Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାଂସଦ ଦେବାଶୀଷଙ୍କ ସାମନ୍ତରାୟଙ୍କ ବିସ୍ପୋରକ ବୟାନ, କହିଲେ ନବୀନଙ୍କ ପରାମର୍ଶଦାତାଙ୍କ ପାଇଁ ଏପରି ହେଲା..

ଭୁବନେଶ୍ବର: ୱାକଫ ବିଲ୍ କୁ ନେଇ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏକ ବିସ୍ପୋରକ କଥା କହିଛନ୍ତି। ସେ ଏକ ଗଣମାଧ୍ୟମକୁ କହିଲେ ଯେ, ନବୀନ ପଟ୍ଟନାୟକଙ୍କ ପରାମର୍ଶଦାତାଙ୍କ ପାଇଁ ଏପରି ମତ ପରିବର୍ତ୍ତନ କରାଗଲା। ତେବେ ସେହି ପରାମର୍ଶଦାତା କିଏ ସେ ନେଇ ଦେବାଶିଷ କୌଣସି ଉତ୍ତର ରଖିଲେ ନାହିଁ। ଏପରିକି ସେ ଭି କେ ପାଣ୍ଡିଆନ କି ବୋଲି ପଚାରିବା ପରେ ମଧ୍ୟ ସେ କହିଥିଲେ ସେ ଲୋକ କିଏ ସମସ୍ତେ ଜାଣିଛନ୍ତି।

ଦେବାଶିଷ କହିଛନ୍ତି ଯେ, ବହୁ ପୂର୍ବରୁ ଦଳର ନିଷ୍ପତି ଥିଲା ଯେ, ୱାକଫ ବିଲ୍ କୁ ବିରୋଧ କରାଯିବ। ଶଙ୍ଖଭବନରେ ମଧ୍ୟ ନବୀନ କହିଲେ ଯେ, ୱାକଫ ବିଲ କୁ ବିରୋଧ କରାଯିବ। ସେହି ଅନୁସାରେ ଆମେ ପ୍ରସ୍ତୁତ ରହିଲୁ ବୋଲି ଦେବାଶିଷ କହିଛିନ୍ତି। ଏପରିକି ଯେଉଁଦିନ ଏହି ବିଲ ସଂପର୍କରେ ଆଲୋଚନା ହେଲା ସେତେବେଳ ଦଳ ନିଷ୍ପତି କଲା ଯେ, ମୁନ୍ନା ଖାଁ ଦଳ ତରଫରୁ କହିବେ।

ମୁନ୍ନା ଖାଁ ଗୃହରେ ବିଲ କୁ ବିରୋଧ କରାଯିବ ବୋଲି ଘୋଷଣା କଲେ। ମୋର ଦଳ ମୋର ନେତା ନବୀନ ପଟ୍ଟନାୟକ ଏହି ନିଷ୍ପତି ନେଇଛନ୍ତି ବୋଲି ସେ କହିଲେ। ହେଲେ ତାଙ୍କର ବକ୍ତବ୍ୟ ପରେ ପରେ ସସ୍ମିତ ଏକ ଟୁଇଟ କରି କହିଲେ ଯେ, ଦଳ ତରଫରୁ କୌଣସି ହୁଇପ ଜାରୀ କରାଯାଇ ନାହିଁ। ତେଣୁ ବିଜେଡି ସାଂସଦମାନେ ତାଙ୍କ ବିବେକ ଅନୁସାରେ ଭୋଟ ଦେବେ। ଏହା ଜାଣିବା ପରେ ମୁଁ ଭୋଟ ଦାନରୁ ବିରତ ରହିଲି ବୋଲି ଦେବାଶିଷ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଯାହା କିଛି ହୋଇଛି ନବୀନ ନିବାସ ନିର୍ଦ୍ଦେଶରେ, ବିଜେଡି ନେତା ଜାଣିପାରୁ ନାହାଁନ୍ତି, ନା.. ଜାଣି ଅଜଣା !!

ଭୁବନେଶ୍ବର: ୱାକଫ ବିଲକୁ ନେଇ ମୁସଲିମ ସଂପ୍ରଦାୟ ତାତି ଉଠିଥିବା ବେଳେ ଏପଟେ ବିଜେଡି ମଧ୍ୟରେ ଆରମ୍ଭ ହୋଇଛି ବିଦ୍ରୋହ। ସସ୍ମିତ ପାତ୍ର କାହିଁକି ବିବେକ ଅନୁସାରେ ଭୋଟ ଦେବା ପାଇଁ ସାଂସଦମାନଙ୍କୁ କହିଲେ ତାହାକୁ ନେଇ ବିଜେଡି ନେତାଙ୍କ ରାଗ ପଞ୍ଚମ। ଏହାକୁ ନେଇ ବିଜେଡି ନେତା ପ୍ରଫୁଲ ମଲ୍ଲିକ କୁଆଡେ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ସେ କହିଛନ୍ତି ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ। ଅଭିଯୋଗ, ସେ କାହିଁକି ବିବେକ ଅନୁସାରେ ଭୋଟ ଦେବାକୁ କହିଲେ।

ସେତିକି ନୁହେଁ ରାତିରାତି ବିଜେଡି ନେତାମାନେ ନବୀନ ନିବାସ ଯାଇ ସଭାପତିଙ୍କ ପାଖରେ ଫେରଦ ହେଲେ। କହିଲେ ଏପରି କାହିଁକି ହେଲା ନବୀନବାବୁ ବୁଝନ୍ତୁ। ସେମାନେ ବଡ ରାଗ ତମତମ ହୋଇଯାଇଥିଲେ। ହେଲେ ଫେରିବା ପରେ ଶାନ୍ତ ପଡିଗଲେ। କହିଲେ ଆମେ ସଭାପତି ନବୀନ ପଟ୍ଟନାୟକଙ୍କ ପାଖେ ଅଭିଯୋଗ କରିଛୁ। ପ୍ରଥମେ ନିଷ୍ପତି ହେଲା ବିଲ୍ କୁ ବିରୋଧ କରିବୁ। ହଠାତ ଏହି ନିଷ୍ପତିକୁ କିଏ କାହିଁକି ପରିବର୍ତ୍ତନ କଲା ସେ ନେଇ ଅଭିଯୋଗ କରି ଆସିଲୁ।

ତେବେ ଏଠାରେ ପ୍ରଶ୍ନ ଉଠିଛି ଯେ, ସସ୍ମିତ ପାତ୍ର କଣ ତାଙ୍କ ମନରୁ ଏପରି ନିଷ୍ପତି ନେଇଗଲେ କି ? ପୂର୍ବରୁ ସେ କେବେ ଏପରି ନିଷ୍ପତି ଗ୍ରହଣ କରିଛନ୍ତି କି? ସସ୍ମିତ ପାତ୍ର ଯେପରି ନେତା ସେ କେବେ ନବୀନ ନିବାସ ନିଷ୍ପତି ବିରୋଧରେ ଯାଇ ପାରିବେ ନାହିଁ। ସେ ନବୀନ ନିବାସର ଜଣେ ବଡ ଆଜ୍ଞାଧିନ ନେତା। ସସ୍ମିତଙ୍କ ସେପରି ଦମ ନାହିଁ ଯେ, ସେ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନଙ୍କ ନିଷ୍ପତି ବିରୋଧରେ ଯିବେ।

ତେବେ ଘଟଣାଟି ହେଲା ଯେ, ସସ୍ମିତ ଯାହାକିଛି ଘୋଷଣା କରିଛନ୍ତି ତାହା ନବୀନ ନିବାସର ନିଷ୍ପତି। ତାଙ୍କୁ କୁହାଗଲା ବିରୋଧ କରିବା ବୋଲି କୁହ, ସେ କହିଲେ। ତାଙ୍କୁ କୁହାଗଲା ବିବେକ ଅନୁସାରେ ଭୋଟ ଦେବାକୁ ଟୁଇଟ କର, ସେ ଟୁଇଟ କଲେ। ତେଣୁ ଏହି ଘଟଣାରେ ସସ୍ମିତ ପାତ୍ରଙ୍କୁ ଏକ ମୋହରା ବନାଇ ଦିଆଗଲା। ପ୍ରକୃତରେ ବିଜେଡି ବିଲ୍ କୁ ବିରୋଧ କରିବାକୁ ନିଷ୍ପତି କରିଥିଲା। ହେଲେ ପରବର୍ତ୍ତି ସମୟରେ ଦିଲ୍ଲୀରୁ ଗୋଟିଏ ଫୋନ ଆସିବା ପରେ ନିଷ୍ପତି ବଦଳିଗଲା।

ତେବେ ଏପରି ଘଟଣା ବିଜେଡିରେ ପୂର୍ବରୁ ବହୁ ଥର ହୋଇଛି। ଯାହାକୁ କୁହାଯାଏ ଦୁଇଟି ଡଙ୍ଗାରେ ଗୋଡ ଦେଲେ ଯାହା ହେବ ତାହା ହିଁ ବିଜେଡି ଦଳରେ ଘଟୁଛି। ନେତାମାନଙ୍କୁ ସବୁ ମୋହରା ବନାଯାଉଛି। ସେମାନେ ମେଣ୍ଡାପଲ ପରି ହେଉଛନ୍ତି। ତାଙ୍କ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦିଆଯାଇଛି। ଏମିତି କେମିତି ଘଟୁଛି ତାହା ସମସ୍ତ ବିଜେଡି ନେତାଙ୍କୁ ଜଣା। ହେଲେ କଣ ପାଇଁ ସେମାନେ ଜାଣି କିଛି ନ ଜାଣିବା ପରି ହେଉଛନ୍ତି ତାହା ସନ୍ଦେହ ଘେରରେ ରହିଛି।