Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

କଞ୍ଚା ଲଙ୍କାରେ ମୁକ୍ତିଲାଭ କଲା ବାରଙ୍ଗ ୧୯୯୯

ଭୁବନେଶ୍ଵର: ଓଡ଼ିଶାର ଆଗ ଧାଡ଼ିର ମନୋରଞ୍ଜନ ଆପ୍ ‘କଞ୍ଚା ଲଙ୍କା’ ର ନୂତନ ୱେବ୍‌ ସିରିଜ୍, ‘ବାରଙ୍ଗ ୧୯୯୯’ ସାରା ରାଜ୍ୟରେ ଚହଳ ସୃଷ୍ଟି କରିବା ପାଇଁ ପ୍ରସ୍ତୁତ ହୋଇଛି। ଏହି ମହାଗାଥାକୁ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଅଜୟ ପାଢ଼ୀ। ୭ ଏପିସୋଡ୍ ବିଶିଷ୍ଟ ଏହି ସିରିଜ୍ ଦର୍ଶକଙ୍କ ମନୋରଞ୍ଜନ କରିବା ସହ ରାଜନୈତିକ ଚକ୍ରବ୍ୟୁହ ଏବଂ ନାରୀ ଶକ୍ତିର ରୂପରେଖକୁ ମଧ୍ୟ ଦର୍ଶାଇବ।

ବାରଙ୍ଗ ୧୯୯୯ କେବଳ ଗୋଟେ ୱେବ୍‌ ସିରିଜ୍ ନୁହେଁ। ଏହା ନ୍ୟାୟ, ନାରୀ ଜାତିର ବର୍ଷ ବର୍ଷର ସଂଘର୍ଷ ଏବଂ ସଶକ୍ତିକରଣର ନିଚ୍ଛକ ପ୍ରତିଛବି । ଏହି ରାଜନୈତିକ କାହାଣୀର ମୂଳରେ ଅଛନ୍ତି ଅମ୍ରିତା ପାଢ଼ୀ ଏବଂ ସରକାରୀ ବ୍ୟବସ୍ଥା ସହିତ ତାଙ୍କର ଲଢେଇ ରହିଛି ଏହାର ପ୍ରମୁଖ ବିଷୟବସ୍ତୁ। ନିଜ ପରିବାର ଏବଂ ସରକାରୀ ବ୍ୟବସ୍ଥାର ଅନ୍ୟାୟ ସତ୍ତ୍ବେ, ମନରେ ଆଶା ଏବଂ ଦୃଢ ଆତ୍ମବିଶ୍ବାସ ରଖି , ଅମ୍ରିତା ଅନବରତ ଲଢି ଚାଲନ୍ତି। ପୁରୁଷ ପ୍ରଧାନ ସମାଜରେ ଅମ୍ରିତା ସାଜନ୍ତି ଇଚ୍ଛାଶକ୍ତି ଏବଂ ସାହସର ପ୍ରତିଛବି। ତାଙ୍କର ଏହି ଯାତ୍ରା କେବଳ ବ୍ୟକ୍ତିଗତ ନ ରହି ସାଜିଯାଏ ସାମାଜିକ ପରିବର୍ତ୍ତନର ସୂତ୍ର। ଓଡିଆ ସିନେମାରେ ନିକଟରେ ଚହଳ ସୃଷ୍ଟି କରିଥିବା ସୁପ୍ରିୟା ନାୟକ ଅମ୍ରିତା ଭୂମିକାରେ ଥିଲାବେଳେ, ପରଦା ରେ ଦିଶିବେ ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଦୁଇ ଜଣ ଚମତ୍କାର ଅଭିନେତା – ନିକଟରେ ମନୋନୀତ NSD ଡିରେକ୍ଟର ଚିତ୍ତରଞ୍ଜନ ତ୍ରିପାଠୀ (ସ୍ୟାକରେଡ୍‌ ଗେମ୍ସ, ଫାଣ୍ଟମ ଏବଂ ଶୁଭ୍ ମଙ୍ଗଲ୍ ସାବଧାନ) ଏବଂ ମହାରାଣୀ, ଜେଙ୍ଗାବୁରୁ ଏବଂ ୧୨ତମ ଫେଲ୍ ଇତ୍ୟାଦିରେ ଦର୍ଶକଙ୍କ ହୃଦୟ ଜିତି ଥିବା ସୁକୁମାର ଟୁଡୁ। ଏହା ବ୍ୟତୀତ ଚନ୍ଦନ ମହାନ୍ତି, ଅସିତ ପାତ୍ର, ନିଶାନ୍ତ ମଜିଠିଆ, ଭାସ୍ବତୀ ବସୁ, କେପି, ସୋମେନ ପୂଜାରୀ, ଭୂପତି ତ୍ରିପାଠୀ ଏବଂ ଆହୁରି ଅନେକ ଓଡ଼ିଶାର ସୁନାମଧନ୍ୟ କଳାକାର ବାରଙ୍ଗରେ ଦିଶିବେ।

ଏହି ମନୋରଞ୍ଜକ କାହାଣୀର ସ୍ରଷ୍ଟା ହେଉଛନ୍ତି ବର୍ଷୀୟାନ ସାମ୍ବାଦିକ ଦିଲୀପ ବିଷୋଇ, ଚିତ୍ରନାଟ୍ୟ ଲେଖୁଛନ୍ତି ସରୋଜ ମହାପାତ୍ର ଏବଂ ଦମଦାର ସଂଳାପରେ ସଜେଇଛନ୍ତି, ଯୁବ ସଂଳାପକାର ନିଶାନ୍ତ ମଜିଠିଆ। ମୁମ୍ବାଇରେ କାର୍ଯ୍ୟରତ ଡିରେକ୍ଟର ଅଫ ଫୋଟୋଗ୍ରାଫୀ, ଯୁଧିଷ୍ଠିର ବେହେରାଙ୍କ ଆକର୍ଷଣୀୟ ଚିତ୍ରତ୍ତୋଳନ ଏବଂ ରଶ୍ମୀ ରଞ୍ଜନଙ୍କ ନିଖୁଣ ସମ୍ପାଦନା ନିଶ୍ଚିତ ଭାବେ ଏହି ସିରିଜ୍ କୁ ନେଇ ପାରିବ ଓଡ଼ିଶାର ଶ୍ରେଷ୍ଠ ସିରିଜ୍ ତାଲିକାରେ। ଏହି ସିରିଜ୍ ର ମଙ୍ଗ ଧରିଥିବା ନିର୍ଦ୍ଦେଶକ ଅଜୟ ପାଢ଼ୀ କହିଛନ୍ତି, “ବାରଙ୍ଗ ୧୯୯୯ ମୋ ପାଇଁ ଗୋଟେ ବହୁତ ବଡ଼ ଚ୍ୟାଲେଞ୍ଜ ଥିଲା। କାରଣ କାନଭାସ୍ ବହୁତ ବଡ଼ ଥିଲା ଏବଂ କାହାଣୀ ବହୁତ ରୋମାଞ୍ଚକର ଥିଲା। 90s କୁ ରୀକ୍ରିଏଟ କରିବା କଷ୍ଟ ଥିଲା କିନ୍ତୁ ବହୁତ ମଜା ଲାଗିଲା। ପୁରା ଟିମ୍ ଭରପୁର ଚେଷ୍ଟା ଏବଂ ପରିଶ୍ରମ କରିଛନ୍ତି। ମୁଁ ଆଶା କରୁଛି ଆମକୁ ବନେଇବାରେ ଯେତେ ମଜା ଲାଗିଛି, ଦର୍ଶକ ମାନଙ୍କୁ ଦେଖିବାରେ ମଧ୍ୟ ସେତିକି ମଜା ଲାଗିବ।

କଞ୍ଚା ଲଙ୍କାର ସହ-ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ଅକ୍ଷୟ ପରିଜା ଏହି ଅବସରରେ କହିଲେ, ‘‘ଏହି କାହାଣୀ ମନୋରଞ୍ଜକ ହବା ସହିତ ପ୍ରେରଣାଦାୟକ ମଧ୍ୟ। ଲୋକଙ୍କ ପାଖକୁ ଏମିତି ଗୋଟେ_କାହାଣୀ ଆଣି ପାରିଥିବାରୁ ଆମେ ବହୁତ ଉତ୍ସାହିତ। ଏହି କାହାଣୀ, କୌଣସି ଜଣେ ମହିଳାଙ୍କର ନୁହେଁ, ଏହି କାହାଣୀ ସେଇ ସବୁ ନାରୀଙ୍କର ଯିଏକି ନ୍ୟାୟ ପାଇଁ ଲଢେଇ କରିଛନ୍ତି। ଏହା ଓଡ଼ିଶାର ପ୍ରଥମ ଏବଂ ସବୁଠୁ ବଡ଼ ପଲିଟିକାଲ ଡ୍ରାମା। ଆଶା କରୁଛି ଦର୍ଶକଙ୍କୁ ନିଶ୍ଚୟ ଭଲ ଲାଗିବ‘। ଏହି ୱେବ୍ ସିରିଜ୍, ଆପଣ ଦେଖି ପାରିବେ କଞ୍ଚା ଲଙ୍କା ଆପ୍ ରେ ଯାହାକି ଗୁଗୁଲ୍ ପ୍ଲେ ଷ୍ଟୋର୍, ଆପେଲ୍ ଷ୍ଟୋର୍, ୱେବ୍‌ ସାଇଟ୍ ସହିତ, ଜିଓ ଟିଭି, ଐରଟେଲ୍‌ ଏକ୍ସଷ୍ଟ୍ରିମ୍, ଓ.ଟି.ଟି ପ୍ଲେ ଏବଂ ପ୍ଲେ ବକ୍ସ ଇତ୍ୟାଦି ସୁପର୍ ଆପ୍ ଗୁଡିକରେ ମଧ୍ୟ ଉପଲବ୍ଧ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ନେଇ ଆସୁଛି ନୂଆ ୱେବ୍ ସିରିଜ୍‌ “SIX”

ଭୁବନେଶ୍ବର: ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଆଉ ଏକ ନୂଆ ନୂଆ ୱେବ୍ ସିରିଜ୍‌ “SIX” ଆସୁଅଛି। ଏହି ୱେବ୍‌ସିରିଜ୍‌ ର ଟ୍ରେଲର ରିଲିଜ୍‌ ପରେ ସବୁ ଦର୍ଶକଙ୍କ ମୁଁହରେ ଗୋଟିଏ କଥା ଏ ସିରିଜ୍‌ ଯେବେ ରିଲିଜ୍‌ ହବ ଓଡିଶା ଚଳଚିତ୍ର ଜଗତରେ ଆଉ ଏକ ପରିବର୍ତ୍ତିନର ଧାରା ସୃଷ୍ଟି ହବ।

ଏହାକୁ ନେଇ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାର କ୍ରିଏଟିଭ୍ ଟିମ୍ କୁହନ୍ତି: ଏହି ୱେବ୍‌ସିରିଜ୍‌ରେ ଆପଣ ମାନେ ଦେଖିପାରିବେ ଗୋଟେ ପରିବାରରୁ ସମସ୍ତ ୬ ସଦସ୍ୟଙ୍କର ଗୋଟିଏ ଦିନରେ ମୃତ୍ୟୁ। ଏବେ ସବୁ ଆଡେ ଚର୍ଚା, ଏହା ଆତ୍ମ୍ୟ ହତ୍ୟା ନା ଗଣହତ୍ୟା? ଏହି ମୃତ୍ୟୁକୁ ନେଇ ସରକାର ଥରହର। ବର୍ତ୍ତମାନ ପୋଲିସ୍ ର ତଦନ୍ତକୁ ନେଇ ପ୍ରଶ୍ନବାଚୀ? ତଦନ୍ତ ଭାରପ୍ରାପ୍ତ ଅଧିକାରୀ ଏବେ ଚକ୍ରବ୍ୟୁହରେ। ଏବେ ତଦନ୍ତ କରୁଥିବା ପୋଲିସ କଣ କରିବ?
ଏ ମୃତ୍ୟୁ କାଣ୍ଡ ଉପରୁ ପରଦା ଉଠେଇବ? ନା ଅନେକ ବଡ ବଡ ଲୋକମାନଙ୍କୁ ବଞ୍ଚେଇବା ପାଇଁ ଘଟଣା ଉପରେ ପରଦା ଘୋଡେଇ ଦବ? ଏ ପର୍ଯ୍ୟନ୍ତ ଓଡିଶାର ସବୁଠାରୁ ବଡ ଅପରାଧିକ କାହାଣୀ ଓ ଟି ଟି ପ୍ଲାଟଫର୍ମ କଞ୍ଚାଲଙ୍କା ଆପଣମାନଙ୍କୁ ଭେଟି ଦବାକୁ ଯାଉଛି ୬ ନମ୍ବେମ୍ବର ୨୦୨୨ ରେ SIX।

ଏହି ୱେବସିରିଜ୍‌ ର ନିର୍ଦ୍ଦେଶକ ଧୃବାନନ୍ଦ ପଣ୍ଡା କୁହନ୍ତି: ଏ ସତ୍ୟ କାହାଣୀକୁ ଆମେ ଆମ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଆମକୁ ଅନେକ କଠିନ ପରିଶ୍ରମ କରିବାକୁ ପଡିଛି। ଆମର ଆଶା ଓ ଭରଷା ଓଡ଼ିଶାର ସବୁଠୁ ବଡ ଅପରାଧିକ କାହାଣୀ ଆମ ଦର୍ଶକ ମାନଙ୍କୁ ବହୁତ ଭଲ ଲାଗିବ।

ଏହି ୱେବସିରିଜ୍‌ର କାହାଣୀ ଓ ଚିତ୍ରନାଟ୍ୟ ଅଭିଜିତ୍‌ ସିଦ୍ଧେ ଲେଖିଥିବା ବେଳେ ସଂଳାପ ଲେଖିଛନ୍ତି ଦିଲିପ୍ ବଳବନ୍ତରାୟ। ବିରଞ୍ଚି ନାୟକ, ରାଗିନୀ, ବାଦଲ ମହାନ୍ତି, ଲତାଶା, ବିଦୁସ୍ମିତା, ଉଦିତ୍‌ ଗୁରୁ, କୈଳାସ୍ ପାଣିଗ୍ରାହୀ, ବରଦା, ଅଙ୍କିତ୍,ସାଇ, ସୂର୍ଯ୍ୟକାନ୍ତ, ରଶ୍ମିତା, ଦୂର୍ଯ୍ୟଧନ, ଜୟପ୍ରକାଶ ଦାଶ ଓ ଆହୁରି ଅନେକ୍ କଳାକାର ମାନେ ଅଭିନୟ କରିଛନ୍ତି ଏହାର ପ୍ରଯୋଜନା କରିଛନ୍ତି ବିରଞ୍ଚି ନାରାୟଣ ନାୟକ।