Categories
ଆଜିର ଖବର ଜାତୀୟ ଖବର

ଜି-୨୦ ଲୋଗୋକୁ ନେଇ ବିରୋଧ: କଂଗ୍ରେସ ଉଠାଇଲା ପ୍ରଶ୍ନ, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଜି-୨୦ ଶିଖର ସମ୍ମିଳନୀର ଲୋଗୋ, ଥିମ୍ ଏବଂ ୱେବସାଇଟ୍ ପ୍ରକାଶ କରିଛନ୍ତି। ଡିସେମ୍ବର ୧ ତାରିଖ ୨୦୨୨ରୁ ନଭେମ୍ବର ୩୦ ତାରିଖ ୨୦୨୩ ପର୍ଯ୍ୟନ୍ତ ଭାରତ ଏକ ବର୍ଷ ପାଇଁ ଜି-୨୦ ଗୋଷ୍ଠୀର ଅଧ୍ୟକ୍ଷ ହେବ। ଭାରତ ଏହି ଗ୍ରୁପ୍ ର ଶିଖର ସମ୍ମିଳନୀ ୯ ଏବଂ ୧୦ ସେପ୍ଟେମ୍ବର ୨୦୨୩ ରେ ନୂଆଦିଲ୍ଲୀରେ ଆୟୋଜନ କରିବ। ବର୍ତ୍ତମାନ କଂଗ୍ରେସ ଦଳ ଜି-୨୦ସମ୍ମିଳନୀର ଲୋଗୋ ଉପରେ ପ୍ରଶ୍ନ ଉଠାଇଛି।

ଜି-୨୦ ଶିଖର ସମ୍ମିଳନୀର ଲୋଗୋକୁ ପ୍ରଧାନମନ୍ତ୍ରୀ ମୋଦୀ ଉନ୍ମୋଚନ କରିଛନ୍ତି, ଯେଉଁଥିରେ ଏକ ପଦ୍ମ ଫୁଲ ମଧ୍ୟ ପ୍ରସ୍ତୁତ କରାଯାଇଛି। ପଦ୍ମ ଫୁଲ ହେଉଛି ବିଜେପିର ନିର୍ବାଚନ ଚିହ୍ନ। କଂଗ୍ରେସ ଏହାକୁ ବିରୋଧ କରି ସରକାରଙ୍କୁ ସମାଲୋଚନା କରିଛି।

କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ୍ କରି କହିଛନ୍ତି ଯେ, ୭୦ ବର୍ଷ ପୂର୍ବେ କଂଗ୍ରେସର ପତାକାକୁ ଜାତୀୟ ପତାକା କରିବା ପ୍ରସ୍ତାବକୁ ନେହେରୁ ପ୍ରତ୍ୟାଖ୍ୟାନ କରିଥିଲେ। ବିଜେପିର ନିର୍ବାଚନ ଚିହ୍ନ ବର୍ତ୍ତମାନ ଜି-୨୦ ର ଅଧ୍ୟକ୍ଷତା ସରକାରୀ ଲୋଗୋ ପାଲଟିଛି। ଆମେ ଜାଣୁ ଯେ, ପିଏମ ମୋଦୀ ଏବଂ ବିଜେପି ଲଜ୍ଜାଜନକ ଭାବରେ ନିଜକୁ ପ୍ରୋତ୍ସାହିତ କରିବା ପାଇଁ କୌଣସି ସୁଯୋଗ ହରାଇବେ ନାହିଁ।

କଂଗ୍ରେସ ନେତା ରସିଦ ଅଲଭି ମଧ୍ୟ ଜି-୨୦ ର ଅଫିସିଆଲ ଲୋଗୋରେ ପଦ୍ମ ଫୁଲ ଉପରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଏହା ଭାରତ ସରକାରଙ୍କ ପ୍ରତୀକ ଠାରୁ କମ୍ ଏବଂ ଭାରତୀୟ ଜନତା ପାର୍ଟିର ଚିହ୍ନ ପରି ଅଧିକ ମନେହୁଏ। ଏହି ପ୍ରତୀକରେ ପଦ୍ମ ଫୁଲ କେଉଁଠୁ ଆସିଲା? କ’ଣ ଏହି ସରକାର ଭାରତର ନୁହେଁ, ବିଜେପିର ଅଟେ? ଏହି ପ୍ରତୀକକୁ ହଟାଇବା ଉଚିତ ଏବଂ ଏଥିରୁ କମଲ ପଦ୍ମ ହଟାଇବା ଉଚିତ୍।

Categories
ବିଶେଷ ଖବର

କେନ୍ଦ୍ର ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ୭୪୭ ୱେବସାଇଟ୍‌ ଏବଂ ୯୪ ୟୁଟ୍ୟୁବ ଚ୍ୟାନେଲ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି କହିଛନ୍ତି ଯେ, ୨୦୨୧-୨୨ ମସିହାରେ ଦେଶର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ୟୁଟ୍ୟୁବ ଚ୍ୟାନେଲଗୁଡିକ ବିରୋଧରେ ମନ୍ତ୍ରଣାଳୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଠାକୁର କହିଛନ୍ତି ଯେ, ମନ୍ତ୍ରଣାଳୟ ୯୪ ୟୁଟ୍ୟୁବ ଚ୍ୟାନେଲ, ୧୯ ଟି ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୭୪୭ ଟି ୟୁଆରଏଲ୍‍ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ସେଗୁଡିକୁ ବନ୍ଦ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ସୂଚନା ପ୍ରଯୁକ୍ତି ଅଧିନିୟମ ୨୦୦୦ ର ଧାରା ୬୯ଏ ଅନୁଯାୟୀ ନିଆଯାଇଛି।

ମନ୍ତ୍ରୀ କହିଛନ୍ତି ଯେ ମିଥ୍ୟା ଖବର ପ୍ରଚାର ପ୍ରସାର କରି ଦେଶର ସାର୍ଵଭୌମତ୍ୱ ବିରୋଧରେ କାର୍ଯ୍ୟ କରୁଥିବା ଏଜେନ୍ସିଗୁଡିକ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Categories
ବିଶେଷ ଖବର

ଶିଖ ଫର ଜଷ୍ଟିସ ସହ ଜଡ଼ିତ ଆପ୍ସ, ୱେବସାଇଟ୍‌ ଏବଂ ସୋସିଆଲ ମିଡିଆ ଆକାଉଣ୍ଟସ୍‌କୁ ବନ୍ଦ କରିବାକୁ ଆଦେଶ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବିଦେଶରେ ପରିଚାଳିତ ‘‘ପଞ୍ଜାବ ପଲିଟିକ୍ସ ଟିଭି’’ର ଆପ୍ସ, ୱେବସାଇଟ ଏବଂ ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ (ବ୍ଲକ୍‌) କରିବା ଲାଗି ନିର୍ଦ୍ଦେଶ ଦେଇଛି। ବେଆଇନ କାର୍ଯ୍ୟକଳାପ (ନିରାକରଣ) ଆଇନ, ୧୯୬୭ ଅଧୀନରେ ବେଆଇନ ଘୋଷିତ ସଂଗଠନ ଶିଖ ଫର ଜଷ୍ଟିସ (ଏସଏଫଜେ) ସହିତ ଏହି ଟିଭି ଚାନେଲର ଘନିଷ୍ଠ ସମ୍ପର୍କ ରହିଛି। ଗୁଇନ୍ଦା ସୂଚନା ଅନୁଯାୟୀ, ଏହି ଚାନେଲ ବର୍ତ୍ତମାନ ଜାରି ରହିଥିବା ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବା ଲାଗି ଅନଲାଇନ ମିଡିଆ ମାଧ୍ୟମରେ ଉଦ୍ୟମ କରୁଥିଲା। ପଞ୍ଜାବ ପଲିଟିକ୍ସ ଟିଭିର ଡିଜିଟାଲ ମିଡିଆ ଉତ୍ସକୁ ବନ୍ଦ (ବ୍ଲକ୍‌) କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ଫେବୃଆରୀ ୧୮ ତାରିଖରେ ଆଇଟି ନିୟମ ଅଧୀନରେ ଜରୁରିକାଳୀନ କ୍ଷମତାର ଉପଯୋଗ କରାଯାଇଥିଲା।

ବ୍ଲକ୍‌ ହୋଇଥିବା ଆପ୍ସ, ୱେବସାଇଟ୍‌ ଏବଂ ସୋସିଆଲ ମିଡିଆ ଆକାଉଣ୍ଟସ୍‌ରେ ପ୍ରଦର୍ଶିତ କାର୍ଯ୍ୟକ୍ରମରେ ସାମ୍ପ୍ରଦାୟିକ ବିଭେଦ ଏବଂ ବିଚ୍ଛିନ୍ନତାବାଦକୁ ଉତ୍ତେଜିତ କରିବା ଭଳି କ୍ଷମତା ରହିଥିଲା। ଏହାର ବିଷୟବସ୍ତୁ ଭାରତର ସାର୍ବଭୌମତ୍ବ ଓ ଅଖଣ୍ଡତା, ରାଜ୍ୟର ସୁରକ୍ଷା ଏବଂ ସାର୍ବଜନୀନ ବ୍ୟବସ୍ଥା ପାଇଁ ବିପଜ୍ଜନକ ବୋଲି ଜଣାପଡ଼ିଥିଲା। ଆହୁରି ମଧ୍ୟ ସୂଚନା ମିଳିଥିଲା ଯେ ବର୍ତ୍ତମାନ ଜାରି ରହିଥିବା ନିର୍ବାଚନ ସମୟରେ ଅଧିକ ମହତ୍ବ ପାଇବା ଲାଗି ନୂଆ ଆପ୍ସ ଏବଂ ସୋସିଆଲ ମିଡିଆ ଆକାଉଣ୍ଟସ ଶୁଭାରମ୍ଭ କରାଯାଇଛି।

ଭାରତ ସରକାର ଦେଶର ସାମଗ୍ରିକ ସୂଚନା ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ଏବଂ ଭାରତର ସାର୍ବଭୌମତ୍ବ ଏବଂ ଅଖଣ୍ଡତାକୁ ଦୁର୍ବଳ କରିବା ଲାଗି ଶକ୍ତି ରଖୁଥିବା କୌଣସି କାର୍ଯ୍ୟକୁ ବିଫଳ କରିବା ଲାଗି ସତର୍କ ଏବଂ ସଂକଳ୍ପବଦ୍ଧ ରହିଛନ୍ତି।

Categories
ବିଶେଷ ଖବର

ଭାରତ ବିରୋଧୀ କୁପ୍ରଚାର ପାଇଁ 20 ଟି ୟୁଟ୍ୟୁବ ଚ୍ୟାନେଲ, 2 ଟି ୱେବସାଇଟ୍ କୁ ବ୍ଲକ୍ କଲା ଭାରତ

ନୂଆଦିଲ୍ଲୀ: ଇଣ୍ଟେଲିଜେନ୍‌ସ ଏଜେନ୍ସି ତଥା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମଧ୍ୟରେ ଏକ ସମନ୍ବିତ ପ୍ରୟାସ କ୍ରମେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସୋମବାର ଦିନ ଇଣ୍ଟରନେଟରେ ଭାରତ ବିରୋଧୀ ପ୍ରଚାର  ଏବଂ ଜାଲ୍ ଖବର ପ୍ରସାରଣ କରୁଥିବା 20 ଟି ୟୁଟ୍ୟୁବ ଚ୍ୟାନେଲ୍ ଓ 2 ଟି ୱେବସାଇଟକୁ ବ୍ଲକ୍ କରିବାର ଆଦେଶ ଦେଇଛନ୍ତି। ମନ୍ତ୍ରଣାଳୟ ଦୁଇଟି ଭିନ୍ନ ଭିନ୍ନ ପତ୍ର ମାଧ୍ୟମରେ – ଗୋଟିକରେ 20 ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରିବା ପାଇଁ ୟୁଟ୍ୟୁବକୁ ନିର୍ଦ୍ଦେଶ ଦେଇଛି ଓ ଅନ୍ୟଟିରେ 2 ଟି ସମାଚାର ୱେବସାଇଟକୁ ବ୍ଲକ କରିବା ପାଇଁ ଦୂରସଞ୍ଚାର ବିଭାଗକୁ ଅନୁରୋଧ କରିଛନ୍ତି।

ଏହି ଚ୍ୟାନେଲ ଏବଂ ୱେବସାଇଟ ଗୁଡ଼ିକ ପାକିସ୍ତାନରୁ ପରିଚାଳିତ ଏକ ସମନ୍ବିତ କୁପ୍ରଚାର ନେଟୱର୍କ ସହିତ ସମ୍ବନ୍ଧିତ ଅଟେ ଏବଂ ଭାରତ ସମ୍ବନ୍ଧିତ ବିଭିନ୍ନ ସମ୍ବେଦନଶୀଳ ଖବର ବିଷୟରେ ଏଗୁଡିକ ଜାଲ୍ ଖବର ପ୍ରସାରଣ କରୁଛନ୍ତି। ଏହି ଚ୍ୟାନେଲର ଉପଯୋଗ କାଶ୍ମୀର, ଭାରତୀୟ ସେନା, ଭାରତର ସଂଖ୍ୟାଲଘୁ ସମୁଦାୟ, ରାମ ମନ୍ଦିର, ଜେନେରାଲ୍ ବିପିନ ରାୱତଙ୍କ ପରି ବିଷୟରେ ବିଭାଜନକାରୀ ପୋଷ୍ଟ କରିବା ପାଇଁ ବ୍ୟବହାର କରାଯାଉଛି ।

ଭାରତ ବିରୋଧୀ ଭୁଲ୍ ପ୍ରଚାର ଅଭିଯାନରେ ଦି ନୟା ପାକିସ୍ତାନ ଗ୍ରୁପ୍ (ଏନପିଜି) ସାମିଲ୍ ରହିଛି, ଯାହା ପାକିସ୍ତାନରୁ ସଞ୍ଚାଳିତ ହେଉଛି ଏବଂ ଯାହାଙ୍କ ନିକଟରେ ୟୁଟ୍ୟୁବ ଚ୍ୟାନେଲର ଏକ ନେଟୱର୍କ ରହିଛି। ଏହି ଭୁଲ୍ ପ୍ରଚାର ଅଭିଯାନରେ ଆଉ କିଛି ସେହିପରି ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ସାମିଲ୍ ରହିଛି ଯାହା  ଏନପିଜି ସହିତ ସମ୍ବନ୍ଧିତ ନୁହେଁ। ଏହି ଚ୍ୟାନେଲର ସଂଯୁକ୍ତ ସବସ୍କ୍ରାଇବର ବେସ୍ 35 ଲକ୍ଷରୁ ଅଧିକ ରହିଛି ଏବଂ ଏହାଙ୍କର ଭିଡିଓକୁ 55 କୋଟିରୁ ଅଧିକ ଥର ଦେଖା ଯାଇଛି। ନୟା ପାକିସ୍ତାନ ଗ୍ରୁପ୍ (ଏନିଜି) ର କିଛି ୟୁଟ୍ୟୁବ ଚ୍ୟାନେଲ୍ ପାକିସ୍ତାନୀ ସମାଚାର ଚ୍ୟାନେଲର ଆଙ୍କରଙ୍କ ଦ୍ବାରା ସଞ୍ଚାଳିତ କରାଯାଉଛି।

ଯେଉଁ ୟୁଟ୍ୟୁବ ଚ୍ୟାନେଲ ଗୁଡ଼ିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛସ ସେଗୁଡ଼ିକ ହେଉଛି ଦି ପଞ୍ଚ ଲାଇନ, ଇଣ୍ଟରନାସନାଲ୍ ୱେବ ନ୍ୟୁଜ, ଖାଲସା ଟିଭି, ଦି ନେକେଡ୍ ଟ୍ରୁଥ, ନ୍ୟୁଜ 24, 48 ନ୍ୟୁଜ, ଫିକ୍‌ସନାଲ୍, ହିଷ୍ଟୋରିକାଲ୍ ଫାକ୍ଟସ, ପଞ୍ଜାବ ଭାଇରାଲ୍, ନୟା ପାକିସ୍ତାନ ଗ୍ଲୋବାଲ, କଭର ଷ୍ଟୋରି, ଗୋ ଗ୍ଲୋବାଲ୍, ଇକମର୍ସ, ଜୁନେଦ ହଲିମ୍ ଅଫିସିଆଲ୍, ତୟବ ହାନିଫ୍, ଜୈନ ଅଲି ଅଫିସିଆଲ୍, ମୋହସିନ୍ ରାଜପୁତ ଅଫିସିଆଲ୍, କନିଜ୍ ଫାତିମା, ସଦାଫ୍ ଦୁରାନି, ମିଆଁ ଇମରାନ୍ ଅହମ୍ମଦ, ନଜମ ଉଲ ହସନ୍ ବାଜୱା।

ଏହି ୟୁଟ୍ୟୁବ ଚ୍ୟାନେଲ ଚାଷୀଙ୍କର ଆନ୍ଦୋଳନ, ନାଗରିକତା (ସଂଶୋଧନ) ଅଧିନିୟମ ପରି ବିଷୟରେ ମଧ୍ୟ ପୋଷ୍ଟ କରିଛନ୍ତି ଏବଂ ସଂଖ୍ୟାଲଘୁ ସମୁଦାୟଙ୍କୁ ଭାରତ ସରକାରଙ୍କ ବିପକ୍ଷରେ ପ୍ରରୋଚିତ କରିବା ପାଇଁ ଅପଚେଷ୍ଟା କରିଛନ୍ତି। ଏହା ମଧ୍ୟ ଆଶଙ୍କା କରାଯାଉଛି ଯେ ଏହି ୟୁଟ୍ୟୁବ ଚ୍ୟାନେଲର ବ୍ୟବହାର ପାଞ୍ଚଟି ରାଜ୍ୟରେ ହେଉଥିବା ଆଗାମୀ ନିର୍ବାଚନର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ପୋଷ୍ଟ କରିବା ପାଇଁ କରାଯିବ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତରେ ସୂଚନା ସମ୍ପର୍କିତ ସ୍ପେସକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ସୂଚନା ପ୍ରଯୁକ୍ତି (ମଧ୍ୟବର୍ତ୍ତି ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ୍ ମିଡିଆ ଆଚରଣ ସଂହିତା) ନିୟମ 2021 ର ନିୟମ 16 ଅନୁସାରେ ଜରୁରୀକାଳୀନ କ୍ଷମତାର ଉପଯୋଗ କରିଛି। ମନ୍ତ୍ରଣାଳୟ ଜାଣିବାକୁ ପାଇଛି ଯେ ଅଧିକାଂଶ ସୂଚନା ଜାତୀୟ ସୁରକ୍ଷା ପରିପ୍ରେକ୍ଷୀରେ ସମ୍ବେଦନଶୀଳ ଅଟେ ଏବଂ ଭୁଲ ତଥ୍ୟ ଉପରେ ପର୍ଯ୍ୟବେସିତ ଅଟେ। ଏଗୁଡିକ ମୁଖ୍ୟତଃ ପାକିସ୍ତାନ ଦ୍ବାରା ଭାରତ ବିପକ୍ଷରେ ଏକ ସମନ୍ବିତ କୁପ୍ରଚାର ନେଟୱର୍କ (ଯେପରି ନୟା ପାକିସ୍ତାନ ଗ୍ରୁପ୍ କ୍ଷେତ୍ରରେ) ଅନ୍ତର୍ଗତ ପୋଷ୍ଟ କରାଯାଉଛି। ଏଥିପାଇଁ ମନ୍ତ୍ରଣାଳୟ ଜରୁରୀକାଳୀନ ସ୍ଥିତିରେ ଏଗୁଡ଼ିକୁ ବ୍ଲକ୍ କରିବା ନିମିତ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପଯୁକ୍ତ ବିବେଚନା କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଅପରାହ୍ନ ୨ ଟାରେ ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳାଫଳ: ଏହି ୱେବସାଇଟ୍ ରେ ହେବ ସିଧା ପ୍ରସାରଣ

ନୂଆଦିଲ୍ଲୀ: ଆଜି ଅପରାହ୍ନ ୨ ଟାରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳାଫଳ ପ୍ରକାଶ କରିବାକୁ ଯାଉଛି। ବୋର୍ଡ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ପରୀକ୍ଷା ଫଳ ଘୋଷଣା ହେବା ପରେ ଅଫିସିଆଲ୍ ୱେବସାଇଟ୍ cbseresults.nic.in ରେ ସିଧା ପ୍ରସାରଣ କରାଯିବ।

କରୋନା ବିପଦକୁ ଦୃଷ୍ଟିରେ ରଖି ବୋର୍ଡ ଚଳିତ ବର୍ଷ ପରୀକ୍ଷାକୁ ବାତିଲ କରିଦେଇଥିଲା ଏବଂ ପୂର୍ବ ପରୀକ୍ଷାର ଫଳାଫଳ ଆଧାରରେ ମୂଲ୍ୟାୟନ କରାଯାଇଛି। ଦ୍ୱାଦଶ ଫଳାଫଳ ପ୍ରକାଶ କରିବାର ଶେଷ ତାରିଖ ଭାବରେ ସୁପ୍ରିମକୋର୍ଟ ଜୁଲାଇ ୩୧ ସ୍ଥିର କରିଥିଲେ। ବୋର୍ଡ ବର୍ତ୍ତମାନ ଦ୍ୱାଦଶ ଫଳାଫଳ ପ୍ରଥମେ ପ୍ରକାଶ କରୁଛି ଏବଂ ଦଶମ ଫଳାଫଳ ପରେ ପ୍ରକାଶ କରିବ।

ଛାତ୍ରଛାତ୍ରୀମାନେ ଡିଜିଲୋକର୍, UMANG ଆପ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜୁନ ୧୭ ତାରିଖରୁ ଓଜେଇଇ ପରୀକ୍ଷା: ଜାଣନ୍ତୁ ଛାତ୍ରଛାତ୍ରୀ କେମିତି କରିବେ ଆବେଦନ

ଭୁବନେଶ୍ବର: ଆସନ୍ତା ୧୭ ତାରିଖରୁ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ। ତେଣୁ ଆଗ୍ରହୀ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ଅନଲାଇନରେ ଆବେଦନ କରିପାରିବେ। ଛାତ୍ରଛାତ୍ରୀ www. Ojee.nic.in ୱେବସାଇଟ୍ କୁ ଯାଇ ଆବେଦନ କରିପାରିବେ। ତେବେ ଏହି ପରୀକ୍ଷା ଜୁନ ୧୭ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବ। ଏହା କମ୍ପ୍ୟୁଟର ଆଧାରିତ ପରୀକ୍ଷା ରହିବ। ଏନେଇ ଓଜେଇଇ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି।