Categories
ଆଜିର ଖବର

ଅଷ୍ଟ୍ରେଲିଆକୁ ୮ ରନରେ ହରାଇଲା ଭାରତ, ଦିନିକିଆରେ ୫୦୦ତମ ବିଜୟ

ନାଗପୁରରେ ଟିମ୍ ଇଣ୍ଡିଆକୁ ବିଜୟ ଭେଟି ଦେଲେ ବିଜୟ ଶଙ୍କର। ଶେଷ ଓଭରରେ ଅଷ୍ଟ୍ରେଲିଆର ଦୁଇଟି ଓ୍ୱିକେଟ ଖସାଇ ବିଜୟ ମୁଣ୍ଡି ମାରିଥିଲେ ଅଲରାଉଣ୍ଡର ବିଜୟ ଶଙ୍କର। ଶେଷ ଓଭରରେ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୧୧ ରନ୍ ଦରକାର ଥିବା ବେଳେ ଭାରତକୁ ଆବଶ୍ୟକ ଥିଲା ୨ଟି ଓ୍ୱିକେଟ। ତେବେ ଭ୍ରମଣକାରୀ ଦଳ ୮ ରନ୍ ଦୂରରେ ରହି ଯାଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୨୫୦ ରନ୍ କରିଥିଲା। ଜବାବରେ କଙ୍ଗାରୁ ବାହିନୀ ୨୪୨ରନରେ ଅଲ ଆଉଟ୍ ହୋଇଥିଲା। ଏହାଥିଲା ଭାରତର ଦିନିକିଆରେ ୫୦୦ତମ ବିଜୟ। ଏହି ମ୍ୟାଚରେ ବିରାଟ କୋହଲି ୪୦ତମ ଶତକ ହାସଲ କରିଥିଲେ।

Categories
ଆଜିର ଖବର

ନାଗପୁର ଦିନିକିଆ: ଅଷ୍ଟ୍ରେଲିଆ ଆଗରେ ୨୫୧ ରନ୍‌ର ଟାର୍ଗେଟ

ଆଜି ନାଗପୁରଠାରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆରେ ବିରାଟ ବାହିନୀ ଅଷ୍ଟ୍ରେଲିଆ ବିରୋଧରେ ୨୫୧ ରନ୍‌ର ଲକ୍ଷ୍ୟ ରଖିଛି । ଭାରତ ୪୮.୨ ଓଭରରେ ସମସ୍ତ ଓ୍ବିକେଟ୍‌ ହରାଇ ୨୫୦ ରନ୍‌ କରିଛି ।   ମହାରାଷ୍ଟ୍ରର ନାଗପୁରସ୍ଥିତ ବିଦର୍ଭ କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ।  ଏହି ମ୍ୟାଚ୍‌ରେ ଅଧିନାୟକ ବିରାଟ ନିଜର ୪୦ ତମ ଶତକ (୧୧୬ ରନ୍‌, ୧୨୦ ବଲ୍‌, ୧୦ ଚୌକା) ହାସଲ କରିଛନ୍ତି। ପେଟ କମିନ୍ସ ୪ ଓ୍ଵିକେଟ ନେଇଥିବା ବେଳେ ଆଦାମ ଜାମ୍ପା ୨ଟି ଓ୍ଵିକେଟ ନେଇଥିଲେ। ନାଥନ କଲଟର୍‌ ନାଇଲ, ଗ୍ଲେନ ମ୍ୟାକ୍ସୱେଲ ଓ ନାଥାନ ଲାୟନଙ୍କୁ ଗୋଟେ ଗୋଟେ ଓ୍ବିକେଟ୍‌ ନେଇଛନ୍ତି।

Categories
ଆଜିର ଖବର

ଆଜି ଭାରତ ଅଷ୍ଟ୍ରେଲିଆ ଦିନିକିଆ, ଅଗ୍ରଣୀ ଲକ୍ଷ୍ୟରେ ଭାରତୀୟ ଦଳ

ଆଜି ନାଗପୁରଠାରେ ଖେଳାଯିବାକୁ ଥିବା ଦ୍ଵିତୀୟ ଦିନିକିଆରେ ଘରୋଇ ଭାରତୀୟ ଦଳ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ଭେଟିବ। ପୂର୍ବରୁ ହାଇଦ୍ରାବାଦଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବିରାଟ ବାହିନୀ ଅଷ୍ଟ୍ରେଲିଆକୁ ୬ୱିକେଟରେ ପରାଜିତ କରି ଶୃଙ୍ଖଳାକୁ ୧-୦ରେ ଅଗ୍ରଣୀ କରିଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୩୬ ରନ କରିଥିଲା, ଏହି ଛୋଟ ଲକ୍ଷ୍ୟକୁ ଭାରତୀୟ ଦଳ ୪୮.୨ ଓଭରରେ ପୂରଣ କରିନେଇଥିଲା। ଏହି ମ୍ୟାଚରେ ମହେନ୍ଦ୍ର ସିଂହ ଧୋନୀ ଏବଂ କେଦାର ଯାଦବ ଦମଦାର ଖେଳ ପ୍ରଦର୍ଶନକରି ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ତୁଲେଇଥିଲେ। ଉଭୟ ଖେଳାଳି ଯଥାକ୍ରମେ ୫୯ରନ ଏବଂ ୮୧ରନ କରି ଖେଳ ଶେଷ ପର୍ଯନ୍ତ ଅପରାଜିତ ଥିଲେ। ଉଭୟ ଦଳଙ୍କ ପାଇଁ ଏହି ଶୃଙ୍ଖଳା ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ଚଳିତ ଶୃଙ୍ଖଳା ପରେ ଉଭୟଦଳ ବିଶ୍ଵକପରେ ଭାଗନେବେ। ତେଣୁ ଦୁଇଦଳ ଫର୍ମକୁ ଆସିବାପାଇଁ ଏହା ହେଉଛି ଶେଷ ସୁଯୋଗ। ଅଧିନାୟକ ବିରାଟ କୋହଲୀ ଦ୍ଵିତୀୟ ମ୍ୟାଚ ଜିତି ଶୃଙ୍ଖଳାକୁ ୨-୦ରେ ଅଗ୍ରଣୀ କରିବାପାଇଁ ନିଶ୍ଚିତ ଭାବରେ ଚେଷ୍ଟା କରିବେ । ଅନ୍ୟପକ୍ଷରେ ଟି୨୦ ସିରିଜ ବିଜେତା  ଫିଞ୍ଚଙ୍କ ଦଳ କୌଣସିମତେ ଦ୍ଵିତୀୟ ମ୍ୟାଚକୁ ହାତମୁଠାରୁ ଖସେଇବାକୁ ଦେବନି। ତାଙ୍କ ଦଳ ଏହି ମ୍ୟାଚକୁ ଜିତି ଶୃଙ୍ଖଳାରେ ବନି ରହିବାପାଇଁ ଚେଷ୍ଟା ନିଶ୍ଚିତ କରିବେ ।