Categories
ଆଜିର ଖବର ଜାତୀୟ ଖବର

1200 କିମି ଚାଲିବା ପରେ ପ୍ରାଣ ହରାଇଲେ 12 ବର୍ଷୀୟ ବାଳିକା

ବିଜାପୁର : ଦେଶବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ବିଭିନ୍ନ ସ୍ଥାନରେ ଶ୍ରମିକ ମାନେ ଫସି ରହିଥିବା ବେଳେ ଅନେକ ଶ୍ରମିକ ଚାଲିଚାଲି ନିଜ ଘରକୁ ଫେରୁଛନ୍ତି । ଛତିଶଗଡର ଜନୈକା 12 ବର୍ଷୀୟ ବାଳିକା 12 ଶହ କିମି ଚାଲିବା ପରେ ଘରେ ପହଞ୍ଚିବା ପୂର୍ବରୁ ପ୍ରାଣ ହରାଇଛନ୍ତି । ତେଲେଙ୍ଗାନାର ଏକ ଲଙ୍କା ଫାର୍ମରେ କାମ କରୁଥିବା ଜମଲୋ ମକଡମ ନାମକ ଏହି ବାଳିକା ଜଣକ ନିଜ ଗ୍ରାମରେ ପହଞ୍ଚିବାର ଏକ ଘଣ୍ଟା ପୂର୍ବରୁ ପ୍ରାଣ ହରାଇଥିଲେ । ଏପ୍ରିଲ୍‌ 15 ତାରିଖରେ ନିଜ ଗ୍ରାମର ଅନ୍ୟ 11 ଜଣଙ୍କ ସହିତ ତେଲେଙ୍ଗାନାରୁ ଯାତ୍ରା ଆରମ୍ଭ କରିଥିଲେ । ମାତ୍ର ବିଜାପୁରରେ ପହଞ୍ଚିବା ପୂର୍ବରୁ ବାଳିକା ଜଣକ ପ୍ରାଣ ହରାଇଥିଲେ । ପୋଲିସ୍‌ ଭୟରେ ଜଙ୍ଗଲ ରାସ୍ତା ଦେଇ ଏହି ବନ୍ଦୀ ମାନେ ଯାତ୍ରା କରିଥିଲେ । ଦୀର୍ଘ ତିନି ଦିନ ଧରି ଯାତ୍ରା କରୁଥିବା ମକଡମ ଘରଠାରୁ 14 କିମି ଦୂରରେ ପ୍ରାଣ ହରାଇଥିଲେ । ଜମଲୋ ବିଗତ ଦୁଇ ମାସ ଧରି ତେଲେଙ୍ଗାନାର ଏକ ଲଙ୍କା ଫାର୍ମରେ କାମ କରୁଥିବା ନେଇ ତାଙ୍କ ପିତା ସୂଚନା ଦେଇଛନ୍ତି । (ଏଜେନ୍ସି)