Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜି ପୁଣି ସଚିନ୍-ବ୍ରାଏନ୍ ଲାରା ହେବେ ମୁହାଁମୁହିଁ, ଜାଣନ୍ତୁ କେବେ ଏବଂ କେଉଁଠାରେ ଦେଖିବେ ମ୍ୟାଚ୍

ନୂଆଦିଲ୍ଲୀ: ଆଜି ରୋଡ ସେଫ୍ଟି ୱାର୍ଲ୍ଡ ସିରିଜରେ ଇଣ୍ଡିଆ ଲିଜେଣ୍ଡ୍ସ ସେମାନଙ୍କର ଦ୍ୱିତୀୟ ମ୍ୟାଚ୍ ଖେଳିବ। ଏହି ଦଳ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ଲିଜେଣ୍ଡ୍ସ ସହ ମୁହାଁମୁହିଁ ହେବ। ଉଭୟ ଦଳ ଏହି ସିଜନର ପ୍ରଥମ ମ୍ୟାଚ୍ ଜିତିଛନ୍ତି। ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସକୁ ଇଣ୍ଡିଆ ଲିଜେଣ୍ଡ୍ସ ୬୧ ରନରେ ପରାସ୍ତ କରିଛି। ଅନ୍ୟପକ୍ଷରେ ବାଂଲାଦେଶ ଦଳକୁ ୱେଷ୍ଟଇଣ୍ଡିଜ୍ ଲିଜେଣ୍ଡ୍ସ ପରାସ୍ତ କରିଛି।

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ହାତରେ ଇଣ୍ଡିଆ ଲିଜେଣ୍ଡ୍ସର ନେତୃତ୍ଵ। ଗତ ସିଜନରେ ମଧ୍ୟ ସଚିନ ଭାରତର ଅଧିନାୟକ ଥିଲେ। ସଚିନଙ୍କ ଅଧିନାୟକତ୍ୱରେ ଇଣ୍ଡିଆ ଲିଜେଣ୍ଡ୍ସ ପ୍ରଥମ ସିଜନରେ ଜିତିଥିଲା। ସଚିନଙ୍କ ସହ ଯୁବରାଜ ସିଂ, ସୁରେଶ ରାଇନା ଏବଂ ଇରଫାନ ପଠାନଙ୍କ ଭଳି ଷ୍ଟାରମାନେ ମଧ୍ୟ ଇଣ୍ଡିଆ ଲିଜେଣ୍ଡ୍ସରେ ନଜର ଆସିବେ। ଅନ୍ୟପକ୍ଷରେ ୱିଣ୍ଡିଜ୍ ଦଳର ଅଧିନାୟକ ବ୍ରିଆନ୍ ଲାରାଙ୍କ ହାତରେ ରହିବ। ଏହି ଦଳରେ ସୁଲେମାନ ବେନ, ଡାରେନ ପାୱେଲ ଏବଂ ଡୱେନ ସ୍ମିଥଙ୍କ ଭଳି ପୂର୍ବତନ ଖେଳାଳି ମଧ୍ୟ ନଜର ଆସିବେ।

ଏହି ମ୍ୟାଚ୍ କେବେ ଏବଂ କେଉଁଠାରେ ଦେଖିବେ?:

ରୋଡ ସେଫ୍ଟି ୱାର୍ଲ୍ଡ ସିରିଜର ଏହି ଷଷ୍ଠ ମ୍ୟାଚ୍ ଆଜି (ସେପ୍ଟେମ୍ବର ୧୪) ସନ୍ଧ୍ୟା ୭.୩୦ ରେ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ର ଲାଇଭ୍ ଟେଲିକାଷ୍ଟ ସ୍ପୋର୍ଟସ୍ -୧୮ ଚ୍ୟାନେଲରେ କରାଯିବ। ଏହା ସହିତ, ଏହି ମ୍ୟାଚର ଲାଇଭ୍ ଷ୍ଟ୍ରିମିଂ ଭୁତ ଆପରେ ମଧ୍ୟ ଦେଖିବାକୁ ମିଳେ।

ଇଣ୍ଡିଆ ଲିଜେଣ୍ଡ୍ସର ଖେଳାଳି:

ସଚିନ ତେନ୍ଦୁଲକର (ଅଧିନାୟକ), ସୁରେଶ ରାଇନା, ଯୁବରାଜ ସିଂ, ଇରଫାନ ପଠାନ, ୟୁସୁଫ ପଠାନ, ହରଭଜନ ସିଂ, ମୁନାଫ ପଟେଲ, ସୁବ୍ରମଣ୍ୟମ ବଦ୍ରିନାଥ, ଷ୍ଟୁଆର୍ଟ ବିନ୍ନି, ନମନ ଓଝା, ମନପ୍ରୀତ ଗୋନି, ପ୍ରଜ୍ଞା ଓଝା, ବିନୟ କୁମାର, ଅଭିମନ୍ୟୁ ମିଥୁନ।