦାୟ ଖର୍ଚ୍ଚର ଆଧାରରେ ପ୍ରାଥମିକ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଆବଶ୍ୟକତା ଗୁଡିକୁ ପୂରଣ କରିଥାଏ। ଏନ୍ଏଲ୍ଇଏମ୍ର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ତିନୋଟି ମହତ୍ୱପୂର୍ଣ୍ଣ ପଦକ୍ଷେପ ଅର୍ଥାତ୍ ଖର୍ଚ୍ଚ, ସୁରକ୍ଷା ଏବଂ ପ୍ରଭାବକୁ ବିଚାର କରି ଔଷଧ ଗୁଡିକର ଯୁକ୍ତିସଙ୍ଗତ ବ୍ୟବହାରକୁ ପ୍ରୋତ୍ସାହନ ଯୋଗାଇବା। ଏହା ସ୍ୱାସ୍ଥ୍ୟର ଯତ୍ନ ପାଇଁ ଆବଶ୍ୟକ ସମ୍ବଳ ଗୁଡିକ ତଥା ବଜେଟ୍ର ସର୍ବାଧିକ ବ୍ୟବହାରରେ ମଧ୍ୟ ସାହାଯ୍ୟ କରିଥାଏ; ଔଷଧ କ୍ରୟ କରିବାର ନୀତି ନିୟମ, ସ୍ୱାସ୍ଥ୍ୟ ବୀମା, ଅନୁମୋଦନ କରିବାର ଅଭ୍ୟାସରେ ଉନ୍ନତି; ୟୁଜି / ପିଜି ନିମନ୍ତେ ଚିକିତ୍ସା ଶିକ୍ଷା ଏବଂ ପ୍ରଶିକ୍ଷଣ; ଏବଂ ଫାର୍ମାସ୍ୟୁଟିକାଲ୍ ନୀତି ନିୟମ ଗୁଡିକ ପ୍ରସ୍ତୁତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏନ୍ଏଲ୍ଇଏମ୍ରେ, ଔଷଧ ଗୁଡିକୂ ସ୍ୱାସ୍ଥ୍ୟ ଯତ୍ନ ପ୍ରଣାଳୀର ସ୍ତର ଆଧାରରେ ବର୍ଗୀକୃତ କରା ଯାଇଥାଏ। ପି – ପ୍ରାଥମିକ: ଏସ୍ – ମାଧ୍ୟମିକ ଏବଂ ଟି – ଆନୁଷଙ୍ଗିକ।

ସେ ଏହାକୁ ବିସ୍ତାରରେ କହିଥିଲେ ଯେ, ଏହି ଅବଧାରଣା ଏହା ଉପରେ ଆଧାରିତ ଅଟେ ଯେ ସାବଧାନତା ସହିତ ବଛା ଯାଇଥିବା ଏକ ସୀମିତ ସୂଚୀ ସ୍ୱାସ୍ଥ୍ୟ ଯତ୍ନର ଗୁଣବତାରେ ସୁଧାର ଆଣିବ, ଶସ୍ତାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବ ଏବଂ ଔଷଧ ଗୁଡିକର ଉନ୍ନତ ପରିଚାଳନା କରିବ। ସେ କହିଥିଲେ ଯେ ଏନ୍ଏଲ୍ଇଏମ୍ ଏକ ଗତିଶୀଳ ଦସ୍ତାବିଜ୍ ଅଟେ ଏବଂ ପରିବର୍ତିତ ସ୍ୱାସ୍ଥ୍ୟ ପ୍ରାଥମିକତା ଗୁଡିକ ସହିତ ଫାର୍ମାସ୍ୟୁଟିକାଲ୍ ଜ୍ଞାନରେ ପ୍ରଗତିକୁ ଦେଖି ଏହାକୁ ନିୟମିତ ଆଧାରରେ ସଂଶୋଧିତ କରା ଯାଇଥାଏ। ଆବଶ୍ୟକୀୟ ଔଷଧ ଗୁଡିକର ଜାତୀୟ ସ୍ତରୀୟ ତାଲିକା ପ୍ରଥମ ଥର ପାଇଁ ୧୯୯୬ରେ ପ୍ରସ୍ତୁତ କରା ଯାଇଥିଲା ଏବଂ ଏହାକୁ ପୂର୍ବରୁ ତିନି ଥର ୨୦୦୩, ୨୦୧୧ ଏବଂ ୨୦୧୫ରେ ସଂଶୋଧିତ କରା ଯାଇଥିଲା।

“ଚିକିତ୍ସା ଉପରେ ସ୍ୱତନ୍ତ୍ର ସ୍ଥାୟୀ ଜାତୀୟ ସମିତି (ଏସ୍ଏନ୍ସିଏମ୍)ର ଗଠନ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ୨୦୧୮ରେ କରା ଯାଇଥିଲା। ସମିତି ବିଶେଷଜ୍ଞ ମାନଙ୍କ ସହିତ ଏବଂ ହିତଧାରକ ମାନଙ୍କ ସହିତ ବ୍ୟାପକ ପରାମର୍ଶ କରିବା ପରେ ଏନ୍ଏଲ୍ଇଏଏମ୍, ୨୦୧୫ରେ ସଂଶୋଧନ ହୋଇଥିଲା ଏବଂ ଏନ୍ଏଲ୍ଇଏମ୍, ୨୦୨୨ରେ ଏହାର ରିପୋର୍ଟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିକଟରେ ଦାଖଲ କରିଥିଲା। ଭାରତ ସରକାର ସମିତିର ସୁପାରିସ ଗୁଡିକୁ ଗ୍ରହଣ କରିଛନ୍ତି ଏବଂ ଏହି ତାଲିକାକୁ ସ୍ୱୀକାର କରି ନେଇଛନ୍ତି ବୋଲି ସେ କହିଥିଲେ।

ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଏନ୍ଏଲ୍ଇଏମ୍ର ନିର୍ମାଣର ପ୍ରକ୍ରିୟା ହିତଧାରକ ମାନଙ୍କ ଠାରୁ ଆରମ୍ଭ କରି ବେଜ୍ଞାନିକ ଉତ୍ସ ଗୁଡିକ ଦ୍ୱାରା ସମର୍ଥିତ ପ୍ରତିକ୍ରିୟା/ଫିଡ୍ବ୍ୟାକ୍ ଏବଂ ଗ୍ରହଣ କରା ଯାଇଥିବା ସମାବେଶ/ବହିଷ୍କରଣ ସିଦ୍ଧାନ୍ତ ଉପରେ ନିର୍ଭର କରିଥାଏ।

ସଂଶୋଧିତ ଏନ୍ଏଲ୍ଇଏମ୍, ଯାହା ଦେଶକୁ ନିଜର ନାଗରିକ ମାନଙ୍କୁ ଶସ୍ତା ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଦିଗରେ ଆଗକୁ ନେଇଯିବ, ତାହା ପାଇଁ ହିତଧାରକ ମାନଙ୍କୁ ଶୁଭେଚ୍ଛା ଜଣେଇ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡଃ ଭାରତୀ ପ୍ରବୀଣ ପାୱାର ରୋଗାଣୁରୋଧୀ ପ୍ରତିରୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା “ଏକ ବଡ଼ ଆହ୍ୱାନ ରୂପରେ ମୁଣ୍ଡ ଟେକୁଛି । ଆମର ବୈଜ୍ଞାନିକ ମାନଙ୍କ ପାଇଁ ଏବଂ ସାଧାରଣ ଲୋକଙ୍କ ପାଇଁ ଏହା ଏକ ବଡ ଆହ୍ୱାନ ଅଟେ ଏବଂ ଆମକୁ ଏଏମ୍ଆର୍ ସମ୍ପର୍କରେ ସମାଜରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି।

ଏନ୍ଏଲ୍ଇଏମ୍ ୨୦୨୨ର ସଂଶୋଧନ ଶିକ୍ଷାବିତ ମାନଙ୍କୁ, ଉଦ୍ୟୋଗପତି ମାନଙ୍କୁ ଏବଂ ସାର୍ବଜନୀନ ନୀତି ବିଶେଷଜ୍ଞ ଇତ୍ୟାଦି ମାନଙ୍କ ସହିତ ଜଡିତ ହିତଧାରକ ମାନଙ୍କୁ ଏବଂ ଡବ୍ଲ୍ୟୁଏଚ୍ଓ ଇଏମ୍ଏଲ୍ ୨୦୨୧ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗୁଡିକ ସହିତ ନିରନ୍ତର ପରାମର୍ଶ ପରେ କରା ଯାଇଛି।

ଏନ୍ଏଲ୍ଇଏମ୍ରେ ସାମିଲ୍ କରିବା ନିମନ୍ତେ ନିମ୍ନଲିଖିତ ମାନଦଣ୍ଡ ଗୁଡିକ ପାଳନ କରା ଯାଇଥାଏ:

୧. ଭାରତରେ ଯାହା ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା ଅଟେ, ସେହିସବୁ ରୋଗ ପାଇଁ ଉପଯୋଗୀ।
୨. ଲାଇସେନ୍ସ/ଅନୁମୋଦିତ ଔଷଧ ମହାନିୟନ୍ତ୍ରକ (ଭାରତ) (ଡିସିଜିଆଇ)ଙ୍କ ଦ୍ୱାରା ହେବ।
୩. ବୈଜ୍ଞାନିକ ପ୍ରମାଣ ଗୁଡିକର ଆଧାର ଉପରେ ପ୍ରଭାବକାରିତା ଏବଂ ସୁରକ୍ଷା ପ୍ରୋଫାଇଲ୍ ପ୍ରମାଣିତ କରିଥିବ।
୪. ତୁଳନାତ୍ମକ ଭାବେ ଶସ୍ତା ହୋଇଥିବ।
୫. ବର୍ତମାନ ଉପଚାର ମାର୍ଗଦର୍ଶିକା ଅନୁସାରେ ହୋଇଥିବ।
୬. ଭାରତର ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଗୁଡିକ ଅଧୀନରେ ସୁପାରିସକୃତ (ଉଦାହରଣ ସ୍ୱରୂପ ଲିମ୍ଫାଟିକ୍ ଫାଇଲେରିଆ ୨୦୧୮ର ଉନ୍ମୁଳନ ନିମନ୍ତେ ତୁରନ୍ତ ଯୋଜନାର ଇଭରମେକ୍ଟିନ ଅଂଶ ବିଶେଷ)।
୭. ଯେତେବେଳେ ଗୋଟିଏ ଚିକିତ୍ସିକୀୟ ବର୍ଗରୁ ଏକାଧିକ ଔଷଧ ଉପଲବ୍ଧ ହୋଇଥାଏ, ତେବେ ସେହି ବର୍ଗର ଏକ ପ୍ରୋଟୋଟାଇପ୍ / ଚିକିତ୍ସିକୀୟ ରୂପରେ ସବୁଠାରୁ ଉପଯୁକ୍ତ ଔଷଧ ସାମିଲ୍ ହେବା ଉଚିତ୍।
୮. ସମୁଦାୟ ଉପଚାରର ମୂଲ୍ୟ ଉପରେ ବିଚାର କରା ଯାଇଥାଏ, କେବଳ କୌଣସି ଗୋଟିଏ ଔଷଧର ମୂଲ୍ୟ ଉପରେ ନୁହେଁ।
୯. ସ୍ଥିରୀକୃତ ଅନୁପାନର ସମଷ୍ଟି ଗୁଡ଼ିକୁ ଏଥିରେ ସାଧାରଣତଃ ସାମିଲ୍ କରାଯାଇ ନଥାଏ।
୧୦. ଯେତେବେଳେ କୌଣସି ଟୀକାକୁ ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ (ଯେମିତି ରୋଟାଭାଇରସ୍ ଟୀକା) ରେ ସାମିଲ୍ କରା ଯାଇଥାଏ, ତାହା ସେତେବେଳେ ସେହି କାମ କରିଥାଏ।

ଏନ୍ଏଲ୍ଇଏମ୍ ୨୦୨୨କୁ ଏହି ଠାରେ ଦେଖି ହେବ:

https://cdsco.gov.in/opencms/opencms/system/modules/CDSCO.WEB/elements/download_file_division.jsp?num_id=OTAxMQ==

ରାଜେଶ ଭୂଷଣ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଡଃ ଭି. ଜି. ସୋମାନୀ, ଡିସିଜିଆଇ, ଡଃ. ମନଦୀପ କୁମାର ଭଣ୍ଡାରୀ, ଯୁଗ୍ମ ସଚିବ, ଡଃ ୱାଇ. କେ. ଗୁପ୍ତା, ଉପାଧ୍ୟକ୍ଷ ଏସ୍ଏନ୍ସିଏମ୍ ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଏହି ଅବସରରେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସାଧାରଣତନ୍ତ୍ର ଦିବସ, ୨୦୨୨ ଉପଲକ୍ଷେ ଜେଲ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପଦକ ଘୋଷଣା

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ୨୦୨୨ ଉପଲକ୍ଷେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଦେଶର ନିମ୍ନ ଜେଲ୍‌ କର୍ମଚାରୀମାନଙ୍କୁ ଜେଲ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରିବା ଲାଗି ମନୋନିତ କରାଯାଇଛି:

ଓଡ଼ିଶାରୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ସଂସ୍କାରମୂଳକ ସେବା ପଦକ ପାଇବାକୁ ଜେଲ ଅଧିକ୍ଷକ ସତ୍ୟ ପ୍ରକାଶ ସ୍ବାଇଁ ମନୋନିତ ହୋଇଛନ୍ତି। ସେହିପରି ଜେଲର ଦିଲ୍ଲୀପ କୁମାର କେରକେଟା ପ୍ରଶଂସନୀୟ ସେବା ପାଇଁ ସଂସ୍କାରମୂଳକ ସେବା ପଦକ ପାଇବେ।

ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ସଂସ୍କାରମୂଳକ ସେବା ପଦକ (କରେକ୍ସନାଲ ସର୍ଭିସ ମେଡାଲ) ପାଇବେ:

କ୍ରଂସଂ ଜେଲ୍‌ କର୍ମଚାରୀଙ୍କ ନାମ ପାହ୍ୟା ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ
  ଆୟିନାପାର୍ଥୀ ସତ୍ୟନାରାୟଣ ମୁଖ୍ୟ ୱାର୍ଡର ଆନ୍ଧ୍ର ପ୍ରଦେଶ
  ହରିଶ କୋତୱାଲ ଆଇସି ଜେଲ ଅଧିକ୍ଷକ ଜମ୍ମୁ ଓ କଶ୍ମୀର
  ସତ୍ୟ ପ୍ରକାଶ ସ୍ବାଇଁ ଅଧିକ୍ଷକ ଓଡ଼ିଶା
  ମଞ୍ଜିତ୍‌ ସିଂ ତିୱାନା ଅଧିକ୍ଷକ ପଞ୍ଜାବ
  ପ୍ରବୀଣ କୁମାର ରାଠୀ ମୁଖ୍ୟ ୱାର୍ଡର ଦିଲ୍ଲୀ

 

ପ୍ରଶଂସନୀୟ ସେବା ପାଇଁ ସଂସ୍କାରମୂଳକ ସେବା ପଦକ (କରେକ୍ସନାଲ ସର୍ଭିସ ମେଡାଲ) ପାଇବେ:

କ୍ରଂସଂ ଜେଲ୍‌ କର୍ମଚାରୀଙ୍କ ନାମ ପାହ୍ୟା ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ
  ପୋଚା ବରୁଣ ରେଡ୍ଡୀ ଉପ ଅଧିକ୍ଷକ ଆନ୍ଧ୍ରପ୍ରଦେଶ
  ପେଦାପୁଦି ଶ୍ରୀ ରାମଚନ୍ଦ୍ର ରାଓ ଉପ ଅଧିକ୍ଷକ ଆନ୍ଧ୍ରପ୍ରଦେଶ
  ମହମ୍ମଦ ଶଫି ଉର ରହମାନ ଉପ ଅଧିକ୍ଷକ ଆନ୍ଧ୍ରପ୍ରଦେଶ
  ସମୁଦୁ ଚନ୍ଦ୍ର ମୋହନ ମୁଖ୍ୟ ୱାର୍ଡର ଆନ୍ଧ୍ରପ୍ରଦେଶ
  ହାମସା ପଲ୍‌ ଉପ ଅଧିକ୍ଷକ ଆନ୍ଧ୍ରପ୍ରଦେଶ
  ଶ୍ୟାମ ସୁନ୍ଦର ୱାର୍ଡର ହରିୟାଣା
  ମହମ୍ମଦ ରଫିକ୍‌ ଆଇସି ଜେଲ୍‌ ଅଧିକ୍ଷକ ଜମ୍ମୁ ଓ କଶ୍ମୀର
  ସାଜାଦ୍‌ ଅହମ୍ମଦ ଖାନ ସେକ୍ସନ ଅଧିକାରୀ/ଉପ ଅଧିକ୍ଷକ ଜମ୍ମୁ ଓ କଶ୍ମୀର
  ସତୀଶ ଚନ୍ଦର ଏସଜି ୱାର୍ଡର ଜମ୍ମୁ ଓ କଶ୍ମୀର
  ଏନ ରବିନ୍ଦ୍ରନ ଯୁଗ୍ମ ଅଧିକ୍ଷକ କେରଳ
  ସୁରେଶ ଏ କେ ଉପ ଅଧିକ୍ଷକ କେରଳ
  ମିନିମୋଲ ପିଏସ ଅତିରିକ୍ତ ଅଧିକ୍ଷକ ଗ୍ରେଡ୍‌ 1 କେରଳ
  ସଞ୍ଜୀବ ଖାରେ ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ମଧ୍ୟପ୍ରଦେଶ
  ଦିନେଶ ସି ରାୱତ ସହାୟକ ଗ୍ରେଡ 1 ମଧ୍ୟପ୍ରଦେଶ
  ବାଲ୍ମିକୀ ପ୍ରସାଦ ତ୍ରିପାଠୀ ମୁଖ୍ୟ ୱାର୍ଡର ମଧ୍ୟପ୍ରଦେଶ
  ରମ୍ଭାଦୁର କୋଲ୍‌ ମୁଖ୍ୟ ୱାର୍ଡର ମଧ୍ୟପ୍ରଦେଶ
  ତୌସିଫ ଅହମ୍ମଦ ୱାର୍ଡର ମଧ୍ୟପ୍ରଦେଶ
  ଶ୍ୟାମସୁନ୍ଦର ଦୁବେ ୱାର୍ଡର ମଧ୍ୟପ୍ରଦେଶ
  ମହମ୍ମଦ କଲାମ ଶାହ ମୁଖ୍ୟ ୱାର୍ଡର ମଣିପୁର
  ଡୋମିନିକ୍‌ ୱାର୍ଜିରି ୱାର୍ଡର ମେଘାଳୟ
  ରିଉସ ସୁତିଙ୍ଗ ହାବିଲଦାର ମେଘାଳୟ
  ଡକ୍ଟର ଓବେନ୍‌ ୟାନ୍ଥାନ ଜେଲର ନାଗାଲାଣ୍ଡ
  ଦିଲିପ କୁମାର କେରକେଟା ଜେଲର ଓଡ଼ିଶା
  ଜର୍ଣ୍ଣେଲ ସିଂ ଅତିରିକ୍ତ ଅଧିକ୍ଷକ ପଞ୍ଜାବ
  ସୁର୍ଜିତ ସିଂ ମୁଖ୍ୟ ୱାର୍ଡର ପଞ୍ଜାବ
  ଟି. ବରନିତରନ ଅତିରିକ୍ତ ଜେଲର ତାମିଲନାଡ଼ୁ
  ଭି. ପ୍ରିୟା ଅତିରିକ୍ତ ଜେଲର ତାମିଲନାଡ଼ୁ
  କେ. ବାସ୍କର ଗ୍ରେଡ 1 ୱାର୍ଡର ତାମିଲନାଡ଼ୁ
  ଏମ. ପାନ୍ଥୁ ପ୍ରଧାନ ମୁଖ୍ୟ ୱାର୍ଡର ତେଲଙ୍ଗାନା
  ଘଣ୍ଟା ରତ୍ନ ରାଓ ମୁଖ୍ୟ ୱାର୍ଡର ତେଲଙ୍ଗାନା
  ବି. ନରସିଂହ ରାଓ ମୁଖ୍ୟ ୱାର୍ଡର ତେଲଙ୍ଗାନା
  ଟିଙ୍କାରୀ ଲାଲ ଘୋଷ ପ୍ରଧାନ ମୁଖ୍ୟ ୱାର୍ଡର ପଶ୍ଚିମବଙ୍ଗ
  ସୁତନୁ ମାଲାକାର ୱାର୍ଡର ପଶ୍ଚିମବଙ୍ଗ
  ସୁଶ୍ରୀ କମଲେଶ ସହାୟକ ଅଧିକ୍ଷକ ଦିଲ୍ଲୀ
  ପ୍ରେମ ଚନ୍ଦ ମାଞ୍ଝୀ ସହାୟକ ଅଧିକ୍ଷକ ଦିଲ୍ଲୀ
  ଅରୁଣ ତୋମାର ମୁଖ୍ୟ ୱାର୍ଡର ଦିଲ୍ଲୀ
  ସଞ୍ଜୀବ କୁମାର ମୁଖ୍ୟ ୱାର୍ଡର ଦିଲ୍ଲୀ

 

Categories
ବିଶେଷ ଖବର

ସାଧାରଣତନ୍ତ୍ର ଦିବସ, ୨୦୨୨ ଉପଲକ୍ଷେ ପୁଲିସ ସାହସିକତା ପଦକ, ସେବା ପଦକ ଘୋଷଣା

ଭୁବନେଶ୍ଵର: ସାଧାରଣତନ୍ତ୍ର ଦିବସ-୨୦୨୨ ଅବସରରେ ଦେଶର ୯୩୯ ଜଣ ପୁଲିସ କର୍ମଚାରୀଙ୍କୁ ସାହସିକତା ଓ ସେବା ପଦକରେ ସମ୍ମାନିତ କରାଯିବ। ୧୮୯ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ସାହସିକତା ପାଇଁ ପୁଲିସ ପଦକରେ ସମ୍ମାନିତ ହେବେ। ଅନ୍ୟପକ୍ଷରେ ୮୮ ଜଣ ପୁଲିସ କର୍ମୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକରେ ସମ୍ମାନିତ କରାଯିବ। ସେହିପରି ୬୬୨ ଜଣ ପୁଲିସ କର୍ମୀ ପ୍ରଶଂସନୀୟ ସେବା ପଦକରେ ସମ୍ମାନିତ ହେବେ।

ସାହସିକତା ପୁରସ୍କାର ପାଇବାକୁ ଥିବା ୧୮୯ ଜଣ ପୁଲିସ କର୍ମୀଙ୍କ ମଧ୍ୟରୁ ୧୩୪ ଜଣ ଜମ୍ମୁ ଓ କଶ୍ମୀର କ୍ଷେତ୍ରରେ ସାହସିକ କାର୍ଯ୍ୟ ପାଇଁ ସମ୍ମାନିତ ହେବେ। ସେହିପରି ବାମପନ୍ଥୀ ଉଗ୍ରବାଦ ପ୍ରବଣ ଅଞ୍ଚଳରେ ସାହସିକ କାର୍ଯ୍ୟ ପାଇଁ ୪୭ ଜଣ ଏବଂ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରରେ କାର୍ଯ୍ୟରତ ଜଣେ ପୁଲିସ କର୍ମୀଙ୍କୁ ସମ୍ମାନିତ କରାଯିବ। ସାହସିକତା ପୁରସ୍କାର ସମ୍ମାନିତ ହେବାକୁ ଥିବା ପୁଲିସ କର୍ମୀଙ୍କ ମଧ୍ୟରୁ ୧୧୫ ଜଣ ଜମ୍ମୁ ଓ କଶ୍ମୀର ପୁଲିସର କର୍ମଚାରୀ ହୋଇଥିବା ବେଳେ ୩୦ ଜଣ ସିଆରପିଏଫ, ୩ଜଣ ଆଇଟିବିପି, ୨ ଜଣ ବିଏସଏଫ, ୩ ଜଣ ଏସଏସବି, ୧୦ ଜଣ ଛତିଶଗଡ଼ ପୁଲିସ, ୯ ଜଣ ଓଡ଼ିଶା ପୁଲିସ ଏବଂ ୭ ଜଣ ମହାରାଷ୍ଟ୍ର ପୁଲିସର କର୍ମଚାରୀ ରହିଛନ୍ତି।

ଓଡ଼ିଶାରୁ ୯ଜଣଙ୍କୁ ସାହସିକତା ପୁଲିସ ପଦକ, ୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ଏବଂ ୧୧ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପୁଲିସ ପଦକ ପ୍ରଦାନ କରାଯିବ। ସେମାନଙ୍କର ତାଲିକା ନିମ୍ନରେ ଦିଆଯାଇଛି:

ସାହସିକତା ପାଇଁ ପୁଲିସ ପଦକ:

ଓଏପିଏଫ ଯବାନ ସ୍ବର୍ଗତ ଜୟରାମ କାବାସି (ମରଣୋତ୍ତର)

ପୁଲିସ ଅଧିକ୍ଷକ ହୃଷିକେଶ ଦ୍ୟାନଦେଓ ଖିଲାରୀ, ଆଇପିଏସ

ଓଏପିଏଫ ଯବାନ ରାମୁ ଦୁରୁଆ

କନେଷ୍ଟବଳ ବନ୍ଧୁ ହନ୍ତାଳ

କନେଷ୍ଟବଳ ଘେନୁ ହନ୍ତାଳ

ହାବିଲଦାର ପ୍ରବୀଣ ଥାପା

ହାବିଲଦାର ରାଜେଶ ବିଶ୍ବକର୍ମା

କନେଷ୍ଟବଳ ଜୀବନ ଶାହୀ

କନେଷ୍ଟବଳ ଔଷଧିନାଥ ବେହେରା

 ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ:

ଭୁବନେଶ୍ବରର ଅତିରିକ୍ତ ଉପ ଆରକ୍ଷୀ ଆୟୁକ୍ତ (ଏଡିସିପି) ପ୍ରାଣକୃଷ୍ଣ ରାଉତ

କଟକର କନେଷ୍ଟବଳ ପ୍ରଦୀପ କୁମାର ମହାନ୍ତି

ପ୍ରଶଂସନୀୟ ସେବା ପାଇଁ ପୁଲିସ ପଦକ:

ସଞ୍ଜୟ କୁମାର କୌଶଳ, ପୁଲିସ ଆଇଜି, ଭିଜିଲାନ୍ସ ନିର୍ଦ୍ଦେଶାଳୟ, କଟକ

କମଳ ଲୋଚନ ଭୂୟାଁ, ଉପ ଆରକ୍ଷୀ ଅଧିକ୍ଷକ (ଡିଏସପି), ଡିଆଇବି, ଭଦ୍ରକ

ସୁଜାତା ଖଣ୍ଡୁଆଳ, ଉପ ଆରକ୍ଷୀ ଅଧିକ୍ଷକ (ଡିଏସପି), ଭିଜିଲାନ୍ସ ନିର୍ଦ୍ଦେଶାଳୟ, କଟକ

ରଘୁନାଥ ପ୍ରସାଦ ନାୟକ, ଉପ ଆରକ୍ଷୀ ଅଧିକ୍ଷକ (ଡିଏସପି), ସ୍ବତନ୍ତ୍ର ଶାଖା, କଟକ

ଅରୁଣ କୁମାର ସ୍ବାଇଁ, ସହାୟକ ଆରକ୍ଷୀ ଆୟୁକ୍ତ (ଏସିପି), ୟୁପିଡି, ଭୁବନେଶ୍ବର

ଶେଖ୍‌ ଆତାଉଲ୍ଲା, ଡ୍ରାଇଭର ହାବିଲଦାର, ଭିଜିଲାନ୍ସ ନିର୍ଦ୍ଦେଶାଳୟ, କଟକ

କୃତିବାସ ପଣ୍ଡା, ସହାୟକ ଉପ ପୁଲିସ ନିରୀକ୍ଷକ, କଟକ

ମଧୁସୂଦନ ବେହେରା ଉପ ପୁଲିସ ନିରୀକ୍ଷକ, ସମ୍ବଲପୁର

ପୱଲ ଦୟାଲ ବା, ଉପ କମାଣ୍ଡାଣ୍ଟ, ଏସଓଜି, ଭୁବନେଶ୍ବର

ଅଜୟ କୁମାର ମିଶ୍ର, ଉପ ଆରକ୍ଷୀ ଅଧିକ୍ଷକ (ଡିଏସପି) ଛତ୍ରପୁର, ଗଞ୍ଜାମ

ମାଇଲି ମୋହନ, କନଷ୍ଟେବଳ, ବ୍ରହ୍ମପୁର

Categories
ଧର୍ମ ବିଶେଷ ଖବର

ନୂତନ ବର୍ଷ ୨୦୨୨ ଆରମ୍ଭ ଓ ଶେଷ ହେଉଛି ଶନିବାରରେ, ତେବେ କଣ ହେବ ଦେଶର ଭାଗ୍ୟ !

ନୂଆଦିଲ୍ଲୀ: ଏଥର ନୂଆବର୍ଷ ଶନିବାରରେ ଆରମ୍ଭ ହେଉଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହା ଶନିବାରରେ ମଧ୍ୟ ଶେଷ ହେଉଛି। ଅର୍ଥାତ ୨୦୨୨ ଜାନୁୟାରୀ ୧ ତାରିଖ ଶନିବାରରେ ପଡିଛି। ସେହିପରି ୨୦୨୨ ଡିସେମ୍ବର ୩୧ ତାରିଖ ମଧ୍ୟ ଶନିବାରରେ ପଡୁଛି। ଏହା ସୂଚାଇ ଦେଉଛି ଯେ, ଏଥର ଆଂଶିକ କାଳସର୍ପ ଯୋଗ ରହିଛି।

ସେହିପରି ଏହି ବର୍ଷ କନ୍ୟାଲଗ୍ନ, ଗଣ୍ଡମୂଳ ନକ୍ଷତ୍ର ବା ଗଣ୍ଡ ଯୋଗ ରହିଛି। ଫଳରେ ଏହା ସମଗ୍ର ବିଶ୍ବରେ ଭିନ୍ନ ଭିନ୍ନ ଫଳ ପ୍ରଦାନ କରିବ। ଯଦି ୨୦୨୨ କୁ ସଂଖ୍ୟା ବିଜ୍ଞାନ ଅନୁସାରେ ଗଣନା କରାଯାଏ ତେବେ ୨+୦+୨+୨= ୬ ଫଳାଫଳ ବାହାରୁଛି। ଏହି ସଂଖ୍ୟା ଶୁକ୍ର ଗ୍ରହକୁ ସୂଚାଇ ଦେଉଛି।

୨୦୨୨ ରେ କଣ ସବୁ ଘଟଣା ଘଟିବାକୁ ଯାଉଛି

୨୦୨୨ ମସିହାରେ ୪ ଟି ଗ୍ରହଣ ପରିଲକ୍ଷିତ ହେବ। ୨୦୨୨ ରେ ପୃଥିବୀରେ ୪ ଟି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ପ୍ରଥମ ସୂର‌୍ୟ୍ୟ ଗ୍ରହଣ – ମେ ୧, ପ୍ରଥମ ଚନ୍ଦ୍ରଗ୍ରହଣ – ମେ ୧୬, ଦ୍ୱିତୀୟ ସୂର‌୍ୟ୍ୟ ଗ୍ରହଣ – ଅକ୍ଟୋବର ୨୫ ଏବଂ ଶେଷ ଚନ୍ଦ୍ର ନଭେମ୍ବର ୮ ରେ ଦୃଶ୍ୟମାନ ହେବ।

୨୦୨୨ ରେ ରେ କରୋନାର ସ୍ଥିତି କିପରି ରହିବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କରୋନାର ପ୍ରଭାବ ଏପ୍ରିଲ୍ ୨୦୨୨ ପରେ ହ୍ରାସ ପାଇବା ଆରମ୍ଭ କରିବ, କିନ୍ତୁ ଏପ୍ରିଲ୍ ୨୦୨୩ ପୂର୍ବରୁ ଶେଷ ହେବ ନାହିଁ। କୋଭିଡର ତୃତୀୟ ତରଙ୍ଗ ଜାନୁଆରୀ ୨୦୨୨ ରେ ପରିଲକ୍ଷିତ ହେବ ଏବଂ ଅନେକ ରାଜ୍ୟରେ ଲକଡାଉନ୍ ପ୍ରତିବନ୍ଧକ ଲାଗୁ କରାଯାଇପାରେ। କୃଷକମାନେ ମଧ୍ୟ କିଛି ସମସ୍ୟାକୁ ନେଇ ଉତ୍ତେଜିତ ରହିବେ। ମେ ମାସରେ ଏକ ଜନହିତକର ଆଇନ ଏବଂ ଚକିତ କରିବା ପରି ଆଇନ ପ୍ରସ୍ତୁତ ହେବାର ସମ୍ଭାବନା ରହିଛି।

୨୦୨୨ ରେ ରେ ରାଜନୈତିକ ସ୍ଥିତି କିପରି ରହିବ

ଅକ୍ଟୋବର ୨୦୨୨ ରୁ ଦେଶର ରାଜନୈତିକ ପରିବେଶ ଦୁର୍ବଳ ହୋଇ ଅଭିଯୋଗରେ ପରିପୂର୍ଣ୍ଣ ହେବ। କେତେକ ରାଜ୍ୟରେ ବିଜେପିର ଲୋକପ୍ରିୟତା ହ୍ରାସ ପାଇବ। ଯୋଗୀ ଉତ୍ତରପ୍ରଦେଶରେ ସରକାର ଗଠନ କରିବେ। ଦେଶର ସ୍ୱାର୍ଥ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନେକ କଠୋର ପଦକ୍ଷେପ ନେବାକୁ ପଡିପାରେ। ଯାହାକୁ ବିରୋଧ କରାଯିବ କିନ୍ତୁ ଜନସାଧାରଣ ସନ୍ତୁଷ୍ଟ ହେବେ। ସୁପ୍ରିମକୋର୍ଟରେ ମଧ୍ୟ କିଛି ଚକିତ କଲା ପରି ନିଷ୍ପତ୍ତି ହୋଇପାରେ।

ନୂତନ ବର୍ଷ ୨୦୨୨ ରେ ଭାରତର ଭବିଷ୍ୟତ

ଭାରତୀୟ ଜ୍ୟୋତିଷ ଏବଂ ସାଂଖ୍ୟ ବିଜ୍ଞାନ ଉପରେ ଆଧାର କରି, ଆଗାମୀ ବର୍ଷ ୨୦୨୨ ରେ ଉତ୍ତେଜନାପୂର୍ଣ୍ଣ ବୋଲି ଦର୍ଶାଯାଇଛି। ନୂତନ ବର୍ଷ ୨୦୨୨ ଶନିବାର ଠାରୁ ଆରମ୍ଭ ହେଉଛି ଏବଂ ବର୍ଷର ଶେଷ ମଧ୍ୟ ଶନିବାର ଦିନ ହେବ, ଯାହା ଶାସନ ଏବଂ ସାଧାରଣ ଜୀବନ ପାଇଁ ଏକ ଭଲ ସଙ୍କେତ ନୁହେଁ। ୨୦୨୨ ବର୍ଷ ପାଇଁ ସ୍ପର୍ଶ ହେଉଛି କନ୍ୟା ଲଗ୍ନ ଏବଂ ରାଶି ହେଉଛି ବୃଷ। ଚନ୍ଦ୍ର, ମଙ୍ଗଳ ଏବଂ କେତୁ ଗ୍ରହ ତୃତୀୟ ସ୍ଥାନରେ ରହିବା ହେତୁ ଭାରତର ଶକ୍ତି ବୃଦ୍ଧି ପାଇବ, କିନ୍ତୁ ରାଜନୈତିକ ଅସ୍ଥିରତାର ମଧ୍ୟ ରହିବ।

ଲୋକଙ୍କ କଲ୍ୟାଣ ପାଇଁ ଭଲ ଯୋଜନା ପ୍ରସ୍ତୁତ ହେବ, ଯାହା ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ମଜବୁତ କରିବ। ରାହୁ ଉପରେ ଶନିଙ୍କ ଦୃଷ୍ଟିକୋଣରୁ, ଏହି ବର୍ଷ ଗ୍ରହ ସ୍ଥିତି ସମଗ୍ର ବିଶ୍ୱରେ ଅପ୍ରତ୍ୟାଶିତ ଘଟଣାଗୁଡ଼ିକର ପ୍ରଭାବ ପକାଇବ। ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳ ଭୂକମ୍ପ ଏବଂ ପ୍ରବଳ ବଜ୍ରପାତ ଘଟିବାର ସମ୍ଭାବନା ରହିଛି। ଧନ ଜୀବନ ନଷ୍ଟ ହେବାର ଆଶଙ୍କା ରହିଛି।

୨୦୨୨ ରେ ରେ ଭାରତର ଅର୍ଥନୈତିକ ସ୍ଥିତି କିପରି ହେବ

ଅର୍ଥନୈତିକ କ୍ଷେତ୍ରରେ ଭାରତରେ ବିଦେଶୀ ପୁଞ୍ଜି ବୃଦ୍ଧି ହେବ। ଲୁହା ଏବଂ ଖାଇବା ତେଲର ମୂଲ୍ୟ ବୃଦ୍ଧି ପାଇବ। ଦେଶରେ ବିଭିନ୍ନ ପ୍ରକାରର ରୋଗ ହେବ। ଏସବୁ ସତ୍ବେ ସାଂଖ୍ୟବିଜ୍ଞାନ ଆଧାରରେ, ଏହା କୁହାଯାଇପାରେ ଯେ ୨୦୨୨ ବର୍ଷର ପୂର୍ଣ୍ଣ ସଂଖ୍ୟା ହେଉଛି ୬, ଯାହା ଶୁକ୍ର ଗ୍ରହକୁ ସୂଚିତ କରେ ଜ୍ଝ ତେଣୁ ଶନି, ଶୁକ୍ର ଏବଂ ବୁଧଙ୍କ ପାରସ୍ପରିକ ବନ୍ଧୁତା ହେତୁ ଭାରତ ବିଶ୍ବରେ ଆର୍ଥିକ ଦୃଷ୍ଟିରୁ ସଫଳ ତଥା ପୁଞ୍ଜି ସମୃଦ୍ଧ ଦେଶ ବର୍ଗରେ ଏକ ଜବରଦସ୍ତ ସଫଳତା ହାସଲ କରିବ।

ଅନେକ ସୁବର୍ଣ୍ଣ ଯୋଜନା ଗଠନ ହେବ। ଏହି ବର୍ଷ ୨୦୨୨ ରେ, ଜୁଲାଇରୁ ଅକ୍ଟୋବର ମଧ୍ୟରେ, ଏପରି ଏକ ଘଟଣା ଘଟିପାରେ, ଯେଉଁଥି ପାଇଁ ସମଗ୍ର ବିଶ୍ୱ ଆଶା ସହିତ ଭାରତ ଆଡକୁ ଚାହିଁବେ। ସାମଗ୍ରିକ ନୂତନ ବର୍ଷ ୨୦୨୨ କିଛି ପ୍ରାକୃତିକ ବିପର୍ଯ୍ୟୟ ସହିତ ଭାରତ ପାଇଁ ସୁବର୍ଣ୍ଣ ଯୁଗ ଆଡକୁ ଗତି କରିବ।