Categories
ଆଜିର ଖବର ରାଜ୍ୟ ଖବର

ସମ୍ ହସ୍ପିଟାଲ୍ ପକ୍ଷରୁ “ବିଶ୍ୱ ଅଲ୍‌ଜାଇମର ଦିବସ” ଅବସରରେ ୱାକାଥନ୍ ଆୟୋଜିତ

ଭୁବନେଶ୍ୱର: ବିଶ୍ୱ ଅଲ୍‌ଜାଇମର ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମାନସିକ ରୋଗ ବିଭାଗ ପକ୍ଷରୁ ଗୁରୁବାର ଏକ ୱାକାଥନ୍ ଆୟୋଜିତ ହୋଇଯାଇଛି।

ଗୁରୁବାର ସକାଳେ ସମ୍ ହସ୍ପିଟାଲ୍‌ର ବ୍ଲଡ ବ୍ୟାଙ୍କ ସମ୍ମୁଖରୁ ଏହି ୱାକାଥନ ଆରମ୍ଭ ହୋଇ ମୁଖ୍ୟ ଦ୍ୱାରରେ ଶେଷ ହୋଇଥିଲା।

ଚଳିତ ବର୍ଷ ବିଶ୍ୱ ଅଲ୍‌ଜାଇମର ଦିବସର ଥିମ୍ ରହିଛି “ ନେଭର ଠୁ ଅର୍ଲି , ନେଭର ଠୁ ଲେଟ୍‌” ଅର୍ଥାତ୍ କେବେବି ଆଗୁଆ ନୁହେଁ କିମ୍ବା କେବେ ଅତି ବିଳମ୍ବ ନୁହେଁ । ଏହି ଥିମ୍‌ର ସଚେତନତା ବାର୍ତା ଲୋକଙ୍କ ନିକଟରେ ପହଂଚାଇବା ନେଇ ୱାକାଥନର ଆୟୋଜନ କରାଯାଇଥିଲା। ଏହି ସମସ୍ୟାରେ ଥିବା ବିପଦ, ଚିକିତ୍ସାରେ ବିଳମ୍ବ ଏବଂ ରୋଗକୁ ଆଗକୁ ଅଧିକ ବଢ଼ିବାକୁ ନ ଦେବାର ଲକ୍ଷ୍ୟ ନେଇ ଏହି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।

ଏହି ୱାକାଥନରେ ମାନସିକ ରୋଗ ବିଭାଗର ମୁଖ୍ୟ ପ୍ରଫେସର ସୁରଜିତ ସାହୁ, ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ଓ ଆସୋସିଏଟ୍ ପ୍ରଫେସର ଲଗ୍ନଜିତ ଦାଶ ସମେତ ଅନ୍ୟାନ୍ୟ ଫ୍ୟାକଲ୍ଟି ମେମ୍ବର୍ସ, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଏମ୍ସ ଭୁବନେଶ୍ୱର ପକ୍ଷରୁ “ଅଙ୍ଗ ଦାନ ସଚେତନତା” ସୃଷ୍ଟି ନେଇ ୱାକାଥନ୍ ଯୋଗ ଦେଲେ ହକି ଇଣ୍ଡିଆ ଅଧ୍ୟକ୍ଷ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ପକ୍ଷରୁ ଆଜି ସକାଳେ “ଅଙ୍ଗ ଦାନ ସଚେତନତା” ନିମନ୍ତେ ଏକ ବିଶାଳ ୱାକାଥନ୍ ଅନୁଷ୍ଠିତ ହୋଇଯାଇଛି। ଏହି ୱାକାଥନରେ ହକି ଇଣ୍ଡିଆ ଅଧ୍ୟକ୍ଷ ତଥା ବିଶିଷ୍ଟ ହକି ତାରକା ଦିଲ୍ଲୀପ ତିର୍କୀ ଯୋଗଦେଇଥିଲେ। ୱାକାଥନକୁ ଶୁଭାରମ୍ଭ କରିବା ସହିତ ଅଙ୍ଗ ଦାନ ଭଳି ମହତ କାର୍ଯ୍ୟ ନିମନ୍ତେ ଏମ୍ସ ପ୍ରୟାସ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ। ଅଙ୍ଗ ଦାନ ବର୍ତ୍ତମାନ ସମୟର ବିରାଟ ଆବଶ୍ୟକତା ଏବଂ ଏନେଇ ରହିଥିବା ନାନା ଅନ୍ଧବିଶ୍ୱାସ କୁ ଦୂର କରିବାରେ ଏମ୍ସ ଭୁବନେଶ୍ବର ଛାତ୍ରଛତ୍ରୀ କାର୍ଯ୍ୟ କରିବେ ବୋଲି ଶ୍ରୀ ତିର୍କୀ ଆହ୍ୱାନ କରିଥଲେ। ଏହି ୱାକାଥନ୍ ରେ ପ୍ରାୟ ଏକ ହଜାର ରୁ ଅଧିକ ମେଡିକାଲ୍ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଏମ୍ସ କର୍ମଚାରୀ ଅଂଶ୍ରହଣ କରିଥିଲେ।

ଏହି ୱାକାଥନରେ ଏମ୍ସ ଭୁବନେଶ୍ୱର କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ, ମେଡିକାଲ୍ ଅଧୀକ୍ଷକ ପ୍ରଫେସର ଏସ୍ ଏନ ମହାନ୍ତି, ଡିନ୍ ଡକ୍ଟର ପି ଆର ମହାପାତ୍ର, କୁଳସଚିବ ବି ବି ମିଶ୍ର, ଡ. ପ୍ରଭାସ ରଂଜନ ତ୍ରିପାଠୀ, ଡ. ସଞ୍ଜୟ ଗିରି, ଡିଡିଏ ରଶ୍ମି ରଂଜନ ସେଠୀ, ନର୍ସିଂ କଲେଜ ଅଧ୍ୟକ୍ଷା ଆଶା ପି ସେଟ୍ଟି, ଡ. ପ୍ରଶାନ୍ତ ନାୟକ, ଡ. ସୁବ୍ରତ ସାହୁ, ଡ. ହେମନ୍ତ ନାୟକଙ୍କ ସମେତ ଅନେକ ଅଧ୍ୟାପକ ଅଧ୍ୟାପିକା, ସରକାରୀ କ୍ଷେତ୍ରରେ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ଆରମ୍ଭ କରିଥିବା ପ୍ରଫେସର ଭିନିଏନ୍ଦ୍ର ପାମେଚା ପ୍ରମୁଖ ଅଂଶଗ୍ରହଣ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏମ୍ସ ଭୁବନେଶ୍ୱର ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ସହକାରୀ ପ୍ରଫେସର ତଥା କାର୍ଯ୍ୟକ୍ରମ ସଂଗଠନ ସମ୍ପାଦକ ଡକ୍ଟର ବ୍ରହ୍ମଦତ୍ତ ପଟ୍ଟନାୟକ ୱାକାଥନ୍ ର ସଫଳତା ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ଏମ୍ସ ଭୁବନେଶ୍ୱରରେ ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ପକ୍ଷରୁ ଗତକାଲି ଆୟୋଜିତ “ଅଙ୍ଗ ଦାନ ସଚେତନତା” କର୍ମଶାଳା ଏବଂ ନିରନ୍ତର ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) କାର୍ଯ୍ୟମରେ ଜାତୀୟ ଖ୍ୟାତିସମ୍ପନ୍ନ ବିଶେଷଜ୍ଞମାନେ ଯୋଗଦେଇ ଅଙ୍ଗ ଦାନ ନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ ଉପଯୁକ୍ତ ଦାତା ତଥା ପ୍ରାପ୍ତକର୍ତ୍ତା ବାଛିବା, ଅଙ୍ଗ ଆବଣ୍ଟନ, ଦୁଃଖରେ ଥିବା ପରିବାରକୁ ପରାମର୍ଶ ଏବଂ ବ୍ୟାପକ ଗୁଣାତ୍ମକ କ୍ଲିନିକାଲ୍ ଯତ୍ନ ଉପରେ ବିସ୍ତୃତ ଆଲୋଚନା କରିଥିଲେ।