Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

Odisha Voter Turnout: ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ମତଦାନ

Odisha Voter Turnout: ରାଜ୍ୟରେ ଚାଲିଥିବା ତୃତୀୟ ପର୍ଯ୍ୟାୟ ମତଦାନରେ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ମତଦାନ ହୋଇଛି। ଦେବଗଡ଼ରେ ସର୍ବାଧିକ ୬୭ ପ୍ରତିଶତ ମତଦାନ ହୋଇଥିବା ବେଳେ ଅନୁଗୁଳରେ ୬୫.୧୯ ପ୍ରତିଶତ ଭୋଟ ହୋଇଛି। ସେହିପରି ଅନ୍ୟନ୍ୟା ନିର୍ବାଚନ ମଣ୍ଡଳୀରେ ହୋଇଥିବା ମତଦାନ ହାର ହେଲା

କଟକରେ ୫୩.୧୪

ଢେଙ୍କାନାଳରେ ୫୮.୬୯

ପୁରୀରେ ୬୧.୯୬

ନୟାଗଡ଼ରେ ୬୧.୦୮

ସମ୍ବଲପୁରରେ ୬୫.୬୧

କେନ୍ଦୁଝର ୬୨.୫୯

ମୟୂରଭଂଜ ୬୧.୩୮

ଆଠମଲ୍ଲିକରେ ୬୬.୨୦

ଛେଣ୍ଡିପଦାରେ ୬୫.୫୦

ଦେବଗଡ଼ରେ ୬୭.୦୦

କୁଚିଣ୍ଡାରେ ୭୨.୫୫

ସମ୍ବଲପୁରରେ ୫୪.୪୦

ରେଙ୍ଗାଲିରେ ୬୯.୧୧

ରେଢାଖୋଲରେ ୬୬.୦୦ ପ୍ରତିଶତ

ଖୋର୍ଦ୍ଧାରେ ୫୮.୧୨,

ଜୟଦେବରେ ୬୪.୮୦

ଜଟଣୀରେ ୫୨.୪୦

ଏକାମ୍ରରେ ୪୯.୫୦

ଚିଲିକାରେ ୬୦.୧୨

ଭୁବନେଶ୍ବର ଉତ୍ତରରେ ୪୫.୪୫

ଭୁବନେଶ୍ବର ‌ମଧ୍ୟରେ ୪୪.୧୨

ବେଗୁନିଆରେ ୬୫.୭୦ ପ୍ରତିଶତ ମତଦାନ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

Odisha Voter Turnout: ଦିନ ୧ଟା ସୁଦ୍ଧା ଓଡିଶାରେ ‌ମୋଟ ୩୫.୬୯ ପ୍ରତିଶତ ମତଦାନ

Odisha Voter Turnout: ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଆଜି ଛଅଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେଉଛି। ଓଡିଶା ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ଅନୁସାରେ ଆଜି ଦିନ ୧ଟା ସୁଦ୍ଧା ଓଡିଶାରେ ‌ମୋଟ ୩୫.୬୯ ପ୍ରତିଶତ ମତଦାନ ହୋଇଛି । ଅନ୍ୟାନ୍ୟ ସ୍ଥାନରେ ହୋଇଥିବା ମତଦାନ ହାର ହେଲା

ଦେବଗଡରେ ୪୧ ପ୍ରତିଶତ

ଅନୁଗୁଳରେ ୩୬.୩୬ ପ୍ରତିଶତ

କଟକରେ ୩୩.୩୩ ପ୍ରତିଶତ

ନୟାଗଡରେ ୩୭.୬୯ ପ୍ରତିଶତ

ପୁରୀରେ ୩୭.୯୬ ପ୍ରତିଶତ

ସମ୍ବଲପୁର-୩୮.୨୮ ପ୍ରତିଶତ

ଢେଙ୍କାନାଳରେ ୩୫.୬୯ ପ୍ରତିଶତ

କେନ୍ଦୁଝରରେ ୩୫.୫୯ ପ୍ରତିଶତ,

ଖୋର୍ଦ୍ଧାରେ ୩୩.୫୫ ପ୍ରତିଶତ

ମୟୂରଭଞ୍ଜରେ ୩୫.୯୧ ପ୍ରତିଶତ

ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ପକ୍ଷରୁ ସୂଚନା ଦିଆଯାଇଛି ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

Odisha Voting 2024: ଭୋଟ ଦେଲେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଓଡିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ନିର୍ବାଚନରେ ସାମିଲ ହୋଇଛନ୍ତି ବିଜେଡି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ନବୀନ ତାଙ୍କ ଘର ପାଖରେ ଥିବା ଏରୋଡ୍ରମ ସ୍କୁଲରେ ଭୋଟ ଦେଇଥିଲେ। ନବୀନ ଘରୁ ଚାଲିଚାଲି ତାଙ୍କ ବୁଥକୁ ଯାଇଥିଲେ। ସେଠାରେ ସେ ଭିତରକୁ ଯାଇ ଲୋକସଭା ଏବଂ ବିଧାନସଭା ପାଇଁ ଭୋଟ ଦେଇଥିଲେ।

ମତଦାନ ପରେ ନବୀନ ବାହାରକୁ ଆସି ସେଲଫି ପଏଣ୍ଟରେ ଫୋଟ ଉଠାଇଥିଲେ। ସେହିପରି ସେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ଓଡିଶାର ଲୋକେ ସ୍ଥିର ସରକାର ଚାହୁଛନ୍ତି। ଓଡିଶାରେ ବିଜୁ ଜନତା ଦଳ ଉଭୟ ଲୋକସଭା ଏବଂ ବିଧାନସଭାରେ ଭଲ ପ୍ରଦର୍ଶନ କରିବ।